ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ସଫ୍ଟୱେର ଇଞ୍ଜିନିୟରରୁ ରାଜନୈତିକ ନେତା; ଓଡ଼ିଶା ଯୁବ କଂଗ୍ରେସ ସଭାପତି ଦୌଡ଼ରେ ନଳିନୀକାନ୍ତ ନାୟକ

ସଫ୍ଟୱେର ଇଞ୍ଜିନିୟରରୁ ରାଜନୈତିକ ନେତା; ଓଡ଼ିଶା ଯୁବ କଂଗ୍ରେସ ସଭାପତି ଦୌଡ଼ରେ ନଳିନୀକାନ୍ତ ନାୟକ

ସଫ୍ଟୱେର ଇଞ୍ଜିନିୟରରୁ ରାଜନୈତିକ ନେତା; ଓଡ଼ିଶା ଯୁବ କଂଗ୍ରେସ ସଭାପତି ଦୌଡ଼ରେ ନଳିନୀକାନ୍ତ ନାୟକ

ସଫ୍ଟୱେର ଇଞ୍ଜିନିୟରରୁ ରାଜନୈତିକ ନେତା; ଓଡ଼ିଶା ଯୁବ କଂଗ୍ରେସ ସଭାପତି ଦୌଡ଼ରେ ନଳିନୀକାନ୍ତ ନାୟକ

ଭୁବନେଶ୍ୱର,୯/୧୧(ଭାରତ ପ୍ରସାରଣ): ଓଡ଼ିଶା ଯୁବ କଂଗ୍ରେସର ଆଗାମୀ ସଭାପତି ନିର୍ବାଚନକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଥିବାବେଳେ ଯୁବ ନେତା ନଳିନୀକାନ୍ତ ନାୟକଙ୍କ ନାମ ଏକ ଚର୍ଚ୍ଚିତ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ସାମ୍ନାକୁ ଆସୁଛି। ନଳିନୀକାନ୍ତ ଇଞ୍ଜିନିୟରିଂ ଶିକ୍ଷା ପରେ ସଫ୍ଟୱେର ଇଞ୍ଜିନିୟର ଭାବେ କ୍ୟାରିୟର ଆରମ୍ଭ କରିଥିବା ପୁରୀଜିଲ୍ଲା ଅନ୍ତର୍ଗତ କାକଟପୁର ମାଟିର ସୁଯୋଗ୍ୟ ସନ୍ତାନ ନଳିନୀକାନ୍ତ ଚାକିରି ଛାଡ଼ି କଂଗ୍ରେସ ରାଜନୀତିରେ ପ୍ରବେଶ କରିଥିଲେ। ଛାତ୍ର ରାଜନୀତିରୁ ନିଜର ସାଂଗଠନିକ ଯାତ୍ରା ଆରମ୍ଭ କରିଥିବା ନଳିନୀକାନ୍ତ ଛାତ୍ର କଂଗ୍ରେସର ବିଭିନ୍ନ ସାଂଗଠନିକ କାର୍ଯ୍ୟ ଓ ଆନ୍ଦୋଳନରେ ସକ୍ରିୟ ଭାଗ ନେଇ ରାଜନୈତିକ ଅଭିଜ୍ଞତା ହାସଲ କରିଥିଲେ। ଛାତ୍ର ସଂଗଠନରୁ ଯୁବ କଂଗ୍ରେସ ଏବଂ ପରବର୍ତ୍ତୀ ସମୟରେ ପ୍ରଦେଶ କଂଗ୍ରେସର ସାଂଗଠନିକ ଓ ଆନ୍ଦୋଳନମୂଳକ କାର୍ଯ୍ୟକଳାପରେ ନିଜକୁ ସକ୍ରିୟ ଭାବେ ସାମିଲ କରି ସେ ଦଳୀୟ ରାଜନୀତିରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ପ୍ରଦେଶ କଂଗ୍ରେସର ବିଭିନ୍ନ ଆନ୍ଦୋଳନରେ ଅଗ୍ରଣୀ ଭୂମିକା ନିଭାଇବା ସହିତ ଦଳର ସଂଗଠନକୁ ତୃଣମୂଳ ସ୍ତରରେ ସକ୍ରିୟ କରିବା ଓ ରାଜନୈତିକ ପ୍ରସଙ୍ଗଗୁଡ଼ିକୁ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବାରେ ସେ ନିଜର ଅବଦାନ ରଖିଛନ୍ତି। 

