Breaking News
06-Feb-2024
ଭୁବନେଶ୍ବର:ତା ୬.୨.୨୪ ରିଖ(ଭାରତ ପ୍ରସାରଣ):- ପ୍ରଚାର ପ୍ରସାରରେ କେତେ ଖର୍ଚ୍ଚ କରିଛନ୍ତି ସରକାର ।ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ। ବିଜେପି ବିଧାୟକ ମୁକେଶ ମହାଲିଙ୍ଗଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ଆର୍ଥିକ ବର୍ଷରେ ସରକାରୀ ଓ ବେସରକାରୀ ଯୋଜନାର ପ୍ରଚାର ପ୍ରସାର ଓ ବିଜ୍ଞାପନ ଖର୍ଚ୍ଚ ବାବଦକୁ ୭୪ କୋଟି ୮୦ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଥିଲା। ତେବେ ଚଳିତ ଆର୍ଥିକ ବର୍ଷରେ ଜାନୁଆରୀ ଶେଷ ସୁଦ୍ଧା ପ୍ରାୟ ୨୦ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର। ନିର୍ବାଚନୀ ବର୍ଷ ହୋଇଥିବାରୁ ପୂର୍ବ ବର୍ଷଗୁଡ଼ିକ ଅପେକ୍ଷା ଚଳିତ ବର୍ଷର ଖର୍ଚ୍ଚ ବଢ଼ିଛି। ଚଳିତ ବର୍ଷରେ ଜାନୁଆରୀ ଶେଷ ସୁଦ୍ଧା ୧୯ କୋଟି ୭୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି ସରକାର। ସରକାରୀ ଯୋଜନାର ପ୍ରଚାର ପ୍ରସାର ବାବଦକୁ ମୁଦ୍ରିତ ଗଣମାଧ୍ୟମକୁ ୧୭ କୋଟି ୪୩ ଲକ୍ଷ ଓ ବୈଦ୍ୟୁତିକ ଗଣମାଧ୍ୟମକୁ ମାତ୍ର ୩୧ ଲକ୍ଷ ଏବଂ ହୋର୍ଡିଙ୍ଗ ଓ ଆଉଟଡୋର ବ୍ରାଣ୍ଡିରେ ୧ କୋଟି ୯୩ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ସୂଚନା ଓ ଲୋକସମ୍ପର୍କ ବିଭାଗ।