ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବିଏମସିର ବେଆଇନ ସିଲିଂ ଓ ଉଚ୍ଛେଦ ନୋଟିସ ବିରୋଧରେ ଆମେ ଭୁବନେଶ୍ୱରିଆର ସତ୍ୟାଗ୍ରହମହଙ୍ଗାମାଡ଼ରେ ହନ୍ତସନ୍ତ ସାଧାରଣ ଖାଉଟି: ବିଜେଡିବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନ
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ସୁରଭି-୨୦୨୬ ର ଦ୍ୱିତୀୟ ଦିନରେ ‘ମିଟ୍ ଦି ପର୍ସନାଲିଟି’, ମଡେଲ୍ ସଂସଦ ର ଆୟୋଜନ

ସୁରଭି-୨୦୨୬ ର ଦ୍ୱିତୀୟ ଦିନରେ ‘ମିଟ୍ ଦି ପର୍ସନାଲିଟି’, ମଡେଲ୍ ସଂସଦ ର ଆୟୋଜନ

ସୁରଭି-୨୦୨୬ ର ଦ୍ୱିତୀୟ ଦିନରେ ‘ମିଟ୍ ଦି ପର୍ସନାଲିଟି’, ମଡେଲ୍ ସଂସଦ ର ଆୟୋଜନ

ସୁରଭି-୨୦୨୬ ର ଦ୍ୱିତୀୟ ଦିନରେ ‘ମିଟ୍ ଦି ପର୍ସନାଲିଟି’, ମଡେଲ୍ ସଂସଦ ର ଆୟୋଜନ

ଭୁବନେଶ୍ବର, ୧୩/୧୧(ଭାରତ ପ୍ରସାରଣ): ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ ଅବସରରେ ଆଜି ଦ୍ବିତୀୟ ଦିନରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହାଇସ୍କୁଲ, ୟୁନିଟ୍-୩ ପରିସରରେ ‘ମିଟ୍ ଦି ପର୍ସନାଲିଟି’ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିତ୍ୱମାନେ ଯୋଗଦେଇ ନିଜ ଜୀବନର ଅନୁଭୂତି, ସଂଘର୍ଷ ଓ ସଫଳତାର କାହାଣୀ ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ । କାର୍ଯ୍ୟକ୍ରମରେ ସମ୍ ହସ୍ପିଟାଲର ସିନିୟର କନ୍ସଲଟାଣ୍ଟ-ନ୍ୟୁରୋଲୋଜିଷ୍ଟ ପ୍ରଫେସର ସୂର୍ଯ୍ୟପ୍ରକାଶ ଏସ୍. ଚୌଧୁରୀ, ଡିଏନ୍ ଗ୍ରୁପ୍‌ର ଉପାଧ୍ୟକ୍ଷା ରତ୍ନମାଳା ସ୍ୱାଇଁ ଏବଂ ଓଡ଼ିଶା ପୋଲିସର ଏଡିଜିପି ଡଃ ସୌମେନ୍ଦ୍ର ପ୍ରିୟଦର୍ଶୀ ନିଜର ଅଭିଜ୍ଞତା ଓ ଜୀବନଯାତ୍ରା ବିଷୟରେ ଆଲୋକପାତ କରିଥିଲେ ।

ଉଚ୍ଚ ମାଧ୍ୟମିକ ନିର୍ଦ୍ଦେଶିକ ନିୟତି ପଟ୍ଟନାୟକ ଏହି ଅଧିବେଶନରେ ସ୍ବାଗତ ଅଭିଭାଷଣ ପ୍ରଦାନ କରିଥିଲେ । ପରେ ଛାତ୍ରଛାତ୍ରୀମାନେ ଅତିଥିମାନଙ୍କ ସହ ସିଧାସଳଖ ଭାବବିନିମୟ କରିଥିଲେ । ଏଥିସହ ଆଜି ମଡେଲ୍ ସଂସଦ ଆୟୋଜିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କ ମଧ୍ୟରେ ଗଣତାନ୍ତ୍ରିକ ମୂଲ୍ୟବୋଧ, ନେତୃତ୍ୱ ଦକ୍ଷତାର ବିକାଶ ଉଦ୍ଦେଶ୍ୟରେ ମଡେଲ୍ ସଂସଦ ଆୟୋଜନ କରାଯାଇଥିଲା। ଏହା ମାଧ୍ୟମରେ ସେମାନେ ଗଣତାନ୍ତ୍ରିକ ବ୍ୟବସ୍ଥା, ଯୁକ୍ତିସଙ୍ଗତ ଆଲୋଚନା, ମତପ୍ରକାଶର ସ୍ୱାଧୀନତା ଏବଂ ସାମୂହିକ ନିଷ୍ପତ୍ତି ଗ୍ରହଣର ଗୁରୁତ୍ୱ ସମ୍ପର୍କରେ ଅନୁଭୂତି ହାସଲ କରିଥିଲେ ।

ନାଚଗୀତ, ଖେଳକୁଦ ସମେତ ଅନେକ ପ୍ରତିଯୋଗିତାରେ ଭାଗ ନେଉଛନ୍ତି ଛାତ୍ରଛାତ୍ରୀ । ସେହିପରି ଆଜି ଦ୍ବିତୀୟ ଦିନରେ ପ୍ରାୟ ୨୫୦୦ ଛାତ୍ରଛାତ୍ରୀଙ୍କୁ ସ୍ଥାନୀୟ ପରିଦର୍ଶନରେ ନିଆଯାଇଛି । ନନ୍ଦନକାନନ, କଳାଭୂମୀ, ଖଣ୍ଡଗିରି, ଧଉଳି, ଜନଜାତୀୟ ସଂଗ୍ରହାଳୟ, ରାଜ୍ୟ ସଂଗ୍ରହାଳୟ, ମିଶନ ଶକ୍ତି ବଜାର, ଆନନ୍ଦବନ, ଓଡ଼ିଶା ବିଧାନସଭା, ବିମାନବନ୍ଦର, କଳିଙ୍ଗ ଷ୍ଟାଡ଼ିୟମ ଭଳି ଅନେକ ସ୍ଥାନକୁ ପିଲାମାନଙ୍କୁ ପରିଭ୍ରମଣରେ ନିଆଯାଇଥିଲା ।
ପ୍ରଥମ ଦିନରେ ଅନେକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଭିନ୍ନକ୍ଷମ ଶିକ୍ଷାର୍ଥୀମାନଙ୍କ ପାଇଁ ସଙ୍ଗୀତ ପ୍ରତିଯୋଗିତା, ଚତୁର୍ଥରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ବକ୍ତୃତା ପ୍ରତିଯୋଗିତା, ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସୃଜନଶୀଳ ଲେଖନ ଓ ପ୍ରବନ୍ଧ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା । ପ୍ରାୟ ୩୨ ଜଣ ଛାତ୍ରଛାତ୍ରୀଙ୍କୁ ଆଜି ପୁରସ୍କୃତ କରାଯାଇଛି । 




← पिछली खबरଆମେ ଭୁବନେଶ୍ୱରିଆ ଦୁଇଦିନିଆ ଆମରଣ ଅନଶନ ପ୍ରତ୍ୟାହାରअगली खबर →ବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ ସଂଗଠନର ଦାବୀ ଉପରେ ଅଶୋକ ତ୍ରିପାଠୀ କମିଟିର ୧୫ଟି ସୁପାରିଶକୁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି