+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ଫେବୃଆରୀ ୨୬ରେ ସଚିବାଳୟ ଘେରିବ କଂଗ୍ରେସ

23-Feb-2024



ଭୁବନେଶ୍ୱର ,୨୩.୨.୨୪(ଭାପ୍ର):- ରାଜ୍ୟରେ ଦୀର୍ଘ ୨୪ବର୍ଷର ଶାସନ କାଳରେ ବିଜେଡି ସରକାର ପ୍ରତ୍ୟେକ କ୍ଷେତ୍ରରେ ବିଫଳ ହୋଇଛନ୍ତି । ରାଜ୍ୟର ସବୁ ବ୍ଲକକୁ ୩୫% ଜଳସେଚନ ସୁବିଧା, କୃଷିଜାତ ଦ୍ରବ୍ୟର ସଂରକ୍ଷଣ, ଧାନର ଅଭାବୀ ବିକ୍ରି ସମସ୍ୟାର ସମାଧାନ, ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ପ୍ରଦାନ କିମ୍ବା ବେକାରୀ ସମସ୍ୟା ସମାଧାନ ଆଦି ସବୁ କ୍ଷେତ୍ରରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି । ଅନ୍ୟପକ୍ଷରେ ୧ଲକ୍ଷ କୋଟି ଟଙ୍କାର ଖଣି ଦୁର୍ନୀତି, ୨୦ ହଜାର କୋଟି ଟଙ୍କାର ଚିଟ୍‌ଫଣ୍ଡ ଦୁର୍ନୀତି, ପାନୀୟଜଳ ଯୋଗାଣରେ ୩୩ ହଜାର କୋଟିର ଠିକା ଦୁର୍ନୀତି, ବିଦ୍ୟୁତ୍ ସେବା ଭିତିଭୂମି ଆଳରେ ୩୫ ହଜାର କୋଟି ଟଙ୍କାର ଦୁର୍ନୀତି ଏବଂ ନାରୀ ନିର୍ଯାତନା ଓ ନାବାଳିକା ଚାଲାଣ ଆଦି ବିଜେଡି ସରକାରଙ୍କ ସଫଳତାର ଫର୍ଦ୍ଦ କହିଲେ ନ ସରେ । ଏସବୁ ଦୁର୍ନୀତି ଓ ଅନ୍ୟାୟ ପ୍ରତିବାଦରେ ଚଳିତମାସ ଫେବୃଆରୀ ୨୬ ତାରିଖ ସୋମବାର ପୂର୍ବାହ୍ନ ୧୧ ଘଟିକାରେ କଂଗ୍ରେସ  ରାଜ୍ୟ ରାଜଧାନୀର ସଚିବାଳୟ (ଲୋକସେବା ଭବନ) ଘେରାଉ କରିବ ବୋଲି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ କହିଛନ୍ତି । 
   ଶୁକ୍ରବାର କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ ଯେ ଗତ ୨୪ବର୍ଷ ହେଲା ବିଜେଡି ସରକାର ଦୁର୍ନୀତିରେ ବୁଡି ରହିଛନ୍ତି । ରାଜ୍ୟର ପ୍ରକୃତ ବିକାଶ କରିବା ପରିବର୍ତେ କେବଳ ନିର୍ବାଚନ ସମୟରେ ବଡ଼ ବଡ଼ ଘୋଷଣା କରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି । କୃଷି କ୍ଷେତ୍ରର ଉପଯୁକ୍ତ ବିକାଶ, ଚାଷଜମିକୁ ଜଳସେଚନ, ବିଧାନସଭାରେ ସର୍ବସମ୍ମତି କ୍ରମେ ହୋଇଥିବା ନିଷ୍ପତି ଅନୁଯାୟୀ ଚାଷୀଙ୍କୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ପ୍ରଦାନ କରିବାରେ ସରକାର ଆନ୍ତରିକତା ଦେଖାଉ ନାହାନ୍ତି । ଅଥଚ ନିର୍ବାଚନ ଆସିଲେ କାଳିଆ ଯୋଜନା କରି ଚାଷୀଙ୍କୁ ପ୍ରତାରଣା କରୁଛନ୍ତି । ଏହା ଦ୍ୱାରା ଗୋଟିଏ ପଟେ ପ୍ରକୃତ ଚାଷୀ ସହାୟତା ପାଇବାରୁ ବଂଚିତ ହେଉଥିବାବେଳେ ଅନ୍ୟପଟେ କୃଷି କ୍ଷେତ୍ରର ବିକାଶ ହୋଇପାରୁନି । କୃଷିଋଣ ସୁଝି ନପାରି ଚାଷୀ ଆତ୍ମହତ୍ୟା କରୁଛନ୍ତି । ବିଜେଡି ସରକାର ମହିଳା ସଶକ୍ତିକରଣ କଥା କହୁଥିବାବେଳେ ରାଜ୍ୟରେ ପ୍ରତିଦିନ ୭ଜଣ ମହିଳା ବଳାତ୍କାରର ଶିକାର ହେଉଛନ୍ତି, ଯେଉଁମାନଙ୍କ ମଧ୍ୟରେ ୪ଜଣ ନାବାଳିକା । ଓଡ଼ିଶାରେ ମହିଳାଙ୍କ ପ୍ରତି ହେଉଥିବା ନିର୍ଯାତନା ଓ ଅପରାଧ ସାରା ଦେଶରେ ସବୁଠାରୁ ଅଧିକ ବୋଲି ଏନ୍‌ସିଆରବି ରିପୋର୍ଟରେ ପ୍ରକାଶ ପାଇଛି । 

● ବିଜେଡି ଓ ବିଜେପିର ବିଫଳତା ଓ ଦୁର୍ନୀତି ବିରୋଧରେ କଂଗ୍ରେସର ଚେତାବନୀ
● ନିର୍ବାଚନ ଆସିଲେ ମିଛ ଘୋଷଣା କରି ଲୋକଙ୍କୁ ଲଲିପପ୍ ଧରାଉଛନ୍ତି ନବୀନ ସରକାର
● ଦୁର୍ନୀତି ଓ ବେରୋଜଗାରୀ ଆଜି ରାଜ୍ୟ ସରକାରଙ୍କ ସଫଳତା ପାଲଟିଛି

 

    ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଭୁଶୁଡ଼ି ପଡିଛି । ପ୍ରାଥମିକ ବିଦ୍ୟାଳୟରୁ ଆରମ୍ଭ କରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ସବୁଠି ହଜାର ହଜାର ପଦବି ଖାଲି ପଡିଛି । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ୫୦%ରୁ ଅଧିକ ଶିକ୍ଷକ ନାହାନ୍ତି । ତେଣୁ ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ପାଇବାରୁ ବଂଚିତ ହେଉଛନ୍ତି । ବହୁ ଶିକ୍ଷିତ ଯୁବକ ଯୁବତୀ ନିଯୁକ୍ତି ନପାଇ ନିରାଶ ହେଉଛନ୍ତି । ପ୍ରତିବର୍ଷ ୨ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଥିବା ସରକାର ବର୍ଷକୁ ୧୦ ହଜାର ନିଯୁକ୍ତି ବି ଦେଉନାହାନ୍ତି । ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗରେ ୨ଲକ୍ଷ ୩୬ ହଜାରରୁ ଅଧିକ ପଦବି ଖାଲି ପଡିଛି । ସ୍ୱାସ୍ଥ୍ୟସେବା କଥା ନ କହିବା ଭଲ । ଆସନ୍ନ ପ୍ରସବା ମହିଳାମାନେ ଖଟିଆରେ ବୁହାହୋଇ ଡାକ୍ତରଖାନା ଆସୁଛନ୍ତି । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରଠାରୁ ଆରମ୍ଭ କରି ଜିଲ୍ଲା ସଦରମହକୁମା ଚିକିତ୍ସାଳୟରେ ବିଭିନ୍ନ ବିଭାଗରେ ଡାକ୍ତର ପଦବି ଖାଲି ପଡିଛି । ଖାଲି ସେତିକି ନୁହେଁ, ଷ୍ଟାଫନର୍ସ, ଟେକ୍‌ନିସିଆନ ଓ ଫାର୍ମାସିଷ୍ଟ ମଧ୍ୟ ନାହାନ୍ତି । ଉଭୟ ବିଜେଡି ଓ ବିଜେପି ସରକାର ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି କାର୍ଯ୍ୟ କରୁଛନ୍ତି । ରାଜ୍ୟର ବିକାଶ କଥା ଚିନ୍ତା ନକରି ସେମାନେ ଲୋକଙ୍କୁ ଭଣ୍ଡାଉଛନ୍ତି । ତେଣୁ ଏହାର ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ହେବାକୁଥିବା ସଚିବାଳୟ ଘେରାଉ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।
     ସେହିପରି ଓଡ଼ିଶାର ଚାଷୀ ମିଛ ପ୍ରତିଶ୍ରୁତି ବଦଳରେ ନ୍ୟାୟ ମାଗୁଛନ୍ତି । ଚାଷଜମିକୁ ଜଳସେଚନ ସୁବିଧା, ଉତ୍ପାଦିତ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଏବଂ କୃଷିଜାତ ଦ୍ରବ୍ୟ ସଂରକ୍ଷିତ ରଖିବା ପାଇଁ ଶୀତଳଭଣ୍ଡାର ପ୍ରତିଷ୍ଠା କରି ସରକାର ଚାଷୀମାନଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଧିକାର ପ୍ରଦାନ କରନ୍ତୁ । ଯାହାକି ଗତ ୨୪ବର୍ଷର ଶାସନ କାଳରେ ନବୀନ ସରକାର ପ୍ରଦାନ କରିବାରେ ବିଫଳ ହୋଇଛନ୍ତି । ଆଶ୍ଚର୍ଯ୍ୟର କଥା ଏ ସରକାର ଗଣମାଧ୍ୟମକୁ ମଧ୍ୟ ସଚିବାଳୟ ପ୍ରବେଶ ଅନୁମତି ଦେଉନାହାନ୍ତି । ଏହା ଦ୍ୱାରା ଗଣମାଧ୍ୟମର କଣ୍ଠରୋଧ କରାଯାଉଛି । କିନ୍ତୁ କଂଗ୍ରେସ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ତା’ର ସଂଗ୍ରାମ ଜାରି ରଖିବ ବୋଲି  ପିସିସି ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଡ.ବିଶ୍ୱରଞ୍ଜନ ମହାନ୍ତି କହିଛନ୍ତି।ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସାମାଜିକ ଗଣମାଧ୍ୟମ ଅଧ୍ୟକ୍ଷ ଶ୍ରୀ ଅମୀୟ ପାଣ୍ଡବ ଉପସ୍ଥିତ ଥିଲେ ।

 





Advertisment

You Might Also Like