Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
DEMOThis is a demo edition. News and images are provided as examples only.
Odisha

ଗଞ୍ଜାମ ବନ୍ୟା ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ କଥା ହେଲେ ନବୀନ

ବିଜେଡିର ଏକ ପ୍ରତିନିଧି ଗଞ୍ଜାମ ଗସ୍ତ କଲା

ଗଞ୍ଜାମ ବନ୍ୟା ପରିସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କ ସହ କଥା ହେଲେ ନବୀନ

ଜିଲ୍ଳାର ବିଜେଡି କର୍ମୀଙ୍କୁ ନବୀନ ପଟ୍ଟନାୟକ ଲୋକଙ୍କ ଦୁଃଖ ସମୟରେ ସେବା ଯୋଗାଇବାକୁ ପରାମର୍ଶ ଦେଇଛନ୍ତି


 ଭୁବନେଶ୍ୱର,୩୦/୧୦(ଭାରତ ପ୍ରସାରଣ): ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଆଜି ଟେଲିଫୋନ ଯୋଗେ ଗଞ୍ଜାମ ଜିଲ୍ଲାପାଳଙ୍କ ଠାରୁ ହିଞ୍ଜିଳି ଓ ଶେରଗଡ଼ ସମେତ ସମଗ୍ର ଜିଲ୍ଳା ର ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ। ବିପନ୍ନ ଲୋକଙ୍କ ଉଦ୍ଧାର ଓ ରିଲିଫ ସମ୍ପର୍କରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ,ଜିଲ୍ଲପାଳ ବିରୋଧୀଦଳ ନେତାଙ୍କୁ ଅବଗତ କରିଥିଲେ।  
 
ଅର୍ଣ୍ଣବ ବାତ୍ୟା ଜନିତ ଏହି ଅଭୁତପୁର୍ବ ବନ୍ୟା ଯୋଗୁଁ ଗଞ୍ଜାମ ବାସୀ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି। ଏଥିପାଇଁ ଶ୍ରୀ ପଟ୍ଟନାୟକ ଦୁଃଖ ପ୍ରକାଶ କରିବା ସହ ବିପନ୍ନ ଲୋକଙ୍କ ନିକଟରେ ତୁରନ୍ତ ଆବଶ୍ୟକ ରିଲିଫ ଓ ଅନ୍ୟ ସହାୟତା ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଛନ୍ତି।

ଗଞ୍ଜାମ ବନ୍ୟା ପରିସ୍ଥିତି ଅନୁଧ୍ୟାନ କରିବା ପାଇଁ ବିରୋଧୀ ଦଳ ନେତା ଶ୍ରୀ  ପଟ୍ଟନାୟକ , ବିରୋଧୀ ଦଳ ର ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳକୁ ଗଞ୍ଜାମ ପଠାଇଛନ୍ତି । ଏହି ପ୍ରତିନିଧି ଦଳରେ ପ୍ରତାପ ଜେନା, ଟୁକୁନି ସାହୁ,  ବିକ୍ରମ ପଣ୍ଡା, ଡ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ,  ଚନ୍ଦ୍ର ଶେଖର ସାହୁ,  ଭୃଗୁ ବକ୍ସି ପାତ୍ର,  ଚିନ୍ମୟ ସାହୁ , ଶ୍ରୀମତୀ ରଂଜିତା ସାହୁ ଓ ଶ୍ରୀମତୀ ସଂଘମିତ୍ରା ଦଳେଇ ଯାଇଛନ୍ତି। ଏହି ପ୍ରତିନିଧି ଦଳ ଆଜି ଓ ଆସନ୍ତା କାଲି ଦୁଇ ଦିନ ଧରି ଗଞ୍ଜାମ ଗସ୍ତ କରି ବିପନ୍ନ ଲୋକଙ୍କୁ ଭେଟିଵା ସହ କ୍ଷୟକ୍ଷତି ଆକଳନ କରିବ । ରିଲିଫ ଓ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଆରଡିସି ଓ ଜିଲ୍ଲାପାଳ ଙ୍କ ସହ ଆଲୋଚନା କରିବ। ପରେ କମିଟି ବିରୋଧୀଦଳ ନେତା ଶ୍ରୀ  ପଟ୍ଟନାୟକଙ୍କୁ ଭେଟି ତାର ରିପୋର୍ଟ ପ୍ରଦାନ କରିବ। ସେହିପରି ଲୋକଙ୍କ ଏହି ଦୁଃଖ ସମୟ ରେ ଲୋକଙ୍କ ସହ ରହିବା ଓ ସେମାନଙ୍କ ସେବା କରିବା ପାଇଁ ଶ୍ରୀ ପଟ୍ଟନାୟକ ବିଜେଡି କର୍ମୀ ମାନଙ୍କୁ ପରାମର୍ଶ ଦେଇଛନ୍ତି

Last updated: 01 Nov 2026, 11:06 AM

← Previous storyଅର୍ଣ୍ଣବ୍ ବାତ୍ୟା ପ୍ରଭାବରେ ବନ୍ୟା ନିୟନ୍ତ୍ରଣରେ ସରକାର ବିଫଳ: ଅଖିଳ ଭାରତ କୃଷକ ସଭାNext story →ବନ୍ୟା ନିୟନ୍ତ୍ରଣ ଏବଂ ଜଳସେଚନ ପ୍ରକଳ୍ପ ବୈଷୟିକ ପରାମର୍ଶଦାତା କମିଟି (ଟିଏସି) ବୈଠକ ଅନୁଷ୍ଠିତ