ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବିଏମସିର ବେଆଇନ ସିଲିଂ ଓ ଉଚ୍ଛେଦ ନୋଟିସ ବିରୋଧରେ ଆମେ ଭୁବନେଶ୍ୱରିଆର ସତ୍ୟାଗ୍ରହମହଙ୍ଗାମାଡ଼ରେ ହନ୍ତସନ୍ତ ସାଧାରଣ ଖାଉଟି: ବିଜେଡିବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନ
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ୨୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କଲା କଂଗ୍ରେସ

ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ୨୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କଲା କଂଗ୍ରେସ

ବନ୍ୟା ପ୍ରପୀଡ଼ିତଙ୍କ ପାଇଁ  ୨୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କଲା କଂଗ୍ରେସ

ବନ୍ୟା ପ୍ରପୀଡ଼ିତଙ୍କ ପାଇଁ ୨୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କଲା କଂଗ୍ରେସ

  • ବନ୍ୟା ବିପନ୍ନଙ୍କୁ ଭଗବାନଙ୍କ ଭରସାରେ ଛାଡ଼ିଦେଇଛନ୍ତି ସରକାର: କଂଗ୍ରେସ

ଭୁବନେଶ୍ୱର, ୧୨/୧୧(ଭାରତ ପ୍ରସାରଣ): ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାରେ ସାମ୍ପ୍ରତିକ ବନ୍ୟା ଓ ଭୂସ୍ଖଳନ ଯୋଗୁଁ ହଜାର ହଜାର ପରିବାର ସର୍ବସ୍ୱ ହରାଇଥିବାବେଳେ ରାଜ୍ୟ ସରକାରଙ୍କ ଅପାରଗତା ଓ ଉଦାସୀନତା ଅତ୍ୟନ୍ତ ଦୁଃଖଦାୟକ। ବନ୍ୟାର ପୂର୍ବ ସୂଚନା ଅକ୍ଟୋବର ୨୩ ତାରିଖରୁ ଥିଲେ ମଧ୍ୟ ସରକାର ଓ ସମ୍ପୃକ୍ତ ବିଭାଗ କୌଣସି ପ୍ରକାର ପର୍ଯ୍ୟାପ୍ତ ପ୍ରସ୍ତୁତି କରିନଥିଲେ। ଡ୍ୟାମ୍ ପରିଚାଳନା ସମ୍ପର୍କରେ ଏବେ ସାମ୍ନାକୁ ଆସୁଥିବା ତଥ୍ୟ ସରକାରଙ୍କ ଦାୟିତ୍ୱହୀନତାକୁ ଆହୁରି ସ୍ପଷ୍ଟ କରୁଛି ବୋଲି ଆଜି କଂଗ୍ରେସ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସାଧାରଣ ସମ୍ପାଦିକା ସୋନାଲି ସାହୁ ଓ କଂଗ୍ରେସ ମୁଖପାତ୍ର ଡ଼. ମନୀଷା ଦାସ ପଟ୍ଟନାୟକ କହିଛନ୍ତି।

ଡ଼. ମନୀଷା ଦାସ ପଟ୍ଟନାୟକ କହିଥିଲେ ଯେ, ବନ୍ୟାରେ ଲୋକଙ୍କ ଘରଦ୍ୱାର, ଟଙ୍କା, ସୁନାଗହଣା ଓ ସମସ୍ତ ସଞ୍ଚିତ ସମ୍ପତ୍ତି ଭାସିଯାଇଛି। ଲୋକଙ୍କ ପାଖରେ ଖାଦ୍ୟ, ପିଇବା ପାଣି, ପୋଷାକ, ଏପରିକି ମହମବତୀ ମଧ୍ୟ ନାହିଁ। ବିଦ୍ୟୁତ୍ ସେବା ଏପର୍ଯ୍ୟନ୍ତ ସ୍ୱାଭାବିକ ହୋଇନାହିଁ। ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଲୋକମାନେ ଅତ୍ୟନ୍ତ ଅସ୍ୱାସ୍ଥ୍ୟକର ପରିବେଶରେ ରହୁଥିବାବେଳେ ମୋବାଇଲ୍ ଟଏଲେଟ୍, ଡାକ୍ତରୀ ଟିମ୍, ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ଓ ଆବଶ୍ୟକ ଔଷଧର ବ୍ୟବସ୍ଥା ନାହିଁ। ସାପ କାମୁଡ଼ା, ବିଛା କାମୁଡ଼ା, ଥଣ୍ଡା, କାଶ ଓ ଜ୍ୱର ପାଇଁ ତୁରନ୍ତ ଔଷଧ ଯୋଗାଇବା ଆବଶ୍ୟକ।

ଡ଼. ପଟ୍ଟନାୟକ ଆହୁରି କହିଥିଲେ ଯେ, ସରକାର ନିଜର ଗସ୍ତ, ଉତ୍ସବ ଓ ବିଜ୍ଞାପନରେ ଅର୍ଥ ଖର୍ଚ୍ଚ କରୁଛନ୍ତି, କିନ୍ତୁ ବିପନ୍ନଙ୍କ ପାଇଁ ସର୍ବନିମ୍ନ ସହାୟତା ଯୋଗାଇବାରେ ବିଫଳ। ବନ୍ୟା ପ୍ରଭାବିତ ଲୋକଙ୍କୁ ଅନ୍ତତଃ ତିନି ମାସ ପାଇଁ ମାଗଣା ସରକାରୀ ବସ୍ ଯାତ୍ରା ପାସ୍ ଦିଆଯାଉ। ନିକଟରେ ଘୋଷିତ ୨୮ ଲକ୍ଷ ଘର ଯୋଜନାରେ ଏହି ତିନି ଜିଲ୍ଲାର ଘର ହରାଇଥିବା ପରିବାରଙ୍କୁ ସାମିଲ କରିବା ପାଇଁ ତୁରନ୍ତ ସର୍ଭେ କରାଯାଉ।

ଭୂସ୍ଖଳନରେ ଗୋଟିଏ ପରିବାରର ପାଞ୍ଚ ପାଞ୍ଚ ଜଣଙ୍କ ସମେତ ୧୨ ଜଣଙ୍କ ମୃତ୍ୟୁ ଅତ୍ୟନ୍ତ ହୃଦୟବିଦାରକ। ପ୍ରତ୍ୟେକ ମୃତକଙ୍କ ପରିବାରକୁ ୨୦ ଲକ୍ଷ ଟଙ୍କା ଅନ୍ତରୀଣ କ୍ଷତିପୂରଣ ଦିଆଯାଉ। ମାଟି ତଳେ ଆହୁରି ମୃତଦେହ ଥିବା ସନ୍ଦେହ ଥିବାରୁ ବନ୍ଦ ହୋଇଥିବା ଖୋଜାଖୋଜି ଅଭିଯାନ ପୁନର୍ବାର ଆରମ୍ଭ କରାଯାଉ, ଯାହାଦ୍ୱାରା ପରିବାର ସଦସ୍ୟମାନେ ନିଜ ଲୋକଙ୍କ ଶେଷକୃତ୍ୟ କରିପାରିବେ।

କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ଯେ, ପ୍ରାଥମିକ ଆକଳନ ଅନୁଯାୟୀ ୧୫ରୁ ୨୦ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାରୁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ୨୦ ହଜାର କୋଟି ଟଙ୍କାର ସ୍ୱତନ୍ତ୍ର ପ୍ୟାକେଜ୍ ଦାବି କରନ୍ତୁ।

ଶେଷରେ ଡ଼. ପଟ୍ଟନାୟକ କହିଥିଲେ ଯେ, ଆଜି ବିରୋଧୀ ଦଳ ଭୂମିସ୍ତରରେ ଲୋକଙ୍କ ପାଖରେ ଥିବାବେଳେ ସରକାର ଭୂମିଗତ ହୋଇଯାଇଛନ୍ତି। ଏହା ରାଜନୀତି କରିବାର ସମୟ ନୁହେଁ, ବିପନ୍ନଙ୍କ ଜୀବନ ଓ ଜୀବିକା ବଞ୍ଚାଇବାର ସମୟ। ସରକାର ତୁରନ୍ତ ହସ୍ତକ୍ଷେପ କରି ଲୋକଙ୍କୁ ସ୍ୱାଭାବିକ ଜୀବନକୁ ଫେରାଇ ଆଣନ୍ତୁ। 

ଭତ୍ତା ଦେବା କଥା କହି ଲୋକଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେଉଁ ଭୁଆଁ ବୁଲାଉଛନ୍ତି ତାହା ଉପରେ ତଥ୍ୟ ଉପସ୍ଥାପନ କରି ଅନ୍ୟତମ ମୁଖପାତ୍ର ତଥା ପିସିସି ସାଧାରଣ ସମ୍ପାଦିକା ସୋନାଲି ସାହୁ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରିଛନ୍ତି ।

ସୂଚନାଯୋଗ୍ୟ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ପ୍ରଦେଶ କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଶୁଭେନ୍ଦୁ ମହାନ୍ତି ଓ ସାଧାରଣ ସଂପାଦକ ସତ୍ୟବ୍ରତ ନାୟକଙ୍କ ସମେତ ଉକ ପ୍ରତିନିଧି ଦଳ ଗତ ବୁଧବାର ଠାରୁ ଗଂଜାମ ଗସ୍ତକରି କଂଗ୍ରେସ ପକ୍ଷରୁ ରିଲିଫ୍ ବଣ୍ଟନ କରିଛନ୍ତି।

अंतिम अपडेट: 12 नवंबर 2026, 07:14 अपराह्न

← पिछली खबरଶାନ୍ତିଧାମ ଫାଉଣ୍ଡେସନ୍‌ର ରଜତ ଜୟନ୍ତୀ ସମାରୋହअगली खबर →ଗଞ୍ଜାମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟା ପ୍ରାକୃତିକ ନୁହେଁ ସରକାରୀ କୃତ: ବିଜେଡି