+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ପ୍ରତି ସଂସଦୀୟ କ୍ଷେତ୍ରରେ ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନ କରିବ ପରିବର୍ତ୍ତନ ସମାବେଶ

14-Mar-2024



ଭୁବନେଶ୍ୱର,୧୪.୩.୨୪(ଭାପ୍ର):- ରାଜୀବ ଗାନ୍ଧୀ ପଂଚାୟତି ରାଜ ସଂଗଠନର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି କଂଗ୍ରେସ ଭବନରେ ରାଜ୍ୟ ସଭାପତି ଶ୍ରୀ ସୁଦର୍ଶନ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଂଗଠନ ପକ୍ଷରୁ ରାଜ୍ୟର ସମସ୍ତ ୨୧ଟି ଲୋକସଭା ନିର୍ବାଚ ମଣ୍ଡଳୀରେ ପରିବର୍ତନ ସମାବେଶ ମାନ ଆୟୋଜନ କରିବା ପାଇଁ ଆଜି ବୈଠକରେ ପ୍ରସ୍ତାବ ପାରିତ ହୋଇଛି । 

ଏହି କାର୍ଯ୍ୟକାରିଣୀରେ ଯୋଗଦେଇ ସଂଗଠନର ଜାତୀୟ ଅଧ୍ୟକ୍ଷା ମିନାକ୍ଷୀ ନଟରାଜନ କହିଲେ ଯେ ବିଜେଡ଼ି ଓ ବିଜେପି ସରକାର ପଂଚାୟତ ବ୍ୟବସ୍ଥାର ବିରୋଧି । ପଂଚାୟତ ପ୍ରତିନିଧି ମାନଙ୍କ ପ୍ରତି ଏହି ସରକାରର ସମ୍ମାନ ନାହିଁ । କଂଗ୍ରେସ ସରକାର ଆସିଲେ  ପଂଚାୟତ ଓ ପଂଚାୟତ ପ୍ରତିନିଧିମାନଙ୍କୁ ସେମାନଙ୍କର ଅଧିକାର ଦେବା ସହିତ କ୍ଷମତାର ବିକେନ୍ଦ୍ରିକରଣକୁ ଆହୁରି ସଂପ୍ରସାରିତ କରାଯିବ । 

ପ୍ରଦେଶ କଂଗ୍ରେସର ସଭାପତି ଶ୍ରୀ ଶରତ ପଟ୍ଟନାୟକ କାର୍ଯ୍ୟକାରିଣୀକୁ ସମ୍ବୋଧନ କରି କହିଲେ ଯେ ବିଜେପି ଓ ବିଜେଡ଼ି ସରକାର ସମୟରେ ଓଡ଼ିଶାବାସୀ ଅତିଷ୍ଠ । ଦୁର୍ନିତି ରାଜ୍ୟରେ କାୟା ବିସ୍ତାର କରିଛି । ପଂଚାୟତ ଠାରୁ ଆରମ୍ଭ କରି ତୃତୀୟ ମହଲା ପର୍ଯ୍ୟନ୍ତ ଦୁର୍ନିତୀର ରାକ୍ଷସ ସରକାରୀ ବ୍ୟବସ୍ଥାକୁ କବ୍‌ଜା କରିଛି । ଏ ସରକାର ପତନ ନହେଲେ ରାଜ୍ୟର ଏବଂ ପଂଚାୟତ ବ୍ୟବସ୍ଥାର ସୁଧାର ହେବ ନାହିଁ । ତେଣୁ ରାଜ୍ୟରେ କ୍ଷମତାର ପରିବର୍ତନ ପାଇଁ ସେ ଆହ୍ୱାନ ଦେଇଥିଲେ । 

ରାଜ୍ୟ ସଭାପତି ସୁଦର୍ଶନ ଦାସ ପଂଚାୟତ ପ୍ରତିନିଧି, ସରପଂଚ, ମେୟର ଇତ୍ୟାଦିଙ୍କ ଦରମା ବୃଦ୍ଧିକୁ ସ୍ୱାଗତ କଲାବେଳେ ପଂଚାୟତ ପ୍ରତିନିଧିମାନଙ୍କର ଅଧିକାର ପ୍ରତି ସରକାର ନୀରବ ରହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି । 

ଆଜିର ଏହି କାର୍ଯ୍ୟକାରିଣୀରେ ସଂଗଠନର ଜାତୀୟ ଆବାହକ ଶ୍ରୀ ସୁନିଲ ବାର୍ନାଜୀ, ପୂର୍ବତନ ବିଧାୟକ ଶ୍ରୀ ଉମାବଲ୍ଲଭ ରଥ, ବିସ୍ମୟ ମହାପାତ୍ର, ବିଜୟ ପ୍ରଧାନ,  ଲବ କୁମାର ସାହୁ, ରୂପକ ତୁରୁକ, ପ୍ରଦ୍ୟୁମ୍ନ ଦାସ, ପଦ୍ମଲୋଚନ ବେହେରା, ତ୍ରିଲୋଚନ ଦାସ, ସରୋଜ ବାଗ, ପ୍ରଦୀପ୍ତ ନନ୍ଦ, ପ୍ରତାପ ପ୍ରଧାନ, ଭୁବନ କୁମାର ସାହୁ, ଜବା ଟୁଡୁ, ନିରଦବରଣ ଖୁଂଟିଆ, ଗଣେଶ ସାହୁ, ଧରଣୀଧର ବେହେରା ପ୍ରମୁଖ ଯୋଗଦେଇଥିଲେ ।





Advertisment

You Might Also Like