+91-7008748499 / 9438844229

dkm3773@gmail.com / bpindialive@gmail.com

Tuesday 8th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ରାଜ୍ୟବାସୀଙ୍କ ମୋଦି ଗ୍ୟାରେଂଟି ଉପରେ ବିଶ୍ୱାସ ରହିଛି

05-Mar-2024



ଭୁବନେଶ୍ୱର, ତା.୫.୩.୨୪(ଭାପ୍ର):- ଯାଜପୁର ଜିଲ୍ଲା ଚଣ୍ଡିଖୋଲଠାରେ ଆୟୋଜିତ “ମୋଦି ଗ୍ୟାରେଂଟି” ବିକଶିତ ଭାରତ ବିକଶିତ ଓଡ଼ିଶା ସମାବେଶରେ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇ କାର୍ଯ୍ୟକର୍ତାଙ୍କ ମନରେ ଜୋସ୍ ଭରିଛନ୍ତି । ଜନସଭାରେ ବିଶାଳ ଜନସମାବେଶକୁ ଦେଖି ମୋଦି କହିଛନ୍ତି ଯେ, ଆଜିର ଏହି ଚଣ୍ଡିଖୋଲ ଜନ ସମାବେଶର ଭିଡ ହିଁ ପ୍ରମାଣିତ କରୁଛି, ଲୋକଙ୍କ ମୁଡ୍ ବିଜେପି ସହ ଅଛି ।

ଓଡ଼ିଶାର ଲୋକମାନେ ମନସ୍ଥ କରି ସାରିଲେଣି ଏଥର ବିଜେପିକୁ ଜିତାଇବେ । ଜୟ ଜଗନ୍ନାଥ, ଜୟ ମା ବିରଜା, ଜୟ ଶ୍ରୀରାମ ନାରା ଦେଇ ଓଡ଼ିଶାବାସୀଙ୍କୁ ସମ୍ବୋଧନ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ । ଓଡ଼ିଶାର ସଂକଳ୍ପ କ’ଣ ତାହା ଆଜିର ଜନସଭାର ଭିଡ ପ୍ରମାଣିତ କରୁଛି ।


ପ୍ରଧାନମନ୍ତ୍ରୀ ମୋଦିଜୀ କହିଛନ୍ତି ଯେ, ଦେଶରେ ଏକ ମଜ୍‌ବୁତ ଓ ଗରିବଙ୍କ ପାଇଁ ସମର୍ପିତ ସରକାର ପୁଣି ଥରେ ହେବାକୁ ଯାଉଛି । ବିଜେପି ସରକାରର ସଂକଳ୍ପ ହେଉଛି କୃଷକ, ଯୁବକ, ମହିଳା, ଗରିବଙ୍କ ଜୀବନରେ ପରିବର୍ତନ ଆଣିବା । ବିଗତ ୧୦ବର୍ଷ ହେଲା ବିଜେପି ସରକାର ଓଡ଼ିଶାରେ ବିପୁଳ ପୁଞ୍ଜୀନିବେଶ କରିଛି । ଓଡିଶା ବିକଶିତ ଭାରତର ଗେଟ୍ ୱେ ହେଉ ଏହା ହେଉଛି ମୋଦି ସରକାରର ଲକ୍ଷ୍ୟ

। ଓଡିଶା ଅନେକ ଶିଳ୍ପର ଏକ ବଡ କେନ୍ଦ୍ର ହେବାକୁ ଯାଉଛି । ୨୦୧୪ ପୂର୍ବରୁ କଂଗ୍ରେସ ଦଳ କେବଳ ନିଜ ସିନ୍ଦୁକରେ ଅର୍ଥ ଭରୁଥିଲା । ନିଜ ଦଳ ଓ ନିଜ ପରିବାରର ସମୃଦ୍ଧି ପାଇଁ କାମ କରୁଥିଲା କଂଗ୍ରେସ ସରକାର କିନ୍ତୁ ୨୦୧୪ପରେ ଜଣେ ଗରିବ ଦେଶର ଶାସନ ଦାୟିତ୍ୱ ନେଲା । ଦେଶର ଗରିବ ଲୋକଙ୍କ ବିକାଶ ପାଇଁ ସେ ଗ୍ୟାରେଂଟି ନେଲା ଯାହା ନାମ ହେଉଛି “ମୋଦି ଗ୍ୟାରେଂଟି” ।

ଆଜି ବିଶ୍ୱାସ ଜନ୍ମିଛି, ମୋଦି ଦେଶର ଗରିବଙ୍କ ସାଥିରେ ଅଛି । ଯାହାକୁ କେହି ପଚାରୁନଥିଲେ, ତାକୁ ମୋଦି ପଚାରୁଛି ।
ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ, ଓଡ଼ିଶାରେ ପିଏମ୍ ସ୍ୱନିଧି ଯୋଜନାରେ ହିତାଧିକାରୀଙ୍କୁ ଆର୍ôଥକ ସହାୟତା ମିଳୁଛି । ପିଏମ୍ ମତ୍ସ୍ୟସଂପଦ ଯୋଜନାରେ ମତ୍ସ୍ୟଜୀବୀ ସହାୟତା ପାଉଛନ୍ତି । ଗରିବଙ୍କୁ ପକ୍କା ଘର ସ୍ୱପ୍ନ ଥିଲା, ଆଜି ଓଡିଶାର ଗରିବ ଲୋକଙ୍କ ପାଇଁ ପକ୍କା ଘର ବାସ୍ତବତା ପାଲଟିଛି । ଯେଉଁଠି ସବୁ ସମ୍ଭାବନା ଶେଷ ହୁଏ, ସେଇଠୁ “ମୋଦିର ସଂକଳ୍ପ” ଆରମ୍ଭ ହୁଏ, ଏହା ହିଁ “ମୋଦି ଗ୍ୟାରେଂଟି” ।

