ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବିଏମସିର ବେଆଇନ ସିଲିଂ ଓ ଉଚ୍ଛେଦ ନୋଟିସ ବିରୋଧରେ ଆମେ ଭୁବନେଶ୍ୱରିଆର ସତ୍ୟାଗ୍ରହମହଙ୍ଗାମାଡ଼ରେ ହନ୍ତସନ୍ତ ସାଧାରଣ ଖାଉଟି: ବିଜେଡିବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନ
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ଓଡ଼ିଶା କଂଗ୍ରେସରେ ଗୋଷ୍ଠୀବାଦ ଓ ଏକଛତ୍ରବାଦ: ସଂଗଠନ ସଜାଡ଼ିବା ବଦଳରେ ବିଭେଦକୁ ପ୍ରୋତ୍ସାହନ!

ଓଡ଼ିଶା କଂଗ୍ରେସରେ ଗୋଷ୍ଠୀବାଦ ଓ ଏକଛତ୍ରବାଦ: ସଂଗଠନ ସଜାଡ଼ିବା ବଦଳରେ ବିଭେଦକୁ ପ୍ରୋତ୍ସାହନ!

ଓଡ଼ିଶା କଂଗ୍ରେସରେ ଗୋଷ୍ଠୀବାଦ ଓ ଏକଛତ୍ରବାଦ: ସଂଗଠନ ସଜାଡ଼ିବା ବଦଳରେ ବିଭେଦକୁ ପ୍ରୋତ୍ସାହନ!

ଓଡ଼ିଶା କଂଗ୍ରେସରେ ଗୋଷ୍ଠୀବାଦ ଓ ଏକଛତ୍ରବାଦ: ସଂଗଠନ ସଜାଡ଼ିବା ବଦଳରେ ବିଭେଦକୁ ପ୍ରୋତ୍ସାହନ!

ଭୁବନେଶ୍ୱର, ୧୪/୧୧(ଭାରତ ପ୍ରସାରଣ): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସ ପ୍ରାୟ ଦୁଇବର୍ଷ ଧରି ଦାୟିତ୍ୱରେ ରହିଥିଲେ ମଧ୍ୟ ଦଳକୁ ସୁଦୃଢ଼ ଓ ସଂଗଠିତ କରିବା ପରିବର୍ତ୍ତେ ନିଜ ପୁଅ ବିଧାୟକ ସାଗର ଦାସଙ୍କ ରାଜନୈତିକ ଭବିଷ୍ୟତକୁ ନେଇ ଆଞ୍ଚଳିକତାବାଦକୁ ପ୍ରୋତ୍ସାହନ ଦେଇ ଦଳ ମଧ୍ୟରେ ବିଭେଦ ସୃଷ୍ଟି କରୁଥିବା ଅଭିଯୋଗ ଉଠୁଛି। ବିଜେଡିର ରାଜ୍ୟସଭା ପ୍ରାର୍ଥୀଙ୍କୁ ସମର୍ଥନ ନେଇ ଦଳ ଭିତରେ ମତଭେଦ ସୃଷ୍ଟି ହେବା ପରେ ରମେଶ ଜେନା, ସୋଫିଆ ଫିର୍ଦ୍ଦୋସ ଓ ଦାଶରଥି ଗମାଙ୍ଗୋଙ୍କ ବିରୋଧୀ ମତକୁ ନେଇ ସେମାନଙ୍କୁ ନିଲମ୍ବନ କରାଯିବା ଘଟଣା ଉପକୂଳ ଅଞ୍ଚଳର ନେତାମାନଙ୍କ ପ୍ରତି ଅବହେଳାର ଆରମ୍ଭ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ସଂଗଠନ ପୁନର୍ଗଠନ ନାମରେ ନିଜ ପସନ୍ଦର ନେତାମାନଙ୍କୁ ଜିଲ୍ଲା ସଭାପତି ଓ ବିଭିନ୍ନ ପଦପଦବିରେ ନିଯୁକ୍ତ କରିବା, ଉପକୂଳ ଅଞ୍ଚଳର ଅନେକ ଅଭିଜ୍ଞ ନେତାଙ୍କୁ ଉପେକ୍ଷା କରି ପଶ୍ଚିମ ଓ ଅନ୍ୟ ଅଞ୍ଚଳକୁ ଅଧିକ ପ୍ରାଧାନ୍ୟ ଦେବା ଏବଂ ବିଶାଳ କମିଟି ଗଠନ କରି ନିଜ ଅନୁଗତମାନଙ୍କୁ ସ୍ଥାନ ଦେବା ଭଳି ପଦକ୍ଷେପ ଦଳରେ ଅସନ୍ତୋଷ ଓ ଗୋଷ୍ଠୀବାଦକୁ ଆହୁରି ତୀବ୍ର କରିଛି ବୋଲି ସମାଲୋଚକମାନେ ମତ ପ୍ରକାଶ କରୁଛନ୍ତି। ଏହି ଆଭ୍ୟନ୍ତରୀଣ ବିଭେଦ ଓ ନେତୃତ୍ୱର ଏକଛତ୍ରବାଦୀ ଆଭିମୁଖ୍ୟ ଯଦି ଜାରି ରହେ, ତେବେ ଆଗାମୀ ପୌର ଓ ପଞ୍ଚାୟତ ନିର୍ବାଚନରେ ଦଳ ପାଇଁ ଯୋଗ୍ୟ ପ୍ରାର୍ଥୀ ଖୋଜିବା ମଧ୍ୟ କଷ୍ଟସାଧ୍ୟ ହୋଇପଡ଼ିବାର ଆଶଙ୍କା ରହିଛି। 