  • BPUT ରୁ ବି.ଟେକ୍ ଓ ସଫ୍ଟୱେର ଇଞ୍ଜିନିୟର
  • ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ସାଧାରଣ ସମ୍ପାଦକ
  • କ୍ରାନ୍ତିକାରୀ ଫାଉଣ୍ଡେସନର ପ୍ରତିଷ୍ଠାତା
  • କୋଭିଡ ସମୟରେ ସମାଜସେବାରେ ଅଗ୍ରଣୀ ଭୂମିକା

ବିଜୁ ପଟ୍ଟନାୟକ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (BPUT) ଅଧୀନରେ ଇଲେକ୍ଟ୍ରୋନିକ୍ସ ଓ କମ୍ୟୁନିକେସନ୍ ଇଞ୍ଜିନିୟରିଂରେ ବି.ଟେକ୍ ଶିକ୍ଷା ହାସଲ କରିଥିବା ନଳିନୀକାନ୍ତ ବୃତ୍ତିଗତ ଜୀବନର ସୁଯୋଗକୁ ପଛରେ ଛାଡ଼ି କଂଗ୍ରେସ ନୀତି ଆଦର୍ଶ ଏବଂ ଜନନାୟକ ରାହୁଲ ଗାନ୍ଧୀଙ୍କ ବିଚାରଧାରାରେ ଅନୁପ୍ରାଣିତ ହୋଇ ରାଜନୀତି ଓ ସାମାଜିକ କାର୍ଯ୍ୟକୁ ନିଜର କର୍ମକ୍ଷେତ୍ର ଭାବେ ବାଛିଥିଲେ। ଯୁବ କଂଗ୍ରେସର ପୂର୍ବ ନିର୍ବାଚନରେ ସେ ୧୧,୫୧୪ ଭୋଟ ପାଇ ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଥିଲେ ଏବଂ ଦ୍ୱିତୀୟ ସର୍ବାଧିକ ଭୋଟ ପାଇଥିବା ପ୍ରାର୍ଥୀ ଭାବେ ନିଜର ଲୋକପ୍ରିୟତା ଓ ସଂଗଠନୀୟ ଗ୍ରହଣୀୟତାର ପରିଚୟ ଦେଇଥିଲେ। ଏହାପରେ ରାଜ୍ୟ ଯୁବ କଂଗ୍ରେସର ବିଭିନ୍ନ ସାଂଗଠନିକ ଦାୟିତ୍ୱ ତୁଲାଇ ସେ ନିଜର କାର୍ଯ୍ୟଦକ୍ଷତା ପ୍ରତିପାଦନ କରିଛନ୍ତି।

ଅଖିଳ ଭାରତ ଯୁବ କଂଗ୍ରେସର ସଦ୍ୟ ପ୍ରକାଶିତ ତାଲିକାରେ ୯ ଜଣଙ୍କ ମଧ୍ୟରେ ନଳିନୀକାନ୍ତଙ୍କୁ ପ୍ରଥମ ସ୍ଥାନ ମିଳିଥିବା ନେଇ ତାଙ୍କ ସମର୍ଥକମାନେ ଏହାକୁ ତାଙ୍କର ସଂଗଠନୀୟ ଦକ୍ଷତାର ଏକ ପ୍ରମୁଖ ଉପଲବ୍ଧି ଭାବେ ଦେଖୁଛନ୍ତି। କେବଳ ସଂଗଠନ ନୁହେଁ, ଗଣମାଧ୍ୟମରେ ମଧ୍ୟ ନଳିନୀକାନ୍ତଙ୍କ ସକ୍ରିୟତା ତାଙ୍କୁ ଏକ ନୂଆ ପରିଚୟ ଦେଇଛି। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ମୁଖପାତ୍ର ଭାବେ ସେ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ଦଳର ମତାମତ ଉପସ୍ଥାପନ କରୁଛନ୍ତି। ସରକାରଙ୍କ ନୀତି, ନିଷ୍ପତ୍ତି ଓ ତ୍ରୁଟିବିଚ୍ୟୁତିକୁ ନେଇ ବିରୋଧୀ ଦଳର ଯୁକ୍ତି ଓ ମତାମତକୁ ଗଣମାଧ୍ୟମରେ ଉପସ୍ଥାପନ କରି ସେ ରାଜ୍ୟର ରାଜନୈତିକ ଆଲୋଚନାରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି। 