ଭଗବାନ ସୂର୍ଯ୍ୟ ଦେବତାଙ୍କ ଭୂମି ଓଡିଶା । ସମସ୍ତଙ୍କୁ ବିଜୁଳି ଦେବା ମୋଦିଙ୍କର ଗ୍ୟାରେଂଟି । ପିଏମ୍ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନା ଆରମ୍ଭ କରାଯାଇଛି । ଘର ଛାତରେ ସୋଲାର ପ୍ୟାନେଲ ଲଗାଇ ବିଜୁଳି ଉତ୍ପାଦନ କରାଯାଉଛି । ୩ ଶହ ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ପାଇବେ ଉପଭୋକ୍ତା । ୩ ଲକ୍ଷ ଲକ୍ଷପତି ଦିଦି ବନାଇବାର ଦାୟିତ୍ୱ ନେଇଛନ୍ତି ମୋଦିଜୀ । 


ଚଣ୍ଡିଖୋଲ ସଭାରେ ଲୋକଙ୍କ ଉତ୍ସାହ ଦେଖି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଆପଣମାନଙ୍କ ଭଲ ପାଇବା ଦେଖି ମୁଁ ଅଭିଭୂତ । ପ୍ରଭୁ ଜଗନ୍ନାଥଙ୍କ କୃପା ବିନା ଏତେ ଭଲପାଇବା ମିଳିବନି । କିଛି ଲୋକଙ୍କୁ ଆମ ନୀତି, ନିଷ୍ଠାପର ଉଦ୍ୟମ ପସନ୍ଦ ଆସୁନି । ବିରୋଧୀ ଦଳର ଲୋକମାନେ ଏବେ ମୋଦିଙ୍କୁ ସମାଲୋଚନା କରୁଛନ୍ତି । ମୋଦିର ପରିବାର ନାହିଁ ବୋଲି ସେମାନେ କହୁଛନ୍ତି । ସେମାନଙ୍କ ପାଇଁ ଏକମାତ୍ର ବିଚାରଧାରା ହେଉଛି “ପରିବାର ପ୍ରଥମ”, ମୋଦିର ବିଚାରଧାରା ହେଉଛି “ଦେଶ ପ୍ରଥମ” । ଆପଣମାନେ “ପରିବାର ପାଇଁ ବଂଚନ୍ତି, ମୋଦି ଦେଶ ପାଇଁ ବଂଚେ” ।

ମୋଦି କୋଟି କୋଟି ପୁଅ ଝିଅଙ୍କ ଭଲ ଭବିଷ୍ୟତ ଚିନ୍ତା କରେ । ମୋଦି ସରକାରର ଲକ୍ଷ୍ୟ ଭାରତକୁ ତୃତୀୟ ବୃହତମ ଅର୍ଥନୀତି କରିବା । ସେମାନେ ନିଜ ପରିବାର ପାଇଁ ବଡ ବଡ ମହଲ ବନାଉଛନ୍ତି କିନ୍ତୁ ମୋଦି ଗରିବ ଲୋକଙ୍କ ପାଇଁ ପକ୍କା ଘର ବନାଉଛି । ସେମାନେ ନିଜେ ଧନୀ ହେଉଛନ୍ତି, ମୋଦି ୨୫କୋଟିଙ୍କୁ ଗରିବୀରୁ ମୁକ୍ତି ଦେଇଛନ୍ତି । ମୋଦିର ନାରା “ମେରା ଭାରତ ମେରା ପରିବାର” । ଏ କଥା ଏ ପରିବାରବାଦୀଙ୍କୁ ଭାରି କଷ୍ଟ ଦେଉଛି । କାଲିଠାରୁ କୋଟି କୋଟି ଲୋକ “ମୁଁ ମୋଦି ପରିବାରର” କହୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଓଡିଶାରେ ଏଥର ଅଧିକରୁ ଅଧିକ ପଦ୍ମଫୁଲ ଫୁଟିବ । ଓଡ଼ିଶାର ଗରିବ ଲୋକ, ଯୁବକ, ମାତୃଶକ୍ତି, କୃଷକ ସମସ୍ତେ ଏଥର ବିଜେପି ଉପରେ ଭରଷା କରିଛନ୍ତି । ୨୦୨୪ ନିର୍ବାଚନରେ ଦେଶରେ ବିଜେପିର ବିଜୟରେ ଓଡ଼ିଶାର ବଡ ଭୂମିକା ରହିବ ।

ଆଜିର ଏହି ସଭାରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶ୍ୱର ଟୁଡୁ, ସମସ୍ତ ସାଂସଦ, ବିଧାୟକ, ରାଜ୍ୟ ପଦାଧିକାରୀ, ଜିଲ୍ଲା ପଦାଧିକାରୀମାନେ ଉପସ୍ଥିତ ଥିଲେ । 

 





Advertisment

You Might Also Like