ତାଜା ଖବର
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
ଡେମୋଏହା ଏକ ଡେମୋ ସଂସ୍କରଣ। ଖବର ଓ ଚିତ୍ରଗୁଡ଼ିକ କେବଳ ଉଦାହରଣ ପାଇଁ।
ଓଡ଼ିଶା

କୋଟିଆ ପ୍ରସଙ୍ଗରେ କେଭିଙ୍କ ସହ ଭକ୍ତଙ୍କ ସହ ଭେଟଘାଟ

ଦୃଢ଼ ପଦକ୍ଷେପ ନିଆଯିବ ବୋଲି ଭକ୍ତଙ୍କୁ ପ୍ରତିଶ୍ରୁତି ଦେଲେ କେଭି

କୋଟିଆ ପ୍ରସଙ୍ଗରେ କେଭିଙ୍କ ସହ ଭକ୍ତଙ୍କ ସହ ଭେଟଘାଟ

କୋରାପୁଟରେ କୋଟିଆ ପ୍ରସଙ୍ଗରେ ପିସିସି ତଥ୍ୟ ଅନୁସନ୍ଧାନକାରୀ ଦଳ ସହ ଭାବ ବିନିମୟ କଲେ କେ.ଭି

ଭୁବନେଶ୍ୱର, ତା ୨୭।୧୦(ଭାରତ ପ୍ରସାରଣ): ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନେତୃତ୍ବରେ କଂଗ୍ରେସର ତଥ୍ୟ ଅନୁସନ୍ଧାନକାରୀ ଦଳ କୋଟିଆ ଗସ୍ତ ସାରି ଦକ୍ଷିଣାଞ୍ଚଳ ଡିଆଇଜି ଅଖିଳେଶ ସିଂ, ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଓ ଏସ୍‌ପି ରୋହିତ ବର୍ମାଙ୍କୁ ସମସ୍ତ ବିଷୟ ଅବଗତ କରିବା ସହ ପ୍ରଶାସନ କେଉଁ ସବୁ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ସେ ନେଇ କୋରାପୁଟ ସର୍କିଟ ହାଉସଠାରେ ଆଲୋଚନା କରିବାକୁ ଆସିଥିଲେ। ତେବେ ଉକ୍ତ ଆଲୋଚନା ସ୍ଥଳକୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସି ପିସିସି ସଭାପତି ଶ୍ରୀ ଦାସ ଓ ତାଙ୍କ ସହ ଥିବା ଦଳର ବରିଷ୍ଠ ନେତୃବୃନ୍ଦଙ୍କ ଦ୍ବାରା ଉପସ୍ଥାପିତ ତଥ୍ୟ ଓ ଅଭିଜ୍ଞତା ଶୁଣିଥିଲେ। ଆଗକୁ କୋଟିଆକୁ ରକ୍ଷା କରିବା ପାଇଁ ରାଜ୍ୟ ସରକାର ଦୃଢ଼ ପଦକ୍ଷେପ ନେବେ ବୋଲି ଶ୍ରୀ ସିଂହଦେଓ ପ୍ରତିଶ୍ରୁତି ଦେଇଥିଲେ। 

ଉକ୍ତ ଆଲୋଚନାରେ ପିସିସି ସଭାପତି ଶ୍ରୀ ଦାସଙ୍କ ସହକଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, କୋରାପୁଟ ସାଂସଦ ସପ୍ତଗିରି ଉଲାକା, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁଟା, ବିଷମ କଟକ ବିଧାୟକ ନୀଳମାଧବ ହିକକା, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷି ବାହିନୀପତି, ପୂର୍ବତନ ବିଧାୟକ ଓ ପିସିସି ଉପସଭାପତି କୃଷ୍ଣଚନ୍ଦ୍ର ସଗରିଆ, ଡିସିସି ସଭାପତି ରୂପକ ତୁରୁକ ପ୍ରମୁଖ
← ପୂର୍ବ ଖବରକୋଟିଆବାସୀଙ୍କ ସ୍ବାଭିମାନକୁ ଜଗିବା ପାଇଁ ଭକ୍ତଙ୍କ ଆହ୍ୱାନପର ଖବର →ନଗର ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