ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବିଏମସିର ବେଆଇନ ସିଲିଂ ଓ ଉଚ୍ଛେଦ ନୋଟିସ ବିରୋଧରେ ଆମେ ଭୁବନେଶ୍ୱରିଆର ସତ୍ୟାଗ୍ରହମହଙ୍ଗାମାଡ଼ରେ ହନ୍ତସନ୍ତ ସାଧାରଣ ଖାଉଟି: ବିଜେଡିବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନ
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ ସଂଗଠନର ଦାବୀ ଉପରେ ଅଶୋକ ତ୍ରିପାଠୀ କମିଟିର ୧୫ଟି ସୁପାରିଶକୁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ ସଂଗଠନର ଦାବୀ ଉପରେ ଅଶୋକ ତ୍ରିପାଠୀ କମିଟିର ୧୫ଟି ସୁପାରିଶକୁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ ସଂଗଠନର ଦାବୀ ଉପରେ
ଅଶୋକ ତ୍ରିପାଠୀ କମିଟିର ୧୫ଟି ସୁପାରିଶକୁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ବିଭିନ୍ନ ଶିକ୍ଷକ ଓ ଅଣଶିକ୍ଷକ ସଂଗଠନର ଦାବୀ ଉପରେ ଅଶୋକ ତ୍ରିପାଠୀ କମିଟିର ୧୫ଟି ସୁପାରିଶକୁ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି

ଭୁବନେଶ୍ୱର, ୧୩/୧୧(ଭାରତ ପ୍ରସାରଣ): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତଥା ଉଚ୍ଚ ଶିକ୍ଷା ବିଭାଗ ଅଧିନରେ ଥିବା ସରକାରୀ ଶିକ୍ଷାନୁଷ୍ଠାନ, ବେସରକାରୀ ଅନୁଦାନ ପ୍ରାପ୍ତ ଓ ଅଣଅନୁଦାନ ପ୍ରାପ୍ତ ବେସରକାରୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟରତ ଶିକ୍ଷକ, ଅଧ୍ୟାପକ ଏବଂ କର୍ମଚାରୀ ସଂଘମାନଙ୍କର ବିଭିନ୍ନ ପ୍ରକାର ଦାବୀ ସମୂହର ଅନୁଶୀଳନ ନିମନ୍ତେ  ଅଶୋକ କୁମାର ତ୍ରିପାଠୀ, ଭାରତୀୟ ପ୍ରଶାସନିକ ସେବା (ଅବସର ପ୍ରାପ୍ତ) ଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରାଯାଇଥିଲା । ଉକ୍ତ କମିଟିର ସୁପାରିଶକୁ ସଂପୃକ୍ତ ବିଭାଗଦ୍ୱୟ ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରିଛନ୍ତି । ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଏ ବିଷୟରେ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ୧୫ ଗୋଟି ସୁପାରିଶକୁ କାର୍ଯ୍ୟକାରୀ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

  • ନିଷ୍ପତି ଗୁଡ଼ିକ:
୧. ୨୦୧୩ ସରକାରୀ ବ୍ଲକ ଗ୍ରାଣ୍ଟର ଅନୁଦାନରୁ ବଞ୍ଚିତ ୧୯୪ଟି ଉଚ୍ଚ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନଭୁକ୍ତ କରିବା ।
୨. ସରକାରୀ ସ୍କୁଲରେ ପାର୍ଟ-ଟାଇମ୍ କଳା, ସଂଗୀତ ଓ କ୍ରୀଡ଼ା ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକ ୧୦ ହଜାର ଟଙ୍କାରୁ ୧୬ ହଜାର ଟଙ୍କାକୁ ବୃଦ୍ଧି କରିବା ।
୩. ୬ ବର୍ଷ ପୂରଣ କରି ୨୦୨୨ ମସିହାରେ ନିୟମିତ ହୋଇଥିବା ସରକାରୀ ମାଧ୍ୟମିକ ବିଦ୍ୟାଳୟ TGT ଓ PET ଶିକ୍ଷକମାନଙ୍କୁ ବକେୟା ଦରମା ପ୍ରଦାନ କରିବା।

