+91-7008748499 / 9438844229

dkm3773@gmail.com / bpindialive@gmail.com

Monday 7th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ହାତ ଛାଡିଥିବା ନିହାର ଏବଂ ବିଜେଡି ଛାଡି ଦେବାଶିଷ ଉଭୟ ଧରିଲେ ପଦ୍ମ

25-Feb-2024



ଭୁବନେଶ୍ୱର,୨୫.୨.୨୪(ଭାପ୍ର)ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ବରୀ ବିଧାୟକ ଦେବାଶିଷ ନାୟକ ଏବଂ ପୂର୍ବତନ ଅତାବିରା ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନିହାର ରଞ୍ଜନ ମହାନନ୍ଦ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି। ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ପ୍ରତିଷ୍ଠାତା ସଦସ୍ୟ ତଥା ପୂର୍ବତନ ବରୀ ବିଧାୟକ ଶ୍ରୀ ଦେବାଶିଷ ନାୟକ ତାଙ୍କର ଶତାଧିକ ସମର୍ଥକଙ୍କ ସହ ବିଜେପିରେ ସାମିଲ ହୋଇଛନ୍ତି।  ତାଙ୍କ ସହ ରବିନ୍ଦ୍ର କୁମାର ବାରିକ, ଶିବପ୍ରସାଦ ବେହେରା, ପ୍ରଫୁଲ୍ଲ ସାମଲ, ଦାମୋଦର ସ୍ୱାଇଁ, କାଳନ୍ଦୀ ଲେଙ୍କା, କମଳାକାନ୍ତ ଜେନା, ମାନସ ସାହୁ, ପ୍ରଭାତ ମହାନ୍ତି, ସୁଶିଲ କୁମାର ଜେନା, ପ୍ରଶାନ୍ତ ତ୍ରିପାଠୀ, ମହେଶ୍ୱର ଭ୍ରଦ୍ରା, ନିହାର ରଞ୍ଜନ ସାହୁ, ଆଲୋକ ସେଠୀ, ଗୌତମ ପ୍ରଧାନ ପ୍ରମୁଖ ବିଜେପିରେ ଯୋଗଦାନ କରିଛନ୍ତି ।

     ସେହିପରି ପୂର୍ବତନ ଅତାବିରା ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ନିହାର ରଞ୍ଜନ ମହାନନ୍ଦ ନିଜ ସମର୍ଥକଙ୍କ ଗହଣରେ ବିଜେପିରେ ଯୋଗଦାନ କରିଛନ୍ତି । ତାଙ୍କ ସହ ବରଗଡ ଜିଲ୍ଲା କଂଗ୍ରେସର ପୂର୍ବତନ ଯୁବ ସଭାପତି ସ୍ୱାଧୀନ ରଥ, ସୌମ୍ୟକାନ୍ତ ଦାଶ, ଯୁବ କଂଗ୍ରେସ ନେତା ଉଦେଶ ପ୍ରଧାନ, ରାମୁ ରେଡ୍ଡି, ଜିତୁ ଭୋଇ, ଉସମାନ ଖାନ୍‌, ତପନ ବାଗ୍‌, କାର୍ତିକ ମହାରଣା, ପୂର୍ବତନ କାଉନସିଲର ବଳରାମ ସାହୁ, ଇରା ବାବୁ, କେ ସନ୍ଦିପ, ରିଙ୍କୁ ମହାନନ୍ଦ, ନଇମିଶ ପତି ପ୍ରମୁଖ ଆନୁଷ୍ଠାନିକଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି

     ଅନୁରୂପ ଭାବେ ବିଜୁ ମହିଳା ଜନତା ଦଳର ପୂର୍ବତନ ରାଜ୍ୟ ସାଧାରଣ ସଂପାଦିକା ଜ୍ୟୋସ୍ନାରାଣୀ ଜେନା, ପ୍ରତିଷ୍ଠିତ ଡୁମାଣି ଖବରର ମୁଖ୍ୟ ସଂପାଦକ ଅକ୍ଷୟ କୁମାର ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଶାସକ କୁଳମଣି ବିଶ୍ୱାଳଙ୍କ ସମେତ ଲାଞ୍ଜିଗଡ ନିର୍ବାଚନମଣ୍ଡଳୀର ବହୁ ବିଜେଡି ଓ କଂଗ୍ରେସ ନେତାଙ୍କ ବିଜେପିରେ ଯୋଗଦାନ କରିଛନ୍ତି।କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଚାଚେଂରୀ ମାଝୀ, ରାଜେନ୍ଦ୍ର ମାଳୀ, ହରିହର କୁମାର, ପିତାମ୍ବର, ପୁଟେଲ, ରବିନ୍ଦ୍ର କୁମାର ପ୍ରଧାନୀ, ହାଡିବନ୍ଧୁ ନାଏକ, ଯଶୋବନ୍ତ ବେହେରା ଏବଂ ବିଜେଡି ନେତା ବିନୋଦ ଗୈାଡ, ଟଙ୍କଧର କାଦମ୍ବଲା ପ୍ରମୁଖ ଆନୁଷ୍ଠାନିକ ବିଜେପିରେ ସାମିଲ ହୋଇଛନ୍ତି । 
ଜଗତସିଂହପୁର ଜିଲ୍ଲା ବାସିନ୍ଦା ତଥା ଅବସରପ୍ରାପ୍ତ ପ୍ରଶାସକ କୁଳମଣି ବିଶ୍ୱାଳ ଆଜି ବିଜେପିରେ ଯୋଗଦାନ କରିଛନ୍ତି ।

    ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ପାଇଁ ଦେଶରେ ଅଭୁତପୂର୍ବ ଜନଜାଗରଣ ସୃଷ୍ଟି ହୋଇଛି ।  ନରେନ୍ଦ୍ର ମୋଦି ଦେଶକୁ ସାରା ବିଶ୍ୱରେ ସମ୍ମାନିତ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦର୍ଶ ଏବଂ ମୋଦି ଗ୍ୟାରେଂଟି ପ୍ରତି ଆସ୍ଥା ପ୍ରକଟ କରି ବିଜେଡି ଓ କଂଗ୍ରେସର ନେତା ଓ କର୍ମୀମାନେ ବିଜେପିରେ ମିଶୁଛନ୍ତି ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ପ୍ରକାଶ କରିଛନ୍ତି। ଆଜିର ଏହି ମିଶ୍ରଣ ପର୍ବରେ ଯୋଗଦେଇଥିବା ନେତୃବୃନ୍ଦ ଙ୍କ ପାଇଁ ପାର୍ଟିର ସଂଗଠନ ଆହୁରି ସୁଦୃଢ ହେବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
 
    ବିଜେପିରେ ସାମିଲ ହୋଇଥିବା ନୂତନ ସଦସ୍ୟଙ୍କୁ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦଳୀୟ ଉତରୀୟ ଓ ଟୋପି ପିନ୍ଧାଇ ସ୍ୱାଗତ କରିଥିଲେ । ଏହି ଅବସରରେ ରାଜ୍ୟ ସମ୍ପାଦକ ସରୋଜ କର,  ରାଜ୍ୟ ମୁଖପାତ୍ର ଦିଲୀପ ମହାନ୍ତି, ମନୋଜ ମହାପାତ୍ର, ସୋନାଲୀ ସାହୁ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ ଦାସ, ବରଗଡ ଜିଲ୍ଲା ସଭାପତି ଅଶ୍ୱନି ଷଡଙ୍ଗୀ, ରାଜ୍ୟ କାର୍ଯ୍ୟକାରିନୀ ସଦସ୍ୟ ଡି.ମୁରଲୀକ୍ରିଷ୍ଣା, ଡା.ଅରୁପାନନ୍ଦ ସାହୁ, ଜୟନ୍ତୀ ପଢ଼ିଆରୀ, ଉପାସନା ମହାପାତ୍ର, ରଶ୍ମିରଞ୍ଜନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ । 
      ସୂଚନାଯୋଗ୍ୟ ପୂର୍ବତନ ମନ୍ତ୍ରୀ ଦେବାଶିଷ ନାୟକ ବିଜେଡି ର ପ୍ରତିଷ୍ଠାତା ସଦସ୍ୟ ଥିଲେ।ସେ ୨୦୦୦ ମହିହାରୁ ୨୦୧୯ ପର୍ଯ୍ୟନ୍ତ ବିଜେଡି ରୁ ଲଗାତାର ୪ ଥର ବିଧାୟକ ହୋଇଥିଲେ।ବିଜେପିରେ ସାମିଲ ହେବାର କିଛି ଘଣ୍ଟା ପୂର୍ବରୁ ସେ ବିଜେଡି ର ପ୍ରାଥମିକତା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।
  ସେହିପରି ପୂର୍ବତନ ବିଧାୟକ ନିହାର ମହାନନ୍ଦ ବରଗଡ଼ ଜିଲ୍ଲା କଂଗ୍ରେସ ସଭାପତି ପଦରୁ ଏବଂ କଂଗ୍ରେସ ପ୍ରାଥମିକତା ସଦସ୍ୟ ପଦରୁ ଗତ କିଛି ଦିନ ଇସ୍ତଫା ଦେଇଥିଲେ।





Advertisment

You Might Also Like