Breaking News
07-Feb-2024
ଭୁବନେଶ୍ୱର-ତା ୭.୨.୨୪ ରିଖ(ଭାରତ ପ୍ରସାରଣ):-ବିଜେଡି ପରେ ପାଓ୍ବାର ଶୋ କଲା ବିଜେପି ବର୍ତ୍ତମାନ ପଶ୍ଚିମ ଓଡ଼ିଶାରେ ଚାଲିଛି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଚାଲିଛି ଭାରତ ଜୋଡ ନ୍ୟାୟ ଯାତ୍ରା।
ପ୍ରମୁଖ ୩ଦଳ ବିଜେଡି, ବିଜେପି ଓ କଂଗ୍ରେସ ସଭିଙ୍କ ଫୋକସରେ ରହିଛି ପଶ୍ଚିମ ଓଡ଼ିଶା। ୨୦୨୪ ନିର୍ବାଚନ ରଣାଙ୍ଗନରେ ବିଜୟ ଲାଭ କରିବା ପାଇଁ ଭୋଟରଙ୍କୁ ମନେଇବା ଲାଗି ପ୍ରସ୍ତୁତ ହୋଇଛି ରଣନୀତି।କେହି କାହାକୁ ପତିଆରା ଦେଖେଇବାରେ କମ ନାହାନ୍ତି।ଆସନ ଦଖଲ ନେଇ ତିନି ପ୍ରମୁଖ ଦଳ କଂଗ୍ରେସ, ବିଜେଡି ଓ ବିଜେପି ଆରମ୍ଭ କରି ଦେଇଛନ୍ତି ରାଜନୈତିକ କସରତ।ସଭିଙ୍କ ଫୋକସରେ ପଶ୍ଚିମ ଓଡ଼ିଶା।
ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମା’ ସମଲେଶ୍ଵରୀ ପ୍ରକଳ୍ପର ଲୋକାର୍ପଣ କରିଥିଲେ । ପଶ୍ଚିମ ଓଡ଼ିଶାର ଆରାଧ୍ୟା ଦେବୀ ହେଉଛନ୍ତି ମା ସମଲେଶ୍ଵରୀ । ଆଉ ସମଲେଇ ପ୍ରକଳ୍ପ ମାଧ୍ୟମରେ ବିଜେଡି ଭୋଟ ବ୍ୟାଙ୍କ ସଜାଡିବାକୁ ଲକ୍ଷ୍ୟ ରଖିକରି ଆଗକୁ ବଢିଛି।ବିଜେଡିର ନଜର ବିରୋଧୀଙ୍କ ଶକ୍ତି ବଢୁଥିବା ଆସନ ଉପରେ।
ସେହିପରି ଫେବୃଆରୀ ୩ ତାରିଖ ରେ ସମ୍ବଲପୁର ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାଧାରଣ ସଭା କରି ଭୋଟରଙ୍କୁ ମୋଦି ଗ୍ୟାରେଣ୍ଟି ଓ ଓଡ଼ିଶା ପାଇଁ ଥିବା ସ୍ୱପ୍ନ ସଂପର୍କରେ ଅବଗତ କରିଛନ୍ତି ପ୍ରଧାନମନ୍ତ୍ରୀ। ଏପଟେ ମୋଦୀଙ୍କ ଗସ୍ତ ପରେ ରାଜ୍ୟ ବିଜେପି ଶିବିର ଏବେ ବେଶ ଉତ୍ସାହିତ । ଏବେ ପଶ୍ଚିମ ଓଡ଼ିଶାର ୫ ସଂସଦୀୟ କ୍ଷେତ୍ର ବିଜେପି ଦଖଲରେ ରହିଛି। ୨୦୨୪ ରେ ଏସବୁ ସଂସଦୀୟ କ୍ଷେତ୍ରରେ ଅଧିକ ବିଧାନସଭା ଆସନ ଅକ୍ତିଆର ଲାଗି ଦଳ ରଣନୀତି ପ୍ରସ୍ତୁତ କରୁଛି।ରାଜନୈତିକ ସମୀକ୍ଷକଙ୍କ ମତରେ ମୋଦି ପଶ୍ଚିମ ଓଡ଼ିଶାରୁ ନିର୍ବାଚନୀ ବିଗୁଲ ବଜାଇବେ, ଯାହାର ବଡ଼ ପ୍ରଭାବ ଆସନ୍ତା ନିର୍ବାଚନ ଫଳାଫଳରେ ଦେଖିବାକୁ ମିଳିପାରେ।
