ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବିଏମସିର ବେଆଇନ ସିଲିଂ ଓ ଉଚ୍ଛେଦ ନୋଟିସ ବିରୋଧରେ ଆମେ ଭୁବନେଶ୍ୱରିଆର ସତ୍ୟାଗ୍ରହମହଙ୍ଗାମାଡ଼ରେ ହନ୍ତସନ୍ତ ସାଧାରଣ ଖାଉଟି: ବିଜେଡିବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନ
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ମହଙ୍ଗାମାଡ଼ରେ ହନ୍ତସନ୍ତ ସାଧାରଣ ଖାଉଟି: ବିଜେଡି

ମହଙ୍ଗାମାଡ଼ରେ ହନ୍ତସନ୍ତ ସାଧାରଣ ଖାଉଟି: ବିଜେଡି

ମହଙ୍ଗାମାଡ଼ରେ ହନ୍ତସନ୍ତ ସାଧାରଣ ଖାଉଟି: ବିଜେଡି

ମହଙ୍ଗାମାଡ଼ରେ ହନ୍ତସନ୍ତ ସାଧାରଣ ଖାଉଟି: ବିଜେଡି

  • ଡବଲ ଇଞ୍ଜିନ ସରକାର ଓଡ଼ିଶାରେ ଦରଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ
  • ରୋଜଗାର ଓ ଖର୍ଚ୍ଚରେ ସନ୍ତୁଳନ ହରାଇ ଚାପଗ୍ରସ୍ତ ଓଡ଼ିଶାବାସୀ

ଭୁବନେଶ୍ୱର, ୧୩/୧୧(ଭାରତ ପ୍ରସାରଣ ): ଡବଲ ଇଞ୍ଜିନ ସରକାର ରାଜ୍ୟରେ ଦରବୃଦ୍ଧି ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବାରୁ ସାଧାରଣ ଖାଉଟିଙ୍କ ରୋଜଗାର ଓ ଖର୍ଚ୍ଚ ଦିନକୁ ଦିନ ଅସନ୍ତୁଳିତ ହୋଇପଡୁଛି । ଯାହାଫଳରେ ଚାପଗ୍ରସ୍ତ ହେଉଛନ୍ତି ସାଧାରଣ ଖାଉଟି । ଆଜି ଏକ ପ୍ରେସ ବିବୃତି ମାଧ୍ୟମରେ ଦଳର ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, କେନ୍ଦ୍ର ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଅକ୍ଟୋବର ୨୦୨୬ରେ ଓଡ଼ିଶାର ଖୁଚୁରା ମୁଦ୍ରାସ୍ଫୀତି ୭.୧୭%ରେ ପହଞ୍ଚିଛି, ଯାହା ଜାତୀୟ ହାରାହାରି ୬.୦୯% ଠାରୁ ବହୁତ ଅଧିକ । ଏହା ବଡ଼ ରାଜ୍ୟମାନଙ୍କ ମଧ୍ୟରେ ୫ମ ସର୍ବୋଚ୍ଚ ସ୍ଥାନରେ ଅଛି । ଗ୍ରାମାଞ୍ଚଳରେ ଏହା ୭.୭୪% ଏବଂ ସହରାଞ୍ଚଳରେ ୫.୬୩% ରହିଛି । ରାଜ୍ୟର ଗ୍ରାମୀଣ ପରିବାର ଅଧିକ ଭାବରେ ପ୍ରଭାବିତ ହେଉଛନ୍ତି । ଖାଦ୍ୟ ଦ୍ରବ୍ୟର ଦରବୃଦ୍ଧି ହିଁ ଏହାର ମୁଖ୍ୟ କାରଣ । ପିଆଜର ଦାମ୍ ପ୍ରାୟ ୧୧୬% ବୃଦ୍ଧି ପାଇଛି, ରସୁଣ ୬୧% ଏବଂ ଲେମ୍ବୁ ୪୭% ବୃଦ୍ଧି ପାଇଛି । ଜାତୀୟ ସ୍ତରରେ ଖାଦ୍ୟ ମୁଦ୍ରାସ୍ଫୀତି ସେପ୍ଟେମ୍ବର ମାସରେ ୭.୭୪% ଥିବାବେଳେ ଅକ୍ଟୋବର ମାସରେ ଏହା ବୃଦ୍ଧି ପାଇ ୮.୯୪%ରେ ପହଞ୍ଚିଛି । ଏହା ସାଧାରଣ ଲୋକଙ୍କ ରୋଜଗାର ଉପରେ ଚାପ ସୃଷ୍ଟି କରିଛି ।
ବିଜେପି ସରକାର “ଡବଲ ଇଞ୍ଜିନ, ଡବଲ ବିକାଶ” କହି ଲୋକଙ୍କୁ ଆଶା ଦେଇଥିଲେ । କିନ୍ତୁ ବାସ୍ତବରେ ଏହା “ଡବଲ ପ୍ରତାରଣା” ହୋଇଛି । ଗତ ୨ ବର୍ଷରେ ଓଡ଼ିଶାର ମୁଦ୍ରାସ୍ଫୀତି ବାରମ୍ୱାର ଜାତୀୟ ହାରାହାରି ଠାରୁ ଅଧିକ ରହିଛି । ସେପ୍ଟେମ୍ୱରରେ ୬.୭୧% ଥିଲା, ଯାହା ଅକ୍ଟୋବରରେ ଆହୁରି ବଢ଼ିଛି । ଏହା ଦେଖାଏ ଯେ ସରକାର ନିୟନ୍ତ୍ରଣ ପାଇଁ କୌଣସି ପ୍ରଭାବଶାଳୀ ପଦକ୍ଷେପ ନେଇନାହାନ୍ତି । ତୁରନ୍ତ ଖାଦ୍ୟ ଦ୍ରବ୍ୟର ଦରବୃଦ୍ଧି ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉ । ଗ୍ରାମାଞ୍ଚଳର ଲୋକଙ୍କୁ ସହାୟତା ପ୍ରଦାନ କରାଯାଉ । ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସକ୍ରିୟ ହୋଇ କାର୍ଯ୍ୟ କରୁ । ସାଧାରଣ ଜନତାର ଦୁଃଖକୁ ଅଣଦେଖା କରି କେବଳ ପ୍ରଚାର କରିବା ପରିବର୍ତ୍ତେ, ବିଜେପି ସରକାର ପ୍ରତିବଦ୍ଧତାର ସହ ଲୋକଙ୍କ କଷ୍ଟ ଦୂର କରନ୍ତୁ ।
← पिछली खबरମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ୨୦୨୩ ବ୍ୟାଚ୍ ଓଡ଼ିଶା ଅର୍ଥ ସେବା ଅଧିକାରୀअगली खबर →ବିଏମସିର ବେଆଇନ ସିଲିଂ ଓ ଉଚ୍ଛେଦ ନୋଟିସ ବିରୋଧରେ ଆମେ ଭୁବନେଶ୍ୱରିଆର ସତ୍ୟାଗ୍ରହ