ताज़ा खबरें
ଓଡ଼ିଶାରେ ବର୍ଷା ଓ ବଦଳୁଥିବା ପାଣିପାଗ: ସଚେତନତା ହିଁ ସୁରକ୍ଷାଖେଳ ପଡ଼ିଆରୁ ସ୍ୱପ୍ନର ଉଡ଼ାଣ: ଯୁବ ପ୍ରତିଭାଙ୍କ ପାଇଁ ନୂଆ ସମ୍ଭାବନାବନ୍ୟା ଦୁର୍ଗତ ଗଞ୍ଜାମ,ଗଜପତି ଓ କନ୍ଧମାଳ ଵାସିଙ୍କୁ ସମବେଦନା ଜଣାଇ ଦୀପାବଳୀ ଉତ୍ସବ ପାଳିବେନି ବିରୋଧୀ ଦଳ ନେତା ଓ ପିସିସି ସଭାପତିରାଜ୍ୟ ଯୁବ କଂଗ୍ରେସ ସଭାପତି ପଦ ନିର୍ବାଚନରୁ ଓହରିଲେ ଆଲୋକ ଦାଶ, କଲେ ରାଜ୍ୟ ସାଧାରଣ ସମ୍ପାଦକ ପାଇଁ ନୋମିନେସନଯୁବ କଂଗ୍ରେସ ସଭାପତି ଦୌଡ଼ରେ ୬ ପ୍ରାର୍ଥୀ, ନୋମିନେସନ ତାରିଖ ୧୫କୁ ଘୁଞ୍ଚିଲାତୁରନ୍ତ ଥଇଥାନ ଓ କ୍ଷତିପୂରଣ ପ୍ରଦାନ କରନ୍ତୁ ସରକାର
डेमोयह एक डेमो संस्करण है। खबरें और तस्वीरें केवल उदाहरण के लिए हैं।
ओडिशा

ନଭେମ୍ବର ୧୪ରୁ ଦୁଇଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେବ ସ୍କେଲଅପ୍ ଇଣ୍ଡିଆ ସମ୍ମିଟ୍ ୨୦୨୬

ନଭେମ୍ବର ୧୪ରୁ ଦୁଇଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେବ ସ୍କେଲଅପ୍ ଇଣ୍ଡିଆ ସମ୍ମିଟ୍ ୨୦୨୬

ନଭେମ୍ବର ୧୪ରୁ ଦୁଇଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେବ ସ୍କେଲଅପ୍ ଇଣ୍ଡିଆ ସମ୍ମିଟ୍ ୨୦୨୬

ନଭେମ୍ବର ୧୪ରୁ ଦୁଇଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେବ ସ୍କେଲଅପ୍ ଇଣ୍ଡିଆ ସମ୍ମିଟ୍ ୨୦୨୬

ଭୁବନେଶ୍ୱର, ୧୨/୧୧(ଭାରତ ପ୍ରସାରଣ): ଭାରତୀୟ ଅର୍ଥନୀତିରେ ଷ୍ଟାର୍ଟଅପ୍ ଗୁଡ଼ିକ ଏବେ ବିକାଶର ମୁଖ୍ୟ ଇଞ୍ଜିନ୍ ପାଲଟିଛନ୍ତି। ଏହି ପରିପ୍ରେକ୍ଷୀରେ, ଆଗାମୀ ନଭେମ୍ବର ୧୪ ଏବଂ ୧୫ ତାରିଖରେ ଭୁବନେଶ୍ୱରସ୍ଥିତ ହୋଟେଲ୍ କ୍ରିଷ୍ଟାଲ୍ କ୍ରାଉନ୍ ଠାରେ 'ସ୍କେଲଅପ୍ ଇଣ୍ଡିଆ ସମ୍ମିଟ୍ ୨୦୨୬' ଅନୁଷ୍ଠିତ ହେବା ଏକ ସ୍ୱାଗତଯୋଗ୍ୟ ତଥା ଐତିହାସିକ ପଦକ୍ଷେପ। CNOX ଦ୍ୱାରା ଆୟୋଜିତ ଏହି ବିଶାଳ ସମ୍ମିଳନୀ, ଉଦ୍ୟୋଗୀ, ନୀତି ନିର୍ଦ୍ଧାରକ ଏବଂ ନିବେଶକମାନଙ୍କୁ ଗୋଟିଏ ମଞ୍ଚରେ ଏକାଠି କରି ଭାରତୀୟ ଷ୍ଟାର୍ଟଅପ୍ ଗୁଡ଼ିକୁ ସଠିକ୍ ପୁଞ୍ଜି ଓ ଅନୁକୂଳ ପରିବେଶ ମାଧ୍ୟମରେ ବିଶ୍ୱସ୍ତରରେ ପହଞ୍ଚାଇବା ପାଇଁ ଏକ ମିଳିତ ଲକ୍ଷ୍ୟ ନେଇ ଆଗଉଛି।   

