ତାଜା ଖବର
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
ଡେମୋଏହା ଏକ ଡେମୋ ସଂସ୍କରଣ। ଖବର ଓ ଚିତ୍ରଗୁଡ଼ିକ କେବଳ ଉଦାହରଣ ପାଇଁ।
ଓଡ଼ିଶା

ଦୈତାରୀ ମିଶ୍ରଙ୍କ ପରଲୋକ

ଫଟୋ ସାମ୍ବାଦିକ ଧ୍ରୁବ ମିଶ୍ରଙ୍କ ପିତୃ ବିୟୋଗ

ଦୈତାରୀ ମିଶ୍ରଙ୍କ ପରଲୋକ

ବିଶିଷ୍ଟ ବ୍ୟକ୍ତିଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର, (ଭାରତ ପ୍ରସାରଣ): ତା ୨୪.୧୦.୨୬ ରିଖ:- ଆଜି ରାତ୍ର ୧୦ ଘଟିକା ୪୫ ମିନିଟ୍ ସମୟରେ ସୁନ୍ଦରପଦା ଅଞ୍ଚଳର ଭୁବନେଶ୍ୱର ମ୍ୟୁନିସିପାଲିଟୀର ଏକ ନିଷ୍ଠାପର ଅବସର ପ୍ରାପ୍ତ କର୍ମଚାରୀ ଦୈତାରୀ ମିଶ୍ରଙ୍କ ବିୟୋଗ ଘଟିଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ଆଜି ୭୯ ବର୍ଷ ବୟସରେ। ସମସ୍ତଙ୍କୁ ଶୋକ ସାଗରରେ ଭସାଇ ସେ ଇହଲୀଳା ସମ୍ବରଣ କରିଛନ୍ତି। 
ଏ ଦୁଃଖଦ ଖବର ସୁନ୍ଦରପଦା ଅଞ୍ଚଳ ସମେତ ପୁରୁଣା ଭୁବନେଶ୍ୱରରେ ଶୋକର ଛାୟା ଖେଳିଯାଇଛି। ସ୍ୱର୍ଗତ ମିଶ୍ର ଜଣେ ବନ୍ଧୁବତ୍ସଳ, ସ୍ନେହୀ, ପରୋପକାର ବ୍ୟକ୍ତି ଥିଲେ। ତାଙ୍କର ୪ଜଣ ପୁତ୍ରଙ୍କ ମଧ୍ୟରୁ ଧ୍ରୁବ ମିଶ୍ର ଫଟୋ ସାମ୍ବାଦିକ ଭାବେ ପ୍ରମେୟ, ଅନୁପମ ଭାରତ ଆଦି ଖବର କାଗଜରେ କାର୍ଯ୍ୟ କରିଛନ୍ତି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ପୁଅ - ବୋହୂ, ନାତି - ନାତୁଣୀ, ବନ୍ଧୁ ପରିଜନ ମାନେ ଉପସ୍ଥିତ ଥିବା ବେଳେ ସେ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ସାମ୍ବାଦିକ, ଫଟୋ ସାମ୍ବାଦିକ ପ୍ରମୁଖ ସ୍ଵର୍ଗତଙ୍କ ଶେଷ ଦର୍ଶନ କରି ଅମର ଆତ୍ମାର ସଦଗତି କାମନା କରିଛନ୍ତି ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜ୍ଞାପନ କରିଛନ୍ତି।

ତାଙ୍କ ଶେଷ କୃତ୍ୟ ସୁନ୍ଦରପଦା ଗ୍ରାମ ଶ୍ମଶାନରେ ସମ୍ପନ୍ନ ହୋଇଛି ଏବଂ ଜ୍ୟେଷ୍ଠ ପୁତ୍ର ମୁଖାଗ୍ନି ଦେଇଛନ୍ତ୍ ବୋଲି ତାଙ୍କ ପରିବାର ପକ୍ଷରୁ ଧ୍ରୁବ ମିଶ୍ର ପ୍ରକାଶ କରିଛନ୍ତି ।ସୂଚନାଯୋଗ୍ୟ ଗତ ଅଗଷ୍ଟ ମାସରେ ପରଲୋକଗତ ଦୈତାରୀ ମିଶ୍ରଙ୍କ ଧର୍ମପତ୍ନୀଙ୍କ ବିୟୋଗ ହୋଇଥିଲା।

ଶେଷ ଅପଡେଟ୍: 25 ଅକ୍ଟୋବର 2026, 09:56 ପୂର୍ବାହ୍ନ

← ପୂର୍ବ ଖବରଆଜାଦ ହିନ୍ଦ ବାହିନୀ ପକ୍ଷରୁ ଆଜାଦ ହିନ୍ଦ ସରକାର ର ୮୩ ତମ ପ୍ରତିଷ୍ଠା ବାର୍ଷିକୀ ସମାରୋହ ଉଦଘାଟିତପର ଖବର →ଚତୁର୍ଥ ଓଡ଼ିଶା ରାଜ୍ୟ ସ୍ପିଡ୍ ସ୍କେଟିଂ ଚାମ୍ପିୟନସିପର କୃତି ପ୍ରତିଯୋଗୀ ପୁରସ୍କୃତ