+91-7008748499 / 9438844229

dkm3773@gmail.com / bpindialive@gmail.com

Monday 7th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

କଳା ଦିବସ ପାଳିଲେ ଟ୍ରେଡ଼ ୟୁନିଅନ ମିଳିତ ସଂଘ

23-Feb-2024



ଭୁବନେଶ୍ୱର,୨୩.୨.୨୪(ଭାପ୍ର)  ପଞ୍ଜାବ-ହରିୟାଣା ସୀମା ର ଖାନାଉରୀ ଠାରେ ଶାନ୍ତିପୂର୍ଣ୍ଣ ଭାବେ ଶୋଭାଯାତ୍ରା କରୁଥିବା କୃଷକଙ୍କ ଉପରକୁ ରବର ଗୁଳି ମାଡ଼ ଭଳି ବର୍ବର ଆକ୍ରମଣ କୁ ସଂଯୁକ୍ତ କିଷାନ ମୋର୍ଚ୍ଚା, କେନ୍ଦ୍ରୀୟ ଟ୍ରେଡ଼ ୟୁନିୟନ ମାନଙ୍କର ମିଳିତ ମଞ୍ଚ ଏବଂ ସ୍ୱାଧୀନ ଫେଡେରେସନ ସମୁହ,ଓଡିଶା ତରଫରୁ ତୀବ୍ର   ନିନ୍ଦା ଏବଂ ପ୍ରତିବାଦ କରି ଦେଶଵ୍ୟାପୀ ଆହୁତ କଳା ଦିବସ ଡାକରା କୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକ ଠାରେ ବିକ୍ଷୋଭ ସଂଗଠିତ କରି ପାଳନ କରାଯାଇଛି l

    ସହୀଦ ଶୁଭ୍ କରନ୍ ସିଂ (ବୟସ ୨୩ ବର୍ଷ) ଭଟିଣ୍ଡା ଜିଲ୍ଲାର ବାଲନ୍ ଗାଁର ବାସିନ୍ଦା। ବିକ୍ଷୋଭ ରେ ଶୁଭ କରନଙ୍କ ବଳିଦାନ ପାଇଁ ସମ୍ମାନ ର ସହିତ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରି ନୀରବତା ଅବଲମ୍ବନ କରାଯାଇଥିଲା l ଶୋକ ସନ୍ତପ୍ତ ପରିବାର ବର୍ଗ ପ୍ରତି ଆନ୍ତରିକ ସମବେଦନା  ଜ୍ଞାପନ କରାଯାଇଛି l

   ଗତ ୨୧ ଫେବୃଆରୀ ରେ ରବର ଗୁଳିରେ  ଶୁଭ୍ କରନ୍ ସିଂ ନାମକ ପଞ୍ଜାବ ର ଜଣେ  ଆନ୍ଦୋଳନରତ ଯୁବ କୃଷକଙ୍କ ମୃତ୍ୟୁ ଘଟିଛି। ଅନେକ ଆହତ ହୋଇଛନ୍ତି, ୬ଜଣ ଅତି ଗୁରୁତର ଭାବେ ଆହତ ହୋଇଛନ୍ତି l ବହୁ ସଂଖ୍ୟା ରେ ଚାଷୀ ମାନଙ୍କର ଟ୍ରାକ୍ଟର ଭାଙ୍ଗି-ରୁଜି  ଯାଇଛି l 

   ମୋଦୀ ସରକାର  ଆନ୍ଦୋଳନରତ କୃଷକ ଓ ଯୁବକ ମାନଙ୍କୁ ଦେଶର ଶତ୍ରୁ ଭଳି ବ୍ୟବହାର ପ୍ରଦର୍ଶନ  କରୁଥିବାରୁ, ଶ୍ରମିକ, କୃଷକ ଏବଂ କର୍ମଚାରୀ ମାନଙ୍କର ମିଳିତ ମଞ୍ଚ ତରଫରୁ ତୀବ୍ର ପ୍ରତିବାଦ ଏବଂ ନିନ୍ଦା କରାଯାଇଛି । ମୋଦୀ ସରକାର ଦେଶର ଅନ୍ନଦାତା କୃଷକ ମାନଙ୍କ ଉପରେ ସଶସ୍ତ୍ର ଆକ୍ରମଣ କରୁଛନ୍ତି l ଯେଉଁମାନେ କେବଳ ସେମାନଙ୍କ ଉତ୍ପାଦିତ ଦ୍ରବ୍ୟ ର 'ସର୍ବନିମ୍ନ ସହାୟକ ମୂଲ୍ୟ' ପାଇଁ ଆଇନଗତ ଗ୍ୟାରେଣ୍ଟି ପାଇଁ ଦାବି କରୁଛନ୍ତି l ଏମ ଏସ ପି ର ଆଇନଗତ ଗ୍ୟାରେଣ୍ଟି ଦ୍ୱାରା ଦେଶର ଅର୍ଥନୀତି ସୁଦୃଢ ହେବ l

