Breaking News
06-Mar-2024
ଭୁବନେଶ୍ୱର,୬.୩.୨୪ (ଭାପ୍ର):-ନିର୍ବାଚନ ତାରିଖ ଘୋଷଣା ଯେତେ ଦିନ ପାଖେଇ ଆସୁଛି ସେତେ ଚଳଚଞ୍ଚଳ ହେଉଛି ପ୍ରମୁଖ ରାଜନୈତିକ ଦଳ।ରାଜ୍ୟରେ ବିଜେଡ଼ି ଓ ବିଜେପି ମିଳିତ ହେବାକୁ ସଜବାଜ ହେଉଥିବାର ଅସଲ ଚେହେରା ,ଚରିତ୍ର ଜାଣିପାରୀ କଂଗ୍ରେସ ପ୍ରତି ନେତା ଓ ଭୋଟରମାନଙ୍କ ଆସ୍ଥା ବଢୁଥିବାର ପରିଲିକ୍ଷିତ ହେଉଛି । ଏହି ଅବସରରେ ଆଜି ଅନେକ ଦଳିତ ଓ ସାମାଜିକ ଆନ୍ଦୋଳନର ଅଗ୍ରଣୀ ନେତୃବୃନ୍ଦ କଂଗ୍ରେସ ଭବନରେ କଂଗ୍ରେସ ଦଳରେ ସାମିଲ ହୋଇଛନ୍ତି ।
କଂଗ୍ରେସ ଦଳର ନୀତି, ଆଦର୍ଶରେ ଅନୁପ୍ରାଣିତ ହୋଇ, ରାହୁଲ ଗାନ୍ଧୀଙ୍କ ଭାରତ ଜୋଡ ଯାତ୍ରା ଏବଂ ଭାରତ ଜୋଡ ନ୍ୟାୟ ଯାତ୍ରାରେ ଆକର୍ଷିତ ହୋଇ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱଙ୍କୁ ଆସ୍ଥା ପ୍ରକଟ କରି ବିଶିଷ୍ଠ ମାନବାଧିକାର କର୍ମୀ ତଥା ଯାଜପୁରର ମାନଧିକାର ମଞ୍ଚ ନେତା ମାଗୁଣି ଜେନା, ବିରଂଚି ମହାନ୍ତି, ଗିତାଞ୍ଜଳି ମହାନ୍ତିଙ୍କ ସମେତ ଶତାଧିକ ସମର୍ଥକ ଏବଂ କର୍ମୀ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି।
କଂଗ୍ରେସ ଦଳରେ ଯୋଗ ଦେଇଥିବା ନେତୃବୃନ୍ଦଙ୍କୁ ପୁଷ୍ପଗୁଛ ଓ ଉତରିୟ ଦେଇ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ଦଳକୁ ସ୍ୱାଗତ କରିଥିଲେ।ଏହି ଅବସରରେ ଶ୍ରୀ ପଟ୍ଟନାୟକ କହିଛନ୍ତି କଂଗ୍ରେସ ଦଳରେ ଯୋଗଦାନ କରିଥିବା ମାଗୁଣି ଜେନା ଓ ଅନ୍ୟମାନଙ୍କ ସାହାଯ୍ୟରେ ଯାଜପୁର ରେ କଂଗ୍ରେସ ସଂଗଠନ ସୁଧ୍ରୁଢ଼ ହେବ ବିଶେଷ କରି ରାଜ୍ୟରେ ଦଳିତ ସଂଗଠନ ମଜବୁତ ହେବ ବୋଲି ସେ ଆଶା ପ୍ରକାଶ କରିଛନ୍ତି।
ସୂଚନାଯୋଗ୍ୟ କି କଂଗ୍ରେସ ଦଳରେ ଯୋଗଦାନ କରିଥିବା ମାଗୁଣି ସାହୁ ଗତ ୨୫ ବର୍ଷ ଧରି ଦଳିତ ସଂଗଠନ ସହିତ ଓତଃପ୍ରୋତ ଭାବେ ଜଡ଼ିତ ରହି ଦଳିତ ଏବଂ ନିଷ୍ପେସିତ ଲୋକ ଙ୍କ ଉପରେ ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ କାର୍ଯ୍ୟକ୍ରମ କରି ଆସୁଛନ୍ତି। ରାହୁଲ ଗାନ୍ଧୀଙ୍କ ଭାରତ ଜୋଡ ନ୍ୟାୟ ଯାତ୍ରାରେ ଅନୁପ୍ରାଣିତ ହୋଇ ସମ୍ବିଧାନ ର ସୁରକ୍ଷା ପାଇଁ ଯାଜପୁର ଜିଲ୍ଲାର ସମସ୍ତ ୧୦ ଟି ବ୍ଲକ ର ୧୧୦ ଟି ଗ୍ରାମ ପଞ୍ଚାୟତରେ ମାନବଧିକାର ମଞ୍ଚ ଜରିଆରେ ଫେବୃଆରୀ ୧ ରୁ ୧୦ ତାରିଖ ପର୍ଯ୍ୟନ୍ତ ସାମ୍ବିଧାନିକ ନ୍ୟାୟ ଯାତ୍ରା କରି ଜନଜାଗରଣ ସୃଷ୍ଟି କରି ପାରିଛନ୍ତି।ଜନମାନସର ନେତା ରାହୁଲ ଗାନ୍ଧୀ ଯେପରି ଦଳିତ ଆଦିବାସୀ ଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ,ସେହି କଥା ରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ବୋଲି କହିଛନ୍ତି। ଜନସାଧାରଣଙ୍କ ସେବା କରିବା ପାଇଁ ଯାଜପୁର ଲୋକସଭା ମଣ୍ଡଳୀରୁ କଂଗ୍ରେସ ଟିକେଟ ରେ ପାର୍ଥି ହେବାକୁ ଆଶା ପ୍ରକାଶ କରିଛନ୍ତି।
ଆଜିର ମିଶ୍ରଣ ପର୍ବରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପିସିସି
ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ,ଏଆଇସିସି ସମ୍ପାଦକ
ଶରତ ରାଉତ , ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି, ପ୍ରମୁଖ ଉପସ୍ଥିତ ରହି କଂଗ୍ରେସ ଦଳରେ ଯୋଗଦେଇଥିବା ନେତୃବୃନ୍ଦଙ୍କୁ ସ୍ୱାଗତ କରିଥିଲେ ।