+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ବିଜେପି ଓ ବିଜେଡିର ଅସଲ ଚେହେରା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆଣିବାକୁ ଡ.ଅଜୟ କୁମାର ଦେଲେ ଆହ୍ୱାନ

04-Mar-2024



ଭୁବନେଶ୍ୱର,୪ା୩: ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ଅନ୍ୟାୟ ଓ ବିଫଳତା ସମ୍ପର୍କରେ ଜନଜାଗରଣ ସୃଷ୍ଟି କରିବା କ୍ଷେତ୍ରରେ ଗୁରୁ ଦାୟିତ୍ୱ ନିର୍ବାହ କରିବ ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ । ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ଦଳ ପ୍ରତ୍ୟେକ ଲୋକଙ୍କ ପାଖରେ ପହଂଚିବ । ମିଡିଆ ସେଲର ଜିଲ୍ଲା ଓ ବ୍ଲକସ୍ତରର କାର୍ଯ୍ୟକର୍ତାମାନେ ଏହି କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବେ ।

ସୋମବାର ଭୁବନେଶ୍ୱରସ୍ଥିତ ହୋଟେଲ ଏଚଏଚଆଇରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ପକ୍ଷରୁ ଆୟୋଜିତ ଏକ ଦିବସୀୟ କର୍ମଶାଳା ‘ସଂକଳ୍ପ’ରେ ଏଭଳି ନିଷ୍ପତି ହୋଇଛି । ଓପିସିସି ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ ଅଧ୍ୟକ୍ଷ ଡ. ବିଶ୍ୱରଞ୍ଜନ ମହାନ୍ତି ଏଥିରେ ଅଧ୍ୟକ୍ଷତା କରି  ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗର ଜିଲ୍ଲା ଏବଂ ବ୍ଲକସ୍ତରର କାର୍ଯ୍ୟକର୍ତାମାନଙ୍କ ଆଗାମୀ ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଦଳୀୟ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବା ଏବଂ ତୃଣମୂଳସ୍ତରର କର୍ମୀମାନଙ୍କ ମଧ୍ୟରେ ଉତ୍ସାହ ବଢ଼ାଇବା ନିମନ୍ତେ ସେ ପରାମର୍ଶ ଦେଇଥିଲେ ।  

ଓଡ଼ିଶା ପ୍ରଭାରୀ ତଥା ପୂର୍ବତନ ସାଂସଦ ଡ. ଅଜୟ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଲେ ଯେ ଓଡ଼ିଶାର ପ୍ରତ୍ୟେକ ଗ୍ରାମରେ କଂଗ୍ରେସର ପୁରୁଣା ନେତା, ମହିଳା, ଯୁବକର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଅସୀମିତ ଉତ୍ସାହ ଭରି ରହିଛି । ସେମାନଙ୍କ ଉଦ୍ୟମ ଓ ସହଯୋଗ ବଳରେ କଂଗ୍ରେସ ସଂଗଠନ ଅଧିକ ଦୃଢ଼ ଓ କ୍ରିୟାଶୀଳ ହେବ । ହାତ ସହ ହାତ ଯୋଡ଼ିବ, କଂଗ୍ରେସ ଆଗକୁ ବଢ଼ିବ । ଦେଶରୁ ଗରିବୀ ଓ ବେରୋଜଗାର ହଟାଇବା ନିମନ୍ତେ ଅତିତରେ କଂଗ୍ରେସ ସରକାର ଯେଉଁ ସୁଚିନ୍ତିତ ପଦକ୍ଷେପମାନ ଗ୍ରହଣ କରିଥିଲେ, ତାହା ଅଦ୍ୟାବଧି କୌଣସି ସରକାର କରିନାହାନ୍ତି । ଏ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରାଇବାର ଆବଶ୍ୟକତା ରହିଛି । ଏଥିସହ ବର୍ତମାନର ମୋଦି ସରକାରଙ୍କ ଭ୍ରଷ୍ଟାଚାର, ଏକଚ୍ଛତ୍ରବାଦ ଓ ଅନ୍ୟାୟ ବିରୋଧରେ କଂଗ୍ରେସ ସ୍ୱରକୁ ଅଧିକ ଶାଣିତ କରିବ । ସେହିପରି ନବୀନ ଶାସନ କାଳରେ ଓଡ଼ିଶାର ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଉଛି । ତେଣୁ ଉଭୟ ବିଜେପି ଓ ବିଜେଡିର ଅସଲ ଚେହେରା ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଜରିଆରେ ସାମ୍ନାକୁ ଆଣିବାକୁ ଡ.ଅଜୟ କୁମାର କର୍ମୀମାନଙ୍କୁ ଆହ୍ୱାନ ଦେଇଥିଲେ ।

