Latest news
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାଓଡ଼ିଶା ପ୍ରେସ୍ ଆକ୍ରେଡିଟେସନ୍ କମିଟିର ପୁନର୍ଗଠନ ଦାବି, ଦୁଇ ମାସ ମଧ୍ୟରେ କମିଟି ଗଠନ ପାଇଁ ପ୍ରେସ୍ କାଉନସିଲ୍ ଅଫ୍ ଇଣ୍ଡିଆର ନିର୍ଦ୍ଦେଶବିଶିଷ୍ଟ ଚିକିତ୍ସାବିତ୍ ତଥା ପଦ୍ମଶ୍ରୀ ପ୍ରଫେସର ଡା. ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ନିରଞ୍ଜନ ପଟ୍ଟନାୟକଙ୍କ ଶୋକଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶବ୍ୟାପୀ ଆନ୍ଦୋଳନର ଆହ୍ୱାନ, ଘୃଣା ନୁହେଁ ପ୍ରେମ ଓ ଭାଇଚାରାର ବାର୍ତ୍ତା ଦେଇଥିଲେ ରାହୁଲବନ୍ୟାର କ୍ଷୟକ୍ଷତି ସରକାର ଭରଣା କରିବେ ବୋଲି ଚାଷୀକୂଳର ବିଶ୍ବାସ ନାହିଁ; ଚାଷୀ ଆତ୍ମହତ୍ୟା ତା’ର ପ୍ରମାଣ: କଂଗ୍ରେସ
DEMOThis is a demo edition. News and images are provided as examples only.
Odisha

ବାତ୍ୟା ‘ଅର୍ଣ୍ଣବ’ ଦୁର୍ଗତଙ୍କୁ ସହାୟତା ଯୋଗାଇଲା ବିଏମ୍‌ସି

ବାତ୍ୟା ‘ଅର୍ଣ୍ଣବ’ ଦୁର୍ଗତଙ୍କୁ ସହାୟତା ଯୋଗାଇଲା ବିଏମ୍‌ସି

ବାତ୍ୟା ‘ଅର୍ଣ୍ଣବ’ ଦୁର୍ଗତଙ୍କୁ ସହାୟତା ଯୋଗାଇଲା ବିଏମ୍‌ସି

ବାତ୍ୟା ‘ଅର୍ଣ୍ଣବ’ ଦୁର୍ଗତଙ୍କୁ ସହାୟତା ଯୋଗାଇଲା ବିଏମ୍‌ସି


 ୨,୫୦୦ ପରିବାରର ୧୦ ହଜାର ଲୋକଙ୍କ ପାଇଁ ରିଲିଫ୍ ସାମଗ୍ରୀ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର

ଭୁବନେଶ୍ୱର, ୨/୧୧(ଭାରତ ପ୍ରସାରଣ): ବାତ୍ୟା ‘ଅର୍ଣ୍ଣବ’ ଦ୍ୱାରା ପ୍ରଭାବିତ ଲୋକଙ୍କୁ ସହାୟତା ଯୋଗାଇଦେଲା ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ରାଜ୍ୟ ସରକାର ବାତ୍ୟା ଦୁର୍ଗତଙ୍କୁ ତ୍ୱରିତ ସହାୟତା ପ୍ରଦାନ କରିଆସୁଥିବା ବେଳେ ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସ ଓ କମିଶନର ଚଞ୍ଚଳ ରାଣା ବିଏମ୍ ସି ପକ୍ଷରୁ ବାତ୍ୟା ପ୍ରଭାବିତଙ୍କୁ ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସେହି ଅନୁଯାୟୀ ମାନନୀୟା ମେୟରଙ୍କ ନେତୃତ୍ୱରେ ବିଏମ୍‌ସିର ଏକ ଟିମ୍ ଆଜି ଗଞ୍ଜାମ ଜିଲ୍ଲାର ବାତ୍ୟା ଦୁର୍ଗତଙ୍କ ପାଇଁ ଶୁଖିଲା ଖାଦ୍ୟ ସାମଗ୍ରୀ, ବସ୍ତ୍ର ଓ ଅନ୍ୟାନ୍ୟ ରିଲିଫ୍ ସାମଗ୍ରୀ ନେଇ ଗଞ୍ଜାମ ଗସ୍ତ କରିଥିଲେ। ପ୍ରାୟ ୨,୫୦୦ ପରିବାରର ୧୦,୦୦୦ ଲୋକଙ୍କ ନିମନ୍ତେ ଉଦ୍ଦିଷ୍ଟ ରିଲିଫ୍ ସାମଗ୍ରୀ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା। ଏଥିସହ ସ୍ଥାନୀୟ ପ୍ରଶାସନର ସହଯୋଗରେ ବିଭିନ୍ନ ଅଞ୍ଚଳରେ ଦୁର୍ଗତଙ୍କୁ ରିଲିଫ୍ ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଇଥିଲା। 

