Breaking News
13-Feb-2024
ଭୁବନେଶ୍ୱର ତା ୧୩.୨.୨୪ ରିଖ(ଭାରତ ପ୍ରସାରଣ):୨୦୨୪ ନିର୍ବାଚନ ଯେତିକି ପାଖେଇ ଆସୁଛି, ଜାତୀୟସ୍ତରର ନେତାଙ୍କ ଆକର୍ଷଣ, ଓଡ଼ିଶା ପ୍ରତି ସେତିକି ବଢ଼ିବାରେ ଲାଗିଛି । କେବଳ କେନ୍ଦ୍ରୀୟ ବିଜେପି ନେତା କାହିଁକି, କଂଗ୍ରେସ ନେତା ମଧ୍ୟ ଏହି ଦୌଡ଼ରେ ପଛରେ ପଡ଼ି ନାହାଁନ୍ତି ।ପ୍ରଥମେ କଂଗ୍ରେସ ଅଧ୍ୟକ୍ଷ, ମଲ୍ଲିକାର୍ଜ୍ଜୁନ ଖଡଗେ ପରେ ସାଂସଦ ରାହୁଲ ଗାନ୍ଧୀ ଆଉ ଆଗକୁ ଆସିବେ ପ୍ରିୟଙ୍କା ଗାନ୍ଧୀ ଏବଂ ସଚିନ ପାଇଲଟ ।
ଓଡ଼ିଶା ବଞ୍ଚାଓ ସମାବେଶରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକା ମଲ୍ଲିକାର୍ଜ୍ଜୁନ ଖଡଗେ ଆଗାମୀ ୨୦୨୪ ଲଢ଼େଇ ପାଇଁ ରଣହୁଙ୍କାର ଦେଇଥିବା ବେଳେ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ଜରିଆରେ ଲୋକଙ୍କ ସହ ଯୋଡ଼ି ହୋଇଛନ୍ତି ରାହୁଲ ଗାନ୍ଧୀ । କାର୍ଯ୍ୟକ୍ରମ ଭିନ୍ନ ଭିନ୍ନ ଥିଲେ ମଧ୍ୟ ଉଭୟ ନେତାଙ୍କ ଲକ୍ଷ୍ୟ ଓ ଆହ୍ୱାନ ଥିଲା ଏକ୍ ।ଆଉ ଏହାରି ଭିତରେ ଓଡ଼ିଶା ଆସୁଛନ୍ତି ପ୍ରିୟଙ୍କା ଗାନ୍ଧୀ । ଯଦିଓ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ନେଇ ବିଧିବଦ୍ଧ ସୂଚନା ଆସି ନାହିଁ, ତଥାପି ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଏକାଧିକ ଜାତୀୟ ସ୍ତରର ନେତା ଓଡ଼ିଶା ଆସିବେ ବୋଲି ସୂଚନା ଦେଇଛନ୍ତି ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ।।
ଏପଟେ ନିର୍ବାଚନ ପ୍ରସ୍ତୁତି ପାଇଁ ଦୁଇ ପାଦ ଆଗରେ ଓଡ଼ିଶା କଂଗ୍ରେସ । ଦଳୀୟ ସୂଚନା ଅନୁସାରେ www.pragaman.inc.in ଅନଲାଇନ ୱେବ ପୋର୍ଟାଲ ଜରିଆରେ ୧୪୭ ବିଧାନସଭା ଆସନ ପାଇଁ ପ୍ରାୟ ୩ ହଜାର ବିଧାୟକ ପ୍ରାର୍ଥୀ ଆବେଦନ କରିଛନ୍ତି । ସେହିପରି ୨୧ ଲୋକସଭା ଆସନ ପାଇଁ ୭ଶହ ସାଂସଦ ପ୍ରାର୍ଥୀ ଆବେଦନ କରିଛନ୍ତି । ଆବେଦନ ଗୁଡ଼ିକର ବର୍ତ୍ତମାନ ଯାଞ୍ଚ ଚାଲିଛି । ଯାଞ୍ଚ ପରେ ନିର୍ବାଚନ କମିଟି ବୈଠକରେ ପ୍ରାର୍ଥୀଙ୍କ ସମ୍ପର୍କରେ ଆଲୋଚନା ହେବ ।
ତେବେ ଆଗକୁ ଅନ୍ୟଦଳର ବହୁ ନେତା ଓ କର୍ମୀ ଆସି କଂଗ୍ରେସରେ ଯୋଗଦେବେ ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ କହିଛନ୍ତି।
ତେବେ ବିଜେପିର କେନ୍ଦ୍ରୀୟ ସ୍ତରର ନେତାଙ୍କ ଘନଘନ ଓଡ଼ିଶା ଗସ୍ତ ଭିତରେ କଂଗ୍ରେସ ମଧ୍ୟ ମୋଦୀ ବାହିନୀଙ୍କୁ ଟକ୍କର ଦେବା ପାଇଁ ଜାତୀୟ ସ୍ତରୀର କଂଗ୍ରେସ ନେତାଙ୍କୁ ମୈଦାନକୁ ଓହ୍ଲାଇବା ପାଇଁ ଖସଡ଼ା ପ୍ରସ୍ତୁତ କରି ସାରିଛି ।
ଓଡିଶା ପ୍ରଭାରୀ ଭାବେ ଡ଼ ଅଜୟ କୁମାର ଦାଇତ୍ୱ ପାଇବା ପରେ କଂଗ୍ରେସର ବହୁ କେନ୍ଦ୍ରୀୟ ନେତା ଓଡିଶା ଆସି ବିଭିନ୍ନ ବିଭାଗ,ପ୍ରକୋଷ୍ଠ ର କର୍ମକର୍ତ୍ତା ଙ୍କ ଘନ ଘନ ବୈଠକ କରି ରାଜ୍ୟ ସଂଗଠନ କୁ ସୁଦୃଢ଼ କରିବା ଆପ୍ରାଣ ଉଦ୍ୟମ ଜାରି ରଖିଛନ୍ତି।
କିଛି କଂଗ୍ରେସ ନେତୃବୃନ୍ଦ ନାମ ଗୋପନ ରଖି କହିଛନ୍ତି କି ବର୍ତ୍ତମାନ କିଛି ଦିନ ଧରି ଏଆଇସିସି ଯେପରି ଫୋକସ କରୁଛି ଗତ ନିର୍ବାଚନ ୨୦୧୯ ବେଳେ ସେତିକି ତତ୍ପରତା ଦେଖାଉନଥିଲା ଏଆଇସିସି।
ଦେଖାଯାଉ ବରିଷ୍ଠ କଂଗ୍ରେସ ନେତାଙ୍କ ଘନ ଘନ ଓଡିଶା ଗସ୍ତ ଓ ବୈଠକ ୨୦୨୪ ନିର୍ବାଚନ ରେ ରାଜ୍ୟ କଂଗ୍ରେସ ପାଇଁ କେତେ ଫଳପ୍ରଦ ହେଉଛି।