+91-7008748499 / 9438844229

dkm3773@gmail.com / bpindialive@gmail.com

Tuesday 8th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ଗଣଶିକ୍ଷା ମନ୍ତ୍ରୀଙ୍କ ସରକାରୀ ବାସଭବନ ଘେରିଲେ ଛାତ୍ର କଂଗ୍ରେସ

25-Feb-2024



ଭୁବନେଶ୍ୱର, ୨୫.୨.୨୪(ଭାପ୍ର):- ଆଜି ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ମାଟ୍ରିକ ପରୀକ୍ଷା ଇଂରାଜୀ ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାରାଣ୍ଡିଙ୍କ ଇସ୍ତଫା ଦାବି କରି ମନ୍ତ୍ରୀ ଶ୍ରୀ ମାରାଣ୍ଡିଙ୍କର ସରକାରୀ ବାସଭବନକୁ ଅପରାହ୍ନରେ ଘେରାଉ କରାଯାଇଥିଲା । ଛାତ୍ର କଂଗ୍ରେସ ପକ୍ଷରୁ ଗଣଶିକ୍ଷା ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କର କୁଶପୁତଳିକା ଦାହ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ୟାସିର ନୱାଜ କହିଛନ୍ତି ଯେ ନବୀନ ସରକାରରେ ପରୀକ୍ଷା ପୂର୍ବରୁ ସବୁବେଳେ ପ୍ରଶ୍ନପତ୍ର ପ୍ରଘଟ ହୋଇଯାଉଛି ।ଦଶମ ବୋର୍ଡ ପରୀକ୍ଷା ଛାତ୍ରଛାତ୍ରୀଙ୍କର କ୍ୟାରିୟର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପରୀକ୍ଷା । ଛାତ୍ରଛାତ୍ରୀମାନେ ବର୍ଷସାରା ପାଠପଢ଼ି ନିଜର କ୍ୟାରିୟର ଗଠନ ପାଇଁ ଯତ୍ନଶୀଳ ହେଉଥିବା ବେଳେ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ସୋସିଆଲ
ମେଡିଆରେ ଘୁରିବୁଲିବା ଦୁର୍ଭାଗ୍ୟଜନକ । କେନ୍ଦୁଝର ଓ ମୟୁରଭଞ୍ଜ ଜିଲ୍ଲାରେ ଏଭଳି ପ୍ରଶ୍ନପତ୍ର ଲିକ ହୋଇଛି ।
      ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନ ପ୍ୟାକେଟ ଖୋଲାଯାଇଛି । ଭଦ୍ରକ ଜିଲ୍ଲାର ମଦନମୋହନ ଜୀୟୁ ନୋଡାଲ ହାଇସ୍କୁଲ, ଯାଜପୁର ଜିଲ୍ଲାର ପଲାଇ ହାଇସ୍କୁଲ, ଭଦ୍ରକ ଜିଲ୍ଲାର ବନ୍ଧଗାଁ ହାଇସ୍କୁଲ, ଗଜପତି ଜିଲ୍ଲାର ସରକାରୀ ହାଇସ୍କୁଲ,
ଯାଜପୁର ଜିଲ୍ଲାର ଗୋବିଚନ୍ଦ୍ର ହାଇସ୍କୁଲ, ନବରଙ୍ଗପୁର ନବରଙ୍ଗପୁର ସରକାରୀ ହାଇସ୍କୁଲ ଯୁବଗଡ଼ା କେନ୍ଦ୍ରରେ ବ୍ୟାପକ କପି ହେବା ସହ ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଖୋଲଯାଇଥିବାର ଅଭିଯୋଗ ହୋଇଛି । ସକାଳ ଘ. ୭.୩୦ ମି.
ପୂର୍ବରୁ ଯଉମୁଦା ପ୍ରଶ୍ନପତ୍ର ପରୀକ୍ଷା କେନ୍ଦ୍ରରେ ପଂହଚିବ ଓ ସକାଳ ଘ. ୮.୪୫ ରେ ପର୍ଯ୍ୟବେକ୍ଷକ, ସୁପରିଟେଂଡେଣ୍ଟ ଓ ଶିକ୍ଷକଙ୍କ ଉପସ୍ଥିତିରେ ଖୋଲାଯିବ ବୋଲି ବୋଡ଼ର୍ଡ ନିର୍ଦ୍ଦେଶ ହୋଇଥିଲା । କିନ୍ତୁ ଘ. ୮.୩୬ ମି. ରେ ପ୍ରଶ୍ନପତ୍ର
ସୋସିଆଲ ମିଡିଆରେ ବୁଲିଲା କିପରି? ସେହିପରି ପୂର୍ବରୁ ଓଡ଼ିଶା ଷ୍ଟାଫସିଲେକସନ କମିଶନର ଅଧିନସ୍ଥ ଜୁନିୟର ଇଂଜିନିୟର (ସିଭିଲ) ମୁଖ୍ୟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ହୋଇଥିଲା । ଓସେପା ଯେଉଁ ଜୁନିୟର ଟିଚର ପରୀକ୍ଷା କରିଥିଲା ସେଥିରେ ମଧ୍ୟ ଅନିୟମିତତା ହୋଇଥିଲା । ପରିଚୟ ପତ୍ରରେ ମାହାଲମାଣ୍ଡା ଓ ମାହାଲମାଣ୍ଡା ପ୍ରୋ ବାହାରିବା ଦୁର୍ଭାଗ୍ୟଜନକ । ସୁତରାଂ ନବୀନ ସରକାର ଏକ ଲିକ୍ ସରକାର । ଛାତ୍ରଛାତ୍ରୀଙ୍କ କ୍ୟାରିୟର ସହ ଏହି ସରକାର ଖେଳୁଛି । ଗଣଶିକ୍ଷା ମନ୍ତ୍ରୀ ଜଣେ ଅଯୋଗ୍ୟ ମନ୍ତ୍ରୀ । ସେ ତୁରନ୍ତ ଇସ୍ତଫା ଦିଅନ୍ତୁ । ମେଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ଲିକ୍‌ରେ ଯେଉଁମାନେ ସାମିଲ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ସରକାର ଏହି ଘଟଣାକୁ ଚପାଇ ଦିଅନ୍ତୁ ନାହିଁ । 