     ବିଜେପି ସରକାର ଦେଶୀୟ କର୍ପୋରେଟ୍ ସଂସ୍ଥା ଏବଂ ବହୁଜାତୀୟ କର୍ପୋରେଟ୍ ମାନଙ୍କର ସ୍ୱାର୍ଥ ସାଧନ କରୁଛନ୍ତି,ଯଦ୍ଵାରା ଏହି କର୍ପୋରେଟ୍   ସଂସ୍ଥାମାନେ ଭାରତୀୟ କୃଷକମାନଙ୍କୁ ଶୋଷଣ କରିବେ । ବିଜେପି ସରକାର "କର୍ପୋରେଟ ମାନଙ୍କ ବିକାଶ"ର ଲକ୍ଷ୍ୟରେ  ଗଭୀର ଭାବରେ ଯୋଡ଼ି ହୋଇ କାମ କରୁଛନ୍ତି l 

    ଗୁଳିକାଣ୍ଡ ପାଇଁ ନିର୍ଦ୍ଦେଶ ଦେଇଥିବା  ପୁଲିସ ମୁଖ୍ୟ ଓ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧ ରେ ତୁରନ୍ତ ଆଇନ ଗତ କାର୍ଯ୍ୟାନୁଷ୍ଠାନ ସହିତ ସମଗ୍ର ଘଟଣା ର 'ନ୍ୟାୟିକ ତଦନ୍ତ' ସର୍ବୋଚ୍ଚ ଅଦାଲତଙ୍କ ତତ୍ୱାବଧନ ରେ କରିବା ପାଇଁ ଶ୍ରମିକ,କୃଷକ ଏବଂ କର୍ମଚାରୀ ମାନଙ୍କର ମିଳିତ ମଞ୍ଚ ତରଫରୁ ଦାବି କରାଯାଇଛି l କୃଷକ ମାନଙ୍କୁ ନ୍ୟାୟ ପ୍ରଦାନ ଦାବି ରେ ଆଗାମୀ 26 ଫେବୃଆରୀ ରେ ଦେଶଵ୍ୟାପୀ ଟ୍ରାକ୍ଟର ପଟୁଆର ସଂଗଠିତ କରିବା ପାଇଁ ଘୋଷଣା କରାଯାଇଛି l

   କଳାପଟି ପରିଧାନ କରି ଆୟୋଜିତ ହୋଇଥିବା ଏହି ବିକ୍ଷୋଭ ରେ ସର୍ବଶ୍ରୀ ଆଶୀଷ କାନୁନଗୋ, ସୁରେଶ ପାଣିଗ୍ରାହୀ,ସୁର ଜେନା,ପ୍ରଦୀପ୍ତ ନାୟକ, ରାଧାକାନ୍ତ ସେଠୀ,ସନ୍ତୋଷ ରଥ,ସତ୍ୟ ପ୍ରକାଶ ନାୟକ,ଭୁବନାନନ୍ଦ ମହାପାତ୍ର,ମହେନ୍ଦ୍ର ପରିଡା, ପରିଡା,ଜ୍ୟୋତି ରଞ୍ଜନ ମହାପାତ୍ର,ନିରଞ୍ଜନ ମହାନ୍ତି,ପରିଲତା ମହାପାତ୍ର,ଅଭିରାମ ବେହେରା, ବଂଶୀଧର ପରିଡା,ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ପ୍ରଭାତ ପାଣିଗ୍ରାହୀ,ଶଙ୍କର ବାରିକ,କୈଳାଶ ପୁହାଣ ଏବଂ ଲକ୍ଷ୍ମୀ ଦୋରା ପ୍ରମୁଖଏହି ବିକ୍ଷୋଭ ର ନେତୃତ୍ୱ ନେଇଥିଲେ l 





Advertisment

You Might Also Like