Breaking News
24-Feb-2024
ଭୁବନେଶ୍ଵର,୨୪.୨.୨୪(ଭାପ୍ର):-ଆଉ କିଛି ଦିନ ପରେ ରାଜ୍ୟରେ ବିଧାନସଭା ସହିତ ଲୋକସଭା ନିର୍ବାଚନ ତାରିଖ ଘୋଷଣା ହେବ।ରାଜ୍ୟର ପ୍ରମୁଖ ଦଳ ତିନୋଟି ଦଳ ବିଜେଡି,ବିଜେପି ଓ କଂଗ୍ରେସ ନିଜ ରଣନୀତି କରିବାରେ ବ୍ୟସ୍ତ।
ବିଜେଡି ମୁଖ୍ୟମନ୍ତ୍ରୀଙ୍କ ସ୍ୱଚ୍ଛ ଭାବମୂର୍ତ୍ତି କୁ ନେଇ ନିର୍ବାଚନ ରେ ଅବତୀର୍ଣ୍ଣ ହେବାକୁ ପ୍ରସ୍ତୁତ ହେଉଥିବା ବେଳେ ବର୍ତ୍ତମାନ ଦଳରେ ଅନ୍ତର୍ଦ୍ୱନ୍ଦ୍ ବଢ଼ିବାରେ ଲାଗିଛି।
ଆସନ୍ତାକାଲି ଭୁବନେଶ୍ଵର ମହାନଗର ନିଗମର ୫୯ ନମ୍ବର ୱାର୍ଡ ଲୋକପ୍ରିୟ କର୍ପୋରେଟର ବିରଞ୍ଚି ନାରାୟଣ ମହାସୁପକାର ଏକାମ୍ର ରେ ଏକ ବନ୍ଧୁମିଳନ କରି ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନବୀନ ନିବାସ ଏକାମ୍ର କ୍ଷେତ୍ରରେ ଏବେ ବିଜେଡି ରାଜନୀତି ଗୋଳିଆ ହେବାରେ ଲାଗିଛି।ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ପବ୍ଲିକ୍ ଏଣ୍ଟରପ୍ରାଇଜ୍ ସାଇନ୍ସ ଏବଂ ଟେକ୍ନୋଲୋଜି ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ରହିଛନ୍ତି ।୫ ଟି ଗ୍ରାମ ପଞ୍ଚାୟତ ଯଥା ବାସୁଆଘାଇ,ଇଟିପୂର୍, ଟିକରପଡ଼ା,ଧଉଳି ଓ ଶିଶୁପାଳ ଏବଂ ୧୮ ଟି ୱାର୍ଡ କୁ ନେଇ ଗଠିତ ଏକାମ୍ର ବିଧାନସଭା ନିର୍ବାଚନ ମଣ୍ଡଳୀ।
ବିଗତ ଦିନରେ ଗତ ଦୁଇଟି ଭୁବନେଶ୍ଵର ମହାନଗର ନିର୍ବାଚନରେ ଅଶୋକ ପଣ୍ଡା ଙ୍କ ବହୁ କର୍ପୋରେଟର ପ୍ରାର୍ଥୀ ହାରିଛନ୍ତି।ଯଦି ଓ ପରବର୍ତ୍ତୀ ସମୟରେ ସ୍ଵାଧୀନ କର୍ପୋରେଟର ମାନେ ବିଜେଡି ଦଳ ରେ ଯୋଗ ଦେଇଛନ୍ତି।
ଦିନକୁ ଦିନ ବିଜେଡିର ଲୋକପ୍ରିୟତା ହ୍ରାସ ପାଉଥିବା ବେଳେ ଏକାମ୍ର କ୍ଷେତ୍ରରେ ଅଶୋକ ଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ପରିଲକ୍ଷିତ ହେଉଛି। ଲିଟୁଙ୍କ ଆସନ୍ତାକାଲି ର ନିମନ୍ତ୍ରଣ ପତ୍ରରୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ସହ ଲିଟୁ ଙ୍କ ଉତ୍ତମ ସମ୍ପର୍କ ନଥିବା ପରି ଜଣାପଡୁଛି।
ଅତୀତରେ ମଧ୍ୟ ଅଶୋକ ପଣ୍ଡା ଦେଇଥିବା ଦଳୀୟ କର୍ପୋରେଟର ଟିକେଟ ପ୍ରତ୍ୟାଖାନ କରିଥିଲେ ଲିଟୁ ଏବଂ ସ୍ଵାଧୀନ ପ୍ରାର୍ଥୀଭାବେ ଲଢି କର୍ପୋରେଟର ଭାବେ ଜୟଯୁକ୍ତ ହୋଇଥିଲେ ।
ଛାତ୍ର ଜୀବନରୁ ରାଜନୀତି ରେ ପାଦ ଦେଇଥିବା ଲିଟୁ ବିଜେପିରୁ ଦୁଇଥର,ସ୍ଵାଧୀନରୁ ଥରେ ଏବଂ ବିଜେଡିରୁ ଥରେ ଏହିଭଳି ଲଗାତାର ୪ ଥର କର୍ପୋରେଟର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।ତତ୍କାଳୀନ ବିଧାୟକ ତଥା ବର୍ତ୍ତମାନର ଛତିଶଗଡ଼ର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ବଭୂଷଣ ହରିଚନ୍ଦନଙ୍କ ଏକାନ୍ତ ଅନୁଗତ ଥିବା ଲିଟୁ ୨୦୦୯ ମସିହାରେ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିଲେ।
ଯଦି ଲିଟୁ ଙ୍କୁ ଦଳୀୟ ଟିକେଟ ନ ମିଳେ ତେବେ ୨୦୧୪ ପରି ପରିସ୍ଥିତି ହେବାକୁ ଯାଉଛି। ସେତେବେଳେ ବିଜେଡିର ଦଳୀୟ ଟିକେଟକୁ ଗ୍ରହଣ ନ କରି ସ୍ଵାଧୀନ ଭାବେ ଲିଟୁ କର୍ପୋରେଟର ଜିତିବା ଭଳି ସ୍ଵାଧୀନ ବିଧାୟକ ଭାବେ ଲଢ଼ିବାକୁ ପ୍ରସ୍ତୁତ ହେବେ।ଯଦି ଏପରି ହୁଏ ତେବେ ଲିଟୁ ଏକାମ୍ର ବିଧାନସଭା ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ।
୨୦୧୪ ମସିହାରେ ମଧ୍ୟ ଅନୁରୂପ ଭାବେ ଅଶୋକ ପଣ୍ଡାଙ୍କ ପାର୍ଥିତ୍ୱକୁ ବିରୋଧ କରାଯାଇ ବିଭିନ୍ନ ସଭାସମିତି କରାଯାଇ ବିକ୍ଷୋଭ ପଦର୍ଶନ ସହ କୁସପୁତଳିକା ମଧ୍ୟ ଦାହ କରାଯାଇ ଥିଲା କିନ୍ତୁ ପରବର୍ତ୍ତୀ ସମୟରେ ସମସ୍ୟାର ସମାଧାନ କରାଯାଇ ବିରୋଧକୁ ପ୍ରଶମିତ କରାଯାଇଥିଲା।ଅଶୋକ ପଣ୍ଡା ବିଧାୟକ ଭାବେ ଜିତିବାରେ ଲିଟୁ ଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।
ପୁରୁଣା ଭୁବନେଶ୍ଵର ସମେତ ଏକାମ୍ର ନିର୍ବାଚନ ମଣ୍ଡଳୀରେ ଖୁବ୍ ଲୋକ ପରିଚିତ ଲିଟୁ ଅଧୁନା ଭୁବନେଶ୍ଵର ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ଭାବେ ଥିବା ବେଳେ ବିଏମସି ର ସ୍ବାସ୍ଥ୍ୟ,ପରିମଳ,ପାନୀୟ ଜଳ,ପରିବେଶ ଓ ଡ୍ରେନେଜ୍ ର ସ୍ତାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି।ଏହି ଅନୁଭବି ଦୃଢ଼ ସଂଗଠକ ଲିଟୁ ଙ୍କୁ ଦଳୀୟ ପାର୍ଥି କରିବାକୁ ସାଧାରଣରେ ଦାବି ଉଠିଛି।
ସୂଚନାଯୋଗ୍ୟ ଆସନ୍ତାକାଲି ଲିଟୁଙ୍କ ବନ୍ଧୁମିଳନ ର ନିମନ୍ତ୍ରଣ ପତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ,ଦଳର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ୫ଟି ଅଧ୍ୟକ୍ଷ ଭି କାର୍ତ୍ତିକେୟ ପାଣ୍ଡିଆନ ଙ୍କ ଫଟୋ ରହିଥିବା ବେଳେ ଏକାମ୍ର ବିଧାୟକଙ୍କ ଫଟୋ ନାହିଁ କି ଦଳୀୟ ଚିହ୍ନ ନାହିଁ।
ଉକ୍ତ ନିମନ୍ତ୍ରଣ ପତ୍ରରେ ଏକାମ୍ର ନିର୍ବାଚନ ମଣ୍ଡଳୀର ବରିଷ୍ଠ ନାଗରିକ,ଗୁରୁଜନ ମଣ୍ଡଳୀ, ଭାଇ ଭଉଣୀ, ମଉସା ମାଉସୀ, ଛାତ୍ର ଛାତ୍ରୀ ଓ ସମସ୍ତ ଜନସାଧାରଣଙ୍କୁ ଉକ୍ତ ବନ୍ଧୁ ମିଳନ ଉତ୍ସବ ରେ ନିର୍ଦ୍ଧାରିତ ସମୟରେ ଉପସ୍ଥିତ ରହିବା ସହ ଏହି କାର୍ଯ୍ୟକ୍ରମକୁ କୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ବିନମ୍ର ନିବେଦନ କରିଛନ୍ତି ଲିଟୁ ଓରଫ ବିରଞ୍ଚି ମହାସୂପକାର୍।
ଆସନ୍ତାକାଲି ୨୫ ତାରିଖ ରବିବାର ଦିବା ୧୧ ଘଟିକା ସମୟରେ ସାମନ୍ତରପୁର ସ୍ଥିତ ଗଙ୍ଗୁଆ ପୋଲ ନିକଟରେ ଏକ ବନ୍ଧୁ ମିଳନ ର ଆୟୋଜନ କରିଛନ୍ତି ବୋଲି ଉକ୍ତ ନିମନ୍ତ୍ରଣ ପତ୍ରରେ ଲେଖାଯାଇଛି।
ଦେଖାଯାଉ ଲିଟୁ ଙ୍କ ଶକ୍ତି ପ୍ରଦର୍ଶନ ଦଳୀୟ ପାର୍ଥି ହେବାରେ କେତେ ସାହାଯ୍ୟ କରୁଛି।
ସ୍ୱତନ୍ତ୍ର ପ୍ରତିନିଧି