+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ତୃତୀୟ ଦିନ ଆରମ୍ଭରୁ ଗୃହରେ ହଟ୍ଟଗୋଳ

07-Feb-2024



● କ୍ଷମା ମାଗନ୍ତୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ : ବିଜେଡି

ଭୁବନେଶ୍ୱର ତା ୭.୨.୨୪ ରିଖ(ଭାରତ ପ୍ରସାରଣ): ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ। ବିଧାନସଭାରେ ବର୍ଷିଲା ବିଜେଡି। ରାଜନୈତିକ ଉଦ୍ଦେଶ୍ୟ ରଖି ପରୀ ହତ୍ୟା ମାମଲାରେ ଓଡ଼ିଶାକୁ ବଦନାମ କରିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ନେତା ମୋହନ ମାଝିଙ୍କ ସମେତ ବିଜେପି ବିଧାୟକ ଓ ସାଂସଦ ଓଡ଼ିଶାବାସୀଙ୍କୁ କ୍ଷମା ମାଗନ୍ତୁ। ଅଦାଲତରେ ପରୀ ହତ୍ୟା ଘଟଣାର ସତ୍ୟାସତ୍ୟ ପ୍ରକାଶ ପାଇଲା ପରେ ବିଜେପିର ମିଛ ଅପପ୍ରଚାର ଏବେ ଧରାପଡିଛି। ପରୀ ହତ୍ୟା ଭଳି ଅନେକ ସ୍ପର୍ଶକାତର ବିଷୟରେ ବିଜେପି ରାଜନୀତି ପାଇଁ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରୁଛି। ଏହାର ପ୍ରତିବାଦରେ ଆଜି ଗୃହ ଆରମ୍ଭରୁ ବିଜେପିକୁ ବିଧାନସଭାରେ ବିରୋଧ କରିଛି ବିଜେଡି।
ପରୀ ହତ୍ୟା ଘଟଣାରେ ଗୋଟେ ପଟେ ହୀନ ରାଜନୀତି ଓ ଅନ୍ୟପଟେ ଦୋଷୀକୁ ଖସାଇ ଦେବା ପାଇଁ ଚକ୍ରାନ୍ତ କରିଥିଲା ବିଜେପି। ଦୋଷୀକୁ ଦଣ୍ଡବିଧାନ ସହ ଘଟଣାର ଖୁଲାସା ହୋଇଛି। ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଅଦାଲତରେ ରାୟ ଆସିବା ପରେ ମାନବିକତା ଦୃଷ୍ଟିରୁ ବିଜେପି ନେତାମାନେ ତୁରନ୍ତ ମାଗିବା ପାଇଁ ବିଜେଡି ଦାବି କରିଛି। ବିଶେଷ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ମିଛ ବୟାନବାଜିକୁ ନେଇ ଉଭୟ ଗୃହ ଭିତରେ ଓ ବାହାରେ ବର୍ଷିଛନ୍ତି ବିଜେଡି ବିଧାୟକ। ଉଭୟ ନେତାଙ୍କୁ ଦଳ ବହିଷ୍କାର କରିବା ସହ କ୍ଷମା ପ୍ରାର୍ଥନା ଦାବି କରି ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଓ ପ୍ରତିବାଦ କରିଥିଲେ ବିଜେଡି ବିଧାୟକ। ବିଭିନ୍ନ ପ୍ରସଙ୍ଗରେ ବିଜେପିର ଏପରି ହୀନ ଚକ୍ରାନ୍ତକୁ ଲୋକେ ବୁଝିଲେଣି ଓ ଆଗାମୀ ଦିନରେ ଏହାର ଜବାବ ଓଡ଼ିଶାବାସୀ ଦେବେ ବୋଲି ବିଜେଡି ବିଧାୟକ ଓ ମନ୍ତ୍ରୀମାନେ କହିଛନ୍ତି।





Advertisment

You Might Also Like