+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ବିରମିତ୍ରପୁରରେ ପହଞ୍ଚିଲା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରା

06-Feb-2024



ଭୁବନେଶ୍ୱର ତା ୬.୨.୨୪ ରିଖ(ଭାରତ ପ୍ରସାରଣ):-ଆଜି 'ଭାରତ ଯୋଡୋ ନ୍ୟାୟ ଯାତ୍ରା'  ବିର୍ସା ମୁଣ୍ଡା ଜିଙ୍କ ଜମି ଝାରଖଣ୍ଡ ଓଡିଶାରେ ପ୍ରବେଶ କରିଛି।କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି ଅପରାହ୍ନରେ ବୀରମିତ୍ରପୁରରେ ପହଞ୍ଚିଛନ୍ତି। ସେଠାରେ ତାଙ୍କୁ ପ୍ରଦେଶ କଂଗ୍ରେସ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା।ରାହୁଲ ଗାନ୍ଧି ବିରମିତ୍ରପୁରରେ ପହଞ୍ଚିବା ପରେ  ମହିଳା କଂଗ୍ରେସ ନେତ୍ରୀମାନେ ବନ୍ଦାପନା କରି ମୁଣ୍ଡରେ ସିନ୍ଦୁର ଲଗାଇ ହୁଳହୁଳି ପକାଇ ରାହୁଲ ଜୀଙ୍କୁ ପାଛୋଟି ନେଇଥିଲେ।

  ରାଜ୍ୟ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ ପ୍ରଭାରୀ ଅଜୟ କୁମାରଙ୍କ ସହିତ ଅନ୍ୟ ବରିଷ୍ଠ ନେତୃବୃନ୍ଦ ମାନେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଝାରଖଣ୍ଡ ପ୍ରଦେଶ କଂଗ୍ରେସ ସଭାପତି  ରାଜେଶ ଠାକୁର ଜି ଜାତୀୟ ପତାକାକୁ ଓଡିଶା କଂଗ୍ରେସ ସଭାପତି ଶରତ  ପଟ୍ଟନାୟକ ଙ୍କୁ ପ୍ରଦାନ କରିଛନ୍ତି।

  ପାଞ୍ଚଟି  ଅଲଗା ଅଲଗା ପ୍ରକାର  ଅନ୍ୟାୟ ବିରୁଦ୍ଧରେ ଆଜିର ଭାରତ ଜୋଡ ନ୍ୟାୟ ଯାତ୍ରା। ଏହି ମହାନ ପଦଯାତ୍ରାକୁ କୌଣସି ଶକ୍ତି ଅଟକାଇ ପାରିବେ ନାହିଁ ବୋଲି ବୀରମିତ୍ରପୁରରେ ଅୟୋଜିତ ସଭାରେ ରାହୁଲ ଗାନ୍ଧି ଉଦବୋଧନ ଦେଇ କହିଥିଲେ। ସେ କହିଥିଲେ  ଓଡ଼ିଶାକୁ ଆସି ବହୁତ ଭଲ ଲାଗୁଛି। ଘୃଣାର ବଜାରରେ ଆପଣମାନେ ପ୍ରେମର ଦୋକାନ ଖୋଲିଲେ। ଭାରତକୁ ଯୋଡ଼ିବା  ଏହି ଯାତ୍ରାର ମୂଳ ଉଦ୍ଦେଶ୍ୟ। ଆଦିବାସୀ, ଦଳିତ, କୃଷକ ଓ ମହିଳାଙ୍କ ପ୍ରତି ଅନ୍ୟାୟ ପ୍ରତିବାଦରେ ବାହାରିଛି ଏହି ଯାତ୍ରା।

   କନ୍ୟାକୁମାରୀ ରୁ କାଶ୍ମୀର ପର୍ଯ୍ୟନ୍ତ ୪୦୦୦  କିଲୋମିଟର ପଦଯାତ୍ରା କଲି। ପୁରା ଦେଶରେ ଯେଉଁ ଘୃଣାର ବାତାବରଣ ଥିଲା ତାହା ବିରୁଦ୍ଧରେ ଭାରତ ଜୋଡ ଯାତ୍ରା ଥିଲା। ସବୁ ବର୍ଗର ଲୋଜଙ୍କ ସହ ଭେଟ ହୋଇଛି।କିନ୍ତୁ ସେହି ଯାତ୍ରାରେ ଅନ୍ୟ ପ୍ରଦେଶର ଝାରଖଣ୍ଡ,ଓଡିଶା,ପଶ୍ଚିମ ବଙ୍ଗଳା ର ଲୋକ ଭେଟିଲେ ଏବଂ କହିଲେ ଆମ ରାଜ୍ୟରେ ବି ଘୃଣା ର ବଜାର ଖୋଲାଯାଇଛି,ଏଠାରେ ବି ଆଦିବାସୀ ଦଳିତ ଲୋକଙ୍କ ଜମି ନେଇଯାଉଛନ୍ତି ଶିଳ୍ପପତି ମାନେ।ତେଣୁ ଆମ ଦଳ ସ୍ଥିର କଲା ପୁଣି ଥରେ ଯାତ୍ରା ଆରମ୍ଭ କରିବାକୁ।ମଣିପୁର ରୁ ଭାରତ ଯୋଡ ନ୍ୟାୟ ଯାତ୍ରା ଆରମ୍ଭ କରାଗଲା। ଭାରତ କୁ ଯୋଡିବାକୁ ଏବଂ ଭାରତ ବର୍ଷର ଗରିବ ଜନସାଧାରଣ ଙ୍କ ପ୍ରତି ୫ ଅଲଗା ଅଲଗା ତରିକାରେ ଯେଉଁ ଅନ୍ୟାୟ କରାଯାଉଛି ତାର ନ୍ୟାୟ ପାଇବା ପାଇଁ।ଆର୍ଥିକ,ବେରୋଜଗାରୀ,ଦରବୃଦ୍ଧି,ସାମାଜିକ ଅନ୍ୟାୟ(ଆଦିବାସୀ,ଦଳିତ,ପଛୁଆ ବର୍ଗ ପ୍ରତି ଅତ୍ୟାଚାର),ମହିଳାଙ୍କ ପ୍ରତି ଅତ୍ୟାଚାର,କୃଷକ ଙ୍କ ଅନ୍ୟାୟ  ଏବଂ ଯେଉଁ ମଜୁରିଆ ପ୍ରତି ଅତ୍ୟାଚାର ବଢି ଚାଲିଛି ଏହା ବିରୁଦ୍ଧରେ ଏହି ଭାରତ ଯୋଡ ନ୍ୟାୟ ଯାତ୍ରା ।ମୁଁ ଆଗାମୀ ୩ ଦିନ ଯାଏଁ ଓଡ଼ିଶାରେ ରହିବି ଓ ଲୋକଙ୍କ କଥା ଶୁଣିବି।

  ଆଜିର ଶୋଭାଯାତ୍ରା ଓ ସଭାରେ  ଏଆଇସିସି ସାଧାରଣ ସମ୍ପାଦକ କେ ସି ବେନୁଗୋପାଳ , ଛାତ୍ର ପ୍ରଭାରୀ କହ୍ନେୟା କୁମାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା,ପ୍ରସାଦ ହରିଚନ୍ଦନ,ରାଜ୍ୟ ପ୍ରଚାର କମିଟି ଅଧ୍ୟକ୍ଷ ବିଜୟ ପଟ୍ଟନାୟକ,ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା, ଉପାଧ୍ୟକ୍ଷ ନବଜ୍ୟୋତି ପଟ୍ଟନାୟକ,ଆବାହକ ମାନଶ ଚୌଧୁରୀ,ସେବାଦଳ ଅଧ୍ୟକ୍ଷ ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ଏଆଇସିସି ସମ୍ପାଦକ ସେହନୱାଜ ଚୌଧୁରୀ,ଖ୍ରୀଷ୍ଟଫର ତିଲକ,ଏଆଇସିସି ଗଣମାଧ୍ୟମ ସଂଯୋଜକ ବବିତା ଶର୍ମା,ସାଂସଦ ସପ୍ତଗିରି ଉଲ୍ଲାକା,ବିଧାୟକ,ତାରା ପ୍ରସାଦ ବାହିନୀପତି,ସୁରେଶ କୁମାର ରାଉତରାୟ,ମହମ୍ମଦ ମୁକିମ,ସି ଏସ ରାଜନଏକ୍କା,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ ଦାଶ,ପିସିସି ସାଧାରଣ ସମ୍ପାଦକ ସୁବ୍ରତ ମହାପାତ୍ର,ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ,ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର, ଗଣମାଧ୍ୟମ ଅଧ୍ୟକ୍ଷ ବିଶ୍ୱ ରଞ୍ଜନ ମହାନ୍ତି,ମୁଖପାତ୍ର ରଜନୀ କୁମାର ମହାନ୍ତି ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ସମେତ ହଜାର ହଜାର ସଂଖ୍ୟାରେ ରାଜ୍ୟ କଂଗ୍ରେସର ଯୁବ,ଛାତ୍ର ମହିଳା  ନେତୃବୃନ୍ଦ କର୍ମୀ ଓ ଦକର  ସାମିଲ ହୋଇଥିଲେ।

  ରାହୁଲ ଗାନ୍ଧୀ ଆଜି ରାତିରେ ବିଜାବାହାଲରେ ରହିବେ। ଆସନ୍ତାକାଲି ସକାଳ ସାଢ଼େ  ୮.୪୫ ରେ  ରାଉରକେଲାର ବେଦବ୍ୟାସ ମନ୍ଦିର ଯାଇ ପରିଦର୍ଶନ କରିବା ପରେ  ଉଦିତନଗର (ଏସପି ଅଫିସ) ଠାରୁ ଯାତ୍ରା ଆରମ୍ଭ କରିବେ। ସେଠାରୁ ସାଢ଼େ ୩ କିଲୋମିଟର ଦୂର ପାନପୋଷ ଛକଠାରେ ସକାଳ ୧୦ଟାରେ ରାହୁଲ ଗାନ୍ଧି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ । ପରେ ୨୫ କିଲୋମିଟର ଦୂର ରାଣୀବନ୍ଧ ନିକଟ ବିର୍ସା ମୁଣ୍ଡା ପଡିଆଠାରେ ମଧ୍ୟାହ୍ନଭୋଜନ କରିବେ । ଅପରାହ୍ଣ ୨ଟାରେ ରାଣୀବନ୍ଧଠାରୁ ପୁଣି ଯାତ୍ରା ଆରମ୍ଭ ହେବ । ସେଠାରୁ ୧୪ କିଲୋମିଟର ଦୂର କୁତ୍ରା ଠାରେ ରାହୁଲ ଗାନ୍ଧି ଉଦ୍‌ବୋଧନ ଦେବେ । ପରେ ୩୨ କିମି ଦୂର ବାରଗାଁଠାରେ ମଧ୍ୟ ସେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ୬୦କିଲୋମିଟର ଦୂର ସୁନ୍ଦରଗଡ଼ ବସଷ୍ଟାଣ୍ଡ ଛକରେ ଅପରାହ୍ଣ ୪ଟା ୩୦ରେ ପଦଯାତ୍ରା ପହଞ୍ଚିବ। ଷ୍ଟାଡିୟମ ଛକ ଓ ସୁନ୍ଦରଗଡ଼ ଏସବିଆଇ ଛକ ହୋଇ ପଦଯାତ୍ରା ଚାଲିବ । ସେଠାରୁ ୨୬ କିଲୋମିଟର ଦୂର ଝାରସୁଗୁଡ଼ା ଆମଲିପାଲିଠାରେ ଆସନ୍ତାକାଲି ରାହୁଲ ଗାନ୍ଧି ରାତ୍ରି ଯାପନ କରିବେ ବୋଲି ପିସିସି ସଭାପତି ଶ୍ରୀ ପଟ୍ଟନାୟକ ସୂଚନା ପ୍ରଦାନ କରିଥିଲେ।





Advertisment

You Might Also Like