ତାଜା ଖବର
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
ଡେମୋଏହା ଏକ ଡେମୋ ସଂସ୍କରଣ। ଖବର ଓ ଚିତ୍ରଗୁଡ଼ିକ କେବଳ ଉଦାହରଣ ପାଇଁ।
ରାଜନୀତି

ଓଡ଼ିଶା ଜନତା କଂଗ୍ରେସର ଭୁବନେଶ୍ୱର ସାଂଗଠନିକ ବୈଠକ ଅନୁଷ୍ଠିତ

ପ୍ରଶାନ୍ତ ଶତପଥୀ ସମନ୍ବୟ କମିଟି ଅଧ୍ୟକ୍ଷ

ଓଡ଼ିଶା ଜନତା କଂଗ୍ରେସର ଭୁବନେଶ୍ୱର ସାଂଗଠନିକ ବୈଠକ ଅନୁଷ୍ଠିତ

ଓଡ଼ିଶା ଜନତା କଂଗ୍ରେସର ଭୁବନେଶ୍ୱର ସାଂଗଠନିକ ବୈଠକ ଅନୁଷ୍ଠିତ



ଭୁବନେଶ୍ୱର, ୨୭/୧୦(ଭାରତ ପ୍ରସାରଣ) : ଓଡ଼ିଶା ଜନତା କଂଗ୍ରେସ ପକ୍ଷରୁ ଭୁବନେଶ୍ୱରସ୍ଥିତ ରାଜ୍ୟ କାର୍ଯ୍ୟାଳୟଠାରେ ଆଜି ଅପରାହ୍ନରେ ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଓଜେସି ସଭାପତି ଇଂ ମହମ୍ମଦ ମୋକିମଙ୍କ ଉପସ୍ଥିତିରେ ଆୟୋଜିତ ଏହି ବୈଠକରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳର ବିଭିନ୍ନ ୱାର୍ଡରୁ ଆସିଥିବା ସ୍ଥାନୀୟ ନେତୃବୃନ୍ଦ ଓ ଦଳୀୟ କର୍ମୀମାନେ ଯୋଗ ଦେଇଥିଲେ । ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ବଦ୍ରି ନାରାୟଣ ମହାନ୍ତିଙ୍କ ସଭାପତିତ୍ବରେ ଆୟୋଜିତ ବୈଠକରେ ଭୁବନେଶ୍ୱରର ବିଭିନ୍ନ ୱାର୍ଡରେ ଦଳର ସାଂଗଠନିକ ସ୍ଥିତି, ତୃଣମୂଳ ସ୍ତରରେ ସଂଗଠନର ସମ୍ପ୍ରସାରଣ ଏବଂ ଆଗାମୀ ଦିନରେ ଦଳର କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା । ଆଗାମୀ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ବିଏମସିର ବିଭିନ୍ନ ୱାର୍ଡରେ ଦଳୀୟ ସଂଗଠନକୁ ଅଧିକ ସକ୍ରିୟ ଓ ସୁଦୃଢ଼ କରିବା ସହ ଜନସାଧାରଣଙ୍କ ନିକଟରେ ଦଳର ବିଚାରଧାରା ଓ କାର୍ଯ୍ୟକ୍ରମ ପହଞ୍ଚାଇବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।
ଓଜେସି ସଭାପତି ମହମ୍ମଦ ମୋକିମ କହିଥିଲେ ଯେ, ଭୁବନେଶ୍ୱରରେ ଅନ୍ୟ ରାଜନୈତିକ ଦଳ ଜନସାଧାରଣଙ୍କ ସମସ୍ୟା ସହ ସମ୍ପୃକ୍ତ ରହୁନାହାନ୍ତି । ଓଜେସି ଖୁବ କମ ସମୟ ମଧ୍ୟରେ ଭୁବନେଶ୍ୱର ବାସିନ୍ଦାଙ୍କର ଆସ୍ଥାଭାଜନ ହୋଇପାରିଛି। ଅଧିକ ପରିଶ୍ରମ କରି ଦଳକୁ ଆହୁରି ଲୋକାଭିମୁଖୀ କରିବା ନିମନ୍ତେ ସେ କର୍ମକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଥିଲେ । ଦଳୀୟ ନେତୃବୃନ୍ଦ ଓ କର୍ମୀମାନଙ୍କ ସହ ଆଲୋଚନା କରି ଭୁବନେଶ୍ୱରରେ ସଂଗଠନକୁ ଅଧିକ ମଜଭୁତ କରିବା ପାଇଁ ଲୋକଙ୍କ ସମସ୍ୟା ସହ ଜଡ଼ିତ ରହି କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ । ସ୍ଥାନୀୟ ନେତୃତ୍ୱ ଓ କର୍ମୀମାନଙ୍କ ସକ୍ରିୟ ଭାଗିଦାରୀ ମାଧ୍ୟମରେ ୱାର୍ଡସ୍ତରରେ ଦଳର କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବାକୁ ସେ ପରାମର୍ଶ ଦେଇଥିଲେ । 
