Breaking News
16-Mar-2024
ଭୁବନେଶ୍ୱର, ୧୬.୩.୨୪(ଭାପ୍ର)- ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ପ୍ରସ୍ତାବ କ୍ରମେ ଅଖିଳ ଭାରତ କଂଗ୍ରେସ କମିଟିର ଓଡ଼ିଶା ପ୍ରଭାରୀ ଡ. ଅଜୟ କୁମାର ଓଡ଼ିଶା ପ୍ରଦେଶ କଂଗ୍ରେସ ଲିଗାଲ ବିଭାଗର ଅଧ୍ୟକ୍ଷ ଭାବେ ଗୋପାଳକୃଷ୍ଣ ମହାନ୍ତିଙ୍କୁ ଏବଂ ଆବାହକ ଭାବେ ବିଶ୍ୱରଞ୍ଜନ ମହାପାତ୍ରଙ୍କୁ ନିଯୁକ୍ତି ଦେଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି ।
ସୂଚନାଯୋଗ୍ୟ ଶ୍ରୀଯୁକ୍ତ ମହାନ୍ତି ଗତବର୍ଷ ଜୁନ ମାସରେ ବିଜେଡି ଦଳ ପରିତ୍ୟାଗ କରି ପିସିସି ସଭାପଟି ଶରତ ପଟ୍ଟନାୟକ ଙ୍କ ଉପସ୍ଥିତି ରେ କଂଗ୍ରେସ ଦଳ ରେ ଯୋଗ ଦେଇଥିଲେ।ସେତେବେଳେ ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ମହାନ୍ତି ବିଜେଡି ଦଳ ବର୍ତ୍ତମାନ ଆଉ ଦଳ ହୋଇ ନାହିଁ,ସେ ଦଳର ନୀତି ରୀତି କିଛି ନାହିଁ। ପ୍ରଶାସନିକ ଅଧିକାରୀ ମାନଙ୍କ ଦ୍ୱାରା ପରିଚାଳିତ ବିଜେଡି ଦଳ କରପୋରେଟ ହାଉସ ରେ ପରିଣତ ହେଲାଣି କହି ସେତେବେଳେ ଚର୍ଚ୍ଚାର ପରିସରକୁ ଆସିଥିଲେ ଶ୍ରୀଯୁକ୍ତ ମହାନ୍ତି।