+91-7008748499 / 9438844229

dkm3773@gmail.com / bpindialive@gmail.com

Monday 7th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ବେକାରୀ ଓ ଅନ୍ୟାନ୍ୟ ସମସ୍ୟା ପ୍ରସଙ୍ଗରେ ନବୀନ ନିବାସ ଘେରାଉ କରିବ ଯୁବ କଂଗ୍ରେସ

12-Feb-2024



ଭୁବନେଶ୍ୱର ତା. ୧୨.୨.୨୪ ରିଖ(ଭାରତ ପ୍ରସାରଣ):- ଆଜି ପ୍ରଦେଶ ଯୁବ କଂଗ୍ରେସ ଭୁବନେଶ୍ୱର ଠାରେ ପ୍ରଦେଶ ଯୁବକ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ଅଧ୍ୟକ୍ଷତାରେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୁବ କଂଗ୍ରେସର ଏଆଇସିସି ପଭାରୀ ଶ୍ରୀ କିଷ୍ଣା ଆଲାଭାରୁ ଯୁବ କଂଗ୍ରେସର ସାଂଗଠନିକ କାର୍ଯ୍ୟକ୍ରମ, ପ୍ରତିବାଦ, ଧାରଣା ଏବଂ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ସଂପର୍କରେ ଆଲୋକପାତ କରିବା ସହ “ରୋଜଗାର ଦୋ, ନ୍ୟାୟ ଦୋ” କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବୁଥସ୍ତରର ଯୁବ କଂଗ୍ରେସ ସଂଗଠନ ସହିତ ଲଗାତାର ଭାବରେ ରାଜ୍ୟ ଯୁବ କଂଗ୍ରେସ ନେତୃତ୍ୱ ସମ୍ପର୍କ ସ୍ଥାପନ କରି ତୃଣମୂଳ ସ୍ତର ପର୍ଯ୍ୟନ୍ତ ରାଜ୍ୟ ଓ କେନ୍ଦ୍ର ସରକାରର ଦୁର୍ନୀତି ସମ୍ପର୍କରେ ଜନସଚେତନତା କାର୍ଯ୍ୟକ୍ରମ ଜାରି ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଓଡ଼ିଶାରେ ଓ ଭାରତରେ ହିଟଲରୀ ରାଜ ଚାଲିଛି । ଗଣତନ୍ତ୍ର ଓ ସମ୍ବିଧାନର ମୂଲ୍ୟବୋଧକୁ କ୍ଷୂର୍ଣ୍ଣ କରାଯାଉଛି । ସାଧାରଣ ଲୋକଙ୍କୁ ତାଙ୍କ ଅଧିକାର ପ୍ରାପ୍ତିରୁ ବଂଚିତ କରାଯାଉଛି । ଦରଦାମ ବୃଦ୍ଧି ପ୍ରସଙ୍ଗରେ ଯୁବ କଂଗ୍ରେସ ରାଜ୍ୟରୁ ବୁଥସ୍ତର ପର୍ଯ୍ୟନ୍ତ ଧାରାବାହିକ ଆନ୍ଦୋଳନ କରିବାକୁ ସେ କହିଥିଲେ । ପ୍ରଦେଶ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ର ଘୋଷଣା କରିଥିଲେ ଯେ ଫେବୃଆରୀ ଶେଷ ସପ୍ତାହରେ ବେକାରୀ, ଦରଦାମ ବୃଦ୍ଧି, ଦୁର୍ନୀତି, ଭ୍ରଷ୍ଟାଚାର, ଚାଷୀମାରଣ ନୀତି ଓ କ୍ରମବର୍ଦ୍ଧିଷ୍ଣୁ ନାରୀ ନିର୍ଯ୍ୟାତନା ପ୍ରସଙ୍ଗରେ ନବୀନ ନିବାସ ଘେରାଉ କରାଯିବ । 

ପ୍ରଦେଶ କଂଗ୍ରେସ କମିଟି ସଭାପତି କହିଥିଲେ ଯେ ଯଦି ରାଜ୍ୟର ଯୁବକମାନେ ସେମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାର, ଅଣଦେଖା ଏବଂ ଉଦାସୀନତାର ପ୍ରତିବାଦ ବ୍ୟାପକ ଭାବରେ କରିବେ ତେବେ କ୍ଷମତାସୀନ ସରକାରର ପତନ ନିଶ୍ଚିତ । ୨୦୨୪ ମସିହାରେ ଓଡ଼ିଶାର ଶାସନ କ୍ଷମତା କଂଗ୍ରେସ ହାତରେ ରହିବ । କଂଗ୍ରେସ ଶାସନ ସବୁବେଳେ ଯୁବକମାନଙ୍କର ନିଯୁକ୍ତି, ବିଭିନ୍ନ ସମସ୍ୟାକୁ ପ୍ରାଧାନ୍ୟ ଦେଇ ସମାଧାନ କରିଥାଏ । ୧୯୯୦ ମସିହାରେ କଂଗ୍ରେସର ୧୦ ଜଣ ବିଧାୟକ ଥିବାବେଳେ ୧୯୯୫ ମସିହାରେ କଂଗ୍ରେସ କ୍ଷମତାସୀନ ହୋଇପାରିଲା । ମୋଦୀ ଓ ନବୀନ ସରକାର ବିରୁଦ୍ଧରେ ଯୁବ କଂଗ୍ରେସର ଲଢ଼େଇ ନିଶ୍ଚିତ ଭାବରେ କଂଗ୍ରେସକୁ ଆଗାମୀ ନିର୍ବାଚନରେ ସଫଳତା ଦେବ । 

