ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତି

ବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଏବଂ ପିସିସି ସଭାପତି

ବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତି

ବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଏବଂ ପିସିସି ସଭାପତି

ଭୁବନେଶ୍ୱର, ୭/୧୧(ଭାରତ ପ୍ରସାରଣ): ବନ୍ୟା ଦୁର୍ଗତ ଗଞ୍ଜାମ ଗଜପତି ଓ କନ୍ଧମାଳର ଲୋକ ମାନଙ୍କ ପ୍ରତି ସମବେଦନା ଜଣାଇ ଦୀପାବଳୀ ପାଳନ କରିବେ ନାହିଁ ବୋଲି ବିଜୁ ଜନତା ଦଳ ସଭାପତି ତଥା ପୂର୍ବତନ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପିସିସି ସଭାପତି ଭକ୍ତ ଚରଣ ଦାସ ନିଷ୍ପତ୍ତି ନେଇଛନ୍ତି ବୋଲି ଉଭୟ ବିଜେଡି ଓ କଂଗ୍ରେସର ଦଳର ଗଣମାଧ୍ୟମ ବିଭାଗ ପକ୍ଷରୁ ପ୍ରେସ ବିଜ୍ଞପ୍ତି ଜରିଆରେ ପ୍ରକାଶ କରାଯାଇଛି। ଉଭୟ ଶ୍ରୀ ପଟ୍ଟନାୟକ ଓ ଶ୍ରୀ ଦାସ ମଧ୍ୟ ସାମାଜିକ ଗଣମାଧ୍ୟମରେ ଏହା ପ୍ରକାଶ କରିଛନ୍ତି।

ଅର୍ଣ୍ଣବ ବାତ୍ୟା ଜନିତ ବନ୍ୟା ଯୋଗୁଁ ଗଞ୍ଜାମ ଓ ଗଜପତି ରେ ନାହିଁ ନ ଥିବା କ୍ଷତି ହୋଇଛି। ଲୋକ ମାନେ ଅକଥନୀୟ ଦୁଃଖ ରେ ଅଛନ୍ତି।କନ୍ଧମାଳ ରେ ଭୁସ୍କଳନ ଯୋଗୁଁ ମାଟି ତଳେ ଚାପି ହୋଇଥିବା ନିଖୋଜ ସବୁ ଲୋକ ଙ୍କୁ ଏ ପର୍ଯ୍ୟନ୍ତ ଉଦ୍ଧାର କରାଯାଇ ପାରିନାହିଁ। ତେଣୁ ଲୋକଙ୍କ ଏ ଦୁଃଖ ସମୟ ରେ ଦୀପାବଳୀ ପାଳନ କରିବେ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ସୂଚନା ଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ରହିଛନ୍ତି ଏବଂ ଗଞ୍ଜାମର ବନ୍ୟା କ୍ଷତି ଗ୍ରସ୍ତ ଅଞ୍ଚଳ ବୁଲି ଦେଖିବା ସହ ଉଦ୍ବେଗ ପ୍ରକାଶ କରି ମୃତ ବ୍ୟକ୍ତିଙ୍କ ପରିବାରଙ୍କୁ ଏବଂ ବନ୍ୟା କ୍ଷତିଗ୍ରସ୍ତଙ୍କୁ ତୁରନ୍ତ ସହାୟତା ପାଇଁ ଦାବି କରିଛନ୍ତି।

ସେହିପରି ପିସିସି ସଭାପତି ଶ୍ରୀଦାସ କଂଗ୍ରେସ ଟିମ୍ ସହିତ ଗତ ୩ ଦିନ ଧରି ବନ୍ୟା ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲା ପରିଦର୍ଶନ କରି ଲୋକଙ୍କ ଦୁର୍ଦ୍ଦଶାକୁ ଅତି ନିକଟରୁ ଦେଖି ଉଦ୍ବେଗ ପ୍ରକାଶ କରିବା ସହ ଅତ୍ୟନ୍ତ ଦୁଃଖଦାୟକ ଏବଂ ଅବର୍ଣ୍ଣନୀୟ ବୋଲି କହିଛନ୍ତି । ସେ କହିଛନ୍ତି ଅନେକ ଲୋକଙ୍କ ପ୍ରାଣହାନୀ ଘଟିଥିବା ବେଳେ ଆଜି ପର୍ଯ୍ୟନ୍ତ ୭ ଜଣ ବ୍ୟକ୍ତିଙ୍କ ଶବ ମଧ୍ୟ ଠାବ ହୋଇପାରିନାହିଁ । ଲୋକମାନେ ନିଜର ଜୀବିକା ଓ ବାସ ହରାଇ ଅସହାୟ ହୋଇପଡ଼ିଛନ୍ତି । ତେଣୁ ଏପରି ଦୁର୍ଦ୍ଦିନ ସମୟର ଦୀପାବଳି ପାଳନ କରିବାର କୌଣସି ପ୍ରଶ୍ନ ଉଠୁନାହିଁ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି। ଏହି ଅବସରରେ ସେ ଦୀପାବଳୀ ଉତ୍ସବକୁ ନିରାଡମ୍ବର ଭାବରେ ପାଳନ କରିବା ସହ ପ୍ରଭାବିତ ଲୋକଙ୍କ ଦୁଃଖ ଲାଘବ ପାଇଁ ତଥା ବନ୍ୟାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ଆତ୍ମାର ସଦଗତି ନିମନ୍ତେ ଦୀପଦାନ କରିବାକୁ ସମସ୍ତ କଂଗ୍ରେସ କାର୍ଯ୍ୟକର୍ତ୍ତାଙ୍କୁ ଅନୁରୋଧ କରିଛନ୍ତି ଏବଂ ବନ୍ୟା ପ୍ରଭାବିତ ଲୋକମାନଙ୍କୁ ଯଥାସମ୍ଭବ ସହାୟତା କରିବାକୁ ଆଗେଇ ଆସିବା ନିମନ୍ତେ ସମସ୍ତ ଓଡ଼ିଶା ବାସୀଙ୍କୁ ବିନମ୍ର ନିବେଦନ କରିଛନ୍ତି । ଏହି କଠିନ ସମୟରେ ସମସ୍ତ ବନ୍ୟା ପ୍ରଭାବିତଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରିବା ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ଶ୍ରୀ ଦାସ।
← पिछली खबरବାତ୍ୟା ‘ଅର୍ଣ୍ଣବ’ର ମୃତ୍ୟୁ ହୋଇଥିବା ବ୍ୟକ୍ତିଙ୍କ ପରିବାରଙ୍କ ପାଇଁ ୨୦ ଲକ୍ଷ ଟଙ୍କାର ସହାୟତା ଦାବି କଲେ ଭକ୍ତअगली खबर →ଗୋଲକ ମହାପାତ୍ରଙ୍କ ଜନ୍ମଦିନକୁ ସେବାର ଉତ୍ସବରେ ପରିଣତ କଲେ ସମର୍ଥକ ଓ ଶୁଭେଚ୍ଛୁମାନେ