ଅନ୍ୟପକ୍ଷରେ, ପୁଅଙ୍କ ମାଧ୍ୟମରେ ପଶ୍ଚିମ ଓଡ଼ିଶାରେ ‘କୋଶଳ ରାଜ୍ୟ’ ଦାବିକୁ ରାଜନୈତିକ ଭାବେ ଉପଯୋଗ କରି ଆଞ୍ଚଳିକ ଭାବାବେଗରୁ ନେତୃତ୍ୱର ସୁଯୋଗ ଖୋଜାଯାଉଥିବା ନେଇ ମଧ୍ୟ ପ୍ରଶ୍ନ ଉଠୁଛି। ଏକଦା ଓଡ଼ିଶାର ରାଜନୀତିରେ ଦୃଢ଼ ପ୍ରଭାବ ରଖିଥିବା କଂଗ୍ରେସ ଆଜି ଗୋଷ୍ଠୀବିବାଦ, ଆଞ୍ଚଳିକ ଅସନ୍ତୁଳନ ଓ ନେତୃତ୍ୱର ଏକଛତ୍ରବାଦୀ ଶୈଳୀ ଯୋଗୁଁ ନିଜର ରାଜନୈତିକ ଗୁରୁତ୍ୱ ହରାଇବା ଦିଗରେ ଗତି କରୁଛି ବୋଲି ଅନେକଙ୍କ ମତ; ତେଣୁ ଦଳକୁ ବଞ୍ଚାଇବା ପାଇଁ ଆବଶ୍ୟକ ହେଉଛି ଆତ୍ମସମୀକ୍ଷା, ସମସ୍ତ ଅଞ୍ଚଳକୁ ସମାନ ଗୁରୁତ୍ୱ, ଅନ୍ତର୍ଦଳୀୟ ଗଣତନ୍ତ୍ର ଓ ସମୂହ ନେତୃତ୍ୱ ନଚେତ୍ ଆଗାମୀ ନିର୍ବାଚନରେ କଂଗ୍ରେସର ସ୍ଥିତି ଆହୁରି ଦୁର୍ବଳ ହେବାର ଆଶଙ୍କା ଅସ୍ୱୀକାର କରାଯାଇପାରିବ ନାହିଁ।

ସ୍ୱତନ୍ତ୍ର ପ୍ରତିନିଧି

अंतिम अपडेट: 14 नवंबर 2026, 01:00 अपराह्न

← पिछली खबरବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ ସଂଗଠନର ଦାବୀ ଉପରେ ଅଶୋକ ତ୍ରିପାଠୀ କମିଟିର ୧୫ଟି ସୁପାରିଶକୁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି