+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

କୋଟିଆରେ ଆନ୍ଧ୍ରର ବେଆଇନ କାର୍ଯ୍ୟକୁ ପ୍ରତିବାଦ କରିବାରେ ନବୀନ ସରକାର ବିଫଳ

12-Feb-2024



ଭୁବନେଶ୍ୱର ତା. ୧୨.୨.୨୪(ଭାରତ ପ୍ରସାରଣ):-- ଅବିଭକ୍ତ କୋରାପୁଟ ଜିଲ୍ଳାର ପଟାଙ୍ଗି ବ୍ଲକର କୋଟିଆ ପଞ୍ଚାୟତର ୨୧ ଟି ଗ୍ରାମରେ  ଆନ୍ଧ୍ର ସରକାର ଯେଭଳି ଭାବରେ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ଏବଂ ଓଡ଼ିଶାର ସରକାର ସବୁ ଜାଣି ,ସବୁ ଦେଖି  ନୀରବ ଅବଲମ୍ବନ କରୁଛନ୍ତି ଏଥିରୁ ଅନୁମାନ କରାଯାଉଛି କି  ଓଡ଼ିଶା ସରକାର ଆନ୍ଧ୍ର ପାଖରେ ଅବିଭକ୍ତ କୋରାପୁଟ ଜିଲ୍ଲାର  କୋଟିଆକୁ ସମର୍ପି ଦେଇଛନ୍ତି । କୋଟିଆକୁ ଓଡ଼ିଶାରେ ରଖିବାପାଇଁ ଓଡ଼ିଶା ସରକାରଙ୍କର ତିଲେ ମାତ୍ର ଆଗ୍ରହ ନାହିଁ କି ଆନ୍ତରିକତା ନାହିଁ ବୋଲି ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ଜୟପୁର ବିଧାୟକ ତଥା ବିଧାନସଭାର କଂଗ୍ରେସ ବିରୋଧିଦଳ ମୁଖ୍ୟ ସଚେତକ ଶ୍ରୀ ତାରା ପ୍ରସାଦ ବାହିନୀପତି ଅଭିଯୋଗ କରି କହିଛନ୍ତି ।
   ସେ କହିଛନ୍ତି କି କୋଟିଆର ୨୧ ଟି ଗ୍ରାମରେ ଆନ୍ଧ୍ର ସରକାର ସାଧାରଣ ଜନତାଙ୍କୁ ପ୍ରଲୋଭିତ କରୁଛନ୍ତି । ଧୂଳିପଦର ଓ ଫାଟୁସିନେରୀ ଗ୍ରାମରେ ଆନ୍ଧ୍ର ସରକାରୀ ଦଳର ଦଳୀୟ ପତାକା ଆନ୍ଧ୍ର ସରକାରୀ କର୍ମଚାରୀମାନେ ଉତୋଳନ କରୁଛନ୍ତି ।ଆନ୍ଧ୍ର ସରକାରଙ୍କ ପକ୍ଷରୁ ସେଠାରେ ମେଡିକାଲ କ୍ୟାମ୍ପ କରାଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି । ସେଠାରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପକ୍ଷରୁ ପ୍ରଦର୍ଶନ ନୈରାଶ୍ୟଜନକ । ଓଡ଼ିଶା ସରକାରଙ୍କ ପକ୍ଷରୁ ସେଠାରେ ସ୍ୱାସ୍ଥ୍ୟ ସେବା ଆଦୌ ନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ ।ଆନ୍ଧ୍ର ସରକାର ‘ଜଗନ୍ନା ଭରସା’ କାର୍ଯ୍ୟକ୍ରମ ମାଧ୍ୟମରେ କୋଟିଆ ଅଂଚଳର ସମସ୍ତ ସମସ୍ୟାର ସମାଧାନ ପାଇଁ ଲୋକଙ୍କ ପାଖରେ ପଂହଚୁଛନ୍ତି ।
   କେବଳ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାପାଇଁ ଓଡ଼ିଶା ସରକାର ହଷ୍ଟେଲ ସୁବିଧା କରିଥିବା ବେଳେ ଆନ୍ଧ୍ର ସରକାର କୋଟିଆ ପିଲାଙ୍କ ପାଇଁ ଆନ୍ଧ୍ରରେ କୋଟିଆର ସମସ୍ତବର୍ଗର ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଇବାପାଇଁ ସରକାରୀ ହଷ୍ଟେଲ ସୁବିଧା ଯୋଗାଇ ଦେଉଛନ୍ତି । ଛାତ୍ରଛାତ୍ରୀମାନେ ଆନ୍ଧ୍ର ସ୍କୁଲରେ ନାମ ଲେଖାର ୧୫ ଦିନ ମଧ୍ୟରେ ସେମାନଙ୍କ ପରିବାର ବର୍ଗଙ୍କୁ ଆନ୍ଧ୍ର ସରକାର ୧୫ ହଜାର ଟଙ୍କା ପ୍ରଦାନ କରୁଛନ୍ତି ।ସେଠାରେ ଓଡ଼ିଶା ସରକାରଙ୍କ ପକ୍ଷରୁ ଅଙ୍ଗନୱାଡି ଓ ସ୍କୁଲରେ ମଧ୍ୟାହ୍ନ ଭୋଜନରେ ଅଣ୍ଡା ପ୍ରାୟ ଦିଆଯାଉ ନାହିଁ । ଯେଉଁ ଛତୁଆ ଦିଆଯାଉଛି ତାହାକୁ କୁକୁର,ଗାଈ ଖାଇବେନି। ତାହା ଅତି ନିମ୍ନମାନର । ମାତ୍ର ସେଠି ଆନ୍ଧ୍ର ସରକାରଙ୍କ ପକ୍ଷରୁ ଅଫିସର ମାନେ ଉପସ୍ଥିତ ରହି ଉନ୍ନତ ଖାଦ୍ୟ ଓ ସେଥିରେ ଅଣ୍ଡା ଓ କ୍ଷୀର ଦେଉଛନ୍ତି ।
   ଆନ୍ଧ୍ର ସରକାରଙ୍କ ପକ୍ଷରୁ ସରକାରୀ ଅଫିସରମାନେ ବାର୍ଦ୍ଧକ୍ୟଭତା ହିତାଧିକାରୀଙ୍କ ଘରକୁ ଯାଇ ହାତରେ ୨୫୦୦ ଟଙ୍କା ଧରେଇ ଦେଉଥିବା ବେଳେ ଓଡ଼ିଶା ସରକାର ମାତ୍ର ୫୦୦ ଟଙ୍କା ଯାହାକି ଏବେ ୧୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି ବ୍ୟାଙ୍କ ବା ପୋଷ୍ଟାଲ ମାଧ୍ୟମରେ ଦେଉଛନ୍ତି । ସେ ଅଞ୍ଚଳରେ ଗମନାଗମନ ର କୌଣସି ସୁବିଧା ନ ଥିବାରୁ ହିତାଧିକାରୀମାନେ ଅନେକ ସମୟରେ ଭତା ଅର୍ଥ ନେବାପାଇଁ ୨୦-୨୫ କିଲୋମିଟର ଚାଲି ଚାଲି ଆସି ହତାସ ହେଉଛି ।
    କୋଣ୍ଡାଦ୍ୱାର, ମାଳି, ରଣା, କୁମ୍ଭାର, କମାର ଓ ପାଇକ ପ୍ରଭୃତି କେତେକ ବର୍ଗଙ୍କୁ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଆଦିବାସୀ ମାନ୍ୟତା ମିଳୁଥିବା ବେଳେ  ଓଡ଼ିଶା ସରକାର ସେମାନଙ୍କର ଦାବିକୁ ଉପେକ୍ଷା କରୁଛନ୍ତି ।ଆନ୍ଧ୍ର ପକ୍ଷରୁ କୋଟିଆକୁ ଦୁଇଟି ପଂଚାୟତରେ ଯାହା ବିଭକ୍ତ କରାଯାଇଛି । ଗୋଟିଏ ହେଲା ‘ଗୁଣସିନେରି ଓ ଅନ୍ୟଟି ତଳଗଞ୍ଜେଇପଦର । ଆନ୍ଧ୍ର ପକ୍ଷରୁ ଏହାକୁ ବିଗୁଆ ଗଞ୍ଜେଇ ଭଦ୍ରା ଏବଂ ଫଗୁ ଚିନାରୀ କୁହାଯାଉଛି । କୋଟିଆର ବିଭିନ୍ନ ସ୍ଥାନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ବଡ଼ ବଡ଼ ଫଟୋ ଥାଇ ହୁଡିଂ ଲାଗିଛି ।
   ଶ୍ରୀ ବାହିନୀପତି କହିଛନ୍ତି ଯେ ପଟାଙ୍ଗୀ ବ୍ଲକ ଅଧିନସ୍ଥ ଗାଲିଗପ୍ତର ଠାରେ ଥିବା ଜଳପ୍ରପାତରୁ ପ୍ରବାହିତ ହୋଇଥିବା ଜଳକୁ ଅଟକାଇ କୋଟିଆ ପଂଚାୟତର ଉପତ୍ୟକାରେ ଏକ ଚେକଡ୍ୟାମ ନିର୍ମାଣ କରିବା ପାଇଁ ନିଷ୍ପତି ନେଇଛନ୍ତି ଏବଂ ଏହି ଜଳକୁ ବ୍ୟବହାର କରି ନେରେଡ଼ି ବାଲସା ଏବଂ ତାଡ଼ିବାଲସା (ଆନ୍ଧ୍ର ଏହାକୁ ଆନ୍ଧ୍ରର କୁରୁକୁଟି ପଂଚାୟତ ଅଧିନସ୍ଥ ବୋଲି କହୁଛି) ଠାରେ ଏକ ହ୍ରାଇଡ୍ରୋ ପ୍ରୋଜେକ୍ଟ ନିର୍ମାଣ କରିବାପାଇଁ ସର୍ଭେ ଏବଂ ସଏଲଟେଷ୍ଟ କାମ ସମାପ୍ତ ହୋଇଛି । ଏହା ଦ୍ୱାରା କୋଟିଆ ଉପତ୍ୟକାରେ ଥିବା ୧୨ ଖଣ୍ଡ ଗାଁ ଜଳମଗ୍ନ ହୋଇଯିବ । ଏହି ହାଇଡ୍ରୋ ପ୍ଳାଂଟ ବାବଦରେ ୧୯.୭.୨୦୨୩ ରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ତତ୍ୱାବଧାନରେ ଆଦାନୀଗ୍ରୁପ, ଓଡ଼ିଶା ସରକାରଙ୍କର ଶିଳ୍ପ ସଚିବ ହେମନ୍ତ ଶର୍ମା ଏବଂ ଆନ୍ଧ୍ର ସରକାରଙ୍କ ଅଫିସର ଥାଇ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିବା କଥା ବିଧାନସଭାରେ କହିଛନ୍ତି ଶକ୍ତି ମନ୍ତ୍ରୀ। ଏହି ବୈଠକରେ ଓଡ଼ିଶା ସରକାର କୌଣସି ପ୍ରତିବାଦ ନକରିବା ଦୁର୍ଭାଗ୍ୟଜନକ ଏବଂ ଶକ୍ତି ବିଭାଗର କାମରେ ଗୃହ ମନ୍ତ୍ରଣାଳୟ  ର କାମ କଣ ଥିଲା ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଟ ବିଧାୟକ ଶ୍ରୀଯୁକ୍ତ ବାହିନୀପତି।
   ଏଠାରେ ପ୍ରକାଶ ଥାଉକି ଆନ୍ଧ୍ର ସରକାର ଆଦାନୀ ଗ୍ରୀନ ଏନର୍ଜି ଲିମିଟେଡକୁ କୋଟିଆରେ ୪ ଟି ପମ୍ପ ଷ୍ଟୋରେଜ ପ୍ରକଳ୍ପ ପାଇଁ ଯୋଜନା କରି ସର୍ଭେ ନିମନ୍ତେ ଦାୟୀତ୍ୱ ଦେଇଛି । ରାଜ୍ୟ ସରକାରଆନ୍ଧ୍ରକୁ ସହଯୋଗ କରିବା ବୋଲି ମନେ ହେଉଛି ।
     ପଟାଙ୍ଗୀ ବ୍ଲକର ନେରେଡ଼ି ବାଲସାରେ ପ୍ରକଳ୍ପ ହେବ । ଯାହାକି ସାଲୁର ଠାରୁ ୩୫ କିମି ଦୂର । ସେଠି ଆନ୍ଧ୍ର ବସ ଚାଲିଛି ମାତ୍ର ଓଡ଼ିଶା ବସ ଚାଲୁନାହିଁ ।
   ଏଠାରେ ସୂଚନାଯୋଗ୍ୟ ଯେ ନେରେଡ଼ି ବାଲସା ପଟାଙ୍ଗୀ ଠାରୁ ମାତ୍ର ୧୫ କି.ମି ଦୂର । ସେଠିକାର ଅଧିବାସୀ ଆନ୍ଧ୍ରର ସାର୍କି ହାଟକୁ ଯାଇ ତେନ୍ତୁଲି, ଝାଡ଼ୁ, ଖଲିପତ୍ର, ହଳଦୀ, ପନିପରିବା ଏବଂ ଅନ୍ୟାନ୍ୟ ଯଙ୍ଗଲଯାତ ଦ୍ରବ୍ୟ ବିକୁଥିବା ବେଳେ ପଟାଙ୍ଗୀକୁ ବସ ଯୋଗାଯୋଗ ନଥିବାରୁ ସେମାନେ ଓଡ଼ିଶାରେ ବିକ୍ରୀ କରିବାରେ ସୁଯୋଗ ପାଉ ନାହାନ୍ତି ।
    କଥା ସେତିକିରେ ରହିଯାଇ ନାହିଁ । ଆନ୍ଧ୍ର ସରକାରଙ୍କ ପକ୍ଷରୁ କୋରାପୁଟର ନନ୍ଦପୁର ବ୍ଲକର ଚାଟୁଆ ଅଂଚଳରେ ରାସ୍ତାକାମ, ପାନୀୟଜଳ,ବ୍ୟବସ୍ଥା ଓ ବ୍ରୀଜ ନିର୍ମାଣ କାର୍ଯ୍ୟ ଚାଲିଛି । ସେହିପରି ନାରାୟଣ ପାଟଣା ବ୍ଲକର ବରଗୀ, ଲଙ୍ଗଳବେଢ଼ା ପ୍ରଭୃତି ତିନିଚାରିଟି ପଂଚାୟତରେ ଓ ବନ୍ଧୁ ଗାଁ ବ୍ଲକର ତିନୋଟି ପଂଚାୟତରେ ଆନ୍ଧ୍ର ସରକାର ଉନ୍ନୟନ ମୂଳକ କାର୍ଯ୍ୟ କରୁଛନ୍ତି । ଏକଥା ଓଡ଼ିଶା ସରକାର ଜାଣି ନୀରବ ରହିବା ଦୁର୍ଭାଗ୍ୟଜନକ । ଜଣେ ସାଧାରଣ ଓଡ଼ିଆ ଏହାକୁ ସହ୍ୟ କରିପାରିବ ନାହିଁ । କୋରାପୁଟର ଛାତିରେ ଆନ୍ଧ୍ରର କାର୍ଯ୍ୟକ୍ରମକୁ ଓଡ଼ିଶା ସରକାର ସତେଯେପରି ସମର୍ଥନ ଦେଉଛନ୍ତି ତାହା ଆମ ପାଇଁ କଷ୍ଟ ଦାୟକ । ଏପରି ହେଲେ ସେଠିକାର ବାସିନ୍ଦା ଆନ୍ଧ୍ର ଅଧିନରେ ରହିବାକୁ ପସନ୍ଦ କରିବେ । ଏକଥା କ’ଣ ମୁଖ୍ୟ ମନ୍ତ୍ରୀ ଜାଣି ପାରୁ ନାହାନ୍ତି? ନା ନ  ଜାଣିବାର ଅଭିନୟ କରୁଛନ୍ତି।ପଂଚାୟତ ନିର୍ବାଚନ ଆନ୍ଧ୍ର ପକ୍ଷରୁ କରାଗଲା । ଓଡ଼ିଶା ସରକାର ଏହାକୁ ଠିକ୍ ଭାବରେ ପ୍ରତିବାଦ କରିପାରିଲେ ନାହିଁ ।
   ତେଣୁ ରାଜ୍ୟ ସରକାର ତୁରନ୍ତ ହସ୍ତକ୍ଷେପ କରି ପଟାଙ୍ଗୀ ବ୍ଲକରେ ଥିବା ଦେଓମାଳି ପର୍ବତ ଏବଂ ସମଗ୍ର କୋଟିଆ ପଞ୍ଚାୟତ ଅଞ୍ଚଳ କୁ  ଜୈବ ବିବିଧତା ର ହେରିଟେଜ ଅଞ୍ଚଳ ଭାବେ ଘୋଷଣା କରିବାକୁ ଦାବୀ କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି।ଏଠାରେ ସୂଚନାଯୋଗ୍ୟ ଯେ କୋରାପୁଟ ସ୍ଥିତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ଅନୁଷ୍ଠାନ ଗବେଷଣା କରି ଏହାକୁ ହେରିଟେଜ ଅଂଚଳ ଘୋଷଣା କରିବାକୁ ରିପୋର୍ଟ ଦେଇଛନ୍ତି ।
   ଯଦି କୋଟିଆ ଅଂଚଳ ପ୍ରତି ରାଜ୍ୟ ସରକାର ଏଭଳି ଉଦାସୀନ ଭାବ ରଖିବେ ଓଡ଼ିଶା ବାସୀ ଓ କୋରାପୁଟ ବାସୀ ରାଜରାସ୍ତାକୁ ଓହ୍ଲାଇବେ। ଏ ରାଜ୍ୟର ସ୍ବାର୍ଥ ପାଇଁ,ମା ମାଟିର ସ୍ବାର୍ଥ ପାଇଁ କଂଗ୍ରେସ ମଧ୍ୟ ଜୋରଦାର ଆନ୍ଦୋଳନ କରିବ ବୋଲି ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ ଛନ୍ତି  ବିଧାୟକ ଶ୍ରୀଯୁକ୍ତ ବାହିନୀପତି।
  ଏହାକୁ ନେଇ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ବରେ ମହାମହିମ ରାଜ୍ୟପାଳଙ୍କୁ ଦାବି ପତ୍ର ପ୍ରଦାନ କରିବ କଂଗ୍ରେସ।ଆଜିର ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ଅଧକ୍ଷ ବିଶ୍ଵ ରଞ୍ଜନ ମହାନ୍ତି ଓ ବରିଷ୍ଟ ମୁଖପାତ୍ର ମନୋରଞ୍ଜନ ଦାସ ଉପସ୍ଥିତ ଥିଲେ।


 





Advertisment

You Might Also Like