+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ଯୁବକମାନଙ୍କ ପାଇଁ ରାହୁଲ ଗାନ୍ଧୀଙ୍କ ସୁନିଶ୍ଚିତ ନିଯୁକ୍ତିର ଗ୍ୟାରେଣ୍ଟିର ବାର୍ତ୍ତା ଘରେ ଘରେ ପଂହଚାଇବ ଯୁବ କଂଗ୍ରେସ

10-Mar-2024



ଭୁବନେଶ୍ୱର,୧୦.୩.୨୪(ଭାପ୍ର):- ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କର “ଯୁବ ନ୍ୟାୟ” କାର୍ଯ୍ୟକ୍ରମର ପୋଷ୍ଟର ଉଦ୍‌ଘାଟନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦେଶ ଓ ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ରହିଛି । ଯୁବକ ଯୁବତୀ ମାନଙ୍କୁ ମିଥ୍ୟା ପ୍ରଲୋଭନ ଦେଇ ଉଭୟ ମୋଦୀ ଓ ନବୀନ ସରକାର ସେମାନଙ୍କର ଭୋଟ ଲୁଟିନେଲେ । 

ନବନୀଙ୍କର ବର୍ଷକୁ ୨ ଲକ୍ଷ ଏବଂ ମୋଦୀଙ୍କର ବର୍ଷକୁ ୨ କୋଟି ନିଯୁକ୍ତି ପ୍ରତିଶ୍ରୁତି ଆଜି ପ୍ରତାରଣାରେ ପରିଣତ ହୋଇଛି । କେନ୍ଦ୍ର ସରକାରରେ ଖାଲି ପଡ଼ିଥିବା ୧୦ଲକ୍ଷ ପଦବୀ ଏବଂ ଓଡ଼ିଶା ସରକାରଙ୍କର ଖାଲି ପଡ଼ିଥିବା ୨ଲକ୍ଷ ୨୬ ହଜାର ପଦବୀ ଏପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପକୋଡ଼ା ନିଯୁକ୍ତି ପ୍ରସଙ୍ଗ ଏ ଦେଶର ବେକାରୀ ଯୁବକଯୁବତୀ ମାନଙ୍କ ପାଇଁ ଏକ ଉପହାସ ।

କରୋନା ସମୟରେ ଯେଉଁ ଉତ୍କଟ ବେକାରୀ ଦେଖାଦେଇଥିଲା ଏବଂ ଯେଉଁଭଳି ଭାବରେ ବେକାରୀ ଯୁବକ ଯୁବତୀମାନେ ରୋଜଗାର ହରାଇଥିଲେ ତାହାର ସେ ସମସ୍ୟାର ସମାଧାନ ଉଭୟ ମୋଦୀ ଓ ନବୀନ ସରକାର ଏପର୍ଯ୍ୟନ୍ତ କଲେ ନାହିଁ ।   ଏ ଦେଶ ଓ ରାଜ୍ୟର ବେକାର ଯୁବକଯୁବତୀ ମାନେ ମୋଦୀ ଓ ନବୀନ ସରକାରଙ୍କ ଉପରୁ ଆସ୍ଥା ତୁଟାଇ ଦେଇଛନ୍ତି । ଏହି ଅବସରରେ ରାହୁଲ ଗାନ୍ଧୀଙ୍କର “ଯୁବ ନ୍ୟାୟ” କାର୍ଯ୍ୟକ୍ରମ ଘୋଷଣା ଅଗଣିତ ବେକାର ଯୁବକ ଯୁବତୀଙ୍କ ମନରେ ଆଶା ସଂଚାର କରିଛି । 

କେନ୍ଦ୍ର ସରକାରରେ ୩୦ଲକ୍ଷ ପଦବୀ ସୃଷ୍ଟି ପାଇଁ “ଯୁବ ନ୍ୟାୟ” ଯୋଜନାରେ ଭରସା ପ୍ରଦାନ କରାଯାଇଛି । ଖାଲିପଡ଼ିଥିବା ୧୦ଲକ୍ଷ  କେନ୍ଦ୍ର ସରକାରଙ୍କ ପଦବୀ ତୁରନ୍ତ ପୂରଣ ହେବ । ଶିକ୍ଷା ନବିସ ଆଇନ ଅଧିକାରର ଗ୍ୟାରେଂଟି କଂଗ୍ରେସ ଦଳ ପ୍ରଦାନ କରିବ । ଏହି ଆଇନ ଅନୁସାରେ ପ୍ରତ୍ୟେକ ଶିକ୍ଷା ନବିସ ଘରୋଇ ବା ସରକାରୀ ଉଦ୍ୟୋଗରେ ପ୍ରତ୍ୟେକ ଡିପ୍ଲୋମା ବା ସ୍ନାତୋକ ଡିଗ୍ରୀଧାରୀ ଯେଉଁମାନେ ୨୫ ବର୍ଷରୁ କମ ବୟସର ହୋଇଥିବେ ସେମାନଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା ବା ମାସକୁ ୮୫୦୦ ଟଙ୍କା ପ୍ରଦାନ କରାଯିବାର ଗ୍ୟାରେଂଟି ଦିଆଯାଇଛି । କଂଗ୍ରେସ ଦଳ ପ୍ରଥମକରି ଶିକ୍ଷା ନବିସଙ୍କର ଅଧିକାରକୁ ଆଇନରେ ପରିଣତ କରିବାକୁ ମାନ୍ୟତା ଦେଉଛି ।

ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ଯୋଗାଇବା ଭରସା ମଧ୍ୟ ହେଉଛି । ଶିଳ୍ପମାନେ ଏହାକୁ ଗ୍ରହଣ କରିବାକୁ କେହି ଚାପ ପ୍ରୟୋଗ କରିନାହାନ୍ତି । ୧୯୬୧ ମସିହା ଶିକ୍ଷା ନବିସ ଆଇନରେ ଏହା ଉଲ୍ଲେଖ ରହିଛି । ଆମେ ୫୦ଲକ୍ଷ ଶିକ୍ଷା ନବିସଙ୍କ ପାଇଁ ଟାର୍ଗେଟ ନେଇଛୁ । ଏବେ ଜାତୀୟ ଶିକ୍ଷା ନବିସ ପ୍ରମୋଶନ ସ୍କିମରେ ୮ଲକ୍ଷ ଶିକ୍ଷା ନବିସ ରହିଛନ୍ତି । ଏହି ଆଇନ ଆମର ଯୁବକ ଯୁବତୀ ମାନଙ୍କ ପାଇଁ କୌଶଳ, ନିୟୋଜନିୟତା ଏବଂ ସମସ୍ତ ସମ୍ମାନ ନିମନ୍ତେ ସୁବିଧା ଦେବ । 

ପରୀକ୍ଷା କ୍ଷେତ୍ରରେ ପ୍ରଶ୍ନପତ୍ର ପ୍ରଘଟ ରୋକିବାପାଇଁ ଏବଂ ଦେଶର ଯୁବକ ଯୁବତୀମାନଙ୍କର ଭବିଷ୍ୟତକୁ ନଷ୍ଟ ନ କରିବାପାଇଁ କଂଗ୍ରେସ ନୂଆ ଆଇନ କରି ଦୃଢ଼ତା ଓ ସାଧୁତାର ସହ କରିବାର ପ୍ରତିଶ୍ରୁତି ଦେଉଛି । ଏକ ଜାତୀୟ ଗଣମାଧ୍ୟମ ଗତ ୫ ବର୍ଷରେ ୧୫ ଟି ରାଜ୍ୟରେ ନିଯୁକ୍ତି ପାଇଁ ପରୀକ୍ଷା କ୍ଷେତ୍ରରେ ୪୧ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବାର ତଥ୍ୟ ଦେଉଛି । ଯାହାକି ଏକ କୋଟି ୪୦ଲକ୍ଷ ପରୀକ୍ଷାର୍ଥୀଙ୍କ ସ୍ୱପ୍ନକୁ ଭାଙ୍ଗି ଦେଇଛି ।

ଉତର ପ୍ରଦେଶ ପୋଲିସ କନେଷ୍ଟବଲ ପାଇଁ ୬୦୨୪୪ ପଦବୀର ପୂରଣ ନିମନ୍ତେ ୪୮ଲକ୍ଷ ଯୁବକ ଯୁବତୀ ଆବେଦନ କରିଥିଲେ । ଏବଂ ପ୍ରତ୍ୟେକ ସାଧାରଣ ବର୍ଗର ପିଲା ୪୦୦ ଟଙ୍କା ଲେଖାଏଁ ଦେଇଥିଲେ । ପ୍ରଶ୍ନପତ୍ର ପ୍ରଘଟ ପାଇଁ ପରୀକ୍ଷା ବନ୍ଦ ହୋଇଗଲା ଏବଂ ଲକ୍ଷ ଲକ୍ଷ ଯୁବକ ଯୁବତୀଙ୍କର ଆଶା ଧୂଳିସାତ ହୋଇଗଲା । ଦେଶର ବିଭିନ୍ନ ଜିଲ୍ଲାରେ ୪୦ ବର୍ଷରୁ କମ ବେକାର ଯୁବକ ଯୁବତୀ ମାନେ ବ୍ୟବସାୟର ପ୍ରାରମ୍ଭରେ ଅର୍ଥ ସହାୟତା ଦେବାପାଇଁ କଂଗ୍ରେସ ଗ୍ୟାରେଂଟି ଦେଉଛି । ଏଥିପାଇଁ ୫ ହଜାର କୋଟି କପର୍ସ ଫଣ୍ଡ ଗଠନ କରାଯିବ ଯାହା ୫ ବର୍ଷର ଅବଧି ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏବେ କେନ୍ଦ୍ର ସରକାରଙ୍କର ୧୦ ହଜାର କୋଟିର ଯେଉଁ ସ୍କିମ କରାଯାଇଛି ତାହା କେବଳ ବଡ଼ ବଡ଼ ଅନୁଷ୍ଠାନର ନିବେଶକ ମାନଙ୍କୁ ସାହାଯ୍ୟ କରିବ । କିନ୍ତୁ ଭାରତର ବୃହତ ଯୁବ ଗୋଷ୍ଠୀ ଏଥିରୁ କିଛି ଫାଇଦା ପାଇବେ ନାହିଁ । 