ଅନୁରୂପ ଭାବେ କଂଗ୍ରେସ ବି ପଛରେ ପଡି ନାହିଁ।ଓଡିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ସରତ ପଟ୍ଟନାୟକ ଭାରତ ଜୋଡ ନ୍ୟାୟ ଯାତ୍ରାର ମୁଖ୍ୟ ପୁରୋଧା ତଥା ଦେଶର ଜନମାନସର ନେତା ରାହୁଲ ଗାନ୍ଧୀ ଙ୍କୁ ଓଡିଶା ଆଣି ପଶ୍ଚିମ ଓଡ଼ିଶାର ତିନିଟି ପ୍ରମୁଖ ସାଂଗଠନିକ ଜିଲ୍ଲା ରାଉରକେଲା,ସୁନ୍ଦରଗଡ,ଝାରସୁଗୁଡା ଜିଲ୍ଲା ରେ ରୋଡ଼ ସୋ ଏବଂ ସଭାସମିତି କରି ସାଧାରଣ ଜନତାଙ୍କ ଆସ୍ଥା ଭାଜନ ପାଇଁ ରାତି ଦିନ ଏକ କରି ଦେଇଛନ୍ତି। ପଶ୍ଚିମ ଓଡ଼ିଶାରେ ସଂଗଠନକୁ ସଜାଡିବା ଲାଗି ସେ ଉଦ୍ୟମ ଜାରି ରଖିଛନ୍ତି। ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା କଂଗ୍ରେସ ପାଇଁ ସଂଜୀବନୀ ହେବ ବୋଲି ଦଳୀୟ ନେତା ଓ କର୍ମୀ ଆଶା ରଖିଛନ୍ତି। ପରବର୍ତ୍ତୀ ସମୟରେ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକଙ୍କ ନେତୃତ୍ବରେ ଦଳର ବରିଷ୍ଠ ନେତା ବସ୍ରେ ବୁଲି ସାରା ଓଡିଶା ଯାତ୍ରା କରିବା ସହ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତା ସଂପର୍କରେ ଲୋକଙ୍କୁ ଅବଗତ କରିବେ। ସାଧାରଣ ନିର୍ବାଚନକୁ ଅତି ବେଶୀରେ ଦୁଇ ମାସ ବାକି। ଏହାକୁ ନେଇ ରାଜ୍ୟ ରାଜନୀତିରେ ବଢିବାରେ ଲାଗିଛି ଉଷ୍ଣତା। ୨୦୧୯ରେ କମ୍ ମାର୍ଜିନରେ ହାରିଥିବା ସିଟକୁ କଂଗ୍ରେସ ଅଧିକ ଗୁରୁତ୍ୱ ଦେଉଛି।
