ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବିଏମସିର ବେଆଇନ ସିଲିଂ ଓ ଉଚ୍ଛେଦ ନୋଟିସ ବିରୋଧରେ ଆମେ ଭୁବନେଶ୍ୱରିଆର ସତ୍ୟାଗ୍ରହମହଙ୍ଗାମାଡ଼ରେ ହନ୍ତସନ୍ତ ସାଧାରଣ ଖାଉଟି: ବିଜେଡିବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନ
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ବିଏମସିର ବେଆଇନ ସିଲିଂ ଓ ଉଚ୍ଛେଦ ନୋଟିସ ବିରୋଧରେ ଆମେ ଭୁବନେଶ୍ୱରିଆର ସତ୍ୟାଗ୍ରହ

ବିଏମସିର ବେଆଇନ ସିଲିଂ ଓ ଉଚ୍ଛେଦ ନୋଟିସ ବିରୋଧରେ ଆମେ ଭୁବନେଶ୍ୱରିଆର ସତ୍ୟାଗ୍ରହ

ବିଏମସିର ବେଆଇନ ସିଲିଂ ଓ ଉଚ୍ଛେଦ ନୋଟିସ ବିରୋଧରେ ଆମେ ଭୁବନେଶ୍ୱରିଆର ସତ୍ୟାଗ୍ରହ

ବିଏମସିର ବେଆଇନ ସିଲିଂ ଓ ଉଚ୍ଛେଦ ନୋଟିସ ବିରୋଧରେ ଆମେ ଭୁବନେଶ୍ୱରିଆର ସତ୍ୟାଗ୍ରହ

ଭୁବନେଶ୍ୱର, ୧୩/୧୧(ଭାରତ ପ୍ରସାରଣ): ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଦ୍ୱାରା ଆବାସିକ ଗୃହରେ ଚାଲୁଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ଦିଆଯାଇଥିବା ବେଆଇନ ସିଲିଂ ଓ ଉଚ୍ଛେଦ ନୋଟିସ ବିରୋଧରେ ଆଜି ପୁନର୍ବାର ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଆମେ ଭୁବନେଶ୍ୱରିଆ ସଂଗଠନ ତରଫରୁ ଅନିର୍ଦ୍ଧିଷ୍ଟ କାଳୀନ ସତ୍ୟାଗ୍ରହ ଆରମ୍ଭ ହୋଇଛି।
ଆମେ ଭୁବନେଶ୍ୱରିଆ ସଂଗଠନ ପକ୍ଷରୁ ଆଣିଥିବା ଅଭିଯୋଗ ଅନୁସାରେ, ବିଏମସି କର୍ତ୍ତୃପକ୍ଷ ଜବରଦସ୍ତ ଭାବେ ପାଣି ଯୋଗାଣ କାଟିବା ସହ କର୍ମଚାରୀମାନେ ବାସିନ୍ଦାଙ୍କ ସହ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ମଧ୍ୟ ଉଠିଛି। ଗତ ଅକ୍ଟୋବର ମାସରେ ଏହି ପ୍ରସଙ୍ଗକୁ ନେଇ ଆମେ ଭୁବନେଶ୍ୱରିଆ ତରଫରୁ ଏକ ସତ୍ୟାଗ୍ରହ ହୋଇଥିଲା। ତେବେ ସିଲିଙ୍ଗ ନୋଟିସ ପ୍ରତ୍ୟାହାର ହୋଇନଥିବାରୁ ଆଜି ପୁନର୍ବାର ସତ୍ୟାଗ୍ରହ ଆରମ୍ଭ କରାଯାଇଛି। ଆମେ ଭୁବନେଶ୍ୱରିଆ ଆବାହକ ବାସୁଦେବ ଭଟ୍ଟ ଓ ଉପଦେଷ୍ଟା ଅନିଲ ମାହାଲିକ ଆମରଣ ଅନଶନରେ ବସିଛନ୍ତି l ଦୁହିଁଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଅଛି l 

