Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
DEMOThis is a demo edition. News and images are provided as examples only.
Politics

କୋଟିଆ ଓ ଶିଯିମାଳି ପ୍ରସଙ୍ଗରେ କଂଗ୍ରେସର ଦ୍ୱିମୁଖୀ ଆଭିମୁଖ୍ୟ କାହିଁକି?

କୋଟିଆ ପାଇଁ କାନ୍ଦ, ଶିଯିମାଳି ପାଇଁ ବାନ୍ଧ ! କୋଟିଆ ଆମର, ଶିଯିମାଳି ବେଦାନ୍ତର!

କୋଟିଆ ଓ ଶିଯିମାଳି ପ୍ରସଙ୍ଗରେ କଂଗ୍ରେସର ଦ୍ୱିମୁଖୀ ଆଭିମୁଖ୍ୟ କାହିଁକି?

କୋଟିଆ ପାଇଁ ଆକୁଳ, ସିଜିମାଳି ପାଇଁ ନୀରବ

ଭୁବନେଶ୍ୱର, ୨୯/୧୦(ଭାରତ ପ୍ରସାରଣ):-

କୋଟିଆ ଓ ଶିଯିମାଳି ପ୍ରସଙ୍ଗରେ କଂଗ୍ରେସର ଏହି ଦ୍ୱିମୁଖୀ ଆଭିମୁଖ୍ୟ କାହିଁକି? କୋଟିଆ ଓଡ଼ିଶାର ହୋଇଥିବାରୁ ତାହାର ସୁରକ୍ଷା ପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ବିଧାୟକ ଦଳ ସହ ଅଣ୍ଟା ଭିଡ଼ିବା ଏବଂ ଆନ୍ଧ୍ରର ଦାଦାଗିରିକୁ ପ୍ରତିହତ କରିବା ପାଇଁ ଗସ୍ତ କରିବା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ପଦକ୍ଷେପ। 

କିନ୍ତୁ ପ୍ରଶ୍ନ ହେଉଛି, ଓଡ଼ିଶାର ଜଳ, ଜଙ୍ଗଲ, ଜମି ଓ ଖଣିଜ ସମ୍ପଦର ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସର ଏହି ତତ୍ପରତା କେଉଁଠି ହଜିଯାଉଛି? ଆଜି ସିଜିମାଳିରେ ଆଦିବାସୀଙ୍କ ଜଳ, ଜଙ୍ଗଲ, ଜମି, ଜୀବିକା ଓ ଅଧିକାରକୁ ନେଇ ଯେଉଁ ଗୁରୁତର ପ୍ରଶ୍ନ ଉଠୁଛି, ସେଥିରେ ରାଜ୍ୟ କଂଗ୍ରେସ ସମାନ ଦୃଢ଼ତା ଓ ସ୍ପଷ୍ଟତା ସହ ନିଜର ଆଭିମୁଖ୍ୟ ରଖୁଛି କି? କୋଟିଆରେ ଆନ୍ଧ୍ରର ହସ୍ତକ୍ଷେପକୁ ବିରୋଧ କରିବା ଯଦି ଓଡ଼ିଶାର ସ୍ୱାର୍ଥର ସୁରକ୍ଷା, ତେବେ ସିଜିମାଳିରେ ଖଣି ଖନନକୁ ନେଇ ଆଦିବାସୀଙ୍କ ଅଧିକାର, ସମ୍ମତି, ବିସ୍ଥାପନର ଆଶଙ୍କା ଓ ପରିବେଶ ସୁରକ୍ଷା ପ୍ରସଙ୍ଗରେ ମଧ୍ୟ ସେହି ଦୃଢ଼ ସ୍ୱର ଶୁଣାଯିବା ଉଚିତ ନୁହେଁ କି? କୌଣସି କର୍ପୋରେଟ୍ କମ୍ପାନୀର ସ୍ୱାର୍ଥ ଆଗରେ ଆଦିବାସୀଙ୍କ ଅଧିକାର ଓ ଜନସାଧାରଣଙ୍କ ହିତ ଗୌଣ ହୋଇପାରିବ ନାହିଁ। 

ରାଜନୈତିକ ଦଳର ଦାୟିତ୍ୱ କେବଳ ସୀମା ବିବାଦରେ ସ୍ୱର ଉଠାଇବା ନୁହେଁ, ବରଂ ରାଜ୍ୟର ସମସ୍ତ ଲୋକଙ୍କ ସ୍ୱାର୍ଥ, ସମ୍ପଦ ଓ ଅଧିକାରର ସୁରକ୍ଷା ପାଇଁ ନିର୍ଭୀକ ଭାବେ ଲଢ଼ିବା। ତେଣୁ ରାଜ୍ୟ କଂଗ୍ରେସକୁ ସ୍ପଷ୍ଟ କରିବାକୁ ପଡ଼ିବ କୋଟିଆ ପାଇଁ ଯେଉଁ ରାଜନୈତିକ ଇଚ୍ଛାଶକ୍ତି ଓ ସଂଗ୍ରାମୀ ମନୋଭାବ ପ୍ରଦର୍ଶନ କରାଯାଉଛି, ସିଜିମାଳି ପାଇଁ ସେହି ଦୃଢ଼ତା କାହିଁକି ଦେଖାଯାଉନାହିଁ? କୋଟିଆ ଯଦି ଆମର, ତେବେ ସିଜିମାଳିର ଜଳ, ଜଙ୍ଗଲ, ଜମି ଓ ଖଣିଜ ସମ୍ପଦ ଉପରେ ଅଧିକାର କାହାର? ସ୍ଥାନୀୟ ଆଦିବାସୀଙ୍କର ନା କର୍ପୋରେଟ୍ କମ୍ପାନୀର? ଓଡ଼ିଶାର ସ୍ୱାର୍ଥ ଓ ଆଦିବାସୀଙ୍କ ଅଧିକାର ପ୍ରସଙ୍ଗରେ ଦୁଇଟି ଭିନ୍ନ ମାପଦଣ୍ଡ ଚଳିବ ନାହିଁ। କୋଟିଆରେ ଆନ୍ଧ୍ରର ଦାଦାଗିରି ହେଉ କି ସିଜିମାଳିରେ ଖଣି ଖନନକୁ ନେଇ ଉଠୁଥିବା ଅଧିକାରର ପ୍ରଶ୍ନ । କଂଗ୍ରେସର ଲଢ଼େଇ ଯଦି ସତରେ ଓଡ଼ିଶାବାସୀଙ୍କ ପାଇଁ, ତେବେ ଉଭୟ କ୍ଷେତ୍ରରେ ସମାନ ନିଷ୍ଠା, ସାହସ ଓ ସ୍ପଷ୍ଟ ଆଭିମୁଖ୍ୟ ଦେଖାଇବାକୁ ହେବ। ନଚେତ୍ ଜନସାଧାରଣ ପ୍ରଶ୍ନ କରିବେ କଂଗ୍ରେସ ପାଇଁ କୋଟିଆ ଓଡ଼ିଶାର, ଆଉ ଶିଯିମାଳି କ’ଣ ବେଦାନ୍ତର ?

ସ୍ୱତନ୍ତ୍ର ପ୍ରତିନିଧି

Last updated: 01 Nov 2026, 10:52 AM

← Previous storyକୋଟିଆ ଆମର; ଏହା ହିଁ ଧ୍ରୂବ ସତ୍ୟ: ଭକ୍ତNext story →ରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନ ପାଇଁ ୯ ଜଣିଆ ତାଲିକା ଘୋଷଣା କଲା ଜାତୀୟ ଯୁବ କଂଗ୍ରେସ