ଅସ୍ଥାୟୀ ଶ୍ରମିକ ଏବଂ କର୍ମଜୀବି ମାନଙ୍କର ସାମାଜିକ ସୁରକ୍ଷା ଏବଂ ଉତମ କାର୍ଯ୍ୟକ୍ଷେତ୍ର ପରିବେଶ ପାଇଁ କଂଗ୍ରେସ ଗ୍ୟାରେଂଟି ପ୍ରଦାନ କରିବ ଏବଂ ଏଥିପାଇଁ ନିର୍ଦ୍ଦିଷ୍ଟ ଆଇନ ପ୍ରସ୍ତୁତ କରିବ । ୨୦୧୯-୨୨ ମଧ୍ୟରେ ଗିଗ କର୍ମଜୀବିଙ୍କର ରୋଜଗାର ଚାଲିଗଲା । ସେମାନଙ୍କର ରୋଜଗାର ମୁଖ୍ୟତଃ ଅନ୍ୟ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଠାରୁ ବହୁତ କମ । କଂଗ୍ରେସ ୨୦୨୩ ମସିହାରେ “ରାଜସ୍ଥାନ ପ୍ଲାଟଫର୍ମ” ଗିଗ ଶ୍ରମିକ ଆଇନ ପାରିତ କରିଥିଲା । କର୍ଣ୍ଣାଟକରେ କଂଗ୍ରେସ ସରକାର ଜୀବନବୀମା କ୍ଷେତ୍ରରେ ଏବଂ ଦୁର୍ଘଟଣା ବୀମା କ୍ଷେତ୍ରରେ ସେମାନଙ୍କୁ ଦୁଇଲକ୍ଷ ଟଙ୍କା ଦେବାର ବ୍ୟବସ୍ଥା କରିଛି । ତେଲେଙ୍ଗାନାରେ ମଧ୍ୟ କଂଗ୍ରେସ ସରକାର ଏହି କ୍ଷେତ୍ରରେ ଦୁର୍ଘଟଣା ବୀମା ୫ଲକ୍ଷ ଟଙ୍କା ଏବଂ ସ୍ୱାସ୍ଥ୍ୟ ବୀମା ୧୦ଲକ୍ଷ ଟଙ୍କା ରାଜୀବ ଆରୋଗ୍ୟ ରାଶି ଯୋଜନା ମାଧ୍ୟମରେ ଦେଉଛି । 

କଂଗ୍ରେସର ଏହି ଯୁବ ନ୍ୟାୟ ଏବଂ ସମାଜରେ ଉପେିକ୍ଷିତ ବର୍ଗଙ୍କ ପାଇଁ ଯେଉଁ ଗ୍ୟାରେଂଟି ରହିଛି ବା ଜନନାୟକ ରାହୁଲ ଗାନ୍ଧୀ ଯେଉଁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ତାହାକୁ ଓଡ଼ିଶା ସାରା ପ୍ରଚାର କରିବା ପାଇଁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର ସଂକଳ୍ପ ନେଇଛନ୍ତି । ଯୁବ କଂଗ୍ରେସ ଦ୍ୱାରା ନିକଟରେ ଆୟୋଜିତ କାର୍ଯ୍ୟକ୍ରମ “ନବୀନ ହଟାଅ ଓଡ଼ିଶା ବଂଚାଅ” ଯାହାକି ସବୁ ସହର ଓ ଗ୍ରାମାଂଚଳରେ ଆୟୋଜିତ ହେବ ସେହି କାର୍ଯ୍ୟକ୍ରମରେ ଯୁବ ନ୍ୟାୟ ହେଉଛି ମୁଖ୍ୟାଂଶ । ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରଦଶେ ଯୁବ କଂଗ୍ରେସ ସାଧାରଣ ସଂପାଦକ ସୁଦୀପ ସାମଲ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, କେଦାର ଦଳାଇ ଏବଂ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମ ଉପସ୍ଥିତ ଥିଲେ ।





Advertisment

You Might Also Like