ଦେଶ ଯେତେବେଳେ 'ବିକଶିତ ଭାରତ ୨୦୪୭' ର ସ୍ୱପ୍ନ ଦେଖୁଛି, ଓଡ଼ିଶା ମଧ୍ୟ ସମାନ ଦୃଢ଼ତାର ସହ 'ବିକଶିତ ଓଡ଼ିଶା' ଗଠନ ଦିଗରେ ଦ୍ରୁତ ପଦକ୍ଷେପ ନେଉଛି। ଏହି ସନ୍ଧିକ୍ଷଣରେ ନୂଆ ପିଢ଼ିର ଉଦ୍ୟୋଗୀମାନଙ୍କୁ ବାଟ ଦେଖାଇବା ପାଇଁ ଏହି ସମ୍ମିଟ୍ ମୁଖ୍ୟତଃ ସ୍କେଲ ଅର୍ଥାତ୍ ସପୋର୍ଟ, କ୍ୟାପିଟାଲ, ଆକ୍ସେଲରେସନ୍, ଲର୍ଣ୍ଣିଂ ଏବଂ ଇକୋସିଷ୍ଟମ୍ ଭଳି ପାଞ୍ଚଟି ମୂଳ ସ୍ତମ୍ଭ ଉପରେ କାର୍ଯ୍ୟ କରିବ। ବ୍ୟବସାୟିକ ଅଭିନବ ଚିନ୍ତାଧାରାକୁ କେବଳ ଆଲୋଚନାରେ ସୀମିତ ନରଖି ତାହାକୁ ସ୍ଥାୟୀ ପ୍ରଗତି ଓ ସଫଳତାରେ ପରିଣତ କରିବା ଦିଗରେ ଏହା ଏକ ବଳିଷ୍ଠ ମାଧ୍ୟମ ସାଜିବ।   

ସରକାର ଏବଂ ଶିଳ୍ପ ଜଗତ ମଧ୍ୟରେ ସୁସମ୍ପର୍କ ସ୍ଥାପନ ତଥା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟର ଶୀର୍ଷ ନେତୃବୃନ୍ଦ ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ନିଜର ସମ୍ମତି ପ୍ରଦାନ କରିଛନ୍ତି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ ଏହି ସମ୍ମିଟ୍ ରେ ପ୍ରମୁଖ ଅତିଥି ଭାବେ ଯୋଗଦେବେ। ତାଙ୍କ ସମେତ ରାଜ୍ୟର ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ତଥା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କ୍ୟାବିନେଟ୍ ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ, ଶିଳ୍ପ ଓ ଦକ୍ଷତା ବିକାଶ ବିଭାଗର ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ)  ସମ୍ପଦ ଚନ୍ଦ୍ର ସ୍ୱାଇଁ ଏବଂ ଶିଳ୍ପ ତଥା ଏମ୍ଏସ୍ଏମ୍ଇ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା (ଆଇଏଏସ୍) ପ୍ରମୁଖ ସମ୍ମାନନୀୟ ଅତିଥି ଭାବେ ଉପସ୍ଥିତ ରହିବେ।। ଏହି ସମ୍ମିଟ୍ ଆମ ରାଜ୍ୟରେ ଏକ ସୁଦୃଢ଼ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ର ମୂଳଦୁଆ ପକାଇବା ସହ ଭବିଷ୍ୟତର ଅର୍ଥନୈତିକ ସମୃଦ୍ଧି ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ଏହି  ନେତୃବୃନ୍ଦଙ୍କ ବ୍ୟତୀତ ବିଭିନ୍ନ ଷ୍ଟାର୍ଟଅପ୍ ଏବଂ ଟେକ୍ନୋଲୋଜି କମ୍ପାନୀର ସଫଳ ପ୍ରତିଷ୍ଠାତାମାନେ ମଧ୍ୟ ଏହି ସମ୍ମିଟରେ ସାମିଲ ହେବେ। ସେମାନଙ୍କ ମଧ୍ୟରେ ଆଇସ୍ପାଇସାଇବର ର ପ୍ରତିଷ୍ଠାତା  ରୂପେଶ ମେହେର, ସୋଲାରିକ୍ସ ଟେକ୍ନୋଲୋଜିସ୍  ର ପ୍ରତିଷ୍ଠାତା  ବିଭୁ ପ୍ରସାଦ ଦାଶ, ସିଏନ୍ଓଏକ୍ସର ଏକଜିକ୍ୟୁଟିଭ୍ ଡାଇରେକ୍ଟର  ପାର୍ଥ ସାରଥୀ ଘୋଷ, ଆଇକୋବିଷ୍ଟ୍  ଏବଂ ସିଏନ୍ଓଏକ୍ସ ର ପ୍ରତିଷ୍ଠାତା  ଅରୁଣ ଭୂୟାଁ ପ୍ରମୁଖ ସାମିଲ ଅଛନ୍ତି। ଏହାସହ ୱାର୍କସପ୍ରୋଗ୍ରାମ  ର ପ୍ରତିଷ୍ଠାତା  ମହିମ୍ ମହାପାତ୍ର, କ୍ୟାମ୍ପସଭ୍ୟୁର ପ୍ରତିଷ୍ଠାତା  ସନ୍ତୋଷ ଦେବ ଠାକୁର, ଅବ୍ୟାଶକ୍ତିର ପ୍ରତିଷ୍ଠାତା  ଜୀବନ ମହାକୁଡ଼, ଜବସ୍କଲର ପ୍ରତିଷ୍ଠାତା  ସୀତାଂଶୁ ମିଶ୍ର ଏବଂ ଇକୋସୋଲର ପ୍ରତିଷ୍ଠାତା ଶ୍ରୀମତୀ ମୁନମୁନ୍ ସିଂହ ମଧ୍ୟ ଉପସ୍ଥିତ ରହିବେ।
← पिछली खबरଉଦ୍‌ଘାଟିତ ହେଲା ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’अगली खबर →ମହାମହିମ ରାଷ୍ଟ୍ରପତିଙ୍କୁ ଭେଟିଲେ ୨୦୨୩ ବ୍ୟାଚ୍ ଓଡ଼ିଶା ଅର୍ଥ ସେବା ଅଧିକାରୀ