ତାଜା ଖବର
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
ଡେମୋଏହା ଏକ ଡେମୋ ସଂସ୍କରଣ। ଖବର ଓ ଚିତ୍ରଗୁଡ଼ିକ କେବଳ ଉଦାହରଣ ପାଇଁ।
ଓଡ଼ିଶା

‘ହେଲ୍ପମେଟ୍‌’ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ପ୍ରଚାର ପ୍ରସାର କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହ

ଶିକ୍ଷାବିତ୍‌, ପ୍ରାବନ୍ଧିକ ଏବଂ ସମାଜସେବୀ ଡ. ସରୋଜ କୁମାର ପଟ୍ଟନାୟକଙ୍କୁ ‘ମହାତ୍ମା ଗାନ୍ଧୀ ଶାନ୍ତି ସୁଧା ସମ୍ମାନ’ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଥିଲା ।

‘ହେଲ୍ପମେଟ୍‌’ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ପ୍ରଚାର ପ୍ରସାର କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହ

‘ହେଲ୍ପମେଟ୍‌’ ପକ୍ଷରୁ ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶ ପ୍ରଚାର ପ୍ରସାର କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହ



ଭୁବନେଶ୍ୱର,୩୧/୧୦(ଭାରତ ପ୍ରସାରଣ) ଓଡ଼ିଶାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ ‘ହେଲ୍ପମେଟ୍‌’, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ ର ମିଳିତ ଆନୁକୂଲ୍ୟରେ ଆୟୋଜିତ “ମହାତ୍ମା ଗାନ୍ଧୀଙ୍କ ନୀତି ଆଦର୍ଶର ପ୍ରଚାର ପ୍ରସାର” କାର୍ଯ୍ୟକ୍ରମର ଉଦ୍‌ଯାପନୀ ସମାରୋହ ସ୍ଥାନୀୟ ଜୟଦେବ ଭବନଠାରେ ସଫଳତାର ସହ ସମ୍ପନ୍ନ ହୋଇଯାଇଛି । ଅନୁଷ୍ଠାନର ସଭାପତି ଡ. ଅଞ୍ଜଳି ତ୍ରିପାଠୀଙ୍କ ସ୍ୱାଗତ ଭାଷଣ ପରେ ସମ୍ପାଦିକା ନିବେଦିତା ଭଞ୍ଜ ମାସ ବ୍ୟାପୀ ପରିଚାଳିତ କାର୍ଯ୍ୟକ୍ରମର ବିସ୍ତୃତ ବିବରଣୀ ଉପସ୍ଥାପନ କରିଥିଲେ । ଏହି ଅବସରରେ ପରିବେଷିତ “ଆଜିର ସମାଜ ବିପଥଗାମୀ” ଶୀର୍ଷକ ସଚେତନତାମୂଳକ ନାଟକ ଏବଂ ଶ୍ରୀଯୁକ୍ତ ମହାପ୍ରସାଦ କରଙ୍କ ସଙ୍ଗୀତ ପରିବେଷଣ ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା । ସମ୍ମାନିତ ଅତିଥି ଭାବେ ଯୋଗଦାନ କରି ଡ. ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ମୁଖ୍ୟ ଅତିଥି ପୂଜ୍ୟ ସ୍ୱାମୀ ବ୍ରହ୍ମାନନ୍ଦ ସରସ୍ୱତୀ ଗାନ୍ଧୀଜୀଙ୍କ ସତ୍ୟ ଓ ଅହିଂସା ନୀତି ଉପରେ ସାରଗର୍ଭକ ବକ୍ତବ୍ୟ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଭାବେ ବିଶିଷ୍ଟ ଶିକ୍ଷାବିତ୍‌, ପ୍ରାବନ୍ଧିକ ଏବଂ ସମାଜସେବୀ ଡ. ସରୋଜ କୁମାର ପଟ୍ଟନାୟକଙ୍କୁ ‘ମହାତ୍ମା ଗାନ୍ଧୀ ଶାନ୍ତି ସୁଧା ସମ୍ମାନ’ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଏହା ବ୍ୟତୀତ ସମାରୋହରେ ‘ଆଦର୍ଶ ଅଭିଭାବକ ସମ୍ମାନ’, ‘ସ୍ୱଚ୍ଛ ବିଦ୍ୟାଳୟ ସମ୍ମାନ’ ପ୍ରଦାନ କରାଯିବା ସହିତ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀମାନଙ୍କୁ ଅନୁଷ୍ଠାନର ସଦସ୍ୟ ଓ ସହଯୋଗୀମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା ।  ଚମକଚାନ୍ଦିନୀ ଦାଶ ସୁଚାରୁରୂପେ ମଞ୍ଚ ପରିଚାଳନା କରିଥିଲେ । ଶେଷରେ ଅନୁଷ୍ଠାନର ଉପସଭାପତି  ନିହାରିକା ପଟ୍ଟନାୟକ ଓ ଯୁଗ୍ମ ସମ୍ପାଦିକା  ଲୀନା ମିଶ୍ର ଉପସ୍ଥିତ ସମସ୍ତ ଅତିଥି, ପ୍ରତିଯୋଗୀ ଓ ସହଯୋଗୀମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିଲେ ।

ଶେଷ ଅପଡେଟ୍: 01 ନଭେମ୍ବର 2026, 11:05 ପୂର୍ବାହ୍ନ

← ପୂର୍ବ ଖବରଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭାରତ ରତ୍ନ ଇନ୍ଦିରା ଗାନ୍ଧୀଙ୍କ ଶ୍ରାଦ୍ଧ ଦିବସ ଓ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ପାଳିତପର ଖବର →ରାଜ୍ୟ ସ୍ତରୀୟ ଇନ୍ଦିର ଗାନ୍ଧୀ ସ୍ମୃତି ସମିତି ତରଫରୁ ରାଷ୍ଟ୍ରୀୟ ସଂକଳ୍ପ ଦିବସ ରାଜ୍ୟସ୍ତରୀୟ ସମାରୋହ