+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ନିଆଳିରେ କଂଗ୍ରେସର ବିଶାଳ ପଦଯାତ୍ରା ଓ ପରିବର୍ତ୍ତନ ସମାବେଶ

13-Mar-2024



ନିଆଳି,୧୩.୩.୨୪(ଭାପ୍ର):-କଣ୍ଟାପଡା ବ୍ଲକ୍ କଂଗ୍ରେସ ପକ୍ଷରୁ ଅଡଶପୁର ପଞ୍ଚାୟତ ବାରାହୀପୁର କୋଚିଲା ଗୋସାଇଁ ମନ୍ଦିରରୁ କଂଗ୍ରେସ କର୍ମୀ ଓ ନେତା ପୂଜାର୍ଚନା କରି ବଜାରରେ ଏକ ବିଶାଳ ପଦଯାତ୍ରା କରି ଜୟଦେବ ପୀଠ ପଡିଆରେ ପହଞ୍ଚି ଥିଲେ । ପଡିଆରେ ଏକ ପରିବର୍ତ୍ତନ ସମାବେଶ ଆୟୋଜନ କରାଯାଇଥିଲା। କଣ୍ଟାପଡା ବ୍ଲକ କଂଗ୍ରେସ ସଭାପତି ଭରତ ଚନ୍ଦ୍ର ବେହେରା ଏହି ସମାବେଶରେ ସଭାପତିତ୍ୱ କରିଥିବା ବେଳେ ସଭା ପରିଚାଳନା କରୁଥିଲେ ବାହନ କୁମାର ପରିଡା ।

ଉକ୍ତ ସମାବେଶରେ ପୂର୍ବତନ ଅର୍ଥରାଷ୍ଟ୍ର ମନ୍ତ୍ରୀ ପଞ୍ଚାନନ କାନୁନଗୋ, ପୂର୍ବତନ ବିଧାୟକ ରବୀନ୍ଦ୍ର କୁମାର ମଲିକ, କଂଗ୍ରେସ ସାଧାରଣ ସମ୍ପାଦକ ଶଶୀକାନ୍ତ ଲେଙ୍କା,ନିଆଳି କଂଗ୍ରେସ ଆଶାୟୀ ବିଧାୟକ ପାର୍ଥ ଇଂଜିନିଅର ଯୋତିରଞ୍ଜନ ମଲ୍ଲିକ ପ୍ରମୂଖ ମଞ୍ଚସିନ ଅତିଥି ଯୋଗ ଦେଇ ଆଗାମୀ ୨୦୨୪ ବିଧାନ ସଭା ନିର୍ବାଚନରେ ଉଭୟ ବିଜେଡି ଓ ବିଜେପିକୁ ପରାସ୍ତ କରି ନିଆଳୀରେ କିଭଳି ଭାବେ କଂଗ୍ରେସ ବିଧାୟକ ପଦ ଦଖଲ କରି ନିଜ ପୁରୁଣା ଗଡ଼ କୁ ବିଜେଡି ଠାରୁ ଛଡାଇ ଆଣିବ  ନିଜ ଅଭିଭାଷଣରେ କହିଥିଲେ।

କଟକ ଜିଲ୍ଲା କଂଗ୍ରେସ ମହିଳା ସଭାନେତ୍ରୀ ଅମୃତା ଦାସ, ନିଆଳି ବ୍ଲକ କଂଗ୍ରେସ ସଭାପତି ସୌଭାଗ୍ୟ ରଞ୍ଜନ ବସ୍ତିଆ, ନିଆଳି ମହିଳା କଂଗ୍ରେସ ସଭାନେତ୍ରୀ ମଧୁସ୍ମିତା ମହାପାତ୍ର, ଅଡଶପୁର କଂଗ୍ରେସ ନେତା ପ୍ରାଦୁମ୍ନ ଖଟୋଇ ଏହି ପରିବର୍ତ୍ତନ ସମାବେଶରେ ଉପସ୍ଥିତଥିଲେ। ଏହି ଅବସରରେ ବିଭିନ୍ନ ଦଳର କର୍ମୀମାନେ ନିଜ ନିଜ ଦଳ ଛାଡି କଂଗ୍ରେସ ଦଳରେ ଯୋଗ ଦେଇଥିଲେ। ଉରାଡ଼ ପଞ୍ଚାୟତ ବିଜେଡି ନେତା ଶ୍ରୀମତ ମହାପାତ୍ର କଂଗ୍ରେସରେ ଯୋଗ ଦେଇଥିଲେ । ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ସରପଞ୍ଚ ବଦ୍ରି ପ୍ରସାଦ ମିଶ୍ରଙ୍କୁ ମଞ୍ଚରେ ପୂର୍ବତନ ବିଧାୟକ ରବୀନ୍ଦ୍ର କୁମାର ମଲ୍ଲିକ ସମ୍ମାନିତ କରିଥିଲେ।

ରିପୋର୍ଟ-ଆଦେଶ ବସ୍ତିଆ





Advertisment

You Might Also Like