+91-7008748499 / 9438844229

dkm3773@gmail.com / bpindialive@gmail.com

Tuesday 8th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

୧୦ ସନ୍ତାନଙ୍କ ଅନ୍ନପ୍ରାସନ ଉତ୍ସବ ପାଳନ କଲା କଂଗ୍ରେସ

11-Mar-2024



ଭୁବନେଶ୍ୱର,୧୧.୩.୨୪(ଭାପ୍ର):- ଭାରତୀୟ ଜନତା ପାର୍ଟି ଓ ବିଜୁ ଜନତା ଦଳର ଚୋରା ପ୍ରୀତି ଧରାପଡ଼ିବା ପରେ ଉଭୟ ଦଳର ବିବାହ ଉତ୍ସବ କରିଥିଲା କଂଗ୍ରେସ । ଏହି ଦୁଇ ଦଳର ମିଳନରେ ସେମାନଙ୍କ ଔରସରୁ ୧୦ ଦୁର୍ନୀତି ସନ୍ତାନ ଜନ୍ମ ହୋଇଛନ୍ତି । ସୋମବାର କଂଗ୍ରେସ ଭବନଠାରେ ଏହି ୧୦ ସନ୍ତାନଙ୍କ ଅନ୍ନପ୍ରାସନ ଉତ୍ସବ ଆୟୋଜନ କରିଛି କଂଗ୍ରେସ ।

ଏହି ଅବସରରେ ଓଡ଼ିଶା ପ୍ରଦେଶ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ବିଜେଡି ଓ ବିଜେପି ଔରସରୁ ଯେଉଁ ୧୦ ସନ୍ତାନ ଜନ୍ମ ହୋଇଛନ୍ତି ସେମାନଙ୍କ ନାମକରଣ କରାଯାଇଛି । ସେମାନେ ହେଲେ ଚିଟ୍‌ଫଣ୍ଡ୍ ଦୁର୍ନୀତି ଶିଶୁ, ଖଣି ଦୁର୍ନୀତି ଶୁଶୁ, ଗୁଣ୍ଡା ଶିଶୁ, ମାସ୍କ ସ୍କାମ ଶିଶୁ, ତାମିଲ ଶିଶୁ, ଜମି ହଡ଼ପ ଶିଶୁ, ଜବ୍ ଜୁମ୍‌ଲା ଶିଶୁ, ସରକାରୀ ଚାକିରି ବିକ୍ରି ଶିଶୁ, ବିଦ୍ୟୁତ୍ ଯନ୍ତ୍ରଣା ଶିଶୁ ଓ ଦରଦାମ ବୃଦ୍ଧି ଶିଶୁ । 

୧୦ ଶିଶୁଙ୍କ ନାମକରଣ ପରେ ସେମାନଙ୍କ ବିଶେଷତ୍ୱ ସମ୍ପର୍କରେ ସୂଚନା ଦେଇ ଡ. ଅଜୟ କୁମାର କହିଲେ ଯେ, ଚିଟ୍‌ଫଣ୍ଡ ହେଉଛି ଏଭଳି ଏକ ଶିଶୁ ଯାହାର ତଦନ୍ତ କରିବାରେ ସିବିଆଇ ଫେଲ୍ ମାରିଛି । ୬୦ଲକ୍ଷରୁ ଅଧିକ ପରିବାର ଏହି ଦୁର୍ନୀତିର ଶିକାର ହୋଇଛନ୍ତି । କିନ୍ତୁ ବିଜେପି ଓ ବିଜେଡିର ସଲାସୁତରା ଯୋଗୁ କ୍ଷତିଗ୍ରସ୍ତଙ୍କୁ ନ୍ୟାୟ ମିଳିପାରିନାହିଁ । ବର୍ଷ ବର୍ଷ ଧରି ତଦନ୍ତ ପରେ ମଧ୍ୟ ସିବିଆଇ ଫାଇନାଲ ଚାର୍ଜସିଟ୍ ଦାଖଲ କରୁନାହିଁ ।