୪. ପ୍ରାଥମିକ ଶିକ୍ଷକମାନଙ୍କର ନିୟମିତ ପଦୋନ୍ନତି କରିବା । 

୫. ୨୦୧୬ରୁ ୨୦୧୮ ମସିହା ମଧ୍ୟରେ ନିଯୁକ୍ତ ଶିକ୍ଷା ସହାୟକମାନଙ୍କୁ ନିୟମିତ କରିବା । 

୬. ପ୍ରଥମା ଓ ମଧ୍ୟମା ସଂସ୍କୃତ ଟୋଲ ଗୁଡ଼ିକରେ ନିୟମିତ ଶିକ୍ଷକ ନିଯୁକ୍ତି କରିବା । 

୭. ସରକାରୀ ବିଦ୍ୟାଳୟରେ ଚାକିରୀ କରିଥିବା କ୍ଲାସିକାଲ୍ ଶିକ୍ଷକମାନଙ୍କୁ Trained Graduate (TG) ଶିକ୍ଷକ ଯୋଗ୍ୟତା ସାରଣୀରେ ଅନ୍ତର୍ଭୁକ୍ତ କରିବା ।

୮. ପୂର୍ଣ୍ଣ ଅନୁଦାନପ୍ରାପ୍ତ ମଧ୍ୟମା ସଂସ୍କୃତ ଟୋଲ୍‌ରେ ଶିକ୍ଷକ ମୁତୟନ କରିବା । 

୯. ଧନ୍ଦାମୂଳକ ପ୍ରଶିକ୍ଷକଙ୍କୁ ନିୟମିତ ଭାଗରେ ବେତନ ପ୍ରଦାନ କରିବା ।

୧୦. ଓଡିଶା କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ଅଧିକ ଯୋଗ୍ୟତା ହାସଲ କରିବାକୁ ସୁଯୋଗ ଦେବା ।

୧୧. ଆଦର୍ଶ ବିଦ୍ୟାଳୟର ସମସ୍ତ ଆବାସିକ ଛାତ୍ରାବାସକୁ ସମ୍ପୂର୍ଣ୍ଣ କରାଯାଇ କାର୍ଯ୍ୟକ୍ଷମ କରିବା । 

୧୨. ଆଦର୍ଶ ବିଦ୍ୟାଳୟରେ କାର୍ଯ୍ୟରତ ସମସ୍ତ କର୍ମଚାରୀମାନଙ୍କ ନିୟମିତ ଦରମା ପାଇବାର ବ୍ୟବସ୍ଥା କରିବା । 

୧୩. ଆଦର୍ଶ ବିଦ୍ୟାଳୟର କର୍ମଚାରୀମାନଙ୍କର ପିଲାମାନଙ୍କୁ ଆଦର୍ଶ ବିଦ୍ୟାଳୟରେ ପଢ଼ିବା ପାଇଁ ବ୍ୟବସ୍ଥା କରିବା ।

୧୪. ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ନିଯୁକ୍ତ TGT ଶିକ୍ଷକ ମାନଙ୍କର ପୂର୍ବ ଚାକିରିର ଗଣତି ଓ ବେତନର ସୁରକ୍ଷା କରିବା ।

୧୫. ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ AI ଓ Robotics ପରୀକ୍ଷାଗାର ଖୋଲିବା ।

ବୈଠକରେ ବ୍ଲକ ଗ୍ରାଣ୍ଟ କର୍ମଚାରୀମାନଙ୍କ ପେନସନ୍ ଦାବୀ ଉପରେ ମଧ୍ୟ ଆଲୋଚନା ହୋଇଥିଲା । କିନ୍ତୁ ଯେହେତୁ ଏହା ବର୍ତ୍ତମାନ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ସକ୍ରିୟ ବିଚାରାଧିନ ଅଛି, ତେଣୁ ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଆଦେଶ ପ୍ରାପ୍ତି ହେବା ପରେ ବିହିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି ।
← पिछली खबरସୁରଭି-୨୦୨୬ ର ଦ୍ୱିତୀୟ ଦିନରେ ‘ମିଟ୍ ଦି ପର୍ସନାଲିଟି’, ମଡେଲ୍ ସଂସଦ ର ଆୟୋଜନ