Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
DEMOThis is a demo edition. News and images are provided as examples only.
Odisha

ଅର୍ଣ୍ଣବ୍ ବାତ୍ୟା ପ୍ରଭାବରେ ବନ୍ୟା ନିୟନ୍ତ୍ରଣରେ ସରକାର ବିଫଳ: ଅଖିଳ ଭାରତ କୃଷକ ସଭା

ରିଲିଫ୍ ଏବଂ ଥଇଥାନ କାର୍ଯ ତ୍ୱରାନ୍ୱିତ କରିବାକୁ ଅଖିଳ ଭାରତ କୃଷକ ସଭା, ଓଡିଶା ରାଜ୍ୟ ପରିଷଦର ଦାବି

ଅର୍ଣ୍ଣବ୍ ବାତ୍ୟା ପ୍ରଭାବରେ ବନ୍ୟା ନିୟନ୍ତ୍ରଣରେ ସରକାର ବିଫଳ: ଅଖିଳ ଭାରତ କୃଷକ ସଭା

ଅର୍ଣ୍ଣବ୍ ବାତ୍ୟା ପ୍ରଭାବରେ ବନ୍ୟା ନିୟନ୍ତ୍ରଣରେ ସରକାର ବିଫଳ

ଭୁବନେଶ୍ୱର, ୩୦/୧୦(ଭାରତ ପ୍ରସାରଣ):  ଅର୍ଣ୍ଣବ ବାତ୍ୟା ଦ୍ୱାରା ଦକ୍ଷିଣ ଓଡିଶାର ଗଞ୍ଜାମ ସମେତ ପ୍ରଭାବିତ ବିଭିନ୍ନ ଜ଼ିଲ୍ଲା ମାନଙ୍କରେ ଜଳବନ୍ଦୀ ମାନଙ୍କୁ ଉଦ୍ଧାର, କ୍ଷତିଗ୍ରସ୍ତ କୃଷିକ୍ଷେତ୍ର , ଫସଲ, ଘରଦ୍ୱାର ଓ ଜୀବିକା କ୍ଷେତ୍ରରେ ଯୁଦ୍ଧ କାଳୀନ ସର୍ଭେ ଓ ତୁରନ୍ତ ପର୍ଯ୍ୟାପ୍ତ କ୍ଷତିପୂରଣ, ବିକଳ୍ପ କୃଷି ବ୍ୟବସ୍ଥା ଗ୍ରହଣ କରିବାକୁ ସାହାଯ୍ୟ ଯୋଗାଇ ଦେବାକୁ ଅଖିଳ ଭାରତ କୃଷକ ସଭା ରାଜ୍ୟ ସାଧାରଣ ସମ୍ପାଦକ କ୍ଷୀରୋଦ ସିଂହ ଦେଓ ରାଜ୍ୟ ସରକାରଙ୍କ ପାଖରେ ଦୃଢ଼ ଦାବୀ କରିଛନ୍ତି ।ସାମ୍ପ୍ରତିକ ବାତ୍ୟା, ବନ୍ୟାରେ କ୍ଷତିଗ୍ରସ୍ତ ସମସ୍ତ ଜିଲ୍ଲା ପାଇଁ ପୂର୍ବ ସୁଚନା ଥିବା ବେଳେ ସରକାରଙ୍କ ପ୍ରସ୍ତୁତି ଅଭାବ ପାଇଁ ଏଭଳି ଅଭାବନୀୟ ଘଟଣା ଘଟିଛି। ଗଣମାଧ୍ୟମ ଓ ସାମାଜିକ ଗଣ ମାଧ୍ୟମରେ ପ୍ରଚାରିତ ଭୟଙ୍କର ପ୍ରଭାବିତ ଦୃଶ୍ୟ, ପାଣିପାଗ ବିଭାଗ ର ଆଗୁଆ ସୂଚନା ସତ୍ୱେ,ରାଜ୍ୟର 
ବିଜେପି ନେତୃତ୍ୱରେ ଥିବା ଡବଲ ଇଞ୍ଜିନ ସରକାର ଙ୍କ ତ୍ୱରିତ ପଦକ୍ଷେପ ନେବାରେ ବିଫଳତା ଯୋଗୁଁ କ୍ଷତିଗ୍ରସ୍ତ ଜ଼ିଲ୍ଲା ଓ ଅଂଚଳ ରେ କୃଷକ ଙ୍କ ସମେତ ସାଧାରଣ ଜନଗଣ ପରିବାରଙ୍କ ଧନ ଜୀବନ କୁ ସୁରକ୍ଷା ଦେବାରେ ରାଜ୍ୟ ସରକାରଙ୍କ ବିଫଳତା କୁ ସମ୍ପୂର୍ଣ୍ଣ ଦାୟୀ କରିଛନ୍ତି । କ୍ଷୀରୋଦ ସିଂହ ଦେଓ, ସାଧାରଣ ସମ୍ପାଦକ, ଅଖିଳ ଭାରତ କୃଷକ ସଭା, ଓଡିଶା ରାଜ୍ୟ ପରିଷଦ

Last updated: 01 Nov 2026, 11:06 AM

← Previous storyଲଗାଣ ବର୍ଷା ଦ୍ଵାରା କ୍ଷୟକ୍ଷତିର ସ୍ଥିତି ସମୀକ୍ଷା କରିଛନ୍ତି ରାଜସ୍ଵ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ସୁରେଶ ପୂଜାରୀNext story →ଗଞ୍ଜାମ ବନ୍ୟା ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ କଥା ହେଲେ ନବୀନ