Breaking News
06-Mar-2024
ନୂଆଦିଲ୍ଲୀ,୬.୩.୨୪(ଭାପ୍ର):-ଓଡିଶାରେ ଲୋକସଭା ଓ ବିଧାନସଭା ନିର୍ବାଚନ ପୂର୍ବରୁ ଅନ୍ୟ ଦଳର ନେତାଙ୍କ କଂଗ୍ରେସରେ ଯୋଗଦେବା ପ୍ରକ୍ରିୟା ଜାରି ରହିଛି। ଏହି ଅବସରରେ ଆଜି ବୁଧବାର ଓଡିଶାରେ କଂଗ୍ରେସ ଏକ ବଡ଼ ସଫଳତା ହାସଲ କରିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ନେତା ଶ୍ରୀକାନ୍ତ ଜେନା ବିଧିବଦ୍ଧଭାବେ କଂଗ୍ରେସ ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ଏଆଇସିସି ଓଡିଶା ପ୍ରଭାରୀ ଡ଼ ଅଜୟ କୁମାର ଶ୍ରୀଜେନାଙ୍କୁ ନୂଆଦିଲ୍ଲୀରେ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସ ଦଳରେ ସାମିଲ କରିଥିଲେ।
ଶ୍ରୀ ଜେନାଙ୍କ କଂଗ୍ରେସରେ ଯୋଗଦାନ ଦଳକୁ ସଂଗଠିତ ଓ ସୁଦୃଢ଼ କରିବା ସହ ରାଜ୍ୟରେ ଦଳର ଶକ୍ତି ବୃଦ୍ଧି ହେବ ବୋଲି ରାଜ୍ୟ ପ୍ରଭାରୀ ଡ. କୁମାର କହିଛନ୍ତି। ଶ୍ରୀ ଜେନା ଦଳ ପାଇଁ ପୂର୍ବରୁ ଅନେକ କାର୍ଯ୍ୟ କରିଛନ୍ତି ଓ ଅଗାମୀ ଦିନରେ ତାଙ୍କର ଉପସ୍ଥିଟି କଂଗ୍ରେସ ପାଇଁ ସଫଳତା ଆଣିଦେବ ବୋଲି ଡ. କୁମାର ପ୍ରକାଶ କରିଥିଲେ ।ସାମ୍ବାଦିକ ମାନଙ୍କୁ ସୂଚନା ପ୍ରଦାନ କରି ଡକ୍ଟର ଅଜୟ କୁମାର କହିଥିଲେ କି ଶ୍ରୀକାନ୍ତ ଜେନା ଓଡିଶାର ଅନ୍ୟତମ ଶକ୍ତିଶାଳୀ ନେତା। ସେ କେବଳ କଂଗ୍ରେସ ଦଳ ପାଇଁ ନୁହେଁ ବରଂ ସାମାଜିକ ତଥା ରାଜନୈତିକ ଦୃଷ୍ଟିରୁ ମଧ୍ୟ ଜଣେ ଗୁରୁତ୍ୱପୂର୍ଣ୍ଣ ନେତା। ଓଡିଶା ସମେତ ସମଗ୍ର ଦେଶରେ କଂଗ୍ରେସ ଅଧିକ ଶକ୍ତିଶାଳୀ ହେଉଛି। ବିଭିନ୍ନ ରାଜ୍ୟର ଅନ୍ୟ ଦଳର ନେତାମାନେ କଂଗ୍ରେସରେ ଯୋଗ ଦେଉଛନ୍ତି ବୋଲି ଡକ୍ଟର କୁମାର ପ୍ରକାଶ କରିଛନ୍ତି। ବିଜେପି ଓ ବିଜେଡି ମଧ୍ୟରେ ମିଳିତ ଆଲୋଚନା ସମ୍ପର୍କରେ ଡକ୍ଟର ଅଜୟ କୁମାର କହିଛନ୍ତି ଯେ ଗତକାଲି ମୋଦୀଙ୍କ ଭାଷଣରେ ବିଜେପି ଓ ବିଜେଡିର ଲୋକମାନେ ଦୁଃଖିତ ଏବଂ ଓଡିଶାରେ ବିଜେପି ଓ ବିଜେଡିର ଲୋକମାନେ ନିରାଶ ହୋଇଛନ୍ତି।ଉଭୟ ବିଜେଡି ଓ ବିଜେପି ଦଳର ନେତୃବୃନ୍ଦ ନବୀନ ବାବୁ ଏବଂ ମୋଦୀଙ୍କ ଉପରେ ରାଗିଛନ୍ତି।