ଏହି କାର୍ଯ୍ୟକ୍ରମରେ  ପୂର୍ବତନ ପିସିସି ସଭାପତି ଶ୍ରୀ ଜୟଦେବ ଜେନା କହିଥିଲେ ଯେ ଜନନାୟକ ରାହୁଲ ଗାନ୍ଧୀ ଯୁବ କଂଗ୍ରେସ ଉପରେ ଆସ୍ଥାପ୍ରକଟ କରିଛନ୍ତି । ତାଙ୍କର ନ୍ୟାୟ ଯାତ୍ରାରେ ଅଗଣିତ ସାଧାରଣ ଯୁବକ ଯୋଗଦେଉଛନ୍ତି । ରାହୁଲ ଗାନ୍ଧୀଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଯୁବ କଂଗ୍ରେସ ନିଷ୍ଠାର ସହ କାର୍ଯ୍ୟକଲେ ଓଡ଼ିଶାରେ ଭ୍ରଷ୍ଟାଚାରୀ ନବୀନ ଶାସନର ପତନ ହୋଇଯିବ । ବିଧାୟକ ଶ୍ରୀ ତାରାପ୍ରସାଦ ବାହିନୀପତି କହିଥିଲେ ଯେ ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ଓ ମହିଳା କଂଗ୍ରେସ ଏକତ୍ରିତ ଭାବରେ ସେମାନଙ୍କର ନବୀନ ଓ ମୋଦୀ ବିରୋଧି ସ୍ୱରକୁ ତୀବ୍ରତର କରନ୍ତୁ । ମୋଦୀ ଓ ନବୀନ ଶାସନରେ ଅନ୍ୟାୟର ସୀମା ନାହିଁ ।  ଯଦି କଂଗ୍ରେସର ଏହି ତିନୋଟି ଛାମୁଆ ସଂଗଠନ ନିଷ୍ଠାର ସହ କାର୍ଯ୍ୟକରନ୍ତି ଆମେ କଂଗ୍ରେସର ଅତୀତ ଗୌରବକୁ ଫେରାଇ ଆଣିପାରିବା । କଟକ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମାନସ ଚୌଧୁରୀ କହିଥିଲେ ଯେ ଯୁବ କଂଗ୍ରେସ ରାସ୍ଥାରେ ଆସି ତ୍ୟାଗର ସହ ଲଢ଼େଇ କଲେ କଂଗ୍ରେସ ସାଧାରଣ ଜନତାଙ୍କର ପୁନଃ ଆସ୍ଥାଭାଜନ ହୋଇପାରିବ ।   

ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନୀପତି କହିଥିଲେ ନବୀନ ଶାସନରେ ମହିଳାମାନେ ଭୟଭୀତ ଅବସ୍ଥାରେ ଅଛନ୍ତି । ମହିଳାମାନଙ୍କୁ ସେମାନଙ୍କର ଅଧିକାର ପାଇବାରୁ ବଂଚିତ କରାଯାଉଛି । ଏଆଇସିସି ସଂପାଦକ ଖ୍ରୀଷ୍ଟପର ତିଳକ, ବିଧାୟକ ସୁରେଶ କୁମାର ରାଉତରାୟ ଯୁବ କଂଗ୍ରେସର ଦାୟତ୍ୱବୋଧ ଉପରେ ବକ୍ତବ୍ୟ ରଖିଥିଲେ । ଉକ୍ତ ସଭା କାର୍ଯ୍ୟକୁ ରାଜ୍ୟ ସାଧାରଣ ସଂପାଦକ ନିହାର ରଞ୍ଜନ ବେହରା ପରିଚାଳନା କରିଥିବା ବେଳେ ଯୁବ କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ସୁଦୀପ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜାତୀୟ ଯୁବ କଂଗ୍ରେସର ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ମିଳିନ୍ଦ ଗୌତମ, ସହପ୍ରଭାରୀ ତଥା ସଂପାଦକ ଅଭିନବ ଭଗତ, ରାଜ୍ୟ ଯୁବ କଂଗ୍ରେସ ଉପସଭାପତି କୃଷ୍ଣ ମହାନ୍ତି, ରୁକ୍କମଣୀ ମଙ୍ଗରାଜ, ରାଜ୍ୟ ଯୁବ କଂଗ୍ରେସର ଅଭିଜିତ ଜେନା, ଗୋପନ ମାର୍ଥା, ସ୍ୱାଗତ କର, ଚିନ୍ମୟ କୁମାର ହୋତା, ନଳିନୀକାନ୍ତ ନାୟକ, ଶିବ ଅଗ୍ରୱାଲ, ଜ୍ଞାନରଞ୍ଜନ ରାଉତ, କେଦାର ଦଳାଇ, ପ୍ରିୟବତ ସାହୁ, ତପନ କୁମାର କାଣ୍ଡି, ସ୍ମତି ମନ୍ତ୍ରୀ, ପିନାକୀ ନାରାୟଣ ଦାସ, ବିଶ୍ୱଜିତ ଲେଙ୍କା, ବିଶ୍ୱଜିତ ସ୍ୱାଇଁ, ଅମରେଶ ପରିଡ଼ା, ଏମଡି ପରଭେଜ, ସନ୍ତୋଷ ପ୍ରଧାନ, ସୃଜନିକା ରାଉତ, ବନିତା ଦାସ,ଇମିତାଜ ଖାନ ଏବଂ ସମସ୍ତ ଜିଲ୍ଲା ଯୁବ କଂଗ୍ରେସର ସଭାପତିମାନେ ଯୋଗଦେଇଥିଲେ । 





Advertisment

You Might Also Like