+91-7008748499 / 9438844229

dkm3773@gmail.com / bpindialive@gmail.com

Tuesday 8th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

କେନ୍ଦ୍ରୀୟ ଅନୁଦାନ ରାଶିର ପରିମାଣକୁ ନେଇ କେନ୍ଦ୍ର ଓ ରାଜ୍ୟ ସରକାରର ମିଛ ପ୍ରହେଳିକା*

27-Feb-2024




ଭୁବନେଶ୍ୱର,୨୭.୨.୨୪(ଭାପ୍ର) : ଓଡ଼ିଶାକୁ ଆସୁଥିବା କେନ୍ଦ୍ରମନ୍ତ୍ରୀ, ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନେତାମାନେ ବାରମ୍ବାର ବିଭିନ୍ନ ସଭା ସମିତିରେ ଗତ ୯ ବର୍ଷ ଭିତରେ ୧୮ ଲକ୍ଷ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି ବୋଲି କହି 
ନିଜର ବଦାନ୍ୟତା ଦେଖେଇ ହେବା ଓ ଓଡ଼ିଶାର ଜନସାଧାରଣଙ୍କୁ ଏହି ବିଭ୍ରାନ୍ତିକର ତଥ୍ୟ ଦେବା ସହ ଡାହା ମିଛ କହୁଛନ୍ତି  ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପୂର୍ବତନ ଅର୍ଥମନ୍ତ୍ରୀ ତଥା  ବରିଷ୍ଠ ନେତା ଶ୍ରୀ ପଂଚାନନ କାନୁନ୍‌ଗୋ ।

କର ଆଦାୟ ହେବ ଏବଂ କେନ୍ଦ୍ର ସରକାର ଏହି କରକୁ ରାଜ୍ୟମାନଙ୍କ ଭିତରେ 
ଭାଗ ବାଂଟିବେ ବୋଲି ଏହା ସମ୍ବିଧାନରେ ସ୍ପଷ୍ଟ ଉଲ୍ଲେଖ ହୋଇଛି ଏବଂ ରାଜ୍ୟମାନଙ୍କୁ କେତେ ପରିମାଣରେ ଅର୍ଥ ମିଳିବ ଏହାର ନିଷ୍ପତି ଫାଇନାନ୍‌ସ୍ କମିଶନ ନେଇଥାନ୍ତି । କେନ୍ଦ୍ରମନ୍ତ୍ରୀମାନଙ୍କର ବିବୃତି ଆଧାରରେ ଓଡ଼ିଶାକୁ ୯ ବର୍ଷ ମଧ୍ୟରେ ୧୮ ଲକ୍ଷ କୋଟି ଟଙ୍କା, ବର୍ଷକୁ ୨ ଲକ୍ଷ କୋଟି ଟଙ୍କା ମିଳିବା କଥା କହିବା ଡାହାମିଛ ।

 ଓଡ଼ିଶାର ବଜେଟକୁ ଯଦି ଅନୁଧ୍ୟାନ କରାଯାଏ ବାର୍ଷିକ ବଜେଟ ହାରାହାରି ପ୍ରାୟ ଦେଢ଼ଲକ୍ଷ କୋଟି ଟଙ୍କା ହେବ । ଯଦି ଆମର ବାର୍ଷିକ ବଜେଟ ଦେଢ଼ ଲକ୍ଷ କୋଟି ଟଙ୍କା ତେବେ କେନ୍ଦ୍ର ସରକାର ୨ ଲକ୍ଷ କୋଟି ଟଙ୍କା ଅନୁଦାନ ଦେବାର ଘୋଷଣା କେତେଦୂର ଯଥାର୍ଥ? ଶ୍ରୀ  କାନୁନ୍‌ଗୋ ଆହ୍ୱାନ ଦେଇ କହିଥିଲେ ଯେ କେନ୍ଦ୍ର ସରକାର ଓ କେନ୍ଦ୍ର ମନ୍ତ୍ରୀମାନେ ଏହି ୨ ଲକ୍ଷ କୋଟି ଟଙ୍କା କେଉଁ ଅନୁଦାନ ବାବଦରେ ଖର୍ଚ୍ଚ ହୋଇଛି ତାହା ସାର୍ବଜନୀନ କରନ୍ତୁ । ଏହି ଖର୍ଚ୍ଚ କରାଯାଇଥିବା ଅନୁଦାନ ରାଶିର ସିଏଜି ରିପୋର୍ଟ ରାଜ୍ୟବାସୀଙ୍କ ନିକଟରେ ସ୍ପଷ୍ଟ କରନ୍ତୁ ବୋଲି ଦାବି କରି ଶ୍ରୀ କାନୁନ୍‌ଗୋ କହିଥିଲେ ଯେ ରାଜ୍ୟ ସରକାର ମଧ୍ୟ କେନ୍ଦ୍ର ସରକାରଙ୍କ ଠାରୁ ପାଇଥିବା ଅନୁଦାନର ବିନିଯୋଗ ପ୍ରମାଣ ପତ୍ର ରାଜ୍ୟବାସୀଙ୍କ ସାମ୍ନାରେ ଉପସ୍ଥାପନ କରନ୍ତୁ । କେନ୍ଦ୍ର ସରକାର ରେଲୱେ ବଜେଟରେ ଦେଉଥିବା ଅନୁଦାନର ୪୦ ପ୍ରତିଶତ ଅର୍ଥ ଖର୍ଚ୍ଚ ନ ହୋଇ ଫେରିଯାଇଥିବା ନଜିର ରହିଛି ।