ସେପଟେ ଗରିବ ଓ ମଧ୍ୟବିତ ପରିବାରର ଜମାକାରୀମାନେ ଜମା ଟଙ୍କା ଫେରିପାଇବାକୁ ଚାହିଁ ବସିଛନ୍ତି । ସେହିପରି ଦ୍ୱିତୀୟ ଶିଶୁ ଖଣି ଦୁର୍ନୀତିର ମଧ୍ୟ ସମାନ ଅବସ୍ଥା । ଶାହା କମିଶନ ଏହି ଦୁର୍ନୀତିର ସିବିଆଇ ତଦନ୍ତ ପ୍ରସ୍ତାବ ଦେଇଥିଲେ । କିନ୍ତୁ କେନ୍ଦ୍ର ଖଣି ମନ୍ତ୍ରଣାଳୟ ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଛି । ଗୁଣ୍ଡା ଶିଶୁ ଓଡ଼ିଶାରେ ନାବାଳିକା ଓ ମହିଳା ଅପହରଣ, ହତ୍ୟାକାଣ୍ଡ ଚଳାଇଛି । ଇତିଶ୍ରୀ, ପରି, ବେବିନା ଓ ମମିତା ଭଳି ଅନେକ ହତ୍ୟାକାଣ୍ଡ ଘଟିଥିଲେ ମଧ୍ୟ ଏଥିରେ ସମ୍ପୃକ୍ତ ମନ୍ତ୍ରୀ ଓ ବିଜେଡି ନେତାଙ୍କୁ ଦଣ୍ଡ ଦେବା ବଦଳରେ ଘଂଟ ଘୋଡ଼ାଇବାକୁ ରାଜ୍ୟ ସରକାର ପ୍ରମାଣ ନଷ୍ଟ କରିଛନ୍ତି ।

ପଂଚମ ଶିଶୁ ହେଉଛି ତାମିଲ ଶିଶୁ, ଯିଏକି ଓଡ଼ିଶାର ଲକ୍ଷାଧିକ ଓଡ଼ିଆ କଂଟ୍ରାକ୍ଟରଙ୍କ ପେଟକୁ ଲାତ ମାରିଛି । ଓଡ଼ିଶାର ସବୁ କାର୍ଯ୍ୟ ତାମିଲ କଂଟ୍ରାକ୍ଟର କରୁଥିବାବେଳେ ଓଡ଼ିଆ କଂଟ୍ରାକ୍ଟରମାନେ କାମ ନପାଇ ବାହାରକୁ ଯାଉଛନ୍ତି । ଷଷ୍ଠ ସନ୍ତାନ ଓଡ଼ିଶାର ଆଦିବାସୀମାନଙ୍କ ଜମି ହଡ଼ପ କରି ବାହାର ପୁଞ୍ଜିପତିମାନଙ୍କୁ ବିକ୍ରି କରୁଛି । ଏହି ଜମି ହଡ଼ପ ଶିଶୁ ଓଡ଼ିଶାର ଆଦିବାସୀ, ଅନୁସୂଚୀତ ଜାତି ଓ ଅନୁସୂଚିତ ଜନଜାତିଙ୍କ ଜମିକୁ ଖଣି ମାଫିଆ ଓ ବଡ଼ ବଡ଼ କମ୍ପାନିକୁ ବିକ୍ରି କରିବାରେ ସୁବିଧା ହେବ ବୋଲି ଓଡ଼ିଶା ସରକାର ଜମି ଅଧିଗ୍ରହଣ ଆଇନ ସଂଶୋଧନ କରିଛନ୍ତି । ସପ୍ତମ ସନ୍ତାନଟି ହେଉଛି ଜବ୍ ଜୁମ୍‌ଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷକୁ ୨କୋଟି ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟରେ ବର୍ଷକୁ ୨ଲକ୍ଷ ନିଯୁକ୍ତି ଦେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ଉଭୟ ସରକାର ଓଡ଼ିଶାର ଯୁବବର୍ଗଙ୍କ ସହିତ ବିଶ୍ୱାସଘାତକତା କରିଛନ୍ତି । ଯୁବପିଢ଼ି କାମ ଅନ୍ୱେଷଣରେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ସ୍ନାତକ ଓ ସ୍ନାତକୋତର ପାସ କରିଥିବା ଯୁବକମାନେ ବାହାର ରାଜ୍ୟକୁ ଯାଇ ବାଲି, ସିମେଂଟ ବୋହୁଛନ୍ତି । ଓଡ଼ିଶାରୁ ପ୍ରାୟ ୩୦ଲକ୍ଷରୁ ଅଧିକ ଯୁବକ ଦାଦନ ଖଟିବାକୁ ଯାଇଛନ୍ତି । ଅଷ୍ଟମ ଶିଶୁଟି ସରକାରୀ ଚାକିରି ବିକ୍ରି କରୁଛି । ରାଜ୍ୟରେ ବିଭିନ୍ନ ବିଭାଗରେ ୨ଲକ୍ଷରୁ ଅଧିକ ପଦବି ଖାଲି ପଡ଼ିଥିବା ବେଳେ ବେକାରି ସମସ୍ୟା ଚିନ୍ତାର ବିଷୟ ହୋଇଛି । ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଉଥିଲେ ମଧ୍ୟ ତା’ପଛରେ ବିରାଟ ଦୁର୍ନୀତି ରହିଛି । ଶିକ୍ଷକ ନିଯୁକ୍ତି ହେଉ କି ଫରେଷ୍ଟ ଗାର୍ଡ, କୌଣସି କ୍ଷେତ୍ରରେ ମେରିଟ୍ ଲିଷ୍ଟର ଆବଶ୍ୟକତା ପଡୁନି ।

