+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

କୃଷକଙ୍କୁ ଲୁଟୁଛନ୍ତି ୨୪ ବର୍ଷ ର ଶାସନ କ୍ଷମତାରେ ଥିବା ନବୀନ-ପାଣ୍ଡିଆନ ସରକାର

03-Feb-2024



● କାଳିଆ ଯୋଜନାରେ ଚାଷୀଙ୍କୁ ଦେଉଛନ୍ତି ୧୮୭୯କୋଟି, ଲୁଟୁଛନ୍ତି ୫୮୭୭ କୋଟି 
● ରାଜ୍ୟ ସରକାର ଚାଷୀ ବିରୋଧୀ

ଭୁବନେଶ୍ୱର,୩ା୨-(ଭାରତ ପ୍ରସାରଣ ନିଉଜ): ରାଜ୍ୟରେ ଦୀର୍ଘ ୨୪ ବର୍ଷ ଧରି ଶାସନ କ୍ଷମତାରେ ଥିବା ନବୀନ-ପାଣ୍ଡିଆନ  ଚାଷୀ ବିରୋଧୀ। ସେମାନେ ଚାଷୀଙ୍କ ସବୁଠୁ ବଡ଼ ଶତ୍ରୁ । ଚାଷୀଙ୍କ ବନ୍ଧୁ ବୋଲି ଦାବି କରୁଥିବା ଏହି ସରକାର ବାସ୍ତବରେ ଚାଷୀଙ୍କୁ ଲୁଟ୍ କରିବାରେ ମାହିର । କାଳିଆ ଯୋଜନାରେ ରାଜ୍ୟର ଚାଷୀଙ୍କୁ ୧୮୭୯ କୋଟି ଟଙ୍କାର ସହାୟତା ଦେଉଥିବାବେଳେ ଚାଷୀଙ୍କଠାରୁ ୫୮୭୭ କୋଟି ଟଙ୍କା ଲୁଟ୍ କରୁଛି । ଆଜି ବିଜେଡି ସରକାର ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଛି କଂଗ୍ରେସ । 
 କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ କହିଲେ ଯେ ରାଜ୍ୟର ବିଜେଡି ସରକାର ଚାଷୀମାନଙ୍କୁ ଯେତିକି ସହାୟତା ଦେଉଛନ୍ତି ବୋଲି ଦାବି କରୁଛନ୍ତି, ତା’ର ତିନିଗୁଣା ଚାଷୀଙ୍କଠାରୁ ଲୁଟୁଛନ୍ତି । କ୍ୟାବିନେଟ୍ ନିଷ୍ପତି ଅନୁସାରେ ୨୦୨୩-୨୪ ବର୍ଷ ପାଇଁ ୭୯ ଲକ୍ଷ ମେଟ୍ରିକ ଟନ୍ ଧାନ ସରକାର କିଣିବେ ବୋଲି ଘୋଷଣା କରିଥିଲେ । ସେହିପରି ୧୨.୩୫ ଲକ୍ଷ ପଞ୍ଜିକୃତ ଚାଷୀଙ୍କଠାରୁ କୁଇଂଟାଲ 
ପିଛା ୨୧୮୩ ଟଙ୍କାରେ ଧାନ କିଣାଯିବ ବୋଲି ନିର୍ଦ୍ଧାରଣ କରାଯାଇଛି । ମଣ୍ଡିରେ ଧାନ ବିକ୍ରି ବେଳେ ଚାଷୀଙ୍କଠାରୁ କୁଇଂଟାଲ ପିଛା ହାରାହାରି ୭କିଲୋ ଧାନ କଟନି ଛଟନି କରାଯାଉଛି, ଯାହାର ମୂଲ୍ୟ ୧୩୫ ଟଙ୍କା । ଅଖା ମିଲ ମାଲିକ ଦେବା କଥା । ମାତ୍ର ଚାଷୀ ତାକୁ ଭରଣା କରୁଛି ଓ ସେ ବାବଦକୁ ୬୪ ଟଙ୍କା ଦେବାକୁ ବାଧ୍ୟ ହେଉଛି । ପୁଣି ଧାନ ବସ୍ତା ଲୋଡିଂ ପାଇଁ କୁଇଂଟାଲ ପିଛା ହାରାହାରି ୧୦ ଟଙ୍କା ଚାଷୀ ଖର୍ଚ୍ଚ କରୁଛି । ଅର୍ଥାତ୍ ମୋଟ୍ ଉପରେ ଚାଷୀ କୁଇଂଟାଲ ପିଛା ୨୨୭ ଟଙ୍କା ହାରାହାରି ଖର୍ଚ୍ଚ କରୁଛି । ୭୯ ଲକ୍ଷ ଟନ୍ ଧାନ ପାଇଁ ସର୍ବମୋଟ୍ ୧୭୯୩ କୋଟି ଟଙ୍କା ଚାଷୀଙ୍କ ଉପରେ ବୋଝ ପଡୁଛି । ଏହା କ’ଣ ଚାଷୀଙ୍କୁ ଶୋଷଣ ନୁହେଁ ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ମିଲ ମାଲିକ, ସରକାରୀ ଅଫିସର ଓ ବିଜେଡି ନେତା, ମନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଏସବୁ ଚାଲିଛି । ତେଣୁ ସରକାର ଚାଷୀ ଲୁଟେରା ସରକାର ବୋଲି ଶ୍ରୀ ଦାସ ଅଭିଯୋଗ ଆଣିଛନ୍ତି ।।