+91-7008748499 / 9438844229

dkm3773@gmail.com / bpindialive@gmail.com

Monday 7th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜ୍ୟ

ଆଗାମୀ ନିର୍ବାଚନରେ ଓଡ଼ିଶାର ୩.୩୨ କୋଟି ଭୋଟର ଭୋଟ ଦେବେ

17-Feb-2024



ଭୁବନେଶ୍ବର ୧୭.୨.୨୪(ଭାପ୍ର).: ଆଗାମୀ ସାଧାରଣ ନିର୍ବାଚନ ପାଇଁ ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ଅଛୁ। ତିନିଦିନିଆ ଓଡ଼ିଶା ଗସ୍ତରେ ଆସି ସମୀକ୍ଷା ପରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ରାଜୀବ କୁମାର ଶନିବାର ଏହା କହିଛନ୍ତି। ଭୁବନେଶ୍ବରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସିଇସି କହିଛନ୍ତି, ୨୦୨୪ ଲୋକସଭା ନିର୍ବାଚନ ଓ ବିଧାନସଭା ନିର୍ବାଚନକୁ ନିର୍ବିଘ୍ନରେ ପରିଚାଳନ କରିବା ପାଇଁ ଆମର ସମସ୍ତ ପ୍ରସ୍ତୁତି ପର୍ବ ସରିସାରିଛି।ସିଇସି ରାଜୀବ କୁମାର କହିଛନ୍ତି, ଗଣତନ୍ତ୍ରର ମହାପର୍ବରେ ସମସ୍ତେ ସାମଲି ହୁଅନ୍ତୁ। ଏହି ମହାପର୍ବରେ ଓଡ଼ିଶାରେ ମୋଟ ୩‌ କୋଟି ୩୨ ଲକ୍ଷ ମତଦାତା ଭୋଟ୍‌ ଦେବେ। ରାଜ୍ୟରେ ୨୦୧୯ ସାଧାରଣ ନିର୍ବାଚନ ତୁଳନାରେ ୨୦୨୪ରେ ୪.୪% ଭୋଟର ବୃଦ୍ଧି ପାଇଛନ୍ତି। ଏଥିରେ ୧.୬୮କୋଟି ପୁରୁଷ ଓ ୧.୬୪କୋଟି ମହିଳା ଭୋଟର ଅଛନ୍ତି ।ମୋଟ୍‌ ୩୭, ୮୦୯ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ କରାଯିବ।ଏହି ବୁଥ କେନ୍ଦ୍ର ମଧ୍ୟରୁ ୩୩୪୬୯ଟି କେନ୍ଦ୍ର ଗ୍ରାମାଂଚଳରେ ଓ ୪୩୪୦ଟି ସହରାଂଚଳରେ ରହିଛି।ସେଥିରୁ ୨୨,୬୮୫ଟି କେନ୍ଦ୍ରରେ ୱେବ୍‌କାଷ୍ଟିଂ କରାଯିବ ଯାହାଫଳରେ ନିର୍ବାଚନ କମିଶନ ତାଙ୍କ ଅଫିସରୁ ଏହି କେନ୍ଦ୍ର ଉପରେ ନଜର ରଖିପାରିବେ ।
ସେହିପରି ପ୍ରାୟ ୪୦୦୦ ବୁଥ୍‌ରେ କେବଳ ମହିଳା ଅଧିକାରୀ ନିୟୋଜିତ ହେବେ। ୭୦୦ଟି ମଡେଲ ମତଦାନ କେନ୍ଦ୍ର ଚିହ୍ନଟ ହୋଇଛି ।
  ଯେଉଁଠି କୌଣସି ତ୍ରୁଟି ଦେଖାଯିବ, ଲୋକେ କମିସନଙ୍କୁ ଜଣାଇପାରିବେ। ଲୋକେ ନାମ ଗୋପନ ରଖି କମିସନଙ୍କୁ ଅଭିଯୋଗ କରିପାରିବେ। ଏହିଭଳି ଅଭିଯୋଗ ଆସିଲେ, ୧୦୦ ମିନିଟ୍‌ ମଧ୍ୟରେ ଆମ ଟିମ୍‌ ପହଞ୍ଚିବେ। ନିର୍ଦ୍ଦିଷ୍ଟ ସ୍ଥାନରେ ସଭା ଆୟୋଜନ ପାଇଁ ଯିଏ ପ୍ରଥମେ ଆବେଦନ କରିବ, ତାକୁ ମିଳିବ। ପ୍ରାର୍ଥୀଙ୍କ ନାମରେ ଅପରାଧିକ ମାମଲା ଥିଲେ ସେମାନେ ୩ ଥର ବିଜ୍ଞାପନ ଦେଇ ଜଣାଇବେ।
   ଓଡ଼ିଶାର ବିଭିନ୍ନ ରାଜନୀତିକ ଦଳକୁ ନିର୍ବାଚନ କମିଶନ ଭେଟିଛନ୍ତି । ସେମାନଙ୍କର ବିଭିନ୍ନ ମତାମତ ଓ ଅଭିଯୋଗ କମିଶନଙ୍କ ନଜରକୁ ଆସିଛି । ବିଜେପି, କଂଗ୍ରେସ ଓ ବିଜେଡି ସମେତ ଆପ୍ , ବିଏସପି ଓ ସିପିଏମ୍ ଦଳ ନିଜର ପକ୍ଷ କମିଶନଙ୍କ ପାଖରେ ରଖିଛନ୍ତି । କେତେକ ଦଳ ନିର୍ଦ୍ଦିଷ୍ଟ ଭାବେ ରାଜ୍ୟରେ ନିର୍ବାଚନ ସମୟରେ ନିରପେକ୍ଷତା ଅବଲମ୍ବନ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ଏହାସହିତ ଆମ୍ବୁଲାନ୍ସ ଓ ସରକାରୀ ଗାଡ଼ିରେ କିଛି ଅସାଧୁ କାରବାର ହେଉଥିବାର ଅଭିଯୋଗ କରିଛନ୍ତି । ପ୍ରଶାସନର ପକ୍ଷପାତିତା ଯୋଗୁ ନିର୍ବାଚନ ସମୟରେ ସଭା ଆଦି କରିବା ପାଇଁ ସ୍ଥାନ ମିଳୁନଥିବା ମଧ୍ୟ ରାଜନୀତିକ ଦଳ କହିଛନ୍ତି । ଯାହାକୁ କମିଶନ ଗୁରୁତ୍ୱର ସହ ନେଇଛନ୍ତି । ସମସ୍ତ ଜିଲ୍ଲାପାଳ(ଜିଲ୍ଲା ନିର୍ବାଚନଅଫିସର) ଓ ପୁଲିସ ଏସପି, ଆଇଜି ଓ କମିଶନରମାନଙ୍କ ସହ ବୈଠକ ପରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଏନଫୋର୍ସମେଂଟ ଏଜେନ୍ସୀ, ଶେଷରେ ପୁଲିସ ଡିଜି, ମୁଖ୍ୟ ସଚିବ ଓ ବିଭିନ୍ନ ବିଭାଗର ସଚିବଙ୍କ ସହ କମିଶନ କଥା ହୋଇ ରାଜ୍ୟରେ ସ୍ୱଚ୍ଛ ଓ ନିରପେକ୍ଷ ନିର୍ବାଚନ ପାଇଁ ପରାମର୍ଶ ଦେଇଛନ୍ତି ।

