+91-7008748499 / 9438844229

dkm3773@gmail.com / bpindialive@gmail.com

Tuesday 8th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ନିର୍ବାଚନ ଆସିଲେ ନବୀନ ବାବୁ ନୂଆ ନୂଆ ଲଲିପପ୍ ଧରାନ୍ତି

13-Feb-2024



ଭୁବନେଶ୍ୱର, ତା. ୧୩/୦୨ ରିଖ : ୨୪ ବର୍ଷର ନିରନ୍ତର ଶାସନ ବ୍ୟବସ୍ଥାରେ ରହିଲା ପରେ ମଧ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଓଡ଼ିଶା 
ଯୁବକ ଓ ଯୁବତୀମାନଙ୍କୁ ଆତ୍ମ ନିର୍ଭରଶୀଳ କରିବା ପାଇଁ କୌଣସି ଠୋସ ନିଷ୍ପତି ନେଇନାହାନ୍ତି । ରାଜ୍ୟର ଭବିଷ୍ୟତ ରାଜ୍ୟର ସବୁଠାରୁ ବଡ଼ବର୍ଗ ଯେଉଁମାନେ କି ୧୮ ରୁ ୪୦ ବର୍ଷ ଭିତରେ ସେମାନଙ୍କୁ ଦୀର୍ଘ ୨୪ ବର୍ଷ ଧରି ଅବହେଳିତ କରି ରଖାଯାଇଛି । ନିର୍ବାଚନ ପାଖେଇ ଆସିଲେ ନବୀନ ବାବୁଙ୍କର ଓଡ଼ିଶାର ଯୁବକ, ଯୁବତୀ, କୃଷକ ଏବଂ ଅନ୍ୟ ଅବହେଳିତ ନିଷ୍ପେସିତ ବର୍ଗଙ୍କ କଥା ମନେପଡ଼େ । ରାଜ୍ୟର ଶାସନ ବ୍ୟବସ୍ଥାକୁ ଠିକାରେ ଦେଇ ମୁଖ୍ୟମନ୍ତ୍ରୀ ରାଜ୍ୟର ଯୁବବର୍ଗ, କୃଷକଙ୍କୁ ଉପହାସ କରିଚାଲିଛନ୍ତି । 
     ଆଜି ପ୍ରଦେଶ କଂଗ୍ରେସ କମିଟିର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀର ପ୍ରଦେଶ କଂଗ୍ରେସ କମିଟିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ସାମ୍ବାଦିକ ମାନଙ୍କୁ ସମ୍ଭୋଦିତ କରି କହିଲେ ଯେ ଦୀର୍ଘ ୨୪ ବର୍ଷ ଭିତରେ ଓଡ଼ିଶାର ସ୍ଥିର ଓ ସ୍ଥାୟୀ ପ୍ରଗତି ପାଇଁ କୌଣସି ଠୋସ୍ କାର୍ଯ୍ୟକ୍ରମ ଗ୍ରହଣ କରିନାହାନ୍ତି । ଗତକାଲି ଓଡ଼ିଶା ସରକାରଙ୍କ କ୍ୟାବିନେଟ ୨୭ ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଉପରେ ପ୍ରସ୍ତାବ ପାରିତ ହୋଇଥିଲା,ତନ୍ମଧ୍ୟରୁ ସ୍ୱୟମ ଯୋଜନା ଅନ୍ୟତମ । ଏହି ଯୋଜନା ଅନୁସାରେ ଓଡ଼ିଶାର ଯୁବକ ଓ ଯୁବତୀ ସ୍ୱାବଲମ୍ବୀ ହୋଇ ରୋଜଗାର ପାଇଁ ୧ ଲକ୍ଷ ଟଙ୍କା ବ୍ୟାଙ୍କ ମାଧ୍ୟମରେ ଋଣ ଆକାରରେ ମିଳିବ ବୋଲି ଘୋଷଣା କରାଗଲା । ଏହି ଋଣକୁ ୪ ବର୍ଷ ଭିତରେ ବିନା ସୁଧରେ ଫେରସ୍ତ କରାଯିବ । ୧ ଲକ୍ଷ ଟଙ୍କାରେ ଚା ଓ ପକୋଡ଼ି ଦୋକାନ ଛଡ଼ା ଅନ୍ୟ କ’ଣ ବ୍ୟବସାୟୀ ଆରମ୍ଭ ହୋଇପାରିବ । ରାଜ୍ୟରେ ଶିକ୍ଷିତ ଯୁବକ ଓ ଯୁବତୀମାନଙ୍କୁ ସ୍ଥାୟୀ ନିଯୁକ୍ତି ଏବଂ ନିଶ୍ଚିତ ନିଯୁକ୍ତି ଦେବା ପରିବର୍ତେ ଶିକ୍ଷିତ ଯୁବକ ଯୁବତୀଙ୍କୁ ଚା ପକୋଡ଼ି କହିବା ଏ ରାଜ୍ୟ ସରକାରଙ୍କର ଦେବାଳିଆ ପଣ ଏକ ବଡ଼ ପ୍ରମାଣ । 
    ଓଡ଼ିଶା ସରକାର ପ୍ରତିବର୍ଷ ୨ ଲକ୍ଷ ଚାକିରୀ ସୃଷ୍ଟି କରିବା ପାଇଁ ଓଡ଼ିଶାରେ ଯୁବବର୍ଗଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ୧୦ ବର୍ଷ ପରେ ସେ ପ୍ରତିଶ୍ରୁତି ପାଣିକୁ ଗଲା ଏବଂ ସେମାନଙ୍କୁ ଚା ଓ ପକୋଡ଼ି ଦୋକାନ କରିବା ପାଇଁ ବାଧ୍ୟ କରାଯାଉଛି । ଏହାଦ୍ୱାରା ରାଜ୍ୟର କି ବିକାଶ ହେବ । ଏଗୁଡ଼ିକ ନିର୍ବାଚନ ପୂର୍ବରୁ ଯୁବବର୍ଗଙ୍କ ଭୋଟକୁ ହାତେଇବା ପାଇଁ ଆଉ ଏକ ଲଲିପପ୍ ।

    ସବୁଠାରୁ ଦୁଃଖ ଓ ନୈରାଶର କଥା ଯେ ରାଜ୍ୟରେ ୨ ଲକ୍ଷ ୩୬ ହଜାରରୁ ଅଧିକ ପଦବୀ ଦୀର୍ଘ ବର୍ଷ ଧରି ପଡ଼ିରହିଛି । କିନ୍ତୁ ଏ ସବୁକୁ ପୁରଣ କାହିଁକି କରାଯାଉନାହିଁ? ଏହାର ଉତର ମୁଖ୍ୟମନ୍ତ୍ରୀ ରଖନ୍ତୁ? ରାଜ୍ୟର ଭବିଷ୍ୟତ ଯୁବବର୍ଗଙ୍କ ହାତରେ । ଯଦି ଯୁବବର୍ଗ ହତାଶ, ଦିଶାହିନ ଏବଂ ଘନ ଅନ୍ଧାକାର ଭିତରେ ନିଜର ଭବିଷ୍ୟତକୁ ଖୋଜୁଥିଲାବେଳେ ନବୀନ ପଟ୍ଟନାୟକ ସରକାର ୧ ଲକ୍ଷ ଟଙ୍କା ଯୋଜନା ରାଜ୍ୟର କେଉଁ ପରିସ୍ଥିତିକୁ ପରିବର୍ତନ କରିବ । 
   ୨୪ ବର୍ଷ ଭିତରେ ରାଜ୍ୟର ଗୋଟିଏ ବୋଲି କୃଷିଭିତିକ ଶିଳ୍ପ ଏ ସରକାର କରିନାହାନ୍ତି ।ଚଣ୍ଡିଖୋଲର ଯେଉଁ ଝୋଟ ଶିଳ୍ପଟି କଂଗ୍ରେସ ସରକାର ସମୟରେ ଚାଲିଥିଲା ତାକୁ ଏ ସରକାର ବନ୍ଦ କରିଦେଲେ କିନ୍ତୁ ଏବେ ରାଜ୍ୟର ଖାଦ୍ୟ ସୁରକ୍ଷା ଯୋଜନାର ୯୫ ଲକ୍ଷ ୯୦ ହଜାର ଉପଭୋକ୍ତାଙ୍କୁ ୧ ହଜାର ଟଙ୍କା ଲେଖାଏଁ ଏବଂ ଦୁଇଟି ବ୍ୟାଗ ଦିଆଯାଉଛି । ଏହାଦ୍ୱାରା ରାଜ୍ୟର ୨୭୮.୮୫ କୋଟି ଟଙ୍କା 
    ରାଜ୍ୟ ରାଜକୋଷରୁ ବିଜୁ ଜନତା ଦଳର ପ୍ରଚାର ଓ ପ୍ରସାର ପାଇଁ ଖର୍ଚ୍ଚ କରାଯାଉଛି । ବ୍ୟାଗରେ ୫ଟିର ଚିହ୍ନ ଏବଂ ଶଙ୍ଖ ଚିହ୍ନକୁ ସ୍ଥାନିତ 
କରିବା ପାଇଁ ରାଜ୍ୟର ଖଟିକିଆ ଗରୀବଙ୍କ ପଇସାକୁ ବିର୍ନବୟ କରାଯାଉଛି । 

 

● ରାଜ୍ୟ ରାଜକୋଷର ଅର୍ଥ ବିଜୁ ଜନତା ଦଳ ବା ନବୀନ ପଟ୍ଟନାୟକଙ୍କର ବ୍ୟକ୍ତିଗତ ପାଣ୍ଠି ନୁହେଁ

   ପ୍ରଦେଶ କଂଗ୍ରେସ କମିଟି ମୁଖପାତ୍ର ରଜନୀ ମହାନ୍ତି ସାମ୍ବାଦିକ ମାନଙ୍କୁ ସମ୍ବୋଦିତ କରି କହିଲେ ଯେ ନିର୍ବାଚନ ଆସିଗଲେ ବିଜୁ 
ଜନତା ଦଳ ଏବଂ ବିଶେଷ କରି ନବୀନ ବାବୁ ରାଜ୍ୟର ଗରୀବ ଲୋକଙ୍କ ଅର୍ଥକୁ ତୁଷାରପାତ କରି ବିଭିନ୍ନ ଅର୍ଥହୀନ ଯୋଜନାକୁ ପ୍ରଣୟନ କରି ରାଜନୈତିକ ଫାଇଦା ହାସଲ କରି ବର୍ଷ ବର୍ଷ ଧରି କାର୍ଯ୍ୟ କରୁଛନ୍ତି । ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତିଳେମାତ୍ର ନିଷ୍ଠା ନାହିଁ । 
   ୨୦୧୪ ରୁ ଆଜିପର୍ଯ୍ୟନ୍ତ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବା କଥା । କିନ୍ତୁ ୧୦ ବର୍ଷ ଭିତରେ ୨ ଲକ୍ଷ ନିଯୁକ୍ତି ଦେଇଛନ୍ତି କି? ଏହାର ଏକ ଶ୍ୱେତପତ୍ର ପ୍ରକାଶ କରନ୍ତୁ । ୨୦୧୯ ସାଧାରଣ ନିର୍ବାଚନରେ ବିଜୁ ଯୁବ ବାହିନୀ କରାଗଲା । କିନ୍ତୁ ଗୋଟିଏ ବର୍ଷ ପରେ ବିଜୁ ଯୁବ ବାହିନୀ ଦେଖାମିଳିଲା ନାହିଁ । ଏ ଅର୍ଥରାଶି ରାଜନୈତିକ ଫାଇଦା ପାଇଁ କରାଯାଇଥିଲା । ଏପରିକି କୋଭିଡ଼୍ ସମୟରେ ଏ ବିଜୁ ଯୁବ ବାହିନୀ ସଦସ୍ୟେ ଦେଖାଦେଲେ ନାହିଁ । କିନ୍ତୁ ରାଜ୍ୟ ରାଜକୋଷରୁ ୪୫୦ କୋଟି ଟଙ୍କା ଗଲା । ଏହା କ’ଣ ନବୀନ ପଟ୍ଟନାୟକଙ୍କ ପୈତୃକ ପାଣ୍ଠି କି? କାଳିଆ ଯୋଜନା ୨୦୧୯ ପୂର୍ବରୁ ଘୋଷଣା କରାଗଲା ଏବଂ ରାଜ୍ୟର କୃଷକ ଏବଂ କୃଷି ଶ୍ରମିକଙ୍କୁ ପ୍ରତିଶ୍ରୁତି ଦେଲେ ଯେ ଏହା ଦ୍ୱାରା ତାଙ୍କର ଆର୍ଥିକ ବିକାଶ ହେବ । କିନ୍ତୁ ୧୦ ବର୍ଷ ଭିତରେ କୃଷକଙ୍କ ଆୟ ୩ ଟଙ୍କା ବୃଦ୍ଧି ପାଇନାହିଁ । ଏହାର ଉତର କୃଷିମନ୍ତ୍ରୀ ରଖନ୍ତୁ । ରାଜ୍ୟରେ ତ ଝୋଟ ଶିଳ୍ପ ନାହିଁ । ୨୭୮.୮୫ କୋଟି କାହିଁକି ବ୍ୟାଗ ଆଣିବା ପାଇଁ ଖର୍ଚ୍ଚ କରାଯାଉଛି । 
    ଓଡ଼ିଶାରେ ଗରୀବ ଲୋକଙ୍କ ପଇସା ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ନିଯୁକ୍ତି ପାଇଁ ଖର୍ଚ୍ଚ କରାଯାଇପାରିଥାନ୍ତା କିନ୍ତୁ ଏହା କରାଗଲା ନାହିଁ । କେଉଁ କମ୍ପାନୀରୁ ଏ ବ୍ୟାଗ୍ ସବୁ କିଣାଯିବ ଏବଂ ଏଥିରେ କେତେ ଟଙ୍କା ଚାନ୍ଦା ଆଦାୟ ହେବ, ଏହାର ଉତର ରଖନ୍ତୁ । ଏହା ହେଉଛି ନବୀନ ବାବୁଙ୍କ ଓଡ଼ିଶାର ଯୁବକ, କୃଷକଙ୍କୁ ଭଲ ପାଇବାର ଉଦହାରଣ ।





Advertisment

You Might Also Like