Breaking News
06-Mar-2024
ଭୁବନେଶ୍ୱର, ୬.୩.୨୪(ଭାପ୍ର):-କିଛି ଦିନ ଧରି ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟ ନେଇ ସରଗରମ ଆଲୋଚନା ଚାଲିଛି। ଗତକାଲି ମଧ୍ୟ ଯାଜପୁର କାର୍ଯ୍ୟକ୍ରମରେ ନବୀନ ଓ ମୋଦିଙ୍କ ଭାବଭଙ୍ଗୀ ଯାହା ଇସାରା ଦେଇଥିଲା ତାହା ଆଜି ନବୀନ ନିବାସରେ ବିଜେଡି ବୈଠକ ଓ ବିଜେପି ନେତାଙ୍କୁ ଦିଲ୍ଲୀ ଡାକାରା ରୁ ମେଣ୍ଟ କଥାକୁ ସୁଚାଉଛି।
ଏହି ଅବସରରେ ବିଜେପି ନେତା ଜୁଏଲ ଓରାମ ସ୍ୱୀକାର କରିଛନ୍ତି ଯେ ଦିଲ୍ଲୀ ରେ ମେଣ୍ଟ ନେଇ ବୈଠକରେ ଆଲୋଚନା ହୋଇଛି।
ଅନୁରୂପ ଭାବେ ବିଜେଡି ଦଳର ସାଧାରଣ ସମ୍ପାଦକ ମାନସ ରଞ୍ଜନ ମଙ୍ଗରାଜଙ୍କ ଦସ୍ତଖତରେ ଆସିଥିବା ପ୍ରେସ ବିଜ୍ଞପ୍ତି ରେ ବିଜେଡିର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର ଏବଂ ବରିଷ୍ଠ ସାଧାରଣ ସମ୍ପାଦକ ଅରୁଣ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି କି ଆଜି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଆଗାମୀ ଲୋକସଭା ଏବଂ ବିଧାନସଭା ନିର୍ବାଚନ ରଣନୀତି ସମ୍ପର୍କରେ ଏକ ବ୍ୟାପକ ଆଲୋଚନା ହୋଇଥିଲା।ଆଲୋଚନାରେ ଏହା ସମାଧାନ ହେଲା ଯେ ୨୦୩୬ରେ ଓଡିଶା ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରୁଥିବାରୁ ଏବଂ ମୁଖ୍ୟମନ୍ତ୍ରୀ ଏହି ସମୟ ମଧ୍ୟରେ ପ୍ରମୁଖ ଷଷ୍ଠ ଥର ପାଇଁ ଐତିହାସିକ ରେକର୍ଡ ହାସଲ କରୁଥିବାରୁ ବିଜୁ ଜନତା ଦଳ ଓଡିଶା ଲୋକଙ୍କର ବୃହତ୍ତର ସ୍ୱାର୍ଥ ଏବଂ ରାଜ୍ୟ ସ୍ୱାର୍ଥରେ ସମସ୍ତ କାର୍ଯ୍ୟ କରିବ ବୋଲି ପ୍ରକାଶ କରିଛନ୍ତି ।
● ଚୋରା ପୀରତିର ପରଦାଫାଶ କରିଥିଲା କଂଗ୍ରେସ
● ଆଗାମୀ ନିର୍ବାଚନରେ ସାଧାରଣ ଜନତା କଂଗ୍ରେସକୁ ବାଛିବେ-ଦ ଅଜୟ କୁମାର
● ରାଜ୍ୟରେ ୯ ରୁ ୯୦ ମିଶନ ସଫଳ ହେବ-ଶରତ ପଟ୍ଟନାୟକ
ସୂଚନାଯୋଗ୍ୟ ୨୦୦୦ ରୁ ୨୦୦୯ ମସିହା ପର୍ଯ୍ୟନ୍ତ ରାଜ୍ୟରେ ବିଜେଡି ଓ ବିଜେପି ମେଣ୍ଟ ସରକାର ଶାସନ କ୍ଷମତାରେ ଥିଲା।୨୦୦୯ ମସିହା ପରେ ସବୁ କ୍ଷେତ୍ରରେ ବିଜେଡି ବିଜେପି କୁ ସମର୍ଥନ କରୁଥିବା କଥା କଂଗ୍ରେସ ଦୀର୍ଘ ଦିନ ଧରି ଅଭିଯୋଗ କରି ଆସୁଛି।