ପୁନଶ୍ଚ ସ୍ୱାମୀନାଥାନ କମିଟି ସୁପାରିଶ କ୍ରମେ ଧାନ କୁଇଂଟାଲ ପ୍ରତି ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ଟଙ୍କା ରଖାଯାଇଥିଲା । ମାତ୍ର ନବୀନ-ପାଣ୍ଡିଆନ ସରକାର ତାକୁ ଏ ପର୍ଯ୍ୟନ୍ତ କାର୍ଯ୍ୟକାରୀ କଲେ ନାହିଁ । କେନ୍ଦ୍ର ସରକାର ମଧ୍ୟ ଏ କ୍ଷେତ୍ରରେ ଓଡ଼ିଶା ବିଧାନ ସଭାର 
ସର୍ବସମ୍ମତି ପ୍ରସ୍ତାବ ଉପରେ ଚୁପ୍ ହୋଇ ବସିଛନ୍ତି । ଫଳରେ ଆଜି ଚାଷୀ କୁଇଂଟାଲ ପିଛା ୨୧୮୩ ଟଙ୍କାରେ ଧାନ ବିକିବାକୁ ବାଧ୍ୟ ହେଉଛି । ମାତ୍ର ବର୍ତମାନ ଚାଷୀ ଗୋଟିଏ କୁଇଂଟାଲ ଧାନ ଉତ୍ପାଦନ କରିବା ପାଇଁ ୨୭୦୦ ଟଙ୍କା ଖର୍ଚ୍ଚ କରୁଛି । ୨୦୧୭ ମସିହାରେ ତାହା ୨୩୪୪ ଟଙ୍କା ଥିଲା । କୁଇଂଟାଲ ପିଛା ଉତ୍ପାଦନ ମୂଲ୍ୟ ଓ ବିକ୍ରି ମୂଲ୍ୟ ଭିତରେ 
୫୧୭ ଟଙ୍କାର ଫରକ, ଯାହା ଚାଷୀଙ୍କ ଉପରେ ପଡୁଛି ବା ଚାଷୀ ଲୁଟ୍‌ର ଶିକାର ହେଉଛନ୍ତି । ଅର୍ଥାତ୍ ୭୯ ଲକ୍ଷ ମେଟ୍ରିକ ଟନ୍ ଧାନରେ ଚାଷୀଙ୍କଠାରୁ ଲୁଟ୍ ଟଙ୍କାର ପରିମାଣ ୪୦୮୩ କୋଟି ଟଙ୍କା । ବିଜେଡି ସରକାର ବର୍ଷକୁ ଚାଷୀଙ୍କଠାରୁ ମୋଟ୍ ୫୮୭୭ କୋଟି ଟଙ୍କା ଲୁଟ୍ କରୁଛନ୍ତି । ଏହା କ’ଣ ନବୀନ-ପାଣ୍ଡିଆନ ସରକାରର ଅସଲ ଚାଷୀ ପ୍ରୀତି ବୋଲି 
ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି । ଭାଗ ଚାଷୀମାନଙ୍କ ସମସ୍ୟା କହିଲେ ନସରେ । ସେମାନଙ୍କ ପାଇଁ ମଣ୍ଡିର ଦ୍ୱାର ବନ୍ଦ । ସରକାର ସେମାନଙ୍କ ଧାନ କିଣନ୍ତି ନାହିଁ । କମ୍ ଦାମରେ ସେମାନେ ବେପାରୀଙ୍କୁ ଧାନ ବିକ୍ରି କରିବାକୁ ବାଧ୍ୟ ହୁଅନ୍ତି । ଫସଲ ବୀମାର ସୁବିଧା ଭାଗଚାଷୀଙ୍କୁ ମିଳେ ନାହିଁ । ଆଜି ପର୍ଯ୍ୟନ୍ତ 
ଭାଗଚାଷୀ ଆଇନ୍ ସରକାର ଆଣିଲେ ନାହିଁ । ଏପରିକି ରାଜ୍ୟରେ କେତେ ଭାଗଚାଷୀ ଅଛନ୍ତି, ତା’ର ହିସାବ ମଧ୍ୟ ରାଜ୍ୟ ସରକାରଙ୍କ ପାଖରେ ନାହିଁ । ବଳିଆ ଯୋଜନା ଏମାନଙ୍କ ପାଇଁ କେବଳ ଏକ ପ୍ରତାରଣା ବ୍ୟତିତ ଆଉ କିଛି ନୁହେଁ ବୋଲି ଶ୍ରୀ ଦାସ କହିଛନ୍ତି । 
   ପ୍ରଦେଶ କିଷାନ କଂଗ୍ରେସ ସେଲର ଅଧ୍ୟକ୍ଷ ଶ୍ରୀ ଅମିୟ ପଟ୍ଟନାୟକ କହିଲେ ଯେ ରାଜ୍ୟ ସରକାର ୨୪ବର୍ଷ ଭିତରେ ୨୪ଟି ଶୀତଳ ଭଣ୍ଡାର ନିର୍ମାଣ କରିପାରିନାହାନ୍ତି । ରାଜ୍ୟର ୩୫ ଶତାଂଶ ଜମିକୁ ଜଳସେଚନ ସୁବିଧା ଦେବାର ପ୍ରତିଶ୍ରୁତି ସରକାର ଦେଇଥିଲେ । ମାତ୍ର ତାହା ଏକ ନିଷ୍ଠୁର ପ୍ରତାରଣାରେ ପରିଣତ ହୋଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।

ବି ମହାପାତ୍ର,ଭୁବନେଶ୍ୱର

 





Advertisment

You Might Also Like