ତାଜା ଖବର
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
ଡେମୋଏହା ଏକ ଡେମୋ ସଂସ୍କରଣ। ଖବର ଓ ଚିତ୍ରଗୁଡ଼ିକ କେବଳ ଉଦାହରଣ ପାଇଁ।
ଓଡ଼ିଶା

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଶପଥ ପାଠ

ମନେ ପଡନ୍ତି ସର୍ଦ୍ଦାର ପଟେଲ

ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଶପଥ ପାଠ

ଜାତୀୟ ଏକତା ଦିବସରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଶପଥ ପାଠ

ଭୁବନେଶ୍ୱର, ୩୧।୧୦(ଭାରତ ପ୍ରସାରଣ): ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ବଜାୟ ରଖିବା ସହ ଜାତୀୟ ସଂହତିର ଭାବନାକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆଜି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଜାତୀୟ ଏକତା ଦିବସ ପାଳନ କରାଯାଇଛି। ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଜୟନ୍ତୀ ଅବସରରେ ଖାରବେଳ ଭବନଠାରେ ଆୟୋଜିତ ଏକ ଶପଥ ପାଠ କାର୍ଯ୍ୟକ୍ରମରେ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ବିଭିନ୍ନ ସ୍ତରର କର୍ମଚାରୀ ଯୋଗଦେଇ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ଅକ୍ଷୁଣ୍ଣ ରଖିବା ପାଇଁ ଶପଥ ଗ୍ରହଣ କରିଥିଲେ ।

ଏହି ଅବସରରେ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ଓ ଜାତୀୟ ସଂହତି ରକ୍ଷା ଦିଗରେ ନିଜର ଦାୟିତ୍ୱ ଓ କର୍ତ୍ତବ୍ୟ ପ୍ରତି ସଚେତନ ରହିବା ସହ ନାଗରିକଙ୍କ ମଧ୍ୟରେ ଭାତୃତ୍ୱ, ସଦ୍‌ଭାବନା ଓ ଐକ୍ୟଭାବ ବଜାୟ ରଖିବାକୁ ସମସ୍ତେ ସଂକଳ୍ପବଦ୍ଧ ହୋଇଥିଲେ।

ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଅଦମ୍ୟ ନେତୃତ୍ୱ ଓ ଜାତୀୟ ଏକତା ପ୍ରତି ଅବିସ୍ମରଣୀୟ ଅବଦାନକୁ ସ୍ମରଣ କରିବା ସହ ଦେଶବାସୀଙ୍କ ମଧ୍ୟରେ ଏକତା, ସାମୂହିକ ଦାୟିତ୍ୱବୋଧ ଓ ଦେଶପ୍ରେମର ଭାବନା ଜାଗ୍ରତ କରିବା ଲକ୍ଷ୍ୟରେ ପ୍ରତିବର୍ଷ ଅକ୍ଟୋବର ୩୧ ତାରିଖକୁ ‘ଜାତୀୟ ଏକତା ଦିବସ’ ବା ‘ରାଷ୍ଟ୍ରୀୟ ଏକତା ଦିବସ’ ଭାବେ ପାଳନ କରାଯାଏ ।

ବିଭାଗ ପକ୍ଷରୁ ଆୟୋଜିତ ଏହି ଶପଥ ପାଠ କାର୍ଯ୍ୟକ୍ରମ ସର୍ଦ୍ଦାର ପଟେଲଙ୍କ ଏକତା ଓ ଜାତୀୟ ସଂହତିର ବାର୍ତ୍ତାକୁ ପୁନର୍ବାର ସ୍ମରଣ କରାଇବା ସହ ଦେଶର ଏକତା ଓ ଅଖଣ୍ଡତା ରକ୍ଷା ଦିଗରେ ପ୍ରତ୍ୟେକ ନାଗରିକଙ୍କ ସକ୍ରିୟ ଭୂମିକା ଓ ଦାୟିତ୍ୱବୋଧର ଗୁରୁତ୍ୱକୁ ପ୍ରତିପାଦିତ କରିଥିଲା ।

ଶେଷ ଅପଡେଟ୍: 01 ନଭେମ୍ବର 2026, 10:52 ପୂର୍ବାହ୍ନ

← ପୂର୍ବ ଖବରସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଇନ୍ଦିରା ଗାନ୍ଧୀ ସ୍ମୃତି ସଂସଦ ପକ୍ଷରୁ ଇନ୍ଦିରା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତପର ଖବର →ବୁରୁଖାଟ-ଗଞ୍ଜାମ ସୀମା ରାସ୍ତାରୁ ହଟିଲା ପାହାଡ଼ ଅଳିଆ