ତାଙ୍କର ରାଜନୈତିକ ଯାତ୍ରା ସହ ସାମାଜିକ କାର୍ଯ୍ୟକଳାପ ମଧ୍ୟ ଜଡ଼ିତ। ‘କ୍ରାନ୍ତିକାରୀ ଫାଉଣ୍ଡେସନ୍’ର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଭାବେ ସେ ସାମାଜିକ କାର୍ଯ୍ୟରେ ଯୋଡ଼ି ରହିଛନ୍ତି। କୋଭିଡ୍ ସମୟରେ ହେଲ୍ପ ଡେସ୍କ ସମନ୍ୱୟ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ଶିବିର ଓ କୋଭିଡ୍ ନ୍ୟାୟ କିଟ୍ ବଣ୍ଟନ ଭଳି କାର୍ଯ୍ୟରେ ତାଙ୍କର ଭୂମିକା ଥିଲା। ସାମାଜିକ ସେବା କ୍ଷେତ୍ରରେ ତାଙ୍କୁ ବିଭିନ୍ନ ସମ୍ମାନ ଓ ପୁରସ୍କାର ମଧ୍ୟ ମିଳିଛି। ଏବେ ଆଗାମୀ ଓଡ଼ିଶା ଯୁବ କଂଗ୍ରେସ ସଭାପତି ନିର୍ବାଚନକୁ ନେଇ ନଳିନୀକାନ୍ତଙ୍କ ନାମ ଆଲୋଚନାରେ ଥିବାବେଳେ ତାଙ୍କ ଅଭିଜ୍ଞତା, ଆନ୍ଦୋଳନମୂଳକ ଭୂମିକା ଓ ସଂଗଠନୀୟ ଦକ୍ଷତା ନୂଆ ନେତୃତ୍ୱର ଆଶା ସୃଷ୍ଟି କରୁଛି। ଯଦି ସେ ସଭାପତି ଭାବେ ନିର୍ବାଚିତ ହୁଅନ୍ତି, ତେବେ ରାଜ୍ୟରେ ଯୁବ କଂଗ୍ରେସକୁ ଅଧିକ ସକ୍ରିୟ, ସଂଗଠିତ ଓ ଜନମୁଖୀ କରିବା ସହିତ ତୃଣମୂଳ ସ୍ତରରେ ଯୁବକମାନଙ୍କୁ ଯୋଡ଼ିବା ଏବଂ ରାଜରାସ୍ତାରେ ସରକାରଙ୍କ ବିରୋଧରେ ଜନସ୍ୱାର୍ଥଭିତ୍ତିକ ଆନ୍ଦୋଳନକୁ ଅଧିକ ଗତିଶୀଳ କରିବାର ସୁଯୋଗ ସୃଷ୍ଟି ହୋଇପାରେ। ରାଜନୈତିକ ମହଲରେ ଏବେ ଚର୍ଚ୍ଚା ଯେ ଯୁବ କଂଗ୍ରେସର ଆଗାମୀ ନେତୃତ୍ୱ କେଉଁ ଦିଗକୁ ଯିବ? ନଳିନୀକାନ୍ତ ନାୟକଙ୍କ ଭଳି ଅଭିଜ୍ଞତାସମ୍ପନ୍ନ ଯୁବ ନେତାଙ୍କ ହାତରେ ସଂଗଠନର ଦାୟିତ୍ୱ ଆସିଲେ, ଓଡ଼ିଶା ଯୁବ କଂଗ୍ରେସର ଆଗାମୀ ରାଜନୈତିକ ଯାତ୍ରା ଏକ ନୂଆ ଗତି ପାଇପାରେ ବୋଲି ତାଙ୍କ ସମର୍ଥକମାନେ ଆଶା ପ୍ରକାଶ କରୁଛନ୍ତି।

(ଏହି ନିୟୁଜ୍ ରେ ଫାଇଲ ଫଟୋ ବ୍ୟବହାର କରାଯାଇଛି)


ସ୍ୱତନ୍ତ୍ର ପ୍ରତିନିଧି


अंतिम अपडेट: 10 नवंबर 2026, 03:07 पूर्वाह्न

← पिछली खबर୫ ଦଫା ଦାବିରେ ଜିଲ୍ଲାସ୍ତରରେ ଆନ୍ଦୋଳନ କରିବ ଛାତ୍ର କଂଗ୍ରେସ