+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜ୍ୟ

ପୋଲିସ ଅଧିକାରୀଙ୍କ ତାଲିମ ଶିବିର

15-Feb-2024



ଭୁବନେଶ୍ୱର-ତା ୧୫.୨.୨୪ ରିଖ(ଭାରତ ପ୍ରସାରଣ)ଆଗାମୀ ଦିନରେ ସାରା ରାଜ୍ୟରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହାକୁ ଦୃଷ୍ଟିରେ ରଖ୍ ରାଜ୍ୟ ପୋଲିସ ପକ୍ଷରୁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ  ହୋଇଯାଇଛି । 
    ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରସ୍ଥିତ ପୋଲିସଭବନ ଠାରେ ସାଧାରଣ ନିର୍ବାଚନ ପରିଚାଳନାରେ ବରିଷ୍ଠ ପୋଲିସ ଅଧିକାରୀଙ୍କ ଭୂମିକା ସମ୍ପର୍କିତ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଆଇ.ଏ.ଏସ ଯୋଗଦେଇ ସାଧାରଣ ନିର୍ବାଚନ ନ ପ୍ରକ୍ରିୟାର ବିଭିନ୍ନ ଦିଗ ସମ୍ପର୍କରେ ଆ ଆଲୋକପାତ କରିଥିଲେ । ଏହାସହ ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଯାଉଥିବା ନିର୍ବାଚନକୁ ଶାନ୍ତିଶୃଙ୍ଖଳା, ସ୍ବଚ୍ଛତା, ଅପରାଧ ମୁକ୍ତ ସହ ସମାପ୍ତ କରିବା ଉପରେ ଗୁରୁତ୍ବାରୋପ କରିଥିଲେ । ଏଥି ନିମନ୍ତେ ପୋଲିସ ପ୍ରଶାସନର  ସହଯୋଗ ସଂକ୍ରାନ୍ତରେ ମତବ୍ୟକ୍ତ କରିଥିଲେ । ରାଜ୍ୟରେ  ବେଆଇନ ଅର୍ଥ, ଚୋରା ମଦ କାରବାର, ଗଞ୍ଜେଇ, ଅଫିମ ଭଳି ନିଶା କାରବାରକୁ  ଦମନ କରାଯିବ ଯିବା ସମ୍ପର୍କରେ ଶ୍ରୀ ଧଳ ମତ ବ୍ୟକ୍ତ କରିଥିଲେ । ଗଣତନ୍ତ୍ର ବ୍ୟବସ୍ଥାକୁ ମଜବୁତ କରିବାକୁ ଭାରତ ନିର୍ବାଚ ର୍ବାଚନ ଆୟୋଗଙ୍କ ପକ୍ଷରୁ ବିଭିନ୍ନ ମତଦାନ ଉପରେ ଆୟୋଗ ପ୍ରଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଚଳିତ ବର୍ଷ ଶୂନ୍ୟ ପୁନଃ ଗୁରୁତ୍ଵ ପ୍ରଦାନ କରିଛନ୍ତି ବୋଲି ସେ କହିଥିଲେ । ଚଳିତବର୍ଷ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ପୋଲିସ ଅଧିକାରୀ ଏବଂ ପୋଲିଂ  କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସେ ମତବ୍ୟକ୍ତ କରିଥିଲେ । 
