+91-7008748499 / 9438844229

dkm3773@gmail.com / bpindialive@gmail.com

Wednesday 9th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

କଂଗ୍ରେସ କ୍ଷମତାକୁ ଆସିଲେ ନ୍ୟାୟ ପାଇବେ ଚିଟ୍‌ଫଣ୍ଡ୍ ଜମାକାରୀ:-ପବନ ଖେରା

05-Mar-2024



ଭୁବନେଶ୍ୱର,୫.୩.୨୪(ଭାପ୍ର):- କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ୧୦ବର୍ଷ ଓ ଓଡ଼ିଶାରେ ତାଙ୍କ ବନ୍ଧୁ ନବୀନ ପଟ୍ଟନାୟକଙ୍କ ସରକାରକୁ ୨୪ବର୍ଷ ହୋଇଗଲା । ଅଥଚ ଓଡ଼ିଶାର ଲକ୍ଷ ଲକ୍ଷ ଗରିବ ମଧ୍ୟବିତ ପରିବାର, ଯେଉଁମାନେ ଚିଟ୍‌ଫଣ୍ଡ ଦୁର୍ନୀତିର ଶିକାର ହୋଇ ନିଜ କଷ୍ଟ ଉପାର୍ଜିତ ସଂଚିତ ଅର୍ଥ ହରାଇଛନ୍ତି, ସେମାନେ ନ୍ୟାୟ ପାଇପାରିଲେ ନାହିଁ । ଅଦ୍ୟାବଧି ନିଜ ସଂଚିତ ଅର୍ଥ ଫେରିପାଇବା ଆଶାରେ ଏହି ଗରିବ ଲୋକମାନେ ଦିନ ଗଣୁଛନ୍ତି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବାବେଳେ ଏହି ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ପରିବାରଙ୍କୁ କ’ଣ ଜବାବ ଦେବେ? କିପରି ସେମାନଙ୍କ ଆଖିରେ ଆଖି ମିଶାଇବେ? ମଙ୍ଗଳବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଅଖିଳ ଭାରତ କଂଗ୍ରେସ କମିଟିର ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ପୱନ ଖେରା ମୋଦିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ଏଭଳି ପ୍ରଶ୍ନ ଉଠାଇଛନ୍ତି । 

ଶ୍ରୀ ଖେରା କହିଛନ୍ତି ଯେ ଓଡ଼ିଶାର ବିଭିନ୍ନ କାର୍ଯ୍ୟରେ ଯେତେସବୁ ଟେଣ୍ଡର ହେଉଛି, ସବୁ ଓଡ଼ିଶା ବାହାରର ଲୋକଙ୍କୁ କାହିଁକି ଦିଆଯାଉଛି । ଓଡ଼ିଶାରେ ଦକ୍ଷ ମାନବ ସମ୍ବଳ ଓ ବଡ଼ ବଡ଼ ଠିକାଦାର ଥିଲେ ମଧ୍ୟ ସେମାନେ ହାତବାନ୍ଧି ବସିଛନ୍ତି । ଓଡ଼ିଶାର ଜଳ, ଜମି, ଜଙ୍ଗଲ, ଖଣିଜ ସମ୍ପଦକୁ ବାହାର ରାଜ୍ୟର ଲୋକଙ୍କୁ ବିକ୍ରି କରାଯାଉଛି । ଓଡ଼ିଶାରେ କୋଟି କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଥିବାବେଳେ ଏହାର ତଦନ୍ତକୁ ଜାଣିଶୁଣି ଫାଇଲ୍ ତଳେ ଚାପି ଦିଆଯାଇଛି

। ମନମୋହନ ସରକାରଙ୍କ ସମୟରେ ଓଡ଼ିଶାର ଖଣି ଦୁର୍ନୀତିର ତଦନ୍ତ ଶାହା କମିଶନଙ୍କ ଦ୍ୱାରା କରାଯାଇଥିଲା । ମାତ୍ର ମୋଦି ସରକାର କ୍ଷମତାକୁ ଆସିବା ପରେ ରାଜ୍ୟ ସରକାରଙ୍କ ସହ ମିଶି ଏହି ତଦନ୍ତକୁ ଚାପି ଦେଇଛନ୍ତି । ଉଭୟ ବିଜେପି ଓ ବିଜେଡି ଅଘୋଷିତ ମେଂଟ କରିଛନ୍ତି ଏବଂ   ଓଡ଼ିଶାର ସମ୍ପତି ଓ ରାଜକୋଷକୁ ଲୁଟି ଚାଲିଛନ୍ତି । ଜଣେ ଅଣଓଡ଼ିଆ ତଥା ତାମିଲ ବାବୁଙ୍କୁ କେନ୍ଦ୍ର ସରକାର ମାତ୍ର ୨୪ଘଂଟା ମଧ୍ୟରେ ଭିଆରଏସ୍ ଦେଇଦେଲେ । ସେହି ବ୍ୟକ୍ତି ଏବେ ଓଡ଼ିଶାରେ ଏକଛତ୍ରବାଦ ଚଳାଇଥିବାବେଳେ ଓଡ଼ିଶାର ଲୋକମାନେ ଅବହେଳିତ ହେଉଛନ୍ତି ।

ଆସନ୍ତା ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ । ଏଥିପାଇଁ କଂଗ୍ରେସର କାର୍ଯ୍ୟକର୍ତା ଓ କର୍ମୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି । ସେଥିପାଇଁ ବିଜେପି ଓ ବିଜେଡି ନେତାମାନେ ଭୟଭୀତ ହୋଇପଡ଼ିଛନ୍ତି । ବାରମ୍ବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସୁଛନ୍ତି । ଗତ ୧୦ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜନସାଧାରଣଙ୍କୁ ଦେଇଥିବା ଅନେକ ପ୍ରତିଶ୍ରୁତି ଅଦ୍ୟାବଧି ପୂରଣ କରିନାହାନ୍ତି ।

ଦେଶର ଯୁବପିଢ଼ି, ଚାଷୀ, ମହିଳା ଓ ଆଦିବାସୀଙ୍କ ପ୍ରତି ଅନ୍ୟାୟ ବଢ଼ିଚାଲିଛି । ପ୍ରତି ଏକ ଘଂଟାରେ ଦେଶରେ ୨ଜଣ ଯୁବକ, ୨ଜଣ ଚାଷୀ ଆତ୍ମହତ୍ୟା କରୁଛନ୍ତି । ହେଲେ ପ୍ରଧାନମନ୍ତ୍ରୀ ସେମାନଙ୍କୁ ନ୍ୟାୟ ଦେବାରେ ଆନ୍ତରିକତା ପ୍ରଦର୍ଶନ କରୁନାହାନ୍ତି । କିନ୍ତୁ କଂଗ୍ରେସ ଶାସନକୁ ଆସିଲେ ଏସବୁ ଅନ୍ୟାୟ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଓ ଖଣି ଦୁର୍ନୀତି କ୍ଷତିଗ୍ରସ୍ତଙ୍କୁ ସେମାନଙ୍କ ହକ୍ ମିଳିବ ବୋଲି ଶ୍ରୀ ଖେରା କହିଛନ୍ତି । 

ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‌ଗୋ ଏଆଇସିସି ଗଣମାଧ୍ୟମ ସଂଯୋଜିକା ବବିତା ଶର୍ମା ଓ  ବିଶ୍ୱରଞ୍ଜନ ମହାନ୍ତି ଉପସ୍ଥିତ ଥିଲେ ।





Advertisment

You Might Also Like