ଏହି କେନ୍ଦ୍ର ଓ ରାଜ୍ୟ ସରକାର ଲୋକମାନଙ୍କୁ ଭୁଆଁ ବୁଲାଇବା ପାଇଁ ବିଭିନ୍ନ ତଥ୍ୟ ଉପସ୍ଥାପନ କରନ୍ତି, ଯାହାର ବାସ୍ତବିକତା ନଥାଏ । କଂଗ୍ରେସ ପଚାରୁଥିବା ଏହି ପ୍ରଶ୍ନ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ । ତେଣୁ ମିଳିତ ଭାବେ ଚାଲିଥିବା 
ଉଭୟ ବିଜେଡ଼ି ଓ ବିଜେପି ସରକାର ଏହାର ଉତର ରଖିବେ ବୋଲି ଆମର ବିଶ୍ୱାସ ରହିଛି । ଓଡ଼ିଶାର ଲୋକମାନଙ୍କୁ ଠକିବା ପାଇଁ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡ଼ି ସରକାର ମଧ୍ୟରେ ହୋଇଥିବା ଭିତିରି ବୁଝାମଣା ସଂପର୍କ ଆଜି ଲୋକମାନଙ୍କ ନିକଟରେ ଉନ୍ମୋଚିତ ହୋଇସାରିଛି । ନିକଟରେ ବିଜେପିର ସର୍ବୋଚ୍ଚ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା, ପ୍ରତିକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀ ଓ ନେତାମାନେଓଡ଼ିଶା ଗସ୍ତରେ ଆସିଥିବାବେଳେ ରାଜ୍ୟରେ ଚାଲୁଥିବା ଭ୍ରଷ୍ଟାଚାରି ନବୀନ ପଟ୍ଟନାୟକଙ୍କ ବାବଦରେ ମୁହଁ ଖୋଲି ନାହାନ୍ତି । 

ଗଣମାଧ୍ୟମରେ ପ୍ରସାରିତ ଖବର ଅନୁସାରେ ଏକ ତାରକା ହୋଟେଲରେ ଅମିତ ଶାହା ଓ ଭିକେ ପାଣ୍ଡିଆନଙ୍କ ନିଭୃତ ସାକ୍ଷାତ ବିଜେଡ଼ି ଓ ବିଜେଡ଼ିର ମେଂଟକୁ ବଳ ଯୋଗାଇଛି । ଏଥିରୁ ସ୍ପଷ୍ଟ ପ୍ରମାଣିତ ହୋଇଛି ଯେ ଉଭୟ ଦଳର ଗଠବନ୍ଧନ ସରକାର ଚାଲୁଛି । ଏମାନେ ରାଜ୍ୟରେ କଳି ଓ ଦିଲ୍ଲୀରେ କୋଳାକୋଳି ହୁଅନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଶ୍ରୀ  କାନୁନ୍‌ଗୋ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ସାମାଜିକ ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଅମୀୟ ପାଣ୍ଡବ ମଧ୍ୟ ଉପସ୍ଥିତ ଥିଲେ ।





Advertisment

You Might Also Like