+91-7008748499 / 9438844229

dkm3773@gmail.com / bpindialive@gmail.com

Monday 23rd December 2024

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପିସି ପରିମାଣ ହେଉଛି ଏକ ହଜାର ୧୯ କୋଟି

02-Mar-2024



ଭୁବନେଶ୍ୱର, ୨.୩.୨୪ (ଭାପ୍ର):- ବିଜେଡି ସରକାର ହେଉଛି ୩୦ % ର ପିସି ସରକାର ପଞ୍ଚାୟତ ଠୁ ଆରମ୍ଭ କରି ଲୋକ ସେବା ଭବନ ପର୍ଯ୍ୟନ୍ତ ଚାଲିଛି ପିସି କାରବାର ବିଜେଡି ର ମନ୍ତ୍ରୀ, ନେତା, ଯନ୍ତ୍ରୀ, ଅଫିସର ମାନେ ଏଥିରେ ସଂପୃକ୍ତ। ପି ସି ରୁ ଆଦାୟ ଅର୍ଥ ବିଜେଡି ଦଳର ନିର୍ବାଚନ ଖର୍ଚ୍ଚରେ  ବ୍ୟବହୃତ ହେଉଛି। ନବୀନ - ପାଣ୍ଡିଆନ ଙ୍କ ମୋ ସରକାର ବାସ୍ତବରେ ପି ସି ସରକାର ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ କଂଗ୍ରେସ ସାଙ୍ଘାତିକ ଅଭିଯୋଗ ଆଣିଛି।
କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଜ୍ୟ ପ୍ରବକ୍ତା ସୁଦର୍ଶନ ଦାସ ଏହି ଅଭିଯୋଗ ଆଣି କହିଛନ୍ତି କେବଳ ପଞ୍ଚାୟତ ଓ ପଞ୍ଚାୟତ ସମିତି ଗୁଡିକରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟରେ ୨୦ ରୁ ୪୦ ଶତାଂଶ ପିସି ନିଆଯାଉଛି। 

୨୦୧୭ ମସିହା ଜୁନ ମାସରେ ରାଜ୍ୟର ପଞ୍ଚାୟତ ଗୁଡିକରେ ପିସି କାରବାର କୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଦନୁସାରେ ସେହି ଜୁନ ମାସରେ ୨୫୮ ଜଣ ପି ସି କାରବାର ରେ ଲିପ୍ତ ସରକାରୀ କର୍ମଚାରୀ ଓ ଅଫିସର ମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆ ଯାଇଥିଲା ବୋଲି ବିଧାନ ସଭାରେ ତତ୍କାଳୀନ ପଞ୍ଚାୟତି ରାଜ ମନ୍ତ୍ରୀ ସ୍ୱର୍ଗତ ପ୍ରଦୀପ ମହାରଥୀ କହିଥିଲେ।ମାତ୍ର ତା ପରେ ନବୀନ ବାବୁ ସେ କଥା ଭୁଲିଗଲେ। ଏବେ ପଞ୍ଚାୟତ ଓ ପଞ୍ଚାୟତ ସମିତି ଗୁଡିକରେ ପି ସି କାରବାର ଖୋଲା ଖୋଲି ଚାଲିଛି ।  ଡିଣ୍ଡିମ ପିଟୁଥିବା ମୁଖ୍ୟମନ୍ତ୍ରୀ ଓ ତଥାକଥିତ ୫ଟି ଅଧ୍ୟକ୍ଷ ଙ୍କ ଗୋଚରରେ ଏହା ଚାଲୁଛି ଓ ଏହି ପି ସି ଅର୍ଥ ବିଜେଡି ଦଳର ନିର୍ବାଚନ କାର୍ଯ୍ୟରେ ଲାଗୁଛି ବୋଲି ଶ୍ରୀ ଦାସ ଅଭିଯୋଗ ଆଣିଛନ୍ତି।

କେବଳ ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନା କୁ ଏକ ଉଦାହରଣ ଭାବରେ ନେଇ ଶ୍ରୀ ଦାସ କହିଛନ୍ତି ଏହି ଯୋଜନାରେ ବିଭିନ୍ନ ପ୍ରକଳ୍ପ ପାଇଁ ୩୩୯୭ କୋଟି ଟଙ୍କା ଖର୍ଚ୍ଚ ହେଉଛି। ହାରାହାରି ୩୦% ପି ସି କୁ ହିସାବ କୁ ନେଲେ ପାଖା ପାଖି ୧୦୧୯ କୋଟି ଟଙ୍କା ଆତ୍ମସାତ ହେଉଛି। ସେହି ପରି ୫ଟି  ସ୍କୁଲ କାର୍ଯ୍ୟକ୍ରମ ପାଇଁ ୨୦୨୨ -୨୩ ଆର୍ଥିକ ବର୍ଷରେ ୧୨୬୮ କୋଟି ଖର୍ଚ୍ଚ ହେଉଛି। ୩୦% ପି ସି ହିସାବରେ ଏଥିରୁ ୩୮୦ କୋଟି ଟଙ୍କା ଚଳୁ କରାଯାଇଛି । ସ୍ୱଚ୍ଛ ଶାସନର ବାହାବା ନେଉଥିବା ପାଣ୍ଡିଆନ ମହୋଦୟ ଏହାକୁ ଅସ୍ୱିକାର କରିପାରିବେ କି ବୋଲି ଶ୍ରୀ ଦାସ ପ୍ରଶ୍ନ କରିଛନ୍ତି। ବିଜେଡି ଦଳର ନେତା ବା ପ୍ରବକ୍ତା ମାନଙ୍କର ଯଦି ସତ ସାହସ ଅଛି ତେବେ ଗଣ ମାଧ୍ୟମ ଆଗରେ ଏହାକୁ ଖଣ୍ଡନ କରିବା ପାଇଁ ଶ୍ରୀ ଦାସ ଆହ୍ବାନ ଦେଇଛନ୍ତି।

● ବିଜେଡି ସରକାର  ୩୦% ପିସି ସରକାର
● ପିସି ବନ୍ଦ ପାଇଁ ନବୀନ ବାବୁ ଙ୍କ ଘୋଷଣା ପାଣିର ଗାର 

କେବଳ ପଞ୍ଚାୟତ ବ୍ୟବସ୍ଥା ରେ ନୁହଁ ପି ସି କାରବାର ସରକାର ଙ୍କ ପ୍ରତିଟି ବିଭାଗରେ ଚାଲିଛି। ତାର ଚେର ଲୋକ ସେବା ଭବନ ଓ ତୃତୀୟ ମହଲା କୁ ମଧ୍ୟ ଲମ୍ବିଛି। ଖୋଦ୍ ପାଣ୍ଡିଆନ ମହୋଦୟ ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବଡ଼ ବଡ଼ ପ୍ରକଳ୍ପ ଗୁଡିକରୁ ପି ସି ନେଉଛନ୍ତି। ଗଣମାଧ୍ୟମ ସାମ୍ନାରେ ସେ ଏହି ଅଭିଯୋଗ କୁ ଖଣ୍ଡନ କରିବା ପାଇଁ ଆହ୍ବାନ ଦେଇଛନ୍ତି।


ସେ ଆହୁରି କହିଛନ୍ତି ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାକୁ କାର୍ଯ୍ୟକାରୀ କଲାବେଳେ ପଞ୍ଚାୟତ ବ୍ୟବସ୍ଥା ଓ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ବିଶ୍ଵାସକୁ ନିଆ ଯାଇନାହିଁ।  ସରପଞ୍ଚ, ସମିତି ସଭ୍ୟ ଓ ୱାର୍ଡ ସଭ୍ୟ ମାନଙ୍କୁ ଅଣ ଦେଖା କରି ବିଭିନ୍ନ ବିଭାଗ ଦ୍ଵାରା ଠିକାଦାର ମାନଙ୍କୁ ନିଯୁକ୍ତ କରି କାମ କରାଯାଉଛି। ରାଜ୍ୟର ସରପଞ୍ଚ ଓ ପଞ୍ଚାୟତ ପ୍ରତିନିଧି ମାନେ ଏହାର ବିରୋଧ କରିଛନ୍ତି । ମାନ୍ୟବର ହାକୋର୍ଟଙ୍କ ଛାଟ ପରେ ମଧ୍ୟ ସରକାର ହୋସ କୁ ଆସୁନାହାନ୍ତି  ଏଭଳି ସଂବିଧାନ ବିରୋଧୀ ଓ ଗଣତନ୍ତ୍ର ବିରୋଧି କାର୍ଯ୍ୟକଳାପ କୁ ଓଡ଼ିଶାର ପ୍ରତ୍ୟେକଟି ପଞ୍ଚାୟତ ପ୍ରତିନିଧି ବିରୋଧ କରିବାକୁ କଂଗ୍ରେସ ଦଳ ଆହ୍ୱାନ ଦେଇଛି। 

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ଗଣମାଧ୍ୟମ ବିଭାଗର ସମ୍ପାଦକ ତଥା ମୁଖପାତ୍ର ପ୍ରଶାନ୍ତ ଶତପଥି ଓ ମୁଖପାତ୍ର ନଳିନୀକାନ୍ତ ନାୟକ ଉପସ୍ଥିତ ଥିଲେ । 
 





Advertisment

You Might Also Like