ପ୍ରଶ୍ନପତ୍ର ପ୍ରଘଟ ହୋଇଯାଉଛି । ଏପରିକି ପରୀକ୍ଷା ଦେଇନଥିବା ପିଲା ମଧ୍ୟ ଚାକିରି ପାଇଯାଉଛି । ଲକ୍ଷ ଲକ୍ଷ ଟଙ୍କା ନେଇ ସେମାନଙ୍କୁ ନିଯୁକ୍ତି ଦିଆଯାଉଛି । ଆଶ୍ଚର୍ଯ୍ୟର କଥା ପ୍ରତ୍ୟେକ ଚାକିରି ପାଇଁ ନିର୍ଦ୍ଦିଷ୍ଟ ପରିମାଣର ହାତଗୁଞ୍ଜା ନିର୍ଦ୍ଧାରିତ ହୋଇଛି । ନବମ ଶିଶୁଟି ହେଉଛି ବିଦ୍ୟୁତ୍ ଯନ୍ତ୍ରଣା । ଟାଟା ପାୱାର ଦ୍ୱାରା ପ୍ରିପେଡ୍ ମିଟର ଲଗାଯାଇ ଓଡ଼ିଶାର ଲକ୍ଷ ଲକ୍ଷ ବିଦ୍ୟୁତ ଉପଭୋକ୍ତାଙ୍କୁ ଶୋଷଣ କରାଯାଉଛି । ଏକ ମେଗା ପାୱାର ପ୍ଲାଂଟ ପ୍ରତିଷ୍ଠା ପାଇଁ ଏକ କେନ୍ଦ୍ରୀୟ ପିଏସ୍‌ୟୁକୁ ଅନୁମତି ଦିଆଯାଇଛି, ଯେଉଁଠାରେ ଓଡ଼ିଶାର ଅଂଶ ୫୦%ରୁ ୨୫%କୁ ହ୍ରାସ କରାଯାଇଛି । ଯଦି ଏହି ଶକ୍ତି ଓଡ଼ିଶାକୁ ଦିଆଯାଇଥାନ୍ତା, ତେବେ ଉପଭୋକ୍ତାମାନେ ୟୁନିଟ୍ ପିଛା ୧ଟଙ୍କା ଲେଖାଏ ଲାଭ ପାଇଥାନ୍ତେ ।

ଦଶମ ସନ୍ତାନ ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି ପାଇବାରେ ଲାଗିଛି । ୟୁପିଏ ସରକାର ସମୟରେ ଯେଉଁ ଗ୍ୟାସ ସିଲିଣ୍ଡର ମୂଲ୍ୟ ୪୧୦ଟଙ୍କା ଥିଲା, ତାହା ଏବେ ବଢ଼ି ୧୧୦୦ ଟଙ୍କା ହେଲାଣି । ପେଟ୍ରୋଲ ଓ ଡିଜେଲ ମୂଲ୍ୟ ୫୫ଟଙ୍କାରୁ ବଢ଼ି ୧୦୦ଟଙ୍କାରୁ ଅଧିକ ହେଲାଣି । ତେଣୁ ବିଜେପି ଓ ବିଜେଡି ଔରସରୁ ଜନ୍ମ ଏହି ୧୦ ସନ୍ତାନଙ୍କୁ ଦମନ କରିବା ପାଇଁ ରାଜ୍ୟବାସୀ ଏକ ହେବା ଆବଶ୍ୟକ ।