ଭୁବନେଶ୍ୱର ସହରର ଆବାସିକ ଅଞ୍ଚଳରେ ଚାଲୁଥିବା ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ବିଏମସି ଦ୍ୱାରା ସିଲିଂ ଓ ଉଚ୍ଛେଦ ନୋଟିସ ଦିଆଯିବା ପରେ ବାସିନ୍ଦାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ନୋଟିସ ତୁରନ୍ତ ପ୍ରତ୍ୟାହାର ଓ ସିଲିଂ କାର୍ଯ୍ୟ ବନ୍ଦ କରିବା ଦାବିରେ ଆବାହକ ବାସୁଦେବ ଭଟ୍ଟଙ୍କ ନେତୃତ୍ୱରେ ଆମେ ଭୁବନେଶ୍ୱରିଆ ମାଧ୍ୟମରେ ଭୁବନେଶ୍ୱର ବାସିନ୍ଦା ଏକାଠି ହୋଇଛନ୍ତି।

ସତ୍ୟାଗ୍ରହରେ ପୂର୍ବତନ ମନ୍ତ୍ରୀ ସୁର ରାଉତରାୟ, ଅଶୋକ ଚନ୍ଦ୍ର ପଣ୍ଡା, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ମନ୍ମଥ ରାଉତରାୟ ପ୍ରମୁଖ ସାମିଲ ହୋଇଛନ୍ତି। ୨୦୦୦ରୁ ଅଧିକ ଭୁବନେଶ୍ୱର ବାସିନ୍ଦା ଧାରଣାରେ ଯୋଗଦାନ କରି ସମର୍ଥନ ଦେଇଛନ୍ତି। ଆଜି ବିଜେଡି ଭୁବନେଶ୍ୱର ସଭାପତି ତଥା ପୂର୍ବତନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ କୁମାର ରାଉତ ଯୋଗଦାନ କରି ସତ୍ୟାଗ୍ରହକୁ ସମର୍ଥନ କରିଛନ୍ତି।
ସନ୍ଧ୍ୟା ୬.୦୦ ଘଟିକା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଦେଖା ଦେଇନଥିବା କିମ୍ବା ବିଏମସି ପକ୍ଷରୁ କୌଣସି ଆଲୋଚନା ହୋଇନଥିବାରୁ ସତ୍ୟାଗ୍ରହ ଚାଲୁ ରହିଛି। ସତ୍ୟାଗ୍ରହର ନେତୃତ୍ୱ ନେଇଥିବା ବ୍ୟକ୍ତିମାନଙ୍କ ମଧ୍ୟରେ ଅଳତାଫ ଅଲ୍ଲୀ, ବିଶ୍ୱଜିତ ଘୋଷ, ସଂଜୀବ ମହାନ୍ତି, ଅଶୋକ ପାଇକରାୟ, ଦୁର୍ଗା ରାଉତରାୟ, ପ୍ରଦୀପ ସାହୁ, ପ୍ରଣବ ସ୍ୱାଇଁ, ସୁବ୍ରତ ଆଚାର୍ଯ୍ୟ, ବନୋଜ ପ୍ରଧାନ, ହରେକୃଷ୍ଣ ପତି, ମଧୁସୂଦନ ପଣ୍ଡା, ସନତ ଜି, ଆଶିଷ ପଟ୍ଟନାୟକ, ରାମକୃଷ୍ଣ ଦାଶ, ରାଜେଶ ସାହୁ, ନିରୁପମା ସାହୁ, ପିନାକୀନୀ ସାହୁ, ସବିତା ସାହୁ, ସତ୍ୟଜିତ ଦାଶ, ଇତିଶ୍ରୀ ସେନାପତି, ସଞ୍ଜୟ ଦାସ, ମହମଦ ଷୌଧ, ପ୍ରଶାନ୍ତ ମାର୍ଥା ଓ ମୁରଲୀ କ୍ରିଷ୍ଣା ପ୍ରମୁଖ ନେତୃତ୍ୱ ଅଛନ୍ତି।

← पिछली खबरମହଙ୍ଗାମାଡ଼ରେ ହନ୍ତସନ୍ତ ସାଧାରଣ ଖାଉଟି: ବିଜେଡିअगली खबर →ଦରଦାମ ବୃଦ୍ଧି ନିୟନ୍ତ୍ରଣରେ ସରକାର ବିଫଳ: କଂଗ୍ରେସ