ଓଡିଶା ପ୍ରଭାରୀ ଡ଼ ଅଜୟ କୁମାର ଓ ପିସିସି ସଭାପତି ପଟ୍ଟନାୟକ କିଛିଦିନ ତଳେ ରାଜନୈତିକ କ୍ଷେତ୍ରରେ ବିଜେଡି ଓ ବିଜେପି ର ବାହାଘର କରିଛନ୍ତି । ଦୀର୍ଘ ୧୫ ବର୍ଷ ଧରି ଚୋରା ପୀରତି ରେ ଥିଲେ ଉଭୟ ବିଜେଡି ଓ ବିଜେପି।ବର୍ତ୍ତମାନ ସେମାନେ ଏକ ହେଇଯାଇଛନ୍ତି ଯାହାର ପରଦାଫାସ କଂଗ୍ରେସ କରିଛି ବୋଲି ସେମାନେ ଦାବି କରିଛନ୍ତି ଏବଂ କହିଛନ୍ତି କି ଉଭୟ ଦଳ ମେଣ୍ଟ କରି ଚୋରା ପୀରତିରେ ଥିବା କଥାକୁ ପ୍ରମାଣିତ କରିଛନ୍ତି।ରାଜ୍ୟର ସାଧାରଣ ଜନତା ଆଉ ବୋକା ନାହାନ୍ତି।ଆସନ୍ତା ନିର୍ବାଚନରେ କଂଗ୍ରେସର ୯ ତୁ ୯୦ ମିଶନ ସଫଳ ହେବ ଏବଂ ରାଜ୍ୟରେ ଜନସାଧାରଣଙ୍କ ଆଶୀର୍ବାଦ ରେ କଂଗ୍ରେସ ଶାସନ କ୍ଷମତାକୁ ଫେରିବ ବୋଲି କହିଛନ୍ତି। ବିଜେପିର ରାଜ୍ୟସଭା ପାର୍ଥି ଅଶ୍ବିନୀ ବୈଷ୍ଣବ ଙ୍କୁ ବିଜେଡି ଖୋଲା ସମର୍ଥନ କରିବା ଦିନଠୁଁ ମେଣ୍ଟ ଚର୍ଚ୍ଚା ନେଇ ର ଆଲୋଚନା ଚାଲିଥିଲା।
ଆଜି ଉଭୟ ବିଜେଡି ଓ ବିଜେପି ଉଭୟ ଦଳର ମିଟିଙ୍ଗରେ ମେଣ୍ଟ ହେବା ନେଇ ଆଲୋଚନା ହେଇଥିଲେ ମଧ୍ୟ ସିଧାସଳଖ ଉଭୟ ଦଳର ନେତୃବୃନ୍ଦ କିଛି କହିନାହାନ୍ତି। କିନ୍ତୁ ମେଣ୍ଟ ନେଇ ଆଲୋଚନା ହୋଇଛି।୨୪ ବର୍ଷ ତଳେ ହୋଇଥିବା ମେଣ୍ଟର ପୁନରାବୃତ୍ତି ହେବାଜୁ ଯାଉଛି ବୋଲି ଜଣାପଡୁଛି। କେବଳ ଔପଚାରିକ ଘୋଷଣା ହେବାକୁ ବାକି ଅଛି।ସେତେବେଳେ ଥୁଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ବର୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ରାଜନୈତିକ ପର୍ଯ୍ୟବେକ୍ଷକ ଙ୍କ ସୂଚନା ଅନୁସାରେ ବର୍ତମାନ ବିଜେଡି ୧୧୨ ବିଧାନସଭା ଆସନରେ ଲଢ଼ିବାକୁ ଇଛା ପ୍ରକାଶ କରୁଥିବା ବେଳେ ବିଜେପି ୪୨ ଆସନରେ ଲଢ଼ିବାକୁ ଦାବି କରୁଛି।
ସେହିପରି ବିଜେପି ୨୧ ସଂସଦୀୟ କ୍ଷେତ୍ରରୁ ୧୪ ଟି ଦାବି କରୁଥିବା ବେଳେ ବିଜେଡି ଅନ୍ୟୁନ ୧୦ଟି ଲୋକସଭା କ୍ଷେତ୍ରରେ ପାର୍ଥି ଦେବାକୁ ରଣନୀତି ଆପଣେଇଛି।
ଦେଖାଯାଉ ମେଣ୍ଟ ନେଇ କଣ ନିଷ୍ପତ୍ତି ହେଉଛି ଏବଂ ସିଟ ଭାଗବଣ୍ଟାରେ କାହାର କେତେ ଅଙ୍କରେ ଚିଡୁଛି।