ଆସନ୍ତା ନିର୍ବାଚନରେ ଓଡ଼ିଶାବାସୀ ଉଭୟ ବିଜେଡି ଓ ବିଜେପିକୁ ଉପଯୁକ୍ତ ଜବାବ ଦେବାକୁ ଡ. ଅଜୟ କୁମାର ଆହ୍ୱାନ ଦେଇଛନ୍ତି । ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‌ଗୋ ପ୍ରମଖ ଉପସ୍ଥିତ ଥିଲେ।

● ଓଡ଼ିଶାକୁ ଗିଳିବାକୁ ବସିଛନ୍ତି ବିଜେପି ଓ ବିଜେଡିର ୧୦ ଦାନବ ସନ୍ତାନ
● ଦୁଇ ସରକାରଙ୍କ ଔରସରୁ ଜନ୍ମ ହୋଇଛନ୍ତି ୧୦ ଦୁର୍ନୀତି ଶିଶୁ

● ଆସନ୍ତା ନିର୍ବାଚନରେ ଦୁଇ ସରକାରଙ୍କ ବିନାଶ କରିବାକୁ ଆହ୍ୱାନ
● ବିଜେଡି କରିଥିବା ମହାଦୁର୍ନୀତିର ଖୁବ୍‌ଶୀଘ୍ର ପର୍ଦ୍ଦାଫାସ କରିବ କଂଗ୍ରେସ

ଏହି ଅବସରରେ କଂଗ୍ରେସ ଭବନ ସମ୍ମୁଖରେ ଏକ ଅନ୍ନପ୍ରାସନ କାର୍ଯ୍ୟକ୍ରମ କରାଯାଇଥିଲା । ବିଜେପି ଓ ବିଜେଡି ଔରସରୁ ଜନ୍ମିତ ଏହି ୧୦ ଆସୁରିକ ସନ୍ତାନଙ୍କ ବିନାଶ ପାଇଁ ପୁରୋହିତଙ୍କୁ ଡାକି ପୂଜାର୍ଚ୍ଚନା କରାଯିବା ସହ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା ।

ଏଥିରେ କଂଗ୍ରେସ ପ୍ରଭାରୀ ଡ. ଅଜୟ କୁମାର, ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, ପ୍ରଚାର କମିଟି ମୁଖ୍ୟ ବିଜୟ ପଟ୍ଟନାୟକ, ଓଡ଼ିଶା ସହପ୍ରଭାରୀ ସାହାନବାଜ ଚୌଧୁରୀ, ଖ୍ରୀଷ୍ଟଫର ତିଲକ, ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନ୍‌ଗୋ, ବିଶ୍ୱରଞ୍ଜନ ମହାନ୍ତି, ଶିବାନନ୍ଦ ରାୟ,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କମିଟି ସଭାପତି ବିଶ୍ୱଜିତ୍ ଦାଶ ଙ୍କ ସମେତ ବିଶ୍ୱ ରଞ୍ଜନ ମହାନ୍ତି,ରଶ୍ମି ମହାପାତ୍ର, ନକୁଳ ନାୟକ, ମନୋରଞ୍ଜନ ଦାଶ,ରଜନୀ କୁମାର ମହାନ୍ତି,ଅମୀୟ ପାଣ୍ଡବ,ମିହିର ଆଚାର୍ଯ୍ୟ, ଝୁନା ପଟ୍ଟନାୟକ ଜୟଶ୍ରୀ ପାତ୍ର, ସୁବ୍ରତ ମହାପାତ୍ର ପ୍ରମୁଖ ଉପସ୍ଥିତ ବହୁ କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ । 

 





Advertisment

You Might Also Like