ଓଡିଶାରେ ତିନିଥର ବିଧାୟକ ଏବଂ ଲୋକସଭାର ଚାରିଥର ସଦସ୍ୟ ରହିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜେନା ଶ୍ରୀ ଜେନା ସାମ୍ବାଦିକମାନଙ୍କ ପ୍ରଶ୍ନର ଉତର ଦେଇ କହିଥିଲେ ଯେ କହିଛନ୍ତି ଯେ ସେ ପୁଣି କଂଗ୍ରେସରେ ଯୋଗ ଦେଇ ଖୁସି ଅଛନ୍ତି। ସେ ଛାତ୍ର ଦିନରୁ ଜଣେ କଂଗ୍ରେସ କର୍ମୀ ରହି ଆସିଛନ୍ତି ଏବଂ ସର୍ବଦା କଂଗ୍ରେସ ପାଇଁ କାର୍ଯ୍ୟ କରିଆସୁଛନ୍ତି। ସେ ହୁଏତ ଦୂରେଇ ଯାଇଥିଲେ କିନ୍ତୁ ତାଙ୍କ ହୃଦୟ କଂଗ୍ରେସ ପାଖରେ ଥିଲା,ରହିଛି ଓ ରହିବ।
ଶ୍ରୀ ଜେନା କହିଛନ୍ତି ଯେ ବିଜେଡ଼ି ଓ ବିଜେପି ମଧ୍ୟରେ ଖୁଲମ୍ଖୁଲା ଗଠବନ୍ଧନ ଚାଲିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରମ୍ବାର ଓଡ଼ିଶା ଆସୁଥିବାବେଳେ ଓଡ଼ିଶାର ଶାସନ ବ୍ୟବସ୍ଥା, ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାବଦରେ ମୁହଁ ଖୋଲୁ ନାହାନ୍ତି । ଅନ୍ୟାୟ ବିରୋଧରେ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା ପ୍ରତି ଲୋକମାନଙ୍କ ସମର୍ଥନ ବଢ଼ୁଛି । ଓଡ଼ିଶାର ଲୋକମାନେ ରାହୁଲ ଗାନ୍ଧୀଙ୍କ ଏହି ଯାତ୍ରାକୁ ଗ୍ରହଣ କରିବା ସହ ବିଜେଡ଼ି ଓ ବିଜେପି ମଧ୍ୟରେ ଥିବା ଅପବିତ୍ର ଗଠବନ୍ଧନକୁ ପ୍ରତ୍ୟାଖାନ କରିବେ ଏବଂ ଓଡ଼ିଶାରେ କଂଗ୍ରେସ ସରକାର କରିବ ବୋଲି ଶ୍ରୀ ଜେନା ଦୃଢୋକ୍ତି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏଆଇସିସି ମୁଖପାତ୍ର ଭିନିତ୍ ପୁନିଆ ଉପସ୍ଥିତ ଥିଲେ ।ସୂଚନାଯୋଗ୍ୟ ଅତୀତରେ କଂଗ୍ରେସ ବିରୁଦ୍ଧରେ ମନ୍ତବ୍ୟ ଦେଇ ଶ୍ରୀ ଜେନା ଦଳରୁ ବିଦା ହୋଇଥିଲେ।