କର୍ମଶାଳାରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଲେ ଯେ ବର୍ତମାନ ଦଳର ନେତା ଓ କର୍ମୀମାନଙ୍କ ମଧ୍ୟରେ ବେଶ୍ ଉତ୍ସାହ ପରିଲକ୍ଷିତ ହେଉଛି । ଆଗାମୀ ନିର୍ବାଚନରେ ଦଳ ନିଶ୍ଚିତ ଭାବେ ଭଲ ପ୍ରଦର୍ଶନ କରିବ । ପୂର୍ବତନ ପ୍ରଦେଶ କଂଗ୍ରେସ କମିଟି ସଭାପତି ପ୍ରସାଦ ହରିଚନ୍ଦନ ଗଣମାଧ୍ୟମ ଓ ଯୋଗାଯୋଗ ବିଭାଗ କାର୍ଯ୍ୟକର୍ତାଙ୍କୁ ମାର୍ଗଦର୍ଶନ କରିଥିଲେ । ସାମ୍ପ୍ରତିକ ରାଜନୈତିକ ପରିସ୍ଥିତିରେ କିଭଳି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅସଲ ଚେହେରା ସାମ୍ନାକୁ ଆଣି କଂଗ୍ରେସ ଆଗକୁ ବଢ଼ିପାରିବ ସେ ସମ୍ପର୍କରେ ଶ୍ରୀ ହରିଚନ୍ଦନ ଜିଲ୍ଲା ଓ ବ୍ଲକସ୍ତରର କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଥିଲେ । ଏଆଇସିସି ମୁଖପାତ୍ର ଅଭୟ ଦୁବେ ମିଡିଆ ସେଲର କାର୍ଯ୍ୟକ୍ରମ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଦେଶ କଂଗ୍ରେସ ସହ-ପ୍ରଭାରୀ ଖ୍ରୀଷ୍ଟଫର ତିଲକ, ଏଆଇସିସି ସମ୍ପାଦକ ଶରତ ରାଉତ, ବରିଷ୍ଠ କଂଗ୍ରେସ ନେତା ପଂଚାନନ କାନୁନ୍‌ଗୋ, ଏଆଇସିସି ମିଡିଆ ସଂଯୋଜିକା ବବିତା ଶର୍ମା, ସୋସିଆଲ ମିଡିଆ ବିଭାଗ ପ୍ରଭାରୀ ଡ. ସୁମିତ ଦୁବେଙ୍କ ସମେତ ଗଣମାଧ୍ୟମ ବିଭାଗ ସମ୍ପାଦକ ତଥା ମୁଖପାତ୍ର ପ୍ରଶାନ୍ତ ଶତପଥୀ,ମୁଖପାତ୍ର ମନୋରଞ୍ଜନ ଦାଶ,ସୁଦର୍ଶନ ଦାଶ,ରଜନି କୁମାର ମହାନ୍ତି,ସଶ୍ମିତା ବେହେରା,ରଶ୍ମି ମହାପାତ୍ର,ଅପର୍ଣ୍ଣା ଧୀର ସିଂ, ନିଶିକାନ୍ତ ମିଶ୍ର,କୃଷ୍ଣଚନ୍ଦ୍ର ପତି,ସୃତି ରଞ୍ଜନ ଲେଙ୍କା,ରାଜୀବ ପଟ୍ଟନାୟକ,ରବୀନ୍ଦ୍ର ଆଚାର୍ଯ୍ୟ, ଦେବାଶିଷ ଭୂୟାଁ ଏବଂ ପାନେଲିଷ୍ଟ ପଞ୍ଚାନନ ଦାଶ,ଜିନେଶ ଦାଶ,ପୀତବାସ ପଣ୍ଡା,ଝୁନା ପଟ୍ଟନାୟକ,ନଳିନୀ କାନ୍ତ ନାୟକ,ଜୟଶ୍ରୀ ପାତ୍ର, ଗଣମାଧ୍ୟମ ସଂଯୋଜକ ବିରେନ କୁମାର ଦଳାଇ,ହରି ଶଙ୍କର ଜେନା ଓ କିଛି ଜିଲ୍ଲାର ମୁଖ୍ୟ ମୁଖପାତ୍ର ମାନେ ଯୋଗ ଦେଇଥିଲେ।

ବରିଷ୍ଠ ମୁଖପାତ୍ର ଗଣେଶ୍ୱର ବେହେରା,ଦେବାଶିଷ ପଟ୍ଟନାୟକ,ସନ୍ତୋଷ ସିଂ ସାଲୁଜା,ମୁଖପାତ୍ର ହମିଦ ହୁସେନ,ପଦ୍ମାକର ଗୁରୁ,ବରିଷ୍ଠ ଗଣମାଧ୍ୟମ ସଂଯୋଜକ ପ୍ରମୁଖ ଅନୁପସ୍ଥିତ ଥିବା ଜଣାପଡିଛି।ବରିଷ୍ଠ ନେତାଙ୍କ ଅନୁପସ୍ଥିତିକୁ ନେଇ ।ଗଣମାଧ୍ୟମ ବିଭାଗରେ ଫାଟ ଥିବା  ଜଣାପଡୁଛି।





Advertisment

You Might Also Like