ମାଟ୍ରିକ ପରୀକ୍ଷା ଇଂରାଜୀ ପ୍ରଶ୍ନପତ୍ର ଲିକ ପ୍ରସଙ୍ଗ ରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା ଛାତ୍ର କଂଗ୍ରେସ

ଆଜିର କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦକ ପ୍ରକାଶ ମିଶ୍ର, ଅଜୟ ସାହୁ, ସଂକୁନା କହଁର, ନିହାର ବେହେରା, ଅଖିଳେଷ ଯାଦବ, ସୁଦିପ ସାମଲ, କାର୍ତିକେଶ୍ୱର କାଣ୍ଡି, ଉଦିତ ପ୍ରଧାନ, ମହମ୍ମଦ ପରଭେଜ, ଆର୍ଯ୍ୟାନ
ସାସମଲ, ସୁନିଲ ସାହୁ ଗାନ୍ଧୀ, ରାଜେଶ ବାରିକ, ରଶ୍ମିରଞ୍ଜନ ବାରିକ, ସରୋଜ ବାରିକ, ତାପସ ଦେ, ମହମ୍ମଦ ତାକୁୱିନ, ରାଜଦୀପ ବେହେରା, ସୌମ୍ୟରଞ୍ଜନ ଲେଙ୍କା, ଓମପ୍ରକାଶ ବେହେରା ପ୍ରମୁଖ ଅଂଶଗ୍ରହଣ କରିଥିଲେ ।





Advertisment

You Might Also Like