ରାଜ୍ୟର ୧୫ଟି ଜିଲ୍ଲା ସୀମାନ୍ତବର୍ତ୍ତୀ ରାଜ୍ୟ ସହ ଜଡ଼ିତ ଥିବାରୁ ମୋଟ ୧୫୬ଟି ଟିମ୍ ଗଠନ କରାଯାଇଛି । ସବୁ ଏନଫୋର୍ସମେଂଟ ଏଜେନ୍ସୀ ଓ ପୁଲିସକୁ ନେଇ ଗଠିତ ଏହି ଟିମ୍ ସୀମାବର୍ତ୍ତୀ ଜିଲ୍ଲାରେ ପ୍ରତ୍ୟେକଟି ଅନିୟମିତତା ଓ  ନିଶାଦ୍ରବ୍ୟ କାରବାର ଉପରେ ନଜର ରଖିବେ । କୌଣସି ଏଜେନ୍ସୀ ସେମାନଙ୍କର ଅଧିକାରଭୁକ୍ତ ନୁହେଁ କହି ଖସିପାରିବେ ନାହିଁ । ସମସ୍ତେ ମିଳିତ ଭାବେ ସମନ୍ୱୟ ରକ୍ଷା କରିବାକୁ କୁହାଯାଇଛି ।
   ସେହିପରି ଶ୍ରୀ କୁମାର କହିଛନ୍ତି ଯେ, ନିର୍ବାଚନ ନେଇ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ସବୁ ରାଜନୈତିକ ଦଳ ପ୍ରତି ସମାନ ମନୋଭାବ ପୋଷଣ କରିବାକୁ ନିର୍ଦ୍ଦେଶ ହୋଇଛି। ନିରପେକ୍ଷ, ସ୍ବଚ୍ଛ ଓ ସବୁ ରାଜନୈତିକ ଦଳର ଅଭିଯୋଗ ଶୁଣିବାକୁ ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନରେ ନିରପେକ୍ଷ ଓ ଶୃଙ୍ଖଳିତ ପରିଚାଳନାକୁ ଗୁରୁତ୍ବ ଦିଆଯାଇଛି। ପେଡ୍‌ ନ୍ୟୁଜ୍‌ ପାଇଁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଅଭିଯୋଗ ଆସିଲେ ଏକ ସ୍ବତନ୍ତ୍ର କମିଟି ତଦନ୍ତ କରିବ। ଯଦି ଅଭିଯୋଗ ସତ ହୋଇଥାଏ, ସଂପୃକ୍ତ ପ୍ରାର୍ଥୀ ସମସ୍ତ ଖର୍ଚ୍ଚ ବହନ କରିବେ।





Advertisment

You Might Also Like