ଏକ ସୁଦୃଢ଼ ସାଂଗଠନିକ ଭିତ୍ତିଭୂମି ଗଠନ ପାଇଁ ପ୍ରତ୍ୟେକ ୱାର୍ଡରେ ସ୍ଥାନୀୟ ନେତୃତ୍ୱ ଓ କର୍ମୀମାନଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି କରିବା ଆବଶ୍ୟକତା ଅଛି ବୋଲି ଭୁବନେଶ୍ବର ସାଂଗଠନିକ ଜିଲ୍ଲା ସଭାପତି ବଦ୍ରି ନାରାୟଣ ମହାନ୍ତି କହିଥିଲେ । ଏହି ବୈଠକ ଭୁବନେଶ୍ୱରରେ ଓଡ଼ିଶା ଜନତା କଂଗ୍ରେସର ସାଂଗଠନିକ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇବା ସହ ଆଗାମୀ ପୌର ନିର୍ବାଚନ ପୂର୍ବରୁ ୱାର୍ଡସ୍ତରରେ ସଂଗଠନର ସ୍ଥିତି ଓ ଭବିଷ୍ୟତ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ ଦିଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିଲା । 
ଉକ୍ତ ବୈଠକରେ ରାଜ୍ୟ ସଭାପତି ମହମ୍ମଦ ମୋକିମ୍ ଭୁବନେଶ୍ବର ମହାନଗର ନିଗମର ବିଭିନ୍ନ ଓ୍ବାର୍ଡରେ ଓଜେସି ନେତୃତ୍ବ ଓ କର୍ମକର୍ତ୍ତାଙ୍କ ମଧ୍ୟରେ ସମନ୍ବୟ ରକ୍ଷା କରିବା ନିମନ୍ତେ ଓଜେସି ମିଡିଆ ସେଲ୍ ଅଧ୍ୟକ୍ଷ ପ୍ରଶାନ୍ତ ଶତପଥୀଙ୍କ ଅଧ୍ୟକ୍ଷତାରେ ଏକ ସମନ୍ବୟ କମିଟି ଘୋଷଣା କରିଛନ୍ତି । ଏହି କିମିଟିରେ ଆଇନଜୀବୀ ସଞ୍ଜିତ୍ ଚୈାଧୁରୀ ସଂଯୋଜକ, ଓଜେସି ସାଧାରଣ ସମ୍ପାଦକ ଶୁଭେନ୍ଦୁ ମଲ୍ଲିକ ଏବଂ ଛାତ୍ରନେତା ତଥା ଆଇନଜୀବୀ ଆଦିତ୍ୟ ପରିଡ଼ା ସଭ୍ୟ ଭାବେ ସ୍ଥାନିତ ହୋଇଛନ୍ତି ।
ଏହି ସାଂଗଠନିକ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଜେସି ଉପସଭାପତି ପ୍ରଦୀପ ପ୍ରଧାନ, ସାଧାରଣ ସମ୍ପାଦକ ନରେଶ ମହାନ୍ତି, ସୋମନାଥ ରାଉତ, ସଞ୍ଜୟ ରାୟ, ପ୍ରଦୀପ ନାଏକ, ମାନସ ଦିଗାଲ, ରାକେଶ ବେହେରା, ସୁଧିର ରାଉତ, ସୋନାଲି ମହାପାତ୍ର, ସସ୍ମିତା ପଟ୍ଟନାୟକ, ମହମ୍ମଦ ସଲାଉଦ୍ଦିନ, ଆଦିତ୍ୟ ମିଶ୍ର, ଅମିତ ଦାସ, ସୀତା ସାହୁ, ରୋହିତ ଭଞ୍ଜ, ମହିଳା ଜନତା କଂଗ୍ରେସ ସଭାନେତ୍ରୀ ଶୈଳବାଳା ଜେନା, ଯୁବ ଜନତା କଂଗ୍ରେସ ସଭାପତି ଆର୍ଯ୍ୟବୀର ଲେଙ୍କା, କୃଷକ ଜନତା କଂଗ୍ରେସ ଅଧ୍ୟକ୍ଷ ସଂଗ୍ରାମ କିଶୋର ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ।

ଶୁଭେନ୍ଦୁ ମଲ୍ଲିକ
ସାଧାରଣ ସମ୍ପାଦକ, ମୁଖ୍ୟାଳୟ
ଓଡ଼ିଶା ଜନତା କଂଗ୍ରେସ
← ପୂର୍ବ ଖବରନଗର ଅଭିମୁଖେ ସ୍ୱତନ୍ତ୍ର ଟ୍ରେନ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀପର ଖବର →ପ୍ରଦେଶ କଂଗ୍ରେସ ସେବାଦଳ ପକ୍ଷରୁ ରକ୍ତଦାନ ଶିବିର