ପଶ୍ଚିମ ଓଡ଼ିଶାରେ କଂଗ୍ରେସ ଓ ବିଜେପିର ସାଂଗଠନିକ ଦକ୍ଷତା ବୃଦ୍ଧି ଦେଖି ବିଜେଡ଼ି ସମଲେଇ ପ୍ରକଳ୍ପ ମାଧ୍ୟମରେ ଲୋକଙ୍କ ଆସ୍ଥା ଜିଣିବାକୁ ଚେଷ୍ଟା ଆରମ୍ଭ କରିଛି। ପଶ୍ଚିମ ଓଡ଼ିଶାରେ ବିଜେପି ଓ କଂଗ୍ରେସ ନିଜ ସ୍ଥିତି ଦୃଢ କରୁଥିବା ବେଳେ ବିଜେଡି ପାଇଁ ଚାଲେଞ୍ଜ ହେବ ତୀବ୍ର ଗୋଷ୍ଠୀ କନ୍ଦଳ। ତେବେ ଏଥିରୁ ବିଜେପି ଓ କଂଗ୍ରେସ କେତେ ମାଇଲେଜ ନେଉଛନ୍ତି ତାହା ଦେଖିବା କଥା।
ଦିନିକିଆ ଓଡ଼ିଶା ଗସ୍ତରେ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବଲପୁରରେ ଆଇଆଇଏମର ସ୍ଥାୟୀ କ୍ୟାମ୍ପସକୁ ଉଦଘାଟନ କରିବା ସହ ବିଭିନ୍ନ ପ୍ରକଳ୍ପର କରିଛନ୍ତି ଶିଳାନ୍ୟାସ । ସେହିପରି ଦଳୀୟ ସଭାରେ ଲାକ୍ଷାଧିକ ଲୋକଙ୍କୁ ବି ସମ୍ଭୋଧିତ କରିଥିଲେ। ଏହାକୁ ନେଇ ରାଜ୍ୟ ବିଜେପି ଶିବିର ଉତ୍ସାହିତ । ମୋଦିଙ୍କ ଶାସନ ସମୟରେ ଓଡିଶା ଅଧିକ ଲାଭବାନ ହୋଇଥିବା ବେଳେ ସଙ୍ଗଠନ ବି ଅଧିକ ସକ୍ରିୟ ହୋଇଛି । ଯେଉଁଥିପାଇଁ ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ୩୦ ପ୍ରତିଶତରୁ ଅଧିକ ଭୋଟ ପାଇଥିଲା ଦଳ। ତେବେ ମୋଦିଙ୍କ ଏହି ଗସ୍ତ ବିଶେଷ ପ୍ରଭାବ ପକାଇବ ନାହିଁ ବୋଲି କହିଛନ୍ତି ଉଭୟ ବିଜେଡି ଓ କଂଗ୍ରେସ । ବିଶେଷ କରି ପଶ୍ଚିମ ଓଡିଶାରେ ବିଜେପି ୨୦୧୯ ନିର୍ବାଚନରେ ୫ କୁ ୫ ଲୋକସଭା ଆସନ ହାତେଇ ଥିଲା। ମୋଦିଙ୍କ ପ୍ରତି ବଢୁଥିବା ଜନ ସମର୍ଥନ ଲୋକସଭାରେ ଦଳ ବହୁତ ଭଲ ପ୍ରଦର୍ଶନ କରିବା ନେଇ କହିଲେଣି ରାଜନୈତିକ ସମୀକ୍ଷକ।ସେମାନଙ୍କ କହିବା କଥା ମୋଦିଙ୍କ ଜନପ୍ରିୟତାରେ ମଧ୍ୟପ୍ରଦେଶ, ଛତିଶଗଡ ଓ ରାଜସ୍ଥାନ ଫଳାଫଳ ପରି ଓଡିଶାରେ ବି ପ୍ରଭାବ ପଡିବ। ସେହିପରି ବିଜେଡି ଓ କଂଗ୍ରେସ ବି ପଶ୍ଚିମ ଓଡିଶାରେ ଭଲ ପ୍ରଦର୍ଶନ କରିବେ ବୋଲି ଦୃଢ଼କ୍ତି ପ୍ରକାଶ କରିଛନ୍ତି। ଦେଖାଯାଉ ପଶ୍ଚିମ ଓଡିଶାବାସୀ କେଉଁ ଦଳକୁ ପସନ୍ଦ କରୁଛନ୍ତି ଏବଂ କେଉଁ ଦଳ ଶାସନ କ୍ଷମତା ଅକ୍ତିଆର କରୁଛି।
ସ୍ୱତନ୍ତ୍ର ପ୍ରତିନିଧି(ଡି କେ ଏମ )