   ୮୦ ବର୍ଷରୁ ଉର୍ଦ୍ଧ ତଥା ୪୦% ରୁ ଅଧୂକ ଭିନ୍ନ‌କ୍ଷମ ଥିବା ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଉଛି ଏବଂ ଚଳିତ ବର୍ଷ ପୋଷ୍ଟାଲ ବାଲଟ ସଂଖ୍ୟା ବୃଦ୍ଧି ସଂକ୍ରାନ୍ତରେ ମଧ୍ୟ ସେ ମତବ୍ୟକ୍ତ କରିଥିଲେ । ଚଳିତ ବର୍ଷ ୬୦% ରୁ ୭୦% ବୁଥରେ କ୍ୟାମେରା ଲଗାଯିବାର ବ୍ୟବସ୍ଥା କରାଯାଉଥିବାବେଳେ ଜନଗହଳି ପୂର୍ଣ୍ଣ ଅଞ୍ଚଳରେ ଡ୍ରୋନ ଯୋଗେ ମନିଟରିଂ କରାଯିବ ବୋଲି ସେ ସୂଚନା ଦେଇଥିଲେ । ପରସ୍ପର ପ୍ରତି ସହଯୋଗ ଏବଂ ମିଳିମିଶି କାମ କଲେ ନିର୍ବାଚନ ପ୍ରକ୍ରିୟା ସୁରୁଖୁରୁରେ ସମାପ୍ତ ହେବ ବୋଲି ସେ ମତବ୍ୟକ୍ତ କରିଥିଲେ ।
   ଏହି ଅବସରରେ ଅତିରିକ୍ତ ନିର୍ବାଚନ ଅଧିକାରୀ ଶ୍ରୀ ଏନ. ଥୁରୁମାଲା ନାୟକ ଯୋଗଦେଇ ବିଗତ ବର୍ଷରେ ଅନୁଷ୍ଠିତ ହୋଇଥିବା ନିର୍ବାଚନ ଅପେକ୍ଷା ଚଳିତ ବର୍ଷର ନିର୍ବାଚନ ସମ୍ପୂର୍ଣ ଭିନ୍ନ ହେବାକୁ ଯାଉଛି ବୋଲି ମତବ୍ୟକ୍ତ କରିଥିଲେ । ନିର୍ବାଚନ ସମୟରେ ଖର୍ଚ୍ଚର ପରିଚାଳନା, ଆଚରଣ ବିଧୂ ଲାଗୁ ଏବଂ ଭୋଟ ଆରମ୍ଭ ପୂର୍ବର ଗୁରୁତ୍ବପୂର୍ଣ୍ଣ ୭୨ ଘଣ୍ଟା
ସମ୍ପର୍କରେ ସେ ସୂଚନା ଦେଇଥିଲେ । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ନିର୍ଦ୍ଦେଶକ (ଏଚଆରପିସି) ଶ୍ରୀ ଲଲିତ ଦାସ, ଆଇପିଏସ ନିର୍ବାଚନ ପ୍ରକ୍ରିୟାକୁ ଶୃଙ୍ଖଳିତ ଭାବେ ସମାପ୍ତ କରିବାକୁ ଉପସ୍ଥିତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ । 
  ଟୁଇନସିଟି ପୋଲିସ କମିଶନର (ଭୁବନେଶ୍ୱର-କଟକ) ଶ୍ରୀ ସଞ୍ଜୀବ ପଣ୍ଡା, ଆଇପିଏସ ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥା ପରିଚାଳନା, ଭିଆଇପିଙ୍କ ସୁରକ୍ଷା ଏବଂ ଆଚରଣ ବିଧୂ ଲାଗୁ ସମୟରେ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଅପରେସନ) ଶ୍ରୀ ଏସ. ଦେବଦତ୍ତ ସିଂ, ନିର୍ବାଚନ ପ୍ରକ୍ରିୟାରେ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ବିଶେଷ କରି ନକ୍ସଲ ପ୍ରଭାବିତ ଅଞ୍ଚଳରେ ସେମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ରହିବ ବୋଲି କହିଥିଲେ । ଏହି ପୋଲିସ ବାହିନୀଙ୍କ ନିମନ୍ତେ ସ୍ବତନ୍ତ୍ର ବ୍ୟବସ୍ଥା କରାଯିବ ବୋଲି କହିଥିଲେ ।
  ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ଶ୍ରୀ ଅରୁଣ ବୋଥା, ଆଇପିଏସ ଆଇ.ଜି (କ୍ରାଇମବ୍ରାଞ୍ଚ) ସଫିନ ଅହମ୍ମଦ କେ., ଆଇପିଏସ ସୋସିଆଲ ମିଡିଆର ପରିଚାଳନା, ସାଇବର ସୁରକ୍ଷା ଏବଂ ସୋସିଆଲ ମିଡିଆରେ ନିର୍ବାଚନ ସମ୍ପର୍କିତ ଅପରାଧ ସଠିକ ତଦନ୍ତ ସମ୍ପର୍କରେ ଆଲୋକପାତ କରିଥିଲେ । ବିପିଏସପିଏ, ଆଇ.ଜି ଶ୍ରୀମତୀ ଏସ. ସାଇନି, ପୋଲିସ କର୍ମଚାରୀଙ୍କୁ ତାଲିମ ପ୍ରଦାନ ସମ୍ପର୍କରେ ବିଶଦ ଭାବେ ଆଲୋଚନା କରିଥିଲେ । ଏହି ଅବସରରେ ଓସଡମାର ସିଜିଏମ ଶ୍ରୀ ସବ୍ୟସାଚୀ ହୋତା ନିର୍ବାଚନ ପ୍ରକ୍ରିୟା ଏବଂ ପୋଷ୍ଟାଲ ବାଲଟ ବ୍ୟବସ୍ଥା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । 
   କାର୍ଯ୍ୟକ୍ରମର ଶେଷଭାଗରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଅରୁଣ କୁମାର ଷଡଙ୍ଗୀ ଯୋଗଦେଇ ନିର୍ବାଚନ ପୂର୍ବରୁ ପୋଲିସର ସକ୍ରିୟତା ସମ୍ପର୍କରେ ମତପ୍ରକାଶ କରିଥିଲେ । ଉପଯୁକ୍ତ ଯୋଜନା ଏବଂ ଉପଯୁକ୍ତ ରଣନୀତି ନୀତି ପ୍ରଣୟନ କରାଯିବା ଗୁରୁତ୍ୱାରୋପ କରିଥିଲେ । ଏନଫୋର୍ସମେଣ୍ଟକୁ ଜୋରଦାର, ସଠିକ ସ୍ଥାନ ସ୍ଥାନରେ ପୋଲିସ କର୍ମଚାରୀଙ୍କୁ ମୁତୟନ, ଗୁଇନ୍ଦା ବିଭାଗକୁ ସକ୍ରିୟ, ରାତ୍ରକାଳୀନ ପାଟ୍ରୋଲିଂକୁ କଡାକଡି ମାଦକ ଦ୍ରବ୍ୟ ବ୍ୟବସାୟକୁ ଦୃଢହସ୍ତରେ ଦମନ କରିବାକୁ ସେ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରିଶ୍ରମ, ସଚ୍ଚୋଟ ଏବଂ ଶୃଙ୍ଖଳିତ ହୋଇ ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବାକୁ ସେ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଆଇନ ଓ ଶୃଙ୍ଖଳା) ଶ୍ରୀ ସଞ୍ଜୟ କୁମାର ସ୍ବାଟ ସ୍ବାଗତ ଭାଷଣ ଣ ପ୍ରଦାନ କରିବା ସହ ଶିବିରକୁ ପରିଚାଳନା କରିଥିଲେ । ଶେଷରେ ରାଜ୍ୟ ପୋଲିସ ମୁଖ୍ୟାଳୟର ଏସ.ପି ଶ୍ରୀ ଗଙ୍ଗାଧର ଧନ୍ୟବାଦ ଅର୍ପଣ କରିଥିଲେ । 
    ଆଜିର ଏହି ତାଲିମ ଶିବିରରେ ରାଜ୍ୟ ପୋଲିସ ବିଭାଗର ବରିଷ୍ଠ ପୋଲିସ ଅଧୁକାରୀ, ରେଞ୍ଜ ଆଇ.ଜି, ଡି.ଆଇ.ଜି ଏବଂ ସମସ୍ତ ଜିଲ୍ଲାର ଏସ.ପି ପ୍ରମୁଖ ଉପସ୍ଥିତ ଥିଲେ





Advertisment

You Might Also Like