+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ଗଞ୍ଜାମରେ ପାଣ୍ଡିଆନଙ୍କୁ ଟମାଟୋ ମାଡ଼ ଘଟଣାରେ ସଂପୃକ୍ତ ଯୁବକଙ୍କୁ ବିଜେଡି କର୍ମୀ ଛେଚିଲେ

22-Feb-2024



    

ବ୍ରହ୍ମପୁର,୨୨.୨.୨୪(ଭାପ୍ର):-୫ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ପୁଣି ବିରୋଧ । ଆଜି ଭିକେ ପାଣ୍ଡିଆନଙ୍କୁ ପୁଣି ବିରୋଧ କରାଯିବା ସହ ତାଙ୍କ ଉପରକୁ ଟମାଟୋ ମାଡ଼ ହୋଇଛି । ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଜଣେ ଯୁବକ ପାଣ୍ଡିଆନ୍‌ଙ୍କୁ ଟମାଟୋ ଫିଙ୍ଗିଛନ୍ତି । ଟମାଟୋ ଫିଙ୍ଗିବା ସମୟରେ ସଂପୃକ୍ତ ଯୁବକକୁ ପୋଲିସ ଓ କିଛି ବିଜେଡି କର୍ମୀ ଆୟତ୍ତ କରିଛନ୍ତି । ପରେ ଯୁବକ ଜଣଙ୍କୁ ବିଜେଡି କର୍ମୀମାନେ ନିର୍ଧୂମ ମାଡ଼ ମାରିଛନ୍ତି ।

ଟମାଟ ମାଡ଼ କରିଥିବା ବ୍ୟକ୍ତି ଜଣକ କଂଗ୍ରେସର ବୋଲି କୁହାଯାଉଛି । ପୋଲିସ ଯୁବକକୁ ଉଠାଇ ନେବାବେଳେ ବିଜେଡି କର୍ମୀମାନେ ବିଧା ଗୋଇଠା ମାରୁଥିବା ଦେଖିବାକୁ ମିଳିଛି । ତେବେ ଏଠାରେ ପ୍ରଣ୍ନ ଉଠୁଛି ୫ ଟି  ଅଧ୍ୟକ୍ଷଙ୍କ ଏହି କାର୍ଯ୍ୟକ୍ରମରେ ପୋଲିସ ଉପସ୍ଥିତିରେ ବିଜେଡି ର କର୍ମୀମାନେ କିପରି ଯୁବକଙ୍କୁ ମାଡ଼ ମାରୁଛନ୍ତି ? ଆଇନ୍‌କୁ ହାତକୁ ନେଇ କିପରି ଏପରି ବ୍ୟବହାର କରୁଛନ୍ତି ବିଜେଡି କର୍ମୀ ? ଏପରି ଦୃଶ୍ୟ ରାଜ୍ୟ ଆଇନ୍‌ ଶୃଙ୍ଖଳା ବ୍ୟବସ୍ଥା ଉପରକୁ ଅଙ୍ଗୁଳି ଉଠାଇଛି ।

ଅନ୍ୟପଟେ ସଭା ମଞ୍ଚକୁ ଯାଇ ୫ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ମଞ୍ଚରେ କହିଛନ୍ତି, ଏଠାକୁ ସମ୍ମାନ ସହ ହାତ ମିଶାଇବାକୁ ଆସିଛି । ମୁଁ ଜାଣିଛି ୧୦ ଜଣଙ୍କ ଭିତରେ କିଏ ୨ରୁ ୩ଜଣ ମୋତେ ଅଣ୍ଡା ପକାଇବେ, ଟମାଟୋ ପକାଇବେ, କାଳି ପକାଇବେ, ଏବଂ ଚପଲ ପକାଇବେ । ହେଲେ କିଛି ଅସୁବିଧାନାହିଁ, ମୁଁ ଆସିବି ।

ସୂଚନା ଥାଉ କି, ଗତ ଅଗଷ୍ଟ ମାସ ୧୯ ତାରିଖରେ ୫ ଟି  ସଚିବ ଭି. କେ ପାଣ୍ଡିଆନ୍‌ଙ୍କ ଉପରକୁ କାଳିମାଡ଼ ହୋଇଥିଲା । ପୁରୀ ଜିଲ୍ଲା ସତ୍ୟବାଦୀ ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ ନିକଟ ପଡ଼ିଆରେ ଏହି କାଳିମାଡ଼ କରିଥିଲେ ଜଣେ ଯୁବକ । ସେହି ସମୟରେ ୫ ଟି ସଚିବ ଦାୟିତ୍ୱରେ ଥିଲେ ଭି. କେ ପାଣ୍ଡିଆନ୍‌ ।

ପ୍ରଥମେ କାକଟପୁର, ନିମାପଡ଼ା ପରେ ପୁରୀରେ ମିଶନ ଶକ୍ତି କାର୍ଯ୍ୟକ୍ରମ ଜନଶୁଣାଣିରେ ଯୋଗଦେବା ପରେ ସତ୍ୟବାଦୀ ଗସ୍ତ କରିଥିଲେ ଭି. କେ ପାଣ୍ଡିଆନ୍‌ । ତେବେ ସତ୍ୟବାଦୀ ଗସ୍ତ ବେଳେ ଏହି କାଳିମାଡ଼ ହୋଇଥିଲା ।





Advertisment

You Might Also Like