ଏହି ଟିମ୍‌ରେ ସ୍ୱାସ୍ଥ୍ୟ ଓ ପରିମଳ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ  ବିରଞ୍ଚି ନାରାୟଣ ମହାସୂପକାର, ଫାଇନାନ୍ସ ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ  ରାଜକିଶୋର ଦାସ, କର୍ପୋରେଟର  ମିହିର କୁମାର ରାଉତ,  ନୃପେଶ ନାୟକ, ଶ୍ରୀମତୀ ରଞ୍ଜୁଲତା ରାୟ, ଶ୍ରୀମତୀ ମଧୁମିତା ପ୍ରଧାନ, ସହକାରୀ କମିଶନର  ଅମରେଶ ନାୟକଙ୍କ ସମେତ ବିଏମ୍‌ସିର ଅନ୍ୟ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ।
ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଭି. କୀର୍ତ୍ତି ଭାସନ ଓ ବ୍ରହ୍ମପୁର ମହାନଗର ନିଗମ ଅଧ୍ୟକ୍ଷା ଶ୍ରୀମତୀ ସଂଘମିତ୍ରା ଦଳେଇଙ୍କ ସହ ଗଞ୍ଜାମ ଜିଲ୍ଲା ପ୍ରଶାସନର ଅଧିକାରୀ ଉପସ୍ଥିତିରେ ରିଲିଫ ସାମଗ୍ରୀ ହସ୍ତାନ୍ତର କରାଯାଇଥିଲା । ପରେ ବାତ୍ୟା ପ୍ରଭାବିତ ଅଂଚଳ ସଂପର୍କରେ ମାନନୀୟା ମେୟର ଜିଲ୍ଲାପାଳ ଓ ବ୍ରହ୍ମପୁର ମେୟରଙ୍କ ସହିତ ଆଲୋଚନା କରିବା ସହ ବିଶେଷ ଭାବେ ପ୍ରଭାବିତ ଅଂଚଳକୁ ଯାଇ ଦୁର୍ଗତମାନଙ୍କୁ ରିଲିଫ ସାମଗ୍ରୀ ବଣ୍ଟନ କରିଥିଲେ ।    
ବାତ୍ୟା ଦୁର୍ଗତଙ୍କ ନିକଟରେ ଆବଶ୍ୟକ ସହାୟତା ପହଞ୍ଚାଇବା ଏବଂ ରିଲିଫ୍ ବଣ୍ଟନ କାର୍ଯ୍ୟକୁ ସୁଚାରୁ ଭାବେ ସମ୍ପାଦନ କରିବା ପାଇଁ ମାନନୀୟା ମେୟର ଓ କମିଶନରଙ୍କ ପକ୍ଷରୁ ସମ୍ପୃକ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସ୍ୱତନ୍ତ୍ର ନିର୍ଦ୍ଦେଶ ଦିଆଯାଇଥିଲା । ବିପର୍ଯ୍ୟୟ ସମୟରେ ଦୁର୍ଗତଙ୍କ ପାଖରେ ଠିଆ ହୋଇ ସହଯୋଗର ହାତ ବଢ଼ାଇଥିବାରୁ ବିଏମ୍‌ସିର ଏହି ପଦକ୍ଷେପକୁ ସାଧାରଣରେ ସ୍ୱାଗତ କରାଯାଇଛି ।
← Previous storyଆଜି ବି ଅନେକ କ୍ଷତିଗ୍ରସ୍ତଙ୍କ ନିକଟରେ ପହଞ୍ଚିପାରି ନାହିଁ ପ୍ରଶାସନ: ବିଜେଡିNext story →ବିଶ୍ବ ଓଡ଼ିଆ ପରିବାର ପକ୍ଷରୁ ପ୍ରଖ୍ୟାତ ଚିକିତ୍ସକ ପଦ୍ମଶ୍ରୀ ଡଃ ଅଶୋକ କୁମାର ମହାପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା