+91-7008748499 / 9438844229

dkm3773@gmail.com / bpindialive@gmail.com

Monday 7th July 2025

| | |

Breaking News

ଦେବଗଡ଼ରେ ମଞ୍ଚସ୍ଥ ହେଲା ପଞ୍ଚମବେଦ ର ନାଟକ ଅବସର    (15-Dec-2024)       ||      କଂଗ୍ରେସ ସରକାରକୁ ଆସିଲେ ୫ ନ୍ୟାୟ ୨୪ ଗ୍ୟାରେଣ୍ଟି ପୁରଣ କରିବ   (03-May-2024)       ||      ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କଂଗ୍ରେସର ସିଦ୍ଧାର୍ଥ ସ୍ୱରୂପ ଦାଶ   (20-Apr-2024)       ||      ନିଶା ମହାରଣାଙ୍କ ବିରୁଦ୍ଧରେ ମହିଳା ଥାନାରେ ଲିଖିତ ଅଭିଯୋଗ କଲା ମହିଳା କଂଗ୍ରେସ   (30-Mar-2024)       ||      କ୍ଷମତାକୁ ଆସିଲେ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସମାନତା ଆଣିବାକୁ ଜାତିଭିତିକ ଜନଗଣନା କରିବ କଂଗ୍ରେସ   (30-Mar-2024)       ||      କଂଗ୍ରେସ ସରକାରକୁ ଆସିଲେ ମହିଳା ନ୍ୟାୟ ପାଇବେ   (29-Mar-2024)       ||      ଅଡିଓ ଟେପରେ ଥିବା ସ୍ୱର ବିଜୁ ଜନତା ଦଳର କେଉଁ ବିଧାୟକଙ୍କର ତାହା କମିଶନରେଟ ସ୍ପଷ୍ଟ କରୁ - ଯୁବ କଂଗ୍ରେସ   (29-Mar-2024)       ||      ଆପଣମାନେ ଖୁସି ତ ର ଓଡ଼ିଶାବାସୀ ଜବାବ ଦେବେ ଆମେ କେହି ଖୁସି ନାହୁଁ, ଏଠି ସମସ୍ତେ ଦୁଃଖି   (28-Mar-2024)       ||      ନବନିଯୁକ୍ତ ପ୍ରଦେଶ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା   (27-Mar-2024)       ||      ବିଜେଡି ମିଡିଆ ସେଲ୍‌ର ଗୁରୁତ୍ୱପୂର୍ଣ୍ଣ ବୈଠକ    (27-Mar-2024)       ||      ବିଜେଡି ପାର୍ଥି ତାଲିକା ଘୋଷଣା   (27-Mar-2024)       ||      ନୟାଗଡ଼ ବିଜେପି ବିଧାୟିକା ପାର୍ଥି ଇରାନୀ ରାୟଙ୍କ ବିଜେଡିରେ ଯୋଗଦାନ   (24-Mar-2024)       ||      କଂଗ୍ରେସ ସରକାର ଗଢ଼ିଲେ ସମସ୍ତ ଭୂମିହୀନ ଭୂମି ସହ ବାସଗୃହ ପାଇବେ   (24-Mar-2024)       ||      ଘରୋଇ ଡାକ୍ତରଖାନାର ସରଳ ପଞ୍ଜୀକରଣ ଏବଂ ବିଏସକେୱାଇ ଯୋଜନାର ସରଳୀକରଣ ଦାବି କଲା ଏଓପିଏମଇଏଫ   (24-Mar-2024)       ||      ଛାତ୍ର ବିଜେଡିର ନିର୍ବାଚନୀ ପ୍ରସ୍ତୁତି ବୈଠକ   (24-Mar-2024)       ||      ଭୁବନେଶ୍ୱରରୁ ଆଉଥରେ ଅପରାଜିତା,କେନ୍ଦ୍ରାପଡ଼ାରୁ ବୈଜୟନ୍ତ,ସମ୍ବଲପୁରରୁ ଧର୍ମେନ୍ଦ୍ର   (24-Mar-2024)       ||      କେନ୍ଦ୍ରାପଡାରେ କଂଗ୍ରେସ ଗ୍ୟାରେଣ୍ଟି କାର୍ଡ ଉନ୍ମୋଚନ   (23-Mar-2024)       ||      ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ଦ୍ୱାରା ଗ୍ୟାରେଂଟି କାର୍ଡ ଉନ୍ମୋଚିତ   (23-Mar-2024)       ||      BJD is the 5th richest regional political party which has received more than 1000 cr through Electoral Bonds   (22-Mar-2024)       ||      ଚାନ୍ଦା ଆଦାୟ କରିବାରେ ବିଜୁ ଜନତା ଦଳ ପଞ୍ଚମ ବୃହତ ଆଞ୍ଚଳିକ ଦଳ – କଂଗ୍ରେସ   (22-Mar-2024)       ||     

HOME   ରାଜନୀତି

କିଛି ମୁଷ୍ଟିମେୟ ସରକାରୀ ଅଫିସର ବିଜେଡ଼ି ପାଇଁ କାର୍ଯ୍ୟ କରୁଛନ୍ତି : କଂଗ୍ରେସ

24-Feb-2024



ଭୁବନେଶ୍ୱର ,୨୪.୨.୨୪(ଭାପ୍ର) :- ଓଡ଼ିଶାର ଶାସନ ବ୍ୟବସ୍ଥା ସରକାରୀ ଅଫିସର ମାନଙ୍କ ହାତକୁ ଟେକି ଦେଇଛନ୍ତି ନବୀନ ପଟ୍ଟନାୟକଙ୍କ ସରକାର । ଖୁଲମଖୁଲା ଶାସକ ବିଜୁଜନତା ଦଳ ପାଇଁ କାର୍ଯ୍ୟ କରୁଛନ୍ତି କିଛି ମୁଷ୍ଟିମେୟ ଅଫିସର । କଂଗ୍ରେସ ଦଳ ଏହି ଅଫିସରଙ୍କ ଉପରେ ନଜର ରଖିଛି ଏବଂ 
ସେମାନଙ୍କର କାର୍ଯ୍ୟକୁ ନିରୀକ୍ଷଣ କରୁଛି । ଏହି ମୁଷ୍ଟିମେୟ ଆଇଏଏସ, ଓଏଏସ ମାନେ ସରକାରୀ ଦଳ ପାଇଁ ଚାନ୍ଦା ଆଦାୟ କରୁଛନ୍ତି, ପୋଲିସ୍ ଅଫିସରମାନେ ବିରୋଧିଦଳର ନେତାମାନଙ୍କ ସ୍ୱରକୁ ଦମନ କରିବାର ଦାୟିତ୍ୱ ଗ୍ରହଣ କରିଛନ୍ତି । ସେମାନେ ସରକାରୀ ଦଳର କର୍ମୀ ଭାବେ କାର୍ଯ୍ୟ କରୁଛନ୍ତି ଯାହା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ପିସିସି ପ୍ରଚାର କମିଟିର ଅଧ୍ୟକ୍ଷ ଶ୍ରୀ ବିଜୟ ପଟ୍ଟନାୟକ ।

ଲକ୍ଷ ଲକ୍ଷ ପରୀକ୍ଷାର୍ଥୀଙ୍କ ମଧ୍ୟରେ କଠିନ ପରିଶ୍ରମ କରି କୃତକାର୍ଯ୍ୟ ହୋଇ 
ଆଜି ଏହି ସ୍ଥାନରେ ବସିଛନ୍ତି । ଯଦି ସେମାନେ ତାଙ୍କର କାର୍ଯ୍ୟକୁ ନିରପେକ୍ଷ ଭାବେ ତୁଲାଇବେ ନାହିଁ ତେବେ ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ପତନ ଘଟିବ ବୋଲି କହିଥିଲେ ଶ୍ରୀ ପଟ୍ଟନାୟକ । ନିକଟରେ ଚଣ୍ଡିଗଡ଼ ମେୟର ନିର୍ବାଚନରେ ଯେଉଁପରି ଭାବେ ଗଣତନ୍ତ୍ରକୁ ହତ୍ୟାକରି ଅଗଣତାନ୍ତ୍ରିକ ପଦ୍ଧତିରେ ବିଜେପିର ମେୟର ନିର୍ବାଚିତ କରାଗଲା ପରେ ମାନ୍ୟବର ସୁପ୍ରିମ୍‌କୋର୍ଟଙ୍କ ନିଷ୍ପତିରେ 
ପରେ ଉକ୍ତ ସରକାରୀ ଅଫିସରଙ୍କୁ ଛାଟ ପଡ଼ିଲା ଏବଂ ଇଣ୍ଡିଆ ମେଂଟର ମେୟର ପାର୍ଥୀ ବିଜୟୀ ହେଲେ । ଏହା ଗଣତନ୍ତ୍ରକୁ ସୁରକ୍ଷିତ କରୁଛି । ଏହି ଉଦାହରଣ ଓଡ଼ିଶାରେ କାର୍ଯ୍ୟ କରୁଥିବା କିଛି ମୁଷ୍ଟିମେୟ ସରକାରୀ ଅଫିସର ମାନଙ୍କୁ ନିରୀକ୍ଷଣ କରିବାକୁ ପଡ଼ିବ । ଏହିମାନଙ୍କ ଉପରେ ମାନ୍ୟବର କୋର୍ଟ ଅଛି ସେମାନଙ୍କୁ ଜବାବ ମଧ୍ୟ ଠିକଣା ସମୟରେ ମିଳିବ । ପ୍ରଥମେ ଏହି 
ଅଫିସରମାନେ ସରକାରୀ କର୍ମଚାରୀଙ୍କ ପାଇଁ ଉଦ୍ଧିଷ୍ଟ ନିୟମାବଳୀକୁ ପଢ଼ନ୍ତୁ ଏବଂ କିପରି ନିରପେକ୍ଷ ଭାବେ କାର୍ଯ୍ୟ କରିବେ ସେଥିପ୍ରତି ଯତ୍ନବାନ ହୁଅନ୍ତୁ । ଯଦି ଆଗକୁ ବିଜୁ ଜନତା ଦଳର କର୍ମୀ ପରି କାର୍ଯ୍ୟ କରିବେ ତେବେ କଂଗ୍ରେସ ଦଳ ଚୁପ ବସିବ ନାହିଁ ରାଜ୍ୟ ଏମାନଙ୍କ ବିରୁୂଧ୍‌ରେ ରାଜରାସ୍ତାକୁ ଓଲ୍ଲାଇବ ଏବଂ ନିର୍ବାଚନ ଆଚାର ସଂହିତା ଲାଗୁ ହେଲା ପରେ ନିର୍ବାଚନ  କମିଶନରଙ୍କରେ ଦ୍ୱାରସ୍ଥ ହେବ । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପିସିସି ମୁଖପାତ୍ର ଡ. ହମିଦ୍ ହୁସେନ୍  ନିଶିକାନ୍ତ ମିଶ୍ର ଉପସ୍ଥିତ ଥିଲେ ।





Advertisment

You Might Also Like