+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜ୍ୟ

ମୁଖ୍ୟମନ୍ତ୍ରୀଙ୍କୁ ହୃଦୟରୁ ଆଶୀର୍ବାଦ ପାଇଁ ପାଣ୍ଡିଆନ ଦେଲେ ଆହ୍ଵାନ

14-Feb-2024




ଭୁବନେଶ୍ଵର, ତା ୧୪.୨.୨୪ ରିଖ(ଭାରତ ପ୍ରସାରଣ) :- ଏବେ ନିର୍ବାଚନୀ ମାହୋଲ ତିଆରି ହେଲାଣି । ଗାଁ ଗାଁରେ ବିଭିନ୍ନ ଦଳର ନେତା ବୁଲୁଛନ୍ତି । ସେମାନଙ୍କୁ ଦାବିପତ୍ର ଦେଇ ଦେଖନ୍ତୁ । କେତେ ଦିନରେ ସେମାନେ ଦାବି ପୂରଣ କରୁଛନ୍ତି । କେତେ ଦିନରେ ଦରଖାସ୍ତର ସମାଦାନ ହେଉଛି ।  ବିରୋଧୀ ଦଳର ନେତାମାନଙ୍କ ସମ୍ପର୍କରେ ଏମିତି ତୀର୍ଯ୍ୟକ ମନ୍ତବ୍ୟ ଦେଇଛନ୍ତି ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ।

ଆଜି ଭିସି ମାଧ୍ୟମରେ ସମ୍ବଲପୁର ଜିଲ୍ଲାର ଲୋକଙ୍କ ସହ କଥା ହେବା ସହ ବିଭିନ୍ନ ପ୍ରକଳ୍ପ ପାଇଁ ମଂଜୁରୀପତ୍ର ବଣ୍ଟନ ପର୍ବରେ ଯୋଗ ଦେଇଥିଲେ କାର୍ତ୍ତିକ ପାଣ୍ଡିଆନ । ନିକଟରେ ସେ ସମ୍ବଲପୁର ଗସ୍ତ ବେଳେ ଲୋକଙ୍କ ଠାରୁ ସଂଗ୍ରହ କରିଥିବା ଦରଖାସ୍ତ ଭିତ୍ତିରେ ବିଭିନ୍ନ ପ୍ରକଳ୍ପକୁ ଆଜି ମଂଜୁରୀପତ୍ର ପ୍ରଦାନ କରାଯାଇଛି । 

ମୁଖ୍ୟମନ୍ତ୍ରୀଙ୍କ ସ୍ଵତନ୍ତ୍ର ସହାୟତା ଯୋଜନା ଆନୁକୂଲ୍ୟରେ ୫୮ କୋଟି ବ୍ୟୟ ଅଟକଳର ୧୩୪୭ଟି ପ୍ରକଳ୍ପ ପାଇଁ ମଂଜୁରୀପତ୍ର ଆଜି ପ୍ରଦାନ କରାଯାଇଛି । ଏଥିପାଇଁ ସମ୍ବଲପୁର ଜିଲ୍ଲାର ଚାରୋଟି ସ୍ଥାନ- ରେମେଡ ପଡିଆ, କୁଚିଣ୍ଡା କଲେଜ ପଡିଆ, ଜୁଜୁମରା ହକି ପଡିଆ, ରେଢାଖୋଲ ଏବଂ ବିଶାଲଖିଣ୍ଡା ପଡିଆରେ ପ୍ରକଳ୍ପ ମଂଜୁରୀପତ୍ର ବଣ୍ଟନ କାର୍ଯକ୍ରମ ଆୟୋଜନ ହୋଇଥିଲା । ଏହିସବୁ କାର୍ଯକ୍ରମରେ ଯଥାକ୍ରମେ ମନ୍ତ୍ରୀ ନିରଂଜନ ପୂଜାରୀ, ରୀତା ସାହୁ, ପ୍ରଫୁଲ୍ଲ ମଲ୍ଲିକ ଏବଂ ଟୁକୁନି ସାହୁ ଯୋଗ ଦେଇଥିଲେ । ଏହିସବୁ ସ୍ଥାନ ସହ ଭିଡିଓ କନଫରେନସିଂ ଜରିଆରେ ଯୋଡି ହୋଇଥିଲେ ଫାଇଭ-ଟି ଓ ନବୀନ ଓଡିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ, ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ।

ଗତ ଜାନୁଆରୀ ୧୨ ଓ ୧୩ ତାରିଖରେ କାର୍ତ୍ତିକ ପାଣ୍ଡିଆନ ସମ୍ବଲପୁର ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକର ସମୀକ୍ଷା କରିବା ସହ ଲୋକଙ୍କ ଠାରୁ ଦରଖାସ୍ତ ଗ୍ରହଣ କରିଥିଲେ। ଏହି ଦରଖାସ୍ତ ମଧ୍ୟରେ ଥିବା ଧାର୍ମିକ ଅନୁଷ୍ଠାନ ରୂପାନ୍ତରଣ ପ୍ରସ୍ତାବ, ଗୋଷ୍ଠି କେନ୍ଦ୍ର ନିର୍ମାଣ ପ୍ରସ୍ତାବ ନେଇ ତୁରନ୍ତ ପଦକ୍ଷେପ ନିଆଯାଇଥିଲା । ସମସ୍ତ ଦରଖାସ୍ତର ସମୀକ୍ଷା କରି ଆଜି ୧୩୪୭ଟି କାର୍ଯ୍ୟର ମଂଜୁରୀ ଆଦେଶ ବଣ୍ଟନ କରାଯାଇଛି ।

●ନିର୍ବାଚନୀ ଗସ୍ତ କରୁଥିବା ଅନ୍ୟ ଦଳର ନେତାଙ୍କୁ ଦରଖାସ୍ତ ଦେଇ ଦେଖନ୍ତୁ, କେତେ ଦିନରେ ହେଉଛି ସମାଧାନ  କାର୍ତ୍ତିକ ପାଣ୍ଡିଆନ
● ନିର୍ବାଚନୀ ପ୍ରତିଶ୍ରୁତି ଦେଉଥିବା ନେତାଙ୍କୁ ତୀର୍ଯକ ବାଣ
● ସବୁଠୁ କମ ସମୟରେ ଲୋକଙ୍କ ଦରଖାସ୍ତ ଉପରେ ମୁଖ୍ୟମନ୍ତ୍ରୀ ନେଉଛନ୍ତି ପଦକ୍ଷେପ
● ସମ୍ବଲପୁର ଜିଲ୍ଲା ପାଇଁ ୫୮ କୋଟି ଟଙ୍କାର ୧୩୪୭ଟି କାର୍ଯ୍ୟ ମଂଜୁରୀପତ୍ର ବଣ୍ଟନ
● ୫ରୁ ୧୦ ଦିନ ଭିତରେ ହେଉଛି ଦରଖାସ୍ତର ସମାଧାନ

ଏହି ଅବସରରେ କାର୍ତ୍ତିକ ପାଣ୍ଡିଆନ କହିଥିଲେ ଯେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାଢେ ଚାରି କୋଟି ଓଡିଆଙ୍କୁ ତାଙ୍କ ପରିବାର ବୋଲି ଭାବନ୍ତି । କଥା କମ କୁହନ୍ତି, କିନ୍ତୁ ଲୋକଙ୍କ ପାଇଁ ସବୁବେଳେ କାମ କରନ୍ତି । ଏତେ କମ ଦିନ ମଧ୍ୟରେ ଲୋକଙ୍କ ଦରଖାସ୍ତ ଉପରେ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ହିଁ ପଦକ୍ଷେପ ନେଇପାରନ୍ତି । ଏକ ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିବାକୁ ଯାଇ ସେ କହିଥିଲେ ଲୋକେ ଏକଥାକୁ ପରୀକ୍ଷା କରିପାରନ୍ତି । ଏବେ ରାଜ୍ୟରେ ନିର୍ବାଚନୀ ମାହୋଲ ଆରମ୍ଭ ହୋଇଗଲାଣି, ଅନ୍ୟାନ୍ୟ ରାଜନୈତିକ ଦଳର ନେତାମାନେ ଆସି ବଡ ବଡ ପ୍ରତିଶ୍ରୁତି ଦେଉଥିବେ । ସେମାନଙ୍କୁ ଜନସାଧାରଣ ଦରଖାସ୍ତ ଦେଇ ଦେଖନ୍ତୁ ସେମାନେ କେତେ ଦିନରେ ତାହା ପୂରଣ କରୁଛନ୍ତି, ନା ବିଲକୁଲ ପୂରଣ କରୁନାହାଁନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମାତ୍ର ପାଂଚରୁ ଦଶ ଦିନ ଭିତରେ ଲୋକଙ୍କ ଆବେଦନ ଉପରେ ପଦକ୍ଷେପ ନେଉଛନ୍ତି । ତାଙ୍କର ସମକକ୍ଷ କେହି ହୋଇପାରିବେ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଜନସାଧାରଣ ହୃଦୟର ସହିତ ଆଶୀର୍ବାଦ କରନ୍ତୁ ବୋଲି କାର୍ତ୍ତିକ ପାଣ୍ଡିଆନ ଅପିଲ କରିଥିଲେ ।

ବିଭିନ୍ନ ଅଞ୍ଚଳକୁ ମିଳିଥିବା ପ୍ରକଳ୍ପ ମଂଜୁରୀପତ୍ର ପାଇଁ ବିଭିନ୍ନ ଅଞ୍ଚଳବାସୀ ଭିସି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଫାଇଭ-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ପ୍ରକଳ୍ପ ମଂଜୁରୀ ବିତରଣ ବେଳେ ସମସ୍ତେ ଗଦଗଦ୍ ହୋଇ ପୂର୍ବରୁ ଏଭଳି କେବେ ହୋଇନଥିବା ପ୍ରକାଶ କରିଥିଲେ । ସମ୍ବଲପୁର ପାଇଁ ଏତେ ସଂଖ୍ୟକ ପ୍ରକଳ୍ପ ପୂର୍ବରୁ କେବେ ମଂଜୁର ହୋଇନଥିବା ମଧ୍ୟ ଲୋକେ କହିଥିଲେ ।
